ସାରା ଭାରତର ଵିଵାହ ଵ୍ଯଵସ୍ଥାଠାରୁ ଭିନ୍ନ ପରମ୍ପରା ରହିଛି ଗଞ୍ଜାମ ଜିଲ୍ଲାରେ...
ଏହି ନିଆରା ଵୈଵାହିକ ପରମ୍ପରା ଗଞ୍ଜାମ ଜିଲ୍ଲାର କାଳିଞ୍ଜି ଜାତିରେ ପ୍ରଚଳିତ । କାଳିଞ୍ଜି ଜାତିରେ ପୁଅ ବରଯାତ୍ରୀଙ୍କୁ ଧରି ଝିଅଘରକୁ ଯାଏ ନାହିଁ ଵରଂ ଝିଅଘରର ଲୋକ ପୁଅ ଘରକୁ ବାହାଘର ପାଇଁ ଆସିଥାଆନ୍ତି ।
ଗଞ୍ଜାମ ଜିଲ୍ଲା ଭିନ୍ନ ଏଭଳି ପରମ୍ପରା ଅନ୍ଯତ୍ର ପ୍ରାୟ ଦୃଶ୍ଯ ହୁଏନାହିଁ ।
କାଳଞ୍ଜି ଜାତିର ଏହି ନିଆରା ଵିଵାହ ପରମ୍ପରାକୁ ଆମ ଭାଷାରେ ତୋଳାକନ୍ଯା ଵିଵାହ କୁହାଯାଏ ।
କାଳିଞ୍ଜିଜାତିର ପ୍ରାଚୀନ ନାମ କାଳିଙ୍ଗ ଥିଲା । ଏ ଜାତି ଅଧୁନା ଦୁଇଭାଗରେ ଵିଭକ୍ତ ହୋଇ ଗଞ୍ଜାମ, ଗଜପତି ଓ ଓଡ଼ିଆ ଵିଚ୍ଛିନ୍ନାଞ୍ଚଳରେ କାଳିଞ୍ଜି ଓ କାଳିଙ୍ଗୀ ଭାଵେ ଅଭିହିତ ହେଉଅଛନ୍ତି ।
ସାଧାରଣତଃ କାଳିଙ୍ଗୀମାନେ ତେଲୁଗୁ ଅଞ୍ଚଳରେ ରହୁଥିଵା ହେତୁ ତେଲୁଗୁଭାଷୀ ଏଵଂ କାଳିଞ୍ଜିମାନେ ଓଡ଼ିଆ ଭାଷାଭାଷୀ କିନ୍ତୁ ଏ ଉଭୟ ଜାତି ପ୍ରାଚୀନ କଳିଙ୍ଗଦେଶୀୟ ପାଇକ ଜାତି ଅଟନ୍ତି।
ଵର୍ତ୍ତମାନ ସମୟରେ କାଳିଞ୍ଜିଜାତିକୁ ଖଣ୍ଡାୟତ ଜାତିର ଏକ ଉପଜାତି ଭାଵେ ଗଣନା କରାଯାଉଅଛି ।
ହୁଏନସାଂଙ୍କ କଳିଙ୍ଗ ଆଗମନ ବେଳେ ସେଠାରେ ସେ ଗୋଟିଏ ଯୁଦ୍ଧପ୍ରିୟ ଜାତି ଅଧିବାସ କରିଥିବାର ଦେଖିଥିଲେ ଏହି ଯୁଦ୍ଧପ୍ରିୟ ଜାତିଟି କାଳିଙ୍ଗୀ ବା କାଳିଞ୍ଜି ଜାତି ବୋଲି ନିର୍ଦ୍ଦେଶ କରାଯାଇ ପାରେ ।
କଳିଙ୍ଗର ଗଙ୍ଗବଂଶୀ ରାଜାମାନଙ୍କ ଅଧୀନରେ (ଖ୍ରୀ. ୭: ମ ଶତାବ୍ଦି ପରେ) ଉଡ଼୍ରଜାତି ପରି କାଳିଞ୍ଜି ଜାତି ସୁଦ୍ଧା ସୈନିକ କର୍ଯ୍ୟ କରୁଥିଵାର ସ୍ପଷ୍ଟ ଜଣାଯାଏ ।
ଥଷ୍ଟନ ସାହେବ ତାଙ୍କର Castes and tribes of southern India ଗ୍ରନ୍ଥର ୨: ୟ ଖଣ୍ଡ ୪୯: ପୃଷ୍ଟାରେ କାଳିଙ୍ଗୀମାନଙ୍କୁ ତେଲେଙ୍ଗା ଓ କାଳିଞ୍ଜିମାନଙ୍କୁ ଓଡ଼ିଆରୂପେ ଧରିଅଛନ୍ତି ।
ମୂଳତଃ ଏ ଦୁଇ ଜାତିମଧ୍ୟରେ କାଳିଙ୍ଗୀ ଜାତି ବି ଆଗେ ଓଡ଼ିଆଭାଷୀ ଥିଲେ କିନ୍ତୁ ତେଲଗୁ ପ୍ରଭାବରେ କାଳିଙ୍ଗୀମାନେ ନିଜର ମାତୃଭାଷା ଓଡ଼ିଆକୁ ଭୁଲି ଯାଇଅଛନ୍ତି ।
କାଳିଞ୍ଜିମାନେ ମୁଖ୍ୟତଃ ତିନିଗୋଟି ପ୍ରଧାନ ଶାଖାରେ ଵିଭକ୍ତ—
୧: ବୁରୁଗାଁ କାଳିଞ୍ଜି
୨: କିନ୍ତାଳ କାଳିଞ୍ଜି
୩: ଓଡ଼ିଆ କାଳିଞ୍ଜି
କାଳିଞ୍ଜିମାନେ ପୂର୍ଵେ ଦେଵସେଵା କରୁଥିଲେ । ଏମାନେ ବ୍ରାହ୍ମଣଙ୍କ ପରି ଯଜ୍ଞୋପଵୀତ ଧାରଣ କରନ୍ତି ଓ କ୍ଷୌର ହୋଇ ଶିଖା ରଖନ୍ତି ଏମାନେ ରାଧାକୃଷ୍ଣ ଓ ଚୈତନ୍ୟଙ୍କର ଭକ୍ତ ଓ ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟଭୁକ୍ତ ଅଟନ୍ତି ।
ଏମାନଙ୍କ ମଧ୍ୟରେ ବାଲ୍ୟବିବାହ ଓ ବିଧବାବିବାହ ପ୍ରଚଳିତ ଓ ଏମାନେ ମୃତଵ୍ଯକ୍ତିର ଶଵ ପୋଡ଼ନ୍ତି ।
ଏମାନଙ୍କର କୁଳ ସଙ୍ଗ୍ଯା ଵିଶେଷତଃ ବରାଡ଼, ଦଳେଇ, ବାରିକ, ବେହେରା, ପାତ୍ର, ଗଉଡ଼, ଜେନା, ମଳିକ, ନାୟକ, ବିଷୋୟୀ, ପ୍ରଧାନ, ପୋଲେଇ, ସ୍ଵାଇଁ, 'ସାନ୍ତ', ସାହୁ, ରାଉତ, ଗୁରୁ ପ୍ରଭୃତି ହୋଇଥାଏ ।
ଏମାନଙ୍କ କୁଳାଧିକାରିମାନେ 'ସାନ୍ତ' କୁଳ ପ୍ରତିନିଧିମାନେ 'ପାତ୍ର' ଓ କୁଳପରିଚାଳମାନେ 'ଭଲଭାୟା' ଉପାଧୀ ଗ୍ରହଣ କରଥାଆନ୍ତି ।
This comment has been removed by the author.
ReplyDelete