Tuesday, February 14, 2023

ପ୍ରେମର ଭାଷା(ମାୟାଧର ମାନସିଂହ)



ସକଳେ ଡାକନ୍ତି ‘ତମେ’ ‘ତମେ’ ବୋଲି
ସେ ‘ତମେ’ର ମୂଲ ନାହିଁ,
ତମେ ଯେବେ ମତେ ‘ତମେ’ ବୋଲି କହ
ଏତେ ମିଠା କାହିଁ ପାଇଁ ?

ଦୁଇଟି ଅକ୍ଷରେ କିଣି ନେଲା ପରି
କାନକୁ ମୋହର ଲାଗେ,
ଓଠ ତବ ସଖି ଭରିଦିଏ ତାକୁ
କି ଗଭୀର ଅନୁରାଗେ ?

କେତେ ତ ଡାକନ୍ତି ଦିନ ରାତି ସଦା
‘ଶୁଣ’ ‘ଶୁଣ’ ବୋଲି ମତେ,
ତମେ ଯେବେ ଆଖି ଠାରି ‘ଶୁଣ’ କହ
କେ ଜାଣି କି ପ୍ରାଣେ ଘଟେ !

କେତେ ନ ଶୁଣୁଛି ଦିନ ରାତି କହ
‘ହଇକିଓ’ ‘ହଇକିଓ’
ତମେ ଯଦି ପଛୁ ଡାକ ‘ହଇକିଓ’
ସୁଧା ଧାରା ଢାଳ କିଓ ?

ହେ ପ୍ରେମ-ଦେଵତା
ଏ ପ୍ରେମୀ-ଯୁଗଳେ
କରୁଣା ତମର ଥାଉ,
‘ତମେ’ - ‘ଶୁଣ’ ତଳେ ଦୁଇଟି ଛାତିର
ଡାକ ଦୁହେଁ ଯେହ୍ନେ ପାଉ ।

(ପ୍ରଣୟୀକଵି ମାୟାଧର ମାନସିଂହ)

No comments:

Post a Comment

ମଣିଷମାନଙ୍କ ଭାଗ୍ଯ ଉପରେ ନକ୍ଷତ୍ରଗୁଡ଼ିକର ପ୍ରଭାଵ ପଡ଼େ କି ?

ରାତିର ଆକାଶରେ ଝଲସି ଉଠୁଥିଵା ତାରାଗୁଡ଼ିକ ସଦା ସର୍ଵଦା ମାନଵ ମନକୁ ଆକର୍ଷିତ କରିଆସିଛନ୍ତି। ଅନେକ ମଣିଷ ଵିଶେଷତଃ ବାଳକ ବାଳିକାମାନେ ରାତି ଆକାଶକୁ ଦେଖିଲେ ତାରା ଗଣି...