Friday, November 22, 2019

କହିଦେବି ରାମା କହିଦେବି

ଗୁଟେ ଗାଆଁରେ ବଡ଼ ଛାମୁଣ୍ଡିଆ କରି ଅଷ୍ଟପ୍ରହରି କୀର୍ତ୍ତନ ଚାଲିଥାଏ । ଅନ୍ୟ ଗାଆଁରୁ ଜଣେ ପାଲା ଗାଆଣ ଆସିଥାନ୍ତି ସେ ଗୁଟେ ଡୁହା ଟେ ପକେଇଲେ
“କହି ଦେବି ରାମା କହିଦେବିରେ”

ରାମ ନାମକ ଜଣେ  ଲୋକ ଶହେ ଟଙ୍କା
ଧରେଇ ଦେଲା,
ଗାଆଣ ଉତ୍ସାହିତ ହେ ଫିଣି ଥରେ ହେମ୍ତି ଗାଇଲା...

ତହୁଁ ସେ ଲୋକଟା ନିଜେ ପିନ୍ଧି ଥିବା ସୁନାମାଳଟା କାଢି଼ ଗାଆଣକୁ ଧରେଇ ଦେଲା,
ଗାଆଣର ଉତ୍ସାହ ବହେ ବଢି ଗଲା, ଫିଣି ନୂଆ ପ୍ରକାରେ ଗାଇ ବସିଲା,
ହେଲେ ଏଥର କିନ୍ତୁ ସେ ରାମନାମକ ଲୋକଟା ଭୀଷଣ ଚିଡି଼ଗଲା ଆଉ ଗାଆଣକୁ କହିଲା

ହଇରେ,ପଇସା ଦେଲି ସୁନାର ମାଳ ଦେଲି ତଥାପି  ମାନୁନୁ
କହିଦେଵି କହିଦେଵି ବୋଲୁଛୁ କାଣ୍ ଟା  କହିବୁ
ଗୁହ ପଡି଼ଆର ବରକୋଳି ଗଛ ମୂଳୁଁ ଗୁଟେ ବରକୋଳି ପଡିଥିଲା ଯେ ତାକୁ ଧୋଇକରି ଖାଇ ଦେଇଥେଲି ଯା କଦିଦେ ନା ଆଉ ତତେ ଫଟା ପାହୁଲାଟାଏ ବି ଦେବିନିରେ ପୁଅ ।

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...