Thursday, November 7, 2019

ଶ୍ଲୋକାର୍ଥ -୮

ଖଳାନାମ୍ କଣ୍ଟକାନାମ୍ ଚ ଦ୍ଵିଵିଧୈଵ ପ୍ରତିକ୍ରିୟା ।
ଉପାନ୍ମୁଖ ଭଙ୍ଗୋ ଵା ଦୁରତୋ ଵା ଵିସର୍ଜନମ୍ ।।

“ଖଳ ଓ କଣ୍ଟା ତାଙ୍କ ପାଇଁ ଦ୍ଵିଵିଧ ପ୍ରତିକାର
ଭାଙ୍ଗ ଯଦି ମୁଖ କିମ୍ବା ନିଜ ଠାରୁ ଦୂର କର”

ଦୁଷ୍ଟବୁଦ୍ଧି ଲୋକ ଆଉ କଣ୍ଟା ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଏ ଉଭୟ ସାଧୁଜନର ପଥରେ ଅଵରୋଧ ହୋଇଥାନ୍ତି ।

ଏମାନଙ୍କୁ ସାବାଡ଼ କରିବାର ଶାସ୍ତ୍ରରେ ଦୁଇଗୋଟି ମାର୍ଗ କୁହାଯାଇଛି ।

ଯଦି ତୁମ୍ଭେ କ୍ଷମତାଶୀଳ ଓ ବଳଶାଳୀ ତାହେଲେ ବଳପ୍ରୟୋଗ ପୂର୍ଵକ ଖଳଜନଙ୍କ ମୁହଁ ବନ୍ଦ କରିଦିଅ

ଆଉ

ଯଦି ତାଙ୍କ ଠାରୁ ଶକ୍ତିରେ ସାମନ୍ୟ ତେବେ ସେମାନଙ୍କ ଠାରୁ ଦୂରେଇ ରହି ଉଚିତ୍ ସମୟରେ ତାଙ୍କର ସାମ୍ନା କର .....

No comments:

Post a Comment

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...