Saturday, June 20, 2020

ଟ୍ରୋଜାନ୍ ଘୋଡା଼ର କଥା

ଇଲିଆଡ ନାମକ ଗ୍ରୀକ୍ ପୁରାଣଗାଥା । ଏଥିରେ ପଶ୍ଚିମ ତୁର୍କୀର ତତ୍କାଳୀନ ଟ୍ରୟନଗରୀରର ରାଜକୁମାର ପାରିସ, ସ୍ପାର୍ଟା ରାଣୀ ହେଲେନଙ୍କୁ ଭୁଲାଇ ନେଇ ଯାଇଥିଲା ।

ଯେହେତୁ ହେଲେନଙ୍କ ସ୍ଵୟଂମ୍ଵରରେ ତାହାର ରକ୍ଷା ପାଇଁ ସେଠି ଉପସ୍ଥିତ ସବୁ ଗ୍ରୀକଯୋଦ୍ଧା ସପଥ ନେଇଥିଲେ ତେଣୁ ତାପରେ ସାରା ଗ୍ରୀକ୍ ର ଯେତେ ନଗରରାଜ୍ଯ ସବୁ ଅଞ୍ଚଳର ଯୋଦ୍ଧା ଏକାଠି ହୋଇ ଟ୍ରୟ ଵିରୋଧରେ ଯୁଦ୍ଧ ଘୋଷଣା କରିଥିଲେ ।

ଯୁଦ୍ଧରେ କୌଣସି ମତେ ଟ୍ରୟକୁ ହରେଇ ନପାରିଲାରୁ  ଇଥାକା ନଗରୀରର ରାଜା ଓଡେସିଅସ୍ ନାମକ ଵୀର ଟ୍ରୋଜାନ୍ ଅଶ୍ଵ ତିଆରି କରିଵାକୁ ସମସ୍ତଙ୍କୁ କହିଲେ ।

ଗ୍ରୀକମାନେ ଗୋଟାଏ ଶକ୍ତ କାଠରେ ତିଆରି ଘୋଡା଼ କରି ଟ୍ରୟ ନଗର ଆଗରେ ଛାଡିଦେଲେ । ସେମାନେ ନିଜର ଛାଉଣୀ ଭାଙ୍ଗି ବୋଇତ ନେଇ ପାଖର ଏକ ଦ୍ଵୀପକୁ ଚାଲିଗଲେ ।

ଟ୍ରୟଵାସୀ ଗ୍ରୀକମାନଙ୍କ ଜାଲରେ ଫସିଗଲେ । ସେମାନେ ଭାବିଲେ ଗ୍ରୀକମାନେ ହାରିଯାଇ ନିଜ ଦେଶକୁ ଲେଉଟି ଯାଇଛନ୍ତି ଓ ଉପହାର ସ୍ଵରୂପ ଏଇ ଟ୍ରୋଜାନ୍ ଘୋଡା଼ ଦେଇଛନ୍ତି ।

ସେମାନେ ନଗର ଭିତରକୁ ଟ୍ରୋଜାନ୍ ଘୋଡାକୁ ନେଇ ଆସିଲେ ।

ସେଇ ଘୋଡା଼ ଭିତରେ କୌଶଳରେ ଆଠ ଦଶଜଣ ଗ୍ରୀକ୍ ଯୋଦ୍ଧା ଲୁଚିଥିଲେ ଏଵଂ ଘୋଡା଼ର କବାଟ ଏଭଳି କରାଯାଇଥିଲା ଯେ ତାହା ଭିତରୁ ଖୋଲୁଥିଲା ଓ ଟ୍ରୟଵାସୀ ତାହା ଜାଣି ବି ପାରିଲେନି

ରାତିରେ ସେହି ଯୋଦ୍ଧାମାନେ ପଦାକୁ ବାହାରି ଟ୍ରୟନଗରୀର ଉତ୍ସଵରତ ପ୍ରଜାଙ୍କ ଅଜାଣତରେ ଗଡ଼ର ବାଟ ଖୋଲିଦେଲେ ଓ ଜଗୁଆଳିଙ୍କୁ ମାରିଦେଲେ ।

ତାପରେ ଟ୍ରୟନଗରୀରେ ହତ୍ୟା ଓ ଲୁଣ୍ଠନ ଆରମ୍ଭ ହୋଇଗଲା । ଗ୍ରୀକମାନେ ହେଲେନଙ୍କୁ ଫେରେଇ ଆଣିଲେ ବି ଅନେକ ଗ୍ରୀକଯୋଦ୍ଧା ଦୁର୍ଘଟଣା ଓ ଷଡଯନ୍ତ୍ରର ଶିକାର ହୋଇ ଏହା ପରେ ମୃତ୍ୟୁମୁଖରେ ପଡି଼ଥିଲେ ।

ଓଡେସିଅସ୍ ଟ୍ରୋଜାନ୍ ଘୋଡା଼ କଥା ପାଞ୍ଚି ଥିଵାରୁ ତାଙ୍କୁ ଭୂମଧ୍ଯ ସାଗରର ଵିଭିନ୍ନ ଦ୍ଵୀପରେ ବାଟ ଭୁଲି ବୁଲିଵାକୁ ପଡି଼ଥିଲା । ସେ ପ୍ରାୟ ଦଶ ଵର୍ଷ ସମୁଦ୍ରରେ ବୁଲି ଶେଷକୁ ଘରକୁ ଲେଉଟିଥିଲେ ଓ ତାଙ୍କ କାହାଣୀକୁ ଓଡେସୀ କୁହାଯାଏ ।

ଵିଂଶ ଶତାବ୍ଦୀର ପ୍ରାରମ୍ଭିକ କାଳରେ ଜଣେ ଓଡ଼ିଆ ଲେଖକ ଓଡେସିଅସ୍ ଙ୍କୁ ଓଡ଼ିଶାଵାସୀ ଵିଚାର କରି ଲେଖା ଲେଖିଥିଵା ଥରେ ମୋ ଦୃଷ୍ଟିରେ ପଡି଼ଥିଲା ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...