Friday, June 19, 2020

ମାଣ୍ଡେଲା ପ୍ରଭାଵ କ'ଣ ଜାଣିଛନ୍ତି କି ?

ଲୋକେ ଵେଳେ ଵେଳେ ନୂଆ ଶବ୍ଦ ସୃଷ୍ଟି କରିଦିଅନ୍ତି ଵା ତାଙ୍କ ଦ୍ଵାରା ଆପଣାଛାଏଁ ଶବ୍ଦ ସୃଷ୍ଟି ହୋଇଯାଏ । ସାଧାରଣତଃ ସାହିତ୍ଯିକ ଓ ଵୈଜ୍ଞାନିକମାନେ ଏଭଳି କରିଥାଆନ୍ତି ଓ ତାଙ୍କ ଶବ୍ଦ ଧୀରେ ଧୀରେ ଆନ ଲୋକେ ମଧ୍ୟ ଵ୍ଯଵହାର କରିଥାଆନ୍ତି ।

ଆମେମାନେ ଅଂଶୁଘାତ,ସଙ୍ଗଣକ,ଵର୍ଣ୍ଣଫଳକ,ଭୀଡ଼ ହତ୍ଯା ଓ ସଙ୍ଗରୋଧ ଇତ୍ୟାଦି ନୂତନ ଶବ୍ଦ ସବୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ପ୍ରାଚୀନ ଶବ୍ଦକୋଷରେ  ପାଇନଥାନ୍ତି ।

ପୁଣି ଦୂରଦର୍ଶନ ଭଳି ଶବ୍ଦ ବି ରହିଛି ଯାହା ଆଜି television ଯନ୍ତ୍ର ପାଇଁ ଵ୍ଯଵହାର ହେଉଅଛି କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାର ଅର୍ଥ ୧୦୦ ଵର୍ଷ ତଳେ ଉଲ୍ଲେଖ କରାଯାଇଥିଲା "ଦୂରଦୃଷ୍ଟି" ।

ଆଜି ସାହିତ୍ଯିକ,ବଡ଼ବଡି଼ଆ ଲୋକ,ଵୈଜ୍ଞାନିକ, ଚଳଚ୍ଚିତ୍ରଜଗତ ଓ ଗଣମାଧ୍ୟମ ନୂଆ ନୂଆ ଶବ୍ଦ ସୃଷ୍ଟି କରି ପ୍ରଚଳନ କରୁଅଛନ୍ତି କିଛି କ୍ଷେତ୍ରରେ ସିଧାସଳଖ ଵୈଦେଶିକ ଶବ୍ଦ ମଧ୍ୟ ପ୍ରୟୋଗ ହେଉଅଛି ।

ଇଂରାଜୀରେ ଏଇ ଧରଣର ଅନେକ ଶବ୍ଦ ସୃଷ୍ଟି ହୋଇଛି । ତନ୍ମଧ୍ୟରୁ ଗୋଟାଏ ହେଲା "the Mandela effect" ! ଏହାକୁ ଓଡ଼ିଆ ଲୋକେ "ମାଣ୍ଡେଲା ପ୍ରଭାଵ" କହିପାରନ୍ତି ।

ଯେଉଁମାନେ ୨୦୧୯ରେ ଏଇନାମର ହଲିଓଡ଼ ଚଳଚ୍ଚିତ୍ର ଦେଖିସାରିଛନ୍ତି କିଂଵା ୟୁଟ୍ୟବ୍'ରେ "ମାଣ୍ଡେଲା ପ୍ରଭାଵ" ଵିଷୟକ ଵିଡି଼ଓ ଦେଖିଥିଵେ ତାଙ୍କୁ ଏ ଵିଷୟରେ ନିଶ୍ଚୟ ଅଳ୍ପବହୁତେ ଜଣାଥିଵ ।

୨୦୦୯ରେ ସର୍ଵପ୍ରଥମେ ଆମେରିକୀୟ ଲେଖିକା Fiona Broome ଏ ଶବ୍ଦର ପ୍ରୟୋଗ କରିଥିଲେ । ଏକ ସ୍ଥାନରେ ସେ ଦକ୍ଷିଣ ଆଫ୍ରିକାର ଗାନ୍ଧୀ ଭାବେ ଖ୍ଯାତ ନେଲସନ୍ ନିଜର ଏକ ମିଥ୍ଯାନୁସ୍ମରଣ(false memory) ଵିଷୟରେ ଉଲ୍ଲେଖ କରିଥିଲେ । ସେ ଏହାକୁ  "the Mandela effect" କହିଥିଲେ ।

Fiona Broomeଙ୍କୁ ଲାଗୁଥିଲା ଯେ ସେ ୧୯୮୦ରେ ନେଲସନ୍ ମାଣ୍ଡେଲାଙ୍କର ଶଵଯାତ୍ରା ଟିଭିରେ ଦେଖିସାରିଛନ୍ତି । ତାଙ୍କ କଥା ପଢି଼ ଆହୁରି ଅନେକ ଲୋକ ବି ସମାନ ମତ ରଖିଵା ଆରମ୍ଭ କରିଦେଇଥିଲେ । ପ୍ରକୃତରେ ନେଲସନ୍ ମାଣ୍ଡେଲା ୧୯୧୮ରେ ଜନ୍ମଗ୍ରହଣକରିଥିଲେ ଏଵଂ  ୧୦୧୩ମସିହାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା ।

Fiona Broome ଓ ତାଙ୍କ ଭଳି ଅନେକ ଲୋକଙ୍କ ଦ୍ଵାରା ୧୯୮୦ ମସିହାରେ ନେଲସନ୍ ମାଣ୍ଡେଲାଙ୍କ ଶଵଯାତ୍ରା ଦେଖିଥିଵା କଥା ପ୍ରଚାରିତ ହେଵାପରେ ବୁଦ୍ଧିଜୀଵୀ ଓ ଗଵେଷକ ମହଲରେ ଦୁଇଟି ଘଟଣା ଘଟିତ ହୋଇଥିଲା ଏଵଂ ମୁଖ୍ୟତଃ ଦୁଇଗୋଟି ଭିନ୍ନ ଭିନ୍ନ ମତ ପ୍ରକାଶ ହେଵାକୁ ଲାଗିଲା ।

୧)କିଛି ଲୋକ କହିଲେ ଏହା ସମୟଯାତ୍ରା ଵା time travel କିଂଵା
parallel universe ଵା ସମାନାନ୍ତର ବ୍ରହ୍ମାଣ୍ଡରେ କେତେକ ନିର୍ଦ୍ଦିଷ୍ଟ ପରିଵର୍ତ୍ତନ ଯୋଗୁଁ ଘଟିତ ହୋଇଥିଵା ଘଟଣା ହୋଇଥାଇପାରେ । ଏ ମତଵାଦର ସମର୍ଥକ ମତ ଦିଅନ୍ତି ଯେ ନିଶ୍ଚୟ କେହି ଅତୀତରେ ଯାଇ ୧୯୮୦ ମସିହାରେ ଜେଲରେ ମରିଯାଇଥିଵା ନେଲସନ୍ ମାଣ୍ଡେଲାଙ୍କୁ ବଞ୍ଚାଇ ଦେଇଥାଇପାରେ ।

୨)ଆଉ କେତେକଙ୍କ ମତରେ  false memory phenomena" ଵା "ମିଥ୍ୟା ସ୍ମୃତି ପ୍ରତିଭାସ" ଯୋଗୁଁ ଏଭଳି ଅନୁଭଵ ହୋଇଥାଏ । ଏହା 
"false memory syndrome" ଵା "ମିଥ୍ଯାନୁସ୍ମରଣ ସଂଲକ୍ଷଣ"ର ଏକ ଅଂଶଵିଶେଷ ଅଟଇ । ଏ କ୍ଷେତ୍ରରେ କିଛି ଗଵେଷକ ଅନେକ ଲୋକଙ୍କ ସହ ପରୀକ୍ଷା କରି ପ୍ରମାଣିତ କରିଥିଲେ ଯେ ମନୁଷ୍ୟମାନେ ଅନେକ ଘଟଣାର ସମାନତା ଯୋଗୁଁ ଵେଳେଵେଳେ  ଏକ ଘଟଣା ସହ ଅନ୍ୟ ଘଟଣାକୁ ମନେ ରଖିନିଅନ୍ତି ଓ ଧୀରେ ଧୀରେ ସେମାନେ ସେ ଉଭୟ ଘଟଣାକୁ ଏକ କରିଦିଅନ୍ତି ।

ଉଦାହରଣ ସ୍ୱରୂପ ...
ମହାତ୍ମା ଗାନ୍ଧୀ,ମାର୍ଟିନ୍ ଲୁଥର କିଙ୍ଗ୍  ଓ ନେଲସନ୍ ମାଣ୍ଡେଲାଙ୍କ ମଧ୍ୟରେ ସମାନତା ଉପରେ ଦୃଷ୍ଟି ଦିଆଯାଉ

୧)ସେ ତିନିହେଁ ଗୋରାଲୋକଙ୍କ ଦୃଷ୍ଟିରେ କଳାଲୋକ ଥିଲେ ।
୨)ତିନି ଜଣ ଯାକ ଅହିଂସା ଆନ୍ଦୋଳନ କରିଥିଲେ ।
୩)ମାର୍ଟିନ୍ ଲୁଥର କିଙ୍ଗ୍ ରଙ୍ଗଭେଦ କରୁଥିଵା ଗୋରା ସରକାର ସହିତ ଆନ୍ଦୋଳନ କରିଥିଲାଵେଳେ ମହାତ୍ମାଗାନ୍ଧୀ ଓ ନେଲସନ୍ ମାଣ୍ଡେଲା ଇଂରେଜମାନଙ୍କ ଵିରୋଧରେ ଆନ୍ଦୋଳନ କରିଥିଲେ ।

ଫଳତଃ ଅନେକ ଗୋରାଲୋକଙ୍କ ମନରେ ଏ ତିନି ଲୋକ ଏକ ବୋଲି ଧାରଣା ଜନ୍ମିଥିଵ । ୧୯୮୦ ମସିହା ଵେଳକୁ ସାରା ଵିଶ୍ଵରେ ଦୂରଦର୍ଶନ କ୍ରାନ୍ତି ଆରମ୍ଭ ହୋଇଥିଲା । ୧୯୮୦ରେ ଯେତେବେଳେ ଦକ୍ଷିଣ ଆଫ୍ରିକାରେ ସତ୍ୟାଗ୍ରହ କରି ନେଲସନ୍ ମାଣ୍ଡେଲା ଜେଲ୍ ଗଲେ ତାଙ୍କର "ମହାତ୍ମା ଗାନ୍ଧୀ" ଓ ଆମେରିକୀୟ ସାମାଜିକ କାର୍ଯ୍ୟକର୍ତ୍ତା  "ମାର୍ଟିନ୍ ଲୁଥର କିଙ୍ଗ୍"ଙ୍କ ସହିତ ତୁଳନା ହେଵାକୁ ଲାଗିଲା ।

ସେତେଵେଳେ ଗାନ୍ଧୀ ଓ ୧୯୬୮ରେ ଦେହାନ୍ତ ହୋଇଥିଵା ମାର୍ଟିନ୍ ଲୁଥର କିଙ୍ଗ୍'ଙ୍କ ଵିଷୟରେ ଆଉଥରେ ଆଲୋଚନା ହେଵା ଆରମ୍ଭ ହୋଇଥିଲା । ଏଇ ଚର୍ଚ୍ଚା ସମୟରେ ଯେଉଁମାନେ ଗାନ୍ଧୀ,କିଙ୍ଗ୍ ଓ ତାଙ୍କ ଶଵଯାତ୍ରା ଦେଖିଥିଵେ  ସେମାନେ ତାହା "ନେଲସନ୍ ମାଣ୍ଡେଲା"ଙ୍କ ଜେଲ୍ ଯିଵା ଓ ମୃତ୍ୟୁ ହେଵା ଘଟଣା ସହ ମିଶାଇ ଆପଣା ମନରେ ଏକ ଵିଚାର କରି ଭ୍ରମ ଧାରଣା ପାଳିନେଇଥିଵା ଅଧିକ ସମ୍ଭଵ ଅଟେ ।

ତେଵେ ସେ ଯାହା ହେଉ ଆଜି ଇଂରାଜୀରେ ଦୁଇଟି ଘଟଣାକୁ ଏକ ଵିଚାର କରି ବହୁତ ଲୋକେ ତାଙ୍କ ମନରେ ଯେଉଁ ମିଥ୍ୟାନୁସ୍ମରଣର  ଭ୍ରମଧାରଣା ପାଳିଥାଆନ୍ତି ତାକୁ the Mandela effect କୁହାଯାଉଅଛି ।

©ଶିଶିର ସାହୁ ମନୋଜ

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...