Friday, June 5, 2020

ବେଦନା ଭରା ଜୀଵନ ମୋର କରୁଣାରେ ଦିଅ ଭରି

ବେଦନା ଭରା ଜୀଵନ ମୋର କରୁଣାରେ ଦିଅ ଭରି ...(୨)
ହୋ ଓ ଓ.. କରୁଣାରେ ଦିଅ ଭରି..

ତୁମ ପୂଜାର ପ୍ରଦୀପ ଜାଳୁଛି ପ୍ରଭୁ ହେ
ପୂଜାର ପ୍ରଦୀପ ଜାଳୁଛି ପ୍ରଭୁ ହେ
ଆଲୋକ ଯାଇଛି କରି..

ବେଦନା ଭରା ଜୀଵନ ମୋର କରୁଣାରେ ଦିଅ ଭରି
ହୋ ଓ ଓ... କରୁଣାରେ ଦିଅ ଭରି...

ମାଟିର ସଂସାର ତୁମ ଖେଳଣା
ତୁମରି ଗଢା଼ ସୁଖ ଯାତନା(୨)

ଜୀଵନ ଜହର  ମୁଁ ପିଇନେଲି ସିନା
ଝୁରି ଝୁରି ... ଲୁହ ଭରି ...

ବେଦନା ଭରା ଜୀଵନ ମୋର କରୁଣାରେ ଦିଅ ଭରି ...
ହୋ ଓ ଓ.. କରୁଣାରେ ଦିଅ ଭରି..

ହତାସ ଵତାସ ଭରା ଜୀଵନ
ମୋ ପଥେ ଖାଲି ମରୁ ଶ୍ମଶାନ(୨)

ଜୀଵନ ସାହାରା ନେଇ ଚାଲି ଖାଲି ମୁଁ ଯେ
ଝୁରି ଝୁରି... ଲୁହ ଭରି...

ବେଦନା ଭରା ଜୀଵନ ମୋର କରୁଣାରେ ଦିଅ ଭରି ...
ହୋ ଓ ଓ.. କରୁଣାରେ ଦିଅ ଭରି..

ତୁମ ପୂଜାର ପ୍ରଦୀପ ଜାଳୁଛି ପ୍ରଭୁ ହେ
ପୂଜାର ପ୍ରଦୀପ ଜାଳୁଛି ପ୍ରଭୁ ହେ
ଆଲୋକ ଯାଇଛି କରି..

ବେଦନା ଭରା ଜୀଵନ ମୋର କରୁଣାରେ ଦିଅ ଭରି ...(୨)
ହୋ ଓ ଓ.. କରୁଣାରେ ଦିଅ ଭରି..

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...