Newness,Empathy,What where when who why ଓ 
Spred ଏହି ଶବ୍ଦ ଓ ପଦର ପ୍ରଥମ ଲିପୀମଗୁଡି଼କୁ ନେଇ News ଶବ୍ଦ ସୃଷ୍ଟି ହୋଇଛି । 
ଏକାଧିକ ଶବ୍ଦର ପ୍ରଥମ ଲିପୀମଗୁଡି଼କୁ ଏକାଠି ଯୋଡ଼ି ଗଠନ କରାଯାଉଥିଵା ଶବ୍ଦକୁ acronym words କୁହାଯାଏ । ଇଂରାଜୀ ଭାଷାରେ Lol(laughs out loud) ,SONAR( Sound navigation and ranging),AIDS( Acquired immunodeficiency syndrome),Radar(Radio detecting and ranging) ଓ OMG(oh my God) ଭଳି କିଛି acronym ଶବ୍ଦ ନିଶ୍ଚୟ ଅଛି କିନ୍ତୁ News ଶବ୍ଦ ଏହି ଶ୍ରେଣୀର ଶବ୍ଦ ନୁହେଁ । 
ଭାଷାଵିଦମାନେ କୁହନ୍ତି News ଶବ୍ଦରେ new (ନୂଆ) ଓ  -s  ପ୍ରତ୍ୟୟ ରହିଛି । 
ପ୍ରକୃତରେ ଆଧୁନିକ ଇଂରାଜୀ News ଶବ୍ଦଟି ମଧ୍ୟଯୁଗୀୟ ଇଂରାଜୀ ଶବ୍ଦ newes, newys (“new things;ନୂଆ ଵିଷୟ ଵା ନୂଆ କଥା”)ର ଆଧୁନିକ  ରୂପ ଅଟେ । 
ଯଦି News ଶବ୍ଦଟି ଏକ acronym ଜାତୀୟ ଶବ୍ଦ ହୋଇଥାନ୍ତା ତେବେ ସାରା ୟୁରୋପୀୟ ଭାଷାଗୁଡି଼କରେ ସମ୍ବାଦକୁ କେଵଳ News ହିଁ କୁହାଯାଉଥାନ୍ତା କିନ୍ତୁ ୟୁରୋପରେ ଵିଭିନ୍ନ ଭାଷାରେ ସମ୍ବାଦ ଅର୍ଥଜ News ଶବ୍ଦର ଭିନ୍ନ ଭିନ୍ନ ପ୍ରତିଶବ୍ଦ ରହିଛି । 
ଉଦାହରଣ ସ୍ୱରୂପ ଆର୍ମାନୀୟ ଭାଷାରେ ସମ୍ବାଦକୁ  նորություն  (norutʿyun) କୁହାଯାଏ ଏଵଂ ଏଥିରେ 
 նոր (nor, “ନୂଆ”) ଓ -ութիւն (-utʿiwn, “-ness ଵା ଯୁକ୍ତ”) ଏହିପରି ଦୁଇଗୋଟି ଶବ୍ଦ ରହିଛି । ନିମ୍ନରେ  ୟୁରୋପରେ କଥିତ ହେଉଥିଵା ଵିଭିନ୍ନ ଭାଷାରେ ସମ୍ବାଦ ଅର୍ଥଜ ପ୍ରତିଶବ୍ଦର ଉଲ୍ଲେଖ କରାଗଲା । 
•ଚେକ୍ ଭାଷା : noviny 
•ଡାନିଶ୍ :  nyt
•ଡଚ୍ : nieuws 
•ଗାଲିସିଆନ୍ : novas 
•ଜର୍ମାନ୍ :  Neuigkeiten , Nachricht, Nachrichten ଓ Neues 
•ଗ୍ରୀକ୍: νέα(néa)
•ଇଂଗ୍ରିଆନ୍ : noovosti
•ଲିଥୁଆନିଆ : naujiena
•ମେସିଡୋନିଆନ୍ :  новости  (novosti) ଓ новини (novini)
•ନରୱେଜିୟନ୍ : nyhet, nytt, nyheit  ଓ nyhende 
•ପୋଲିଶ୍ : nowości
•ରୋମିନିୟନ୍ : noutate 
•ରଷିୟନ୍: но́вости (nóvosti)
•ସିସିଲିଆନ୍ : nutizzia
•ସ୍ଲୋଵାକ୍ : novinky
•ସ୍ଲୋଵେନେ : novice
•ସ୍ଵିଡିଶ୍ : nyhet ,nyheter
•ୟୁକ୍ରେନିୟନ୍ : нови́ни (novýny)
•ୱାଲୂନ୍(Waloon): novele
•ୱେଲ୍ସ ଭାଷା : newyddion
•ଫ୍ରିଶିଅନ୍ : Näis,näjs ଓ nijs 
ଇଂରାଜୀ News ଶବ୍ଦର ଵିଭିନ୍ନ ୟୁରୋପୀୟ ଭାଷାରେ ପ୍ରଚଳିତ ଏ ସମସ୍ତ ପ୍ରତିଶବ୍ଦଗୁଡି଼କର ପ୍ରାକ୍  ଜର୍ମାନିକ୍ ମୂଳ ଶବ୍ଦଟି ହେଉଛି *niwi ଓ *niwjaz ଏଵଂ  ଏହାର ପ୍ରାକ୍ ଭାରୋପୀୟ ଶବ୍ଦରୂପ  *néwyos (“new”) ତଥା  *néwos ନିର୍ଣ୍ଣୟ କରାଯାଇଛି । ଆମ ଭାରତୀୟ ଭାଷାଗୁଡି଼କରେ ପ୍ରଚଳିତ ନଵ,ନୂତନ ଓ ନୂଆ ଇତ୍ୟାଦି ଶବ୍ଦଗୁଡି଼କ ମଧ୍ୟ ମୂଳ ପ୍ରାକ୍ ଭାରୋପୀୟ ଶବ୍ଦ *néwosରୁ ସୃଷ୍ଟି ହୋଇଛି ଅତଃ ଇଂରାଜୀ News ଶବ୍ଦର ଆମ ଭାରତୀୟ ଶବ୍ଦ ନଵ ଓ ନୂଆ ଆଦି ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ଅଛି । 
ଆମେ ଆଜି ବି ସବୁଦିନ ନୂତନ News ଵା ସମ୍ବାଦ ଶୁଣନ୍ତି ଵା ଶୁଣିଵାକୁ ଇଚ୍ଛା କରନ୍ତି । ପ୍ରତିଦିନ ଗଣମାଧ୍ୟମରେ ନୂଆ ନୂଆ ସମ୍ବାଦ ପ୍ରଚାରିତ ହୋଇଥାଏ ଏଵଂ ପୁରୁଣା ସମ୍ଵାଦକୁ ସେତେ ଗୁରୁତ୍ଵ ଦିଆଯାଏ ନାହିଁ  । ବାସି ସମ୍ବାଦ ଵିଷୟରେ ଜାଣିଥିଲେ ତାକୁ ଆଉ କେହି ଶୁଣିଵାକୁ ଚାହାନ୍ତି ନାହିଁ । ଫଳତଃ “ପ୍ରତିଦିନ ନୂତନ ସମ୍ବାଦ” ଭାଵକୁ ଘେନି ୟୁରୋପରେ ପ୍ରୋକ୍ତ ଶବ୍ଦଗୁଡି଼କ ସୃଷ୍ଟି ହୋଇଥିଲା । 
ତେବେ ଅନେକେ ହୁଏତ ଜାଣିନଥିବେ ଯେ ଆଗେ ପ୍ରାଚୀନ ଇଂରାଜୀ ଭାଷାରେ ଏହି News ଶବ୍ଦ ଛଡ଼ା spell ଶବ୍ଦ ମଧ୍ୟ ସମ୍ବାଦ ଅର୍ଥରେ ପ୍ରୟୋଗ କରାଯାଉଥିଲା ।
ଆଜିକାଲି Spell ଶବ୍ଦଟି କେଵଳ ଯାଦୁ କରିଵା ସମୟରେ ବୋଲାଯିଵା ମନ୍ତ୍ର ଅର୍ଥରେ ଵ୍ୟଵହୃତ ହେଉଅଛି । ଅଷ୍ଟମରୁ ପନ୍ଦରଶହ ଶତାବ୍ଦୀ ଯାଏଁ ଇଂରାଜୀ ଭାଷାରେ spell ଶବ୍ଦଟି ଭାଷଣ ଓ ପ୍ରଵଚନ ଅର୍ଥରେ ପ୍ରୟୋଗ ହେଉଥିଲା । 
କିନ୍ତୁ ଅଷ୍ଟମ ଶତାବ୍ଦୀ ପୂର୍ଵରୁ ଏହି spell  ଶବ୍ଦ ଇଂରାଜୀ ଭାଷାରେ ସମ୍ବାଦ ଅର୍ଥରେ ପ୍ରୟୋଗ କରାଯାଉଥିଵା ଜଣାଯାଏ । ଏହାର ପ୍ରାକ୍ ଜର୍ମାନିକ୍ ଶବ୍ଦରୂପ  *spellą (“ଭାଷଣ,ଵଚନ,କଥା”) ଓ ପ୍ରାକ୍ ଭାରୋପୀୟ ଶବ୍ଦରୂପ *spel- ("କହିଵା ”) ଓ  *bʰel- (“କହିଵା,ଶବ୍ଦକରିଵା”) ନିର୍ଣ୍ଣୟ କରାଯାଇଛି । ସଂସ୍କୃତ ଶବ୍ଦ ଭର୍ଗ , ଭର୍ଗସ ଓ ଭାଲ ଭଳି କିଛି ଶବ୍ଦ ସହିତ ଏହାର ସଗୋତ୍ରୀୟ ସମ୍ପର୍କ ଥିଵା ଜଣାଯାଏ । 
ଅସ୍ତୁ, News ଶବ୍ଦ ସମ୍ବନ୍ଧୀୟ ପ୍ରୋକ୍ତ ଆଲୋଚନାରୁ ଆମେ ଜାଣିଲେ ଯେ ଏହି ଶବ୍ଦଟି ଏକ acronym ଶବ୍ଦ ନୁହେଁ ଵା North, East,West ଓ Southର ପ୍ରଥମ ଅକ୍ଷରକୁ ନେଇ ସୃଷ୍ଟି ହୋଇନାହିଁ ଵରଂ News ଶବ୍ଦର ସଗୋତ୍ରୀୟ ସମ୍ପର୍କ ଆମ ଭାରତର ନଵ,ନୂତନ,ନୂଆ ଭଳି ଶବ୍ଦ ସହିତ ଅଛି ।
  
No comments:
Post a Comment