Monday, December 25, 2023
X-mas ଵା Christmasର ଓଡ଼ିଆ କ'ଣ ?
Monday, December 18, 2023
"କ୍ରମଶଃ ହଜିଯାଉଥିଵା ଗୋଟିଏ ଚୂଲି ଓ ତାହାର ଵିଭିନ୍ନ ଓଡ଼ିଆ ନାମ"
Friday, December 15, 2023
𐬽ଓଡ଼ିଶାର ଏକ ମନ୍ଦିର ଚୋରୀ ପ୍ରୟାସର ଇତିଵୃତ 𐬼
ଭୁବନେଶ୍ୱରର ଅନନ୍ତ ଵାସୁଦେଵ ମନ୍ଦିର ଏକ ପୁରାତନ ଵିଷ୍ଣୁ ମନ୍ଦିର
ଅଟେ । ପୁରାତନ କାଳରେ ଭୂଵନେଶ୍ଵର ଶୈଵ କ୍ଷେତ୍ର ଭାବେ ଖ୍ୟାତ ଥିଲା । ଭୁବନେଶ୍ୱର ନଗରରେ ଶିଵ ଭଗଵାନ ଲିଙ୍ଗରାଜ , ଭୁବନେଶ୍ୱର,ଲକ୍ଷ୍ମଣେଶ୍ବର ଓ ଚକ୍ରେଶ୍ବର ଆଦି ଵିଭିନ୍ନ ନାମରେ ସହସ୍ରାଧିକ ମନ୍ଦିରରେ ପୂଜା ପାଉଛନ୍ତି ।
ପ୍ରସିଦ୍ଧ କଳିଙ୍ଗ ରାଜା ନରସିଂହ ଦେଵ ଦ୍ଵିତୀୟଙ୍କ ଭଗିନୀ ଚନ୍ଦ୍ରିକା ଦେଵୀ ଏହି ଭୁବନେଶ୍ୱରରେ ଭଗଵାନ ଵିଷ୍ଣୁଙ୍କର ଅନନ୍ତ ବାସୁଦେବ ମନ୍ଦିରର ନିର୍ମାଣ କରାଇଥିଲେ । ଜନସୃତି ଅନୁସାରେ ଚନ୍ଦ୍ରିକା ଦେଵୀଙ୍କ ପତି ହୈହୟ ଵଂଶୀ ରାଜା ପରମର୍ଦ୍ଦୀ ଦେଵ ଵୈଷ୍ଣଵ ଥିଲେ ତେଣୁ ତାଙ୍କ ମୃତ୍ଯୁ ପରେ ପତି ସ୍ମୃତି ରକ୍ଷା ହେତୁ କଳିଙ୍ଗ ରାଜ କନ୍ଯା ଭୁବନେଶ୍ୱରଠାରେ ଏହି ମନ୍ଦିରଟି ନିର୍ମାଣ କରାଇଥିଲେ ।
ଏହାର କେତେ ଶହ ଵର୍ଷ ପୂର୍ଵେ ଉଦ୍ୟୋତକେଶରୀଙ୍କ ମାତା କୋଳାଵତୀ ଭୁବନେଶ୍ୱରଠାରେ ଥିଵା ବ୍ରହ୍ମେଶ୍ଵର ମନ୍ଦିର ନିର୍ମାଣ କରାଇ ନିଜ ଵଂଶ ପ୍ରଶସ୍ତି କଥା ଲେଖି ୨୦ ପଂକ୍ତି ଵିଶିଷ୍ଟ ଏକ ଶିଳାଲେଖ ସେଥିରେ ସଂଯୋଗ କରିଥିଲେ ।
ତେବେ ଉଭୟ ଶିଳାଲେଖକୁ ଲୋକ ଆଗୋଚରରେ ଅପହରଣ କରାଯାଇ କଲିକତାସ୍ଥ Asiatic Reaserch Societyକୁ ୧୮୨୨ରେ ନିଆଯାଇଥିଲା । ମାତ୍ର ଏହି ଦୁଇଗୋଟି ଶିଳାଲେଖ ଆଉ ଫେରାଇ ନଦିଆଯିଵା ଯୋଗୁଁ ଭୁବନେଶ୍ୱରର ପୂଜାରୀ ଓ ପଣ୍ଡାମାନେ ଏହାର ପ୍ରତିଵାଦ କଲେ ଫଳତଃ ଅତି ଚତୁରତାର ସହିତ ବଙ୍ଗଳା ରାଜା ଭଵଦେଵ ଭଟ୍ଟଙ୍କ ଏକ ଶିଲାଲେଖ ଆଣି ରଖିଦିଆ ଗଲା । ସେତେବେଳେ ଭୁବନେଶ୍ବରର ପୂଜାରୀମାନେ ଏହାର ରହସ୍ୟ ବୁଝିପାରିଲେ ନାହିଁ ।
କେତେକ ଵର୍ଷ ପରେ ବଙ୍ଗାଳୀ ପ୍ରାବନ୍ଧିକମାନେ ଅନନ୍ତ ବାସୁଦେବ ମନ୍ଦିରକୁ ଭଵଦେଵ ଭଟ୍ଟଙ୍କ କୀର୍ତ୍ତି ବୋଲି ସମ୍ପୂର୍ଣ୍ଣ ବଙ୍ଗରେ ପ୍ରଚାର କଲେ । କଥାରେ ଅଛି ସତ କେବେ ଲୁଚି ରହେନା ! ନିଶ୍ଚୟ ଦିନେ ନା ଦିନେ ସତ୍ୟ ଦୃଶ୍ୟ ହୁଏ, ପ୍ରକଟ ହୋଇଯାଏ । ସତ୍ୟକୁ କେହି ବଦଳାଇ ପାରେନା କି ମାରି ପାରେନା !!!
ସେକାଳରେ ଓଡ଼ିଶାର ସୁଯୋଗ୍ଯ ପ୍ରତ୍ନତତ୍ତ୍ଵଵିତ୍ #ପରମାନନ୍ଦ_ଆଚାର୍ଯ୍ୟ ଏହି ଷଡ଼ଯନ୍ତ୍ର ଵିଷୟରେ ଜାଣିପାରି ଏକ ତଥ୍ଯାତ୍ମକ ପ୍ରବନ୍ଧ ଲେଖିଲେ । ସେ ପ୍ରବନ୍ଧ ତତ୍କାଳୀନ ସମ୍ଭ୍ରାନ୍ତ ରାଜନ୍ୟ ଶିକ୍ଷିତ ଵର୍ଗ ମଧ୍ୟରେ ଆଲୋଡ଼ନ ସୃଷ୍ଟି କଲା । କୁହାଯାଏ ମୟୂରଭଞ୍ଜ ମହାରାଜାଙ୍କ ସହାୟତାରେ ଚନ୍ଦ୍ରିକାଦେଵୀଙ୍କ ସେହି ଶିଳାଲେଖ ଲଣ୍ଡନ ମ୍ଯୁଜିୟମରୁ ଓଡ଼ିଶାକୁ ଅଣା ଯାଇଥିଲା । ଏହାପରେ ପରେ ଏ ଵିଷୟକୁ ନେଇ ଐତିହାସିକଙ୍କ ମଧ୍ୟରେ ବାଦଵିଵାଦ ତର୍କ ଵିତର୍କ ଲାଗିଲା । ଶେଷରେ ଅନୁସନ୍ଧାନରୁ ଜଣାଗଲା ଯେ ଜନୈକ ବଙ୍ଗାଳୀ ଵୈଷ୍ଣଵ ଦ୍ଵାରା ଚନ୍ଦ୍ରାଦେଵୀଙ୍କ ଶିଳାଲେଖକୁ ଲଣ୍ଡନରେ ବିକି ଦିଆଯାଇଥିଲା ଯାହା ସେଠାକାର ପୋଲିସ ଜବତ କରି ତାକୁ ଲଣ୍ଡନର ମ୍ଯୁଜିୟମକୁ ଦେଇ ଦେଇଥିଲା । ତେବେ ଦୁଃଖର ଵିଷୟ ବ୍ରହ୍ମେଶ୍ବର ମନ୍ଦିରର ଶିଳାଲେଖଟି ଏବେ ବି ଲଣ୍ଡନର ମ୍ଯୁଜିୟମରେ ରହିଯାଇଛି ।
𐬽𐬼𐬽𐬼𐬽𐬼𐬽𐬼𐬽𐬼𐬽𐬼
Saturday, December 9, 2023
ମନୁଷ୍ୟର ଆକାଶରେ ଉଡ଼ିଵାର ଇତିହାସ
Thursday, December 7, 2023
ମାଣ୍ଡୁ ଶବ୍ଦ ରହସ୍ୟ
Saturday, December 2, 2023
•ସାରଳା ମହାଭାରତରେ ଦୁର୍ଯ୍ୟୋଧନଙ୍କର ମୁକୁଟର ନାମକରଣ ଅନର୍ଗଳ ମୁକୁଟ ଵା ଅନର୍ଘ ମୁକୁଟ କାହିଁକି ହୋଇଛି ?•
"ଟର୍କୀ ପକ୍ଷୀର ନାମକରଣ: ଭାରତ, ପେରୁ ଓ ତୁର୍କୀର ଐତିହାସିକ ସଂଯୋଗ"
Hindi କହିଲେ ଆମେ ଭାରତର ଏକ ଜଣାଶୁଣା ରାଜଭାଷାକୁ ବୁଝନ୍ତି କିନ୍ତୁ ଉତ୍ତର ଆଫ୍ରିକାର ସ୍ଵାହିଲି ଭାଷାରେ ମକାକୁ Hindi କୁହନ୍ତି(ବହୁଵଚନରେ Mahindi କୁହାଯାଏ ।) । ସ...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ଶ୍ରୀଵିଷ୍ଣୁଙ୍କର ଅଷ୍ଟମଅଵତାର ଶ୍ରୀକୃଷ୍ଣ ନାମରେ ଵିଖ୍ଯାତ ଅଟନ୍ତି । ଏହାଙ୍କର ଏଭଳି ନାମକରଣକୁ ନେଇ ନାନାମତ ପ୍ରଚଳିତ । ନିମ୍ନରେ ଉକ୍ତ ମତଗୁଡି଼କ ଵିଷୟରେ ଆଲୋଚନା ...