Monday, March 24, 2025

ପାକିସ୍ତାନର ଵର୍ତ୍ତମାନ ଅଵସ୍ଥା ପଶ୍ଚିମ ଓଡ଼ିଶାର ଭଵିଷ୍ୟତ ନହେଉ

୧୯୬୫ ମସିହାରେ ଯେତେବେଳେ ଭାରତ ପାକିସ୍ତାନ ଯୁଦ୍ଧ ହେଲା, ଜେନେରାଲ ଅୟୁବ୍ ଖାନଙ୍କ ସରକାର ନିଷେଧାଜ୍ଞା ଜାରି କଲେ ଯେ ରେଡିଓ ପାକିସ୍ତାନରୁ ଭାରତୀୟ ମୂଳର କୌଣସି ଗୀତ ବାଜିଵ ନାହିଁ । ଏମନ୍ତକି ଭାରତୀୟ ପଠାଣ ଉର୍ଦ୍ଦୂ ଶାୟରମାନଙ୍କର ଗଜଲ ଶାୟରୀ ଓ ଗୀତ ଉପରେ ମଧ୍ୟ କଟକଣା ଲାଗିଗଲା । ପାକିସ୍ତାନ ସରକାରଙ୍କ ଆଦେଶ ପାଇଵା ମାତ୍ରେ ପାକିସ୍ତାନରେଡିଓର କର୍ମଚାରୀମାନେ ତରବର ହୋଇ କଵିମାନଙ୍କର ତାଲିକା ତିଆରି କଲେ ଓ ଭାରତୀୟ ଚଳଚ୍ଚିତ୍ରର ଗୀତଗୁଡ଼ିକୁ ତଥା ଭାରତୀୟ ମୂଳର ଶାୟରମାନଙ୍କର ଗଜଲ ଶାୟରୀଗୁଡ଼ିକୁ ସାଉଣ୍ଡ ଲାଇବ୍ରେରୀରୁ ହଟାଇ ଦେଲେ। ଏହି ନିଷେଧାଜ୍ଞା ସତ୍ତ୍ୱେ ଅଲ୍ଲାମା ଇକୱାଲ ହିନ୍ଦୁସ୍ତାନୀ ହୋଇଥିଲେ ମଧ୍ୟ ତାଙ୍କ ଗୀତ,ଗଜଲ ଓ ଶାୟରୀ ତଥାପି କୌଣସି କଟକଣା ଲାଗିଲା ନାହିଁ। କାରଣ ସେ କେବେ ଚଳଚ୍ଚିତ୍ର ଗୀତ ଲେଖି ନଥିଲେ ଏଵଂ ତାଙ୍କ ମାନସିକ ସନ୍ତାନ ପାକିସ୍ତାନ ହିଁ ଥିଲା । ଅର୍ଥାତ୍ ସାରେ ଜାହାଁ ସେ ଅଚ୍ଛା ହିନ୍ଦୋସ୍ତାଂ ଲେଖିଥିଵା ଅଲ୍ଲାମା ଇକୱାଲଙ୍କର ହିଁ ମାନସ ସନ୍ତାନ ପାକିସ୍ତାନ ଥିଲା । 

ତେବେ ମଜରୁ ସୁଲତାନପୁରୀ, କୈଫି ଆଜମୀ ଓ ଅଲି ସରଦାର ଜାଫରି ପଠାଣ ହେଲେହେଁ ଭାରତୀୟ ହୋଇଥିଵାରୁ କଟକଣାରୁ ଵର୍ତ୍ତିପାରିଲେ ନାହିଁ । କାରଣ ସେମାନେ ଚଳଚ୍ଚିତ୍ର ଗୀତ ଲେଖିବା ସହିତ କମ୍ୟୁନିଷ୍ଟ ଭାବେ ମଧ୍ୟ ପରିଚିତ ଥିଲେ। କିନ୍ତୁ ଭାରତୀୟ ହୋଇ ବି ଫିରାକ ଗୋରଖପୁରୀଙ୍କ ଗଜଲ ରେଡିଓ ପାକିସ୍ତାନରେ ତଥାପି ବାଜିଲା । ପାକିସ୍ତାନୀ ନଥିଲେ ଯେ ଫିରାକଙ୍କ ପ୍ରକୃତ ନାମ ରଘୁପତି ସହାୟ ଥିଲା ଏଵଂ ସେ ଜଣେ ହିନ୍ଦୁ ଥିଲେ । 

ଏକ ଶତାବ୍ଦୀ ପୂର୍ଵେ ପାକିସ୍ତାନରେ ପଢ଼ାଯାଉଥିଵା ଵିଦ୍ୟାଳୟର ପୁସ୍ତକରେ ଇତିହାସ ଆରମ୍ଭ ହେଉଥିଲା ଅଶୋକ ଓ ଚନ୍ଦ୍ରଗୁପ୍ତଙ୍କଠାରୁ ଏଵଂ ତତ୍ପରେ ପିଲାଏ ସିନ୍ଧୁ ଜୟ କରିଥିବା ମୋହମ୍ମଦ ବିନ କାସିମଙ୍କ ଇତିହାସ ପଢ଼ୁଥିଲେ । କିନ୍ତୁ ଆଜିର ପାକିସ୍ତାନରେ କୌଣସି ସ୍କୁଲ ପିଲା ଅଶୋକ କିମ୍ବା ଚନ୍ଦ୍ରଗୁପ୍ତଙ୍କୁ ଜାଣି ନାହିଁ କି ଏ ଇତିହାସ ସେ ଵିଦ୍ୟାଳୟରେ ପଢ଼େ ନାହିଁ । ଆଜି ପାକିସ୍ତାନରେ ପିଲାଏ ମୋହମ୍ମଦ ବିନ କାସିମଙ୍କୁ ସମସ୍ତେ ଜାଣନ୍ତି ଓ ତାଙ୍କ ପରି ଜେହାଦ୍ କରି ଗଜଵା ଏ ହିନ୍ଦ୍ କରିଵା ତଥା ହିନ୍ଦୁ ହତ୍ୟାର ସ୍ଵପ୍ନ ଦେଖୁଛି । ୫୫ ଵର୍ଷ ପୂର୍ଵର ପାକିସ୍ତାନୀ ପିଲାମାନେ ୧୮୫୭ର ସ୍ୱାଧୀନତା ସଂଗ୍ରାମ ପଢୁଥିଲେ । ବାହାଦୁର ଶାହ ଜଫର ଓ ଜେନେରାଲ ବଖ୍ତ ଖାନଙ୍କ ସହିତ ମଙ୍ଗଳ ପାଣ୍ଡେ ଓ ଝାନ୍ସୀର ରାଣୀଙ୍କୁ ମଧ୍ୟ ମନେ ରଖୁଥିଲେ। ଜାଲିଆଁବାଲା ବାଗର କାହାଣୀ ମଧ୍ୟ ଜାଣୁଥିଲେ । ଆଜି ପାଠ୍ୟପୁସ୍ତକ ପଢିଲେ ମନେହୁଏ ଯେମିତି ପାକିସ୍ତାନର ଇତିହାସ ମୋହମ୍ମଦ ବିନ କାସିମ, ମୋଗଲ ସାମ୍ରାଜ୍ୟ, ସର ସୈୟଦ ଅହମଦ ଖାନ ଓ ଖିଲାଫତ ଆନ୍ଦୋଳନ ଦେଇ ସିଧା ଅଗଷ୍ଟ ୧୯୪୭ରେ ପହଞ୍ଚି ଯାଉଛି । 

ପାକିସ୍ତାନର ସ୍କୁଲ ପୁସ୍ତକରେ ଏହି ପରିବର୍ତ୍ତନ ଭୁଟ୍ଟୋ ସରକାରଙ୍କ ସମୟରେ ଆରମ୍ଭ ହୋଇଥିଲା ଓ ଜେନେରାଲ ଜିଆଙ୍କ ଶାସନ କାଳରେ ଇତିହାସକୁ ଏକ ଅସ୍ତ୍ରର ରୂପ ଦିଆଗଲା। ଫଳସ୍ୱରୂପ, ପାକିସ୍ତାନୀ ସମାଜରୁ ଵିଵିଧତା, ସମାଵେଶ ଓ ସମାନତାର ଅନୁଭଵ ଧୀରେ ଧୀରେ ଲୋପ ପାଇଗଲା । ଵୟସ୍କ ପାକିସ୍ତାନୀ କୁହନ୍ତି ତାଙ୍କ ସମୟରେ ଉଚ୍ଚଶିକ୍ଷିତା ଓ ଉଚ୍ଚଵର୍ଗର ମହିଳାମାନେ ସାଲୱାର କମିଜ ଓ ଶାଢ଼ୀ ପିନ୍ଧୁଥିଲେ ଓ ଖୋପା ମଧ୍ୟ ବାନ୍ଧୁଥିଲେ। ଆଜି ପାକିସ୍ତାନରେ ହିଜାବ ସଂସ୍କୃତି ଯୋଗୁଁ ଯଦି କୌଣସି ମହିଳା ଶାଢ଼ୀ ପିନ୍ଧି ଲାହୋରର କୌଣସି ସପିଂ ସେଣ୍ଟରକୁ ଚାଲି ଯାଉଛି ତେବେ ଦୋକାନୀମାନେ ତାଙ୍କୁ କହନ୍ତି, "ଆପଣ ତ ଆମର ଅତିଥି। ଲାହୋର କିପରି ଲାଗିଲା ? ଦିଲ୍ଲୀ ମଧ୍ୟ କ’ଣ ଆମ ଲାହୋର ପରି କି ?’’

ସ୍ଵାଧୀନତା ସଂଗ୍ରାମର ପ୍ରକୃତ ନାୟକ ସୁଭାଷ ବୋଷ ଓ ଭଗତ ସିଂହ ଆଜାଦ ଓ ସୁଖଦେଵଙ୍କ କଥା ଛାଡ଼ନ୍ତୁ ଯୋଉ ପାକିସ୍ତାନ ପାଇଁ ମହାତ୍ମା ଗାନ୍ଧୀଙ୍କ ହୃଦୟ ସବୁବେଳେ କାନ୍ଦୁଥିଲା ସେଇ ପାକିସ୍ତାନରେ ଆଜି ପାକିସ୍ତାନର ଶୁଭଚିନ୍ତକ ମହାତ୍ମା ଗାନ୍ଧୀଙ୍କୁ କେହି ବାଳକ ଚିହ୍ନି ନାହିଁ । ଭଗତ ସିଂହ ତ ପୁଣି ଅଖଣ୍ଡ ଭାରତର ଲାୟଲପୁରରେ ଜନ୍ମ ହୋଇଥିଲେ ଯାହା ଆଜି ପାକିସ୍ତାନରେ ଅଵସ୍ଥିତ । କିନ୍ତୁ ତଥାପି ପାକିସ୍ତାନରେ ଅନେକେ ତାଙ୍କ ଜୀଵନୀ ସହିତ ପରିଚିତ ନୁହେଁ । 

ଘୃଣା ଦ୍ଵେଷକୁ ପାଥେୟ କରି ଦେଶ ବାଣ୍ଟିଦେଲେ ଯାହା ଯାହା ଫଳ ଭୋଗିଵା ଉଚିତ୍ ଆଜି ପାକିସ୍ତାନୀମାନେ ତାହା ତାହା ଭୋଗ କରୁଅଛନ୍ତି । 

ନିଜର ପ୍ରକୃତ ପରିଚୟ ଓ ମୂଳ ଭୂଖଣ୍ଡଠାରୁ ଵିଚ୍ଛିନ୍ନ ହେଲେ ଯେଉଁ ଯେଉଁ ସମସ୍ୟା ଦେଖାଯିଵା କଥା ତାହା ଓଡ଼ିଶାର ଵିଚ୍ଛିନ୍ନାଞ୍ଚଳ ଯଥା- ଶ୍ରୀକାକୁଲମ,ଵସ୍ତର,ମହାସମୁନ୍ଦ, ଷଡୈକଳା,ଖରସୁଆଁ, ସିଂହଭୂମି ଓ ମେଦିନୀପୁରରେ ମଧ୍ୟ ଧିରେ ଧିରେ ଦେଖିଵାକୁ ମିଳିଲାଣି । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ଆଜି ପିଲାଏ ନିଜର ଓଡ଼ିଆ ଭାଷା ଓ ସଂସ୍କୃତିଠାରୁ ଦୂରେଇ ଗଲେଣି । ଓଡ଼ିଆ ଵିଚ୍ଛିନ୍ନାଞ୍ଚଳ ହୋଇ ବି ଆମ ଓଡ଼ିଆ ଭାଇଭଉଣୀମାନେ ଓଡ଼ିଆ ଭାଷାରେ ପାଠ ପଢ଼ି ପାରୁନାହାନ୍ତି। ସେମାନେ ନିଜ ଅଞ୍ଚଳର ମୂଳ ବାସିନ୍ଦା ହୋଇ ମଧ୍ୟ ମାତ୍ର କେଇ ଶତାବ୍ଦୀ ତଳେ ତାଙ୍କ ଅଞ୍ଚଳରେ ଆସି ରହିଥିଵା ଅଣଓଡ଼ିଆମାନେ ସେମାଙ୍କୁ ବାହାରିଆ କହି ଅପମାନିତ କରୁଛନ୍ତି । ଏଣେ ଓଡ଼ିଶାରେ କିଛି ସ୍ଵାର୍ଥୀ ଲୋକ ଇତି ମଧ୍ୟରେ କେଵଳମ ମାନ ପ୍ରତିଷ୍ଠା ପାଇଵା ଆଶାରେ ଜର୍ଜ ସୋରସ୍ ଆଦି ଭାରତ ଵିରୋଧୀ ଵୈଦେଶିକଙ୍କଠାରୁ ଧନ ପାଇ ଓଡ଼ିଶା ଵିଭାଜନର ସ୍ଵପ୍ନ ଦେଖୁଛନ୍ତି। ଓଡ଼ିଶାର ପଶ୍ଚିମାଞ୍ଚଳରେ ପ୍ରାଚୀନ ଓଡ଼ିଆ କଵି, ମହାପୁରୁଷ ଏମନ୍ତକି ଓଡ଼ିଆଙ୍କ ରାଷ୍ଟ୍ରଭାଷା ଓଡ଼ିଆ ତଥା ରାଷ୍ଟ୍ରଦେଵତା ଶ୍ରୀଜଗନ୍ନାଥଙ୍କ ପ୍ରତି ଅସଦାଚରଣ କରିଵାକୁ ପଛାଉନାହାନ୍ତି । ଓଡ଼ିଶାରେ ପାକିସ୍ତାନଟିଏ କରି ଦେଵାକୁ ଚେଷ୍ଟା କରୁଥିଵା ସେଗ ଜାରଜମାନଙ୍କର ଵିଚ୍ଛିନ୍ନତାଵାଦ ରୋଗଳ ଯଦି ବେଳ ଥାଉଁ ଉପଶମ ନକରାଯାଏ ତେବେ ଆଗାମୀ ଦିନମାନଙ୍କରେ ଓଡ଼ିଶାର ପଶ୍ଚିମାଞ୍ଚଳରେ ମଧ୍ୟ ପିଲାଏ ନିଜ ଭାଷା ସଂସ୍କୃତି ଓ ଇତିହାସକୁ ଜାଣିପାରିବେ ନାହିଁ ଓ ଘୃଣା ଦ୍ଵେଷର ଵିଷାକ୍ତ ଵାୟମଣ୍ଡଳରେ ଜନ୍ମ ଲଭି ମରି ଯିବେ ସିନା କେବେ ମଣିଷ ହୋଇପାରିବେ ନାହିଁ।

No comments:

Post a Comment

"ଟର୍କୀ ପକ୍ଷୀର ନାମକରଣ: ଭାରତ, ପେରୁ ଓ ତୁର୍କୀର ଐତିହାସିକ ସଂଯୋଗ"

Hindi କହିଲେ ଆମେ ଭାରତର ଏକ ଜଣାଶୁଣା ରାଜଭାଷାକୁ ବୁଝନ୍ତି କିନ୍ତୁ ଉତ୍ତର ଆଫ୍ରିକାର ସ୍ଵାହିଲି ଭାଷାରେ ମକାକୁ Hindi କୁହନ୍ତି(ବହୁଵଚନରେ Mahindi କୁହାଯାଏ ।) । ସ...