ମୁଁ ଥରେ କଟକର ଏକ ଗ୍ରାମାଞ୍ଚଳରେ ମହାନଦୀ ପଠାକୁ ଯାଇ ଦେଖିଲି ସେଠି ବାଲି ଉପରେ ଶହ ଶହ ଲେଣ୍ଡ ଗଡ଼ୁଛି ! ବୋଧହୁଏ ମହାନଦୀ କୂଳ ବାଲି ଉପରେ ଝାଡ଼ାଫେରି ଲୋକେ ନଦୀର ଜଳକୁ ତଥା ମହୋଦଧି ଜଳକୁ ପଵିତ୍ର କରୁଛନ୍ତି । 
ହ’ ହେଲା ଆମର ତ ଲୋକଵଚନ ଅଛି ମନ୍ଦିର ଗଢ଼ିଲେ ନାଆଁ ନୋହିଲେ ବାଟରେ ହଗିଲେ ନାଆଁ ! ମନ୍ଦିର ତ ଗଢ଼ିପାରିଵାନି ତେଣୁ ବାଟରେ ହଗି ଦେଵା ନାଆଁ ହେଲେ ହେଉ ନହେଲେ ନାହିଁ !!!
ଏବେକୁ ସିନା ମଣିଷ ସଭ୍ୟ ହେଲା ବୋଲି ପାଇଖାନାରେ ପଡ଼ପଡ଼ ପୁଡୁପୁଡ଼ୁ କରି ଦେଉଛନ୍ତି କିନ୍ତୁ ମଣିଷ ଓ ତାହାର ପୂର୍ଵଜ ତଥା ସମସ୍ତ Primate ଜାତିଭାଇ ଖୋଲାରେ ଶୌଚ କରୁଥିଲେ ସିନା ସେ ଵିଷ୍ଠାକୁ ବିଲେଇ ପରି ଘୋଡ଼ାଉନଥିଲେ । 
ହେଲା ଯେ ବିଲେଇକୁ କ'ଣ  ହଗୁଥିଲାବେଳେ କି ହଗି ସାରିଲାପରେ ଜନ୍ଦା,ବିଚ୍ଛା କାମୁଡ଼ି ଦେଇଥିଲା ଯେ ଵିଷ୍ଠାତ୍ୟାଗ ପରେ ତାକୁ ଘୋଡ଼ାଏ ? 
ଘରୋଇ ବିଲେଇର (Felis catus) ପୂର୍ଵଜମାନେ ଏଵଂ ଆଫ୍ରିକୀୟ ଵନ୍ୟମାର୍ଜାର ଵା Felis lybica ଭଳି ମାର୍ଜାର ଜାତୀୟ ଜୀଵମାନେ ଆଗେ ସେମାନଙ୍କ ସ୍ୱାଭାଵିକ ଵାସସ୍ଥାନରେ ଶିକାରୀ ଓ ଶିକାର ଉଭୟ ଥିଲେ। ସେସମୟର ବିଲେଇଙ୍କ ପୂର୍ଵଜ ମୂଷା ଭଳି ଛୋଟ ଛୋଟ ଜୀଵଙ୍କ ଶିକାର କରିଥିଲେ ଏଵଂ ସିଂହ, ଚିତା କିମ୍ବା କୁକୁରଜାତୀୟ ବଡ଼ ଶିକାରୀଜୀବମାନେ ବିଲେଇମାନଙ୍କର ମଳ କିମ୍ବା ମୂତ୍ରର ଗନ୍ଧ ମାଧ୍ୟମରେ ସେମାନଙ୍କର ଉପସ୍ଥିତି ଜାଣିପାରୁଥିଲେ। ବଡ଼ଶିକାରୀଙ୍କଠାରୁ ରକ୍ଷା ପାଇଵା ପାଇଁ ବିଲେଇଙ୍କ ପୂର୍ଵଜ ମଳ ଘୋଡ଼ାଇଵା ଆରମ୍ଭ କଲେ ଯାହା ପିଢ଼ି ପିଢ଼ି ଧରି ଚାଲିଲା ଫଳତଃ ଏହା ଏବେ ଗୃହପାଳିତ ବିଲେଇଙ୍କ ମଧ୍ୟରେ ବି ଦେଖାଯାଉଛି । 
ଗଵେଷଣାକାରୀ  ଜୁଡିଥ୍ ୱେଷ୍ଟମ୍ୟାନ୍ ଏଵଂ ତାଙ୍କ ଦଳ ଅଧ୍ୟୟନ କରିଛନ୍ତି ଯେ ଵନ୍ୟ ବିରାଡ଼ିମାନେ ନିଜର ମଳକୁ ପାଖାପାଖି ୯୫% ସମୟରେ ଘୋଡ଼ାନ୍ତି, ଯାହା ସେମାନଙ୍କର ବଞ୍ଚିରହିଵା ପ୍ରଵୃତ୍ତିର ପ୍ରମାଣ। ଏହା କେଵଳ ଶାରୀରିକ କାର୍ଯ୍ୟକଳା ନୁହେଁ ଵରଂ ଜୀନ୍ ସ୍ତରରେ ନିୟନ୍ତ୍ରିତ ଯାହା ସେମାନଙ୍କୁ ଆନ୍ତରିକ ଭାବରେ ପ୍ରେରଣା ଦେଇଥାଏ।
କିଛି ଗଵେଷକ କୁହନ୍ତି ବିଲେଇମାନେ ଅଯଥା ଵିଵାଦକୁ ଏଡ଼େଇ ଦେଵା ପାଇଁ ଏଭଳି କରନ୍ତି । Journal of Mammalogyରେ ପ୍ରକାଶିତ ଏକ ଅଧ୍ୟୟନରେ ଦର୍ଶାଯାଇଛି ଯେ ବିଲେଇମାନେ ନିଜର ମଳକୁ ଘୋଡ଼ାଇଵା ଦ୍ୱାରା କ୍ଷେତ୍ରୀୟ ସଂଘର୍ଷକୁ ୭୦% ହ୍ରାସ କରନ୍ତି। ଏହା ସେମାନଙ୍କର ଶକ୍ତି ସଞ୍ଚୟ କରିଵା ତଥା ଆଘାତ ଏଡ଼ାଇଵାର ଏକ ରଣନୀତି। ଘରୋଇ ବିଲେଇମାନେ ମଧ୍ୟ ଏମନ୍ତ କରନ୍ତି ଏଵଂ ଏହା ସେମାନଙ୍କର ପୂର୍ଵଜମାନଙ୍କର ଇତିହାସକୁ ପ୍ରତିଫଳିତ କରେ।
ବିଲେଇମାନେ ପ୍ରାକୃତିକ ଭାବରେ ପରିଚ୍ଛନ୍ନ ରହୁଥିଵା ଜୀଵ ଏଵଂ ନିଜର ଵର୍ଜ୍ୟଵସ୍ତୁ ଘୋଡ଼ାଇଵା ସେମାନଙ୍କର ସ୍ୱାସ୍ଥ୍ୟ ରକ୍ଷଣରେ ସାହାଯ୍ୟ କରେ। ମଳରେ ପାରାସାଇଟ୍, ବାକ୍ଟେରିଆ ଓ ଵାଇରସ୍ ଥାଇପାରେ ଯାହା ଖୋଲାରେ ରହିଥିଲେ ସେମାନଙ୍କୁ କିମ୍ବା ତାଙ୍କ ଶାଵକମାନଙ୍କୁ ସଂକ୍ରମିତ କରିପାରେ। ମଳ ଘୋଡ଼ାଇଵା ଦ୍ଵାରା ରୋଗ ସଂକ୍ରମଣ ପ୍ରସାରରେ ହ୍ରାସ ହୋଇଥାଏ ।
ପୁଣି ଗଵେଷଣାରୁ ଜଣାଯାଇଛି ଯେ ବିଲେଇମାନେ ଚିନ୍ତାଗ୍ରସ୍ତ ପରିସ୍ଥିତିରେ ମଳ ଘୋଡ଼ାଇଵାକୁ ଏକ କ୍ଷୁଦ୍ର କାର୍ଯ୍ୟ ଭାବରେ ଵ୍ୟଵହାର କରନ୍ତି। ଏହା ସେମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ସ୍ଥିର ରଖେ। ଅଧ୍ୟୟନରେ ଦେଖାଯାଇଛି ଯେ, ଯେଉଁ ବିଲେଇମାନେ ଏହା କରନ୍ତି ସେମାନେ ଅଧିକ ସନ୍ତୁଳିତ ଏଵଂ ଅଳ୍ପ ଉତ୍ୟକ୍ତ ହୁଅନ୍ତି । ଘରୋଇ ବିଲେଇମାନେ ଲିଟର୍ ବକ୍ସ୍ରେ ଆପଣାର ମଳ ଘୋଡ଼ାଇଵା ଦ୍ୱାରା ନିଜର କ୍ଷେତ୍ରକୁ ନିୟନ୍ତ୍ରଣ କରନ୍ତି, ଯାହା ସେମାନଙ୍କର ସ୍ୱାଧୀନତାର ଅନୁଭୂତି ଦେଇଥାଏ। ଏହା ସେମାନଙ୍କର ହର୍ମୋନାଲ୍ ସନ୍ତୁଳନକୁ ରକ୍ଷା କରେ।
ବିଲେଇମାନେ ନିଜର ଵାସସ୍ଥାନ ଅନୁଯାୟୀ ମଳ ଘୋଡ଼ାଇଵାର ପ୍ରଵୃତ୍ତି ପରିଵର୍ତ୍ତନ କରନ୍ତି। ଶୁଷ୍କ ମରୁଭୂମିରେ ସେମାନେ ଅଧିକ ଗଭୀରରେ ମଳ ଘୋଡ଼ାନ୍ତି, ଯାହା ଗନ୍ଧକୁ ଅଧିକ ପ୍ରଭାଵିଷ୍ଟ କରେ। ଜଳଵାୟୁ ପରିଵର୍ତ୍ତନ ସହିତ ସେମାନଙ୍କର ଏହି ପ୍ରଵୃତ୍ତି ଅନୁକୂଳିତ ହୋଇଛି। ଗବେଷଣା ଦର୍ଶାଏ ଯେ, ମାଟିର ପ୍ରକାର ସେମାନଙ୍କର ମଳ ଘୋଡ଼ାଇଵାର ଗଭୀରତାକୁ ପ୍ରଭାଵିତ କରେ, ଯାହା ସେମାନଙ୍କର ପରିଵେଶ ଅନୁକୂଳନର ପ୍ରମାଣ।
ବିଲେଇମାନଙ୍କର ମଳ ଘୋଡ଼ାଇଵା ପ୍ରଵୃତ୍ତି ଜୀନ୍ ସ୍ତରରେ ନିୟନ୍ତ୍ରିତ ଯେଉଁଥିରେ ସେରୋଟୋନିନ୍ ଓ ଅକ୍ସିଟୋସିନ୍ ଆଦି ହର୍ମୋନ୍ ଭୂମିକା ଗ୍ରହଣ କରେ। ଗଵେଷଣା ଦର୍ଶାଏ ଯେ, ଏହା ସେମାନଙ୍କର ମସ୍ତିଷ୍କର ରିୱାର୍ଡ୍ ସିଷ୍ଟମ୍କୁ ସକ୍ରିୟ କରେ, ଯାହା ଏହାକୁ ଏକ ସୁଖକର କାର୍ଯ୍ୟ କରେ। ଘରୋଇ ବିଲେଇମାନେ ଏହି ପ୍ରଵୃତ୍ତିକୁ ମାନଵ ଵାସସ୍ଥାନରେ ଅନୁକୂଳିତ କରିଛନ୍ତି। ଲିଟର୍ ବାକ୍ସର ଵ୍ୟଵହାର ସେମାନଙ୍କର ସ୍ୱାଭାଵିକ ପ୍ରଵୃତ୍ତିକୁ ସହଜ କରେ, ଯାହା ସେମାନଙ୍କୁ ସନ୍ତୁଷ୍ଟ ରଖେ। ଏହା ମାନଵ-ବିଲେଇ ସମ୍ପର୍କକୁ ସଶକ୍ତ କରିଥାଏ। ଅନ୍ୟଥା, ଯଦି ସେମାନେ ଏହା ନକରନ୍ତି, ସେମାନେ ଚିନ୍ତାଗ୍ରସ୍ତ ହୋଇଯିବେ ଏଵଂ ଅସୁବିଧା ସୃଷ୍ଟି କରିବେ।
ବର୍ତ୍ତମାନ ଗବେଷକମାନେ ବିଲେଇମାନଙ୍କର ଏହି ମଳ ଘୋଡ଼ାଇଵା ପ୍ରଵୃତ୍ତିକୁ ନ୍ୟୁରୋବାୟୋଲୋଜି ଓ ଜୀନୋମିକ୍ସ୍ ମାଧ୍ୟମରେ ଅଧ୍ୟୟନ କରୁଛନ୍ତି। ଏହା ମାନଵ ରୋଗ ଚିକିତ୍ସାରେ ସହାୟକ ହୋଇପାରେ।
ଵିଲେଇମାନଙ୍କର ଏହି ପ୍ରଵୃତ୍ତି ଇକୋସିଷ୍ଟେମ୍ରେ ପ୍ରଭାବ ପକାଏ। ସେମାନେ ମଳ ଘୋଡ଼ାଇ ଦେଇ ମାଟିର ଉର୍ଵରତା ବଢ଼ାନ୍ତି, ଯାହା ଵିତରଣରେ ସହାୟକ। ଏହା ଅନ୍ୟ ଜୀଵମାନଙ୍କର ପ୍ରଵୃତ୍ତିକୁ ପ୍ରଭାଵିତ କରେ। ସଂକ୍ଷେପରେ କହିଵାକୁ ଗଲେ ବିଲେଇମାନଙ୍କର ମଳ ଘୋଡ଼ାଇଵାର ପ୍ରଵୃତ୍ତି ସେମାନଙ୍କର ବୁଦ୍ଧିମତ୍ତା, ଅନୁକୂଳନ ଏଵଂ ସ୍ୱାଭାଵିକ ଭଦ୍ରାମିର ପ୍ରମାଣ। ମଣିଷମାନେ ଏଥିରୁ ଶିକ୍ଷା ନେଇ ନିଜର ପରିଵେଶକୁ ସୁଧାରଣ କରିପାରନ୍ତି।
କି କଥା ! ହଉ ହଉ ! ବିଲେଇର କିଛି ତ ଭଦ୍ରାମୀ ଅଛି କିନ୍ତୁ ବାଟହଗା,ରେଳଧାରଣା ହଗା, ଖେଳପଡ଼ିଆ ହଗା ମଣିଷଙ୍କୁ କେବେ କିଏ ଭଦ୍ରାମୀ ଶିଖେଇଵ ତାହା ସମୟ ହିଁ କହିପାରିଵ !!!
No comments:
Post a Comment