Thursday, November 8, 2018

ଦୀପାଵଳିରେ ବାଣ ଫୁଟେଇବାର କାରଣ

ଜଣାନାହିଁ କାହୁଁ କୋଉ ବାଡ଼ିପଡା଼
(ବାଡି଼ ର ଅର୍ଥ ହଇଜା;ଏ ଶବ୍ଦର ଅର୍ଥ ହଇଜା ରୋଗୀ,ବାଡି଼ପୋଡା଼ ନୁହେଁ)
ଦୀପାଵଳିଟାରେ ବାଣଫୁଟା ର ଆଇଡିଆ ଦେଲା ।
କେହି କେହି ପେଣ୍ଡୁଳି ଵା କୁହାଳିଆ  କୁହନ୍ତି କୁଆଡ଼େ ରାମଙ୍କ ପଛରେ ଗୁଡା଼ଏ ହନୁ ଓ ପାତି ମାଙ୍କଡ଼ଙ୍କୁ ଆସୁଥିବାର ଦେଖି ଅଯୋଧ୍ୟାଵାସୀ ତାଙ୍କୁ ଘଉଡେ଼ଇବାକୁ ବାଣ ଫୁଟେଇ ଦେଇଥିଲେ ଯେ ସେ ପ୍ରଥା ଏଯାଏଁ ଚଳିଆସୁଛି 😀😀😀(ପଣ୍ଡିତେ ବାରୁଦ କେବେ କେଉଁଠି କିଏ ଆଵିଷ୍କାର କଲା ପଚାରିଲେ ରାଗିଯିବେ ବୋଲି ଏମନ୍ତ ନପଚାରିଲେ ଭଲ)

କିନ୍ତୁ
ଓଡ଼ିଶାରେ ଦୀପାଵଳି ଦିନ ବାଣଫୁଟା ଉତ୍ତର ଭାରତର ହନୁକରଣ
ଏଇସବୁ ହନୁକରଣ ଯୋଗୁଁ ତ ନୂଆ ପ୍ରଵାଦ ଚଳିଲାଣି
“ଦେଖା ଶିଖା ଓଡ଼ିଶା”

ସେ ଯା ହେଉ
କାଲି ଜଣେ ଭାଇ ଆମର
ଏଠି ଓଡ଼ିଶାରେ ବାଣ ଫୁଟେଇବାର ଲାଭ
ବଡ଼ ଇସଟାଇଲ୍ ରେ ଗଞ୍ଜେଇ ପିଇ କହୁଥିଲେ
ତା କଣ୍...

ନା...

ଆମର ଏପଟେ ବଡ଼ବଡୁ଼ଆ ଡକାହୁଏ...
ବଡ଼ବଡୁ଼ଆ ମାନେ ମାସେ ଯାଏଁ ଆସନ୍ତି
ତାଙ୍କର ପୂଜା ହୁଏ
ସେ ଘିଅ ଓ ଭୋଗ ଖାଇ ବେଶ୍ ଅଏଶ୍ କରନ୍ତି
ଆଉ ଆମେ ଏଠି ମାସ ଯାକ
ଶୁଖିଲା ଭାତ ଖାଇ ଖାଇ ବଡ଼ କଷ୍ଟ ଭୋଗୁ
ମଦ ନାହିଁ
ମାଂସ ନାହିଁ
ମାଛ ନାହିଁ
କିଛି ବି ନାହିଁ....

ଆମର ଏଠି ମାସ ଶେଷ ହେଲା ବେଳକୁ
ପିଲାଠୁଁ ବୁଢା ଯାଏଁ
ମାଇ ଠୁଁ ଗାଈ ଯାଏଁ ସଭିଏଁ
ଏ ବଡ଼ବଡୁ଼ଆଙ୍କ ଉପରେ
ପ୍ରଵଳ ଖପ୍ପା ହେଇକି ଥାନ୍ତି

ଶେଷକୁ ଦୀପାଵଳି ଦିନ ଵିଦାୟ ବେଳ ଆସେ...

ହେଲେ ମାସେ ଯାଏଁ ମଜାକରିଥିବା ଵିଚରା ବଡ଼ବଡୁ଼ଆଙ୍କର ଆଉ ଫେରିଯିବାକୁ ଆଦୌ ମନ ହେଉ ନଥାଏ ।

ଏମାନଙ୍କର ଭାଵ ଲାଗିଲେ ସ’ଲା କଥା
ତେଣୁ ଯା ଯା କହିଲେ ବି ଏଗୁରା ଯାଉ ନାହାନ୍ତି ଦେଖି ଲୋକେ ଶେଷକୁ ବାଣ ଫୁଟେଇବାକୁ ବାଧ୍ୟ ହୋଇଥିଲେ
ଯୋଉ ସଂସ୍କୃତି ଆଜି ବି ଚଳି ଆସୁଛି

ତେବେ ମୁଁ ତ ସେଇ ଲୋକକୁ ଉଣ୍ଡିବୁଲୁଛି ଯା ମୁଣ୍ଡକୁ ଏ ଆଇଡିଆ ଟା ଯୁଟିଥିଲା ।
କେହି ଜାଣିଥିଲେ ନିଶ୍ଚିତ ଜଣେଇବେ
😀😀😀

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...