Thursday, November 15, 2018

ଅନ୍ତର୍ଦୃଷ୍ଟା

ମୁଁ ଓ ମୋର ଜଣେ ମିତ୍ର ମିଶିକି ମନ୍ଦିର ଯାଇଥାଉ । ଦେଖିଲୁ ସେଠି ଗୋଟାଏ ଅନ୍ଧ ଏକେଲା ବସିଥାଏ ।
ମୋ ସାଙ୍ଗ କହିଲା―ଏ ହେଉଛନ୍ତି ଦେଶର ସବୁଠାରୁ ବୁଦ୍ଧିମାନ ଲୋକ ...

ସାଙ୍ଗକୁ ଛାଡି଼ ଅନ୍ଧ ପାଖକୁ ଯାଇ ତା ସହ କଥା ହେବାକୁ ଲାଗିଲି ।

―କିଛି ଖରାପ ଭାବିବେନି । ଆପଣ ଅନ୍ଧ କେବେ ହେଲେ ?

―ମୁଁ ଟା ଜନ୍ମଜାତ ଅନ୍ଧ

―ଆପଣ କେଉଁ ଵିଷୟରେ ଵିଶେଷଜ୍ଞ ଅଟନ୍ତି ?

―ମୁଁ ଜଣେ ଖଗୋଳଵିଜ୍ଞାନୀ !
ଏତିକି କହି ଅନ୍ଧଜଣକ ନିଜ ଛାତି ଉପରେ ହାତରଖି ପୁଣି କହିବାକୁ ଲାଗିଲା
“ହଁ ହଁ ! ଏ ସମସ୍ତ ସୂର୍ଯ୍ୟ, ଚନ୍ଦ୍ର ଓ ତାର ମୋତେ ସ୍ପଷ୍ଟ ଦେଖାଯାଉଛନ୍ତି”

©ଖ଼ଲୀଲ୍ ଜୀ଼ବ୍ରାନ୍

No comments:

Post a Comment

“ଗ୍ରାହାମ ଗ୍ରୀନ୍ ଓ ଆର୍.କେ. ନାରାୟଣ: ଏକ ଅଦ୍ଭୁତ ସାହିତ୍ୟିକ ସଂଯୋଗ”

1930 ମସିହା କଥା। ସେତେବେଳେ ରସିପୂରମ ନାମରେ ଜଣେ ଭାରତୀୟ ଛାତ୍ର ମହୀଶୂରର ମହାରାଜା କଲେଜରେ ପାଠ ପଢ଼ୁଥିଵାବେଳେ  ଇଂରାଜୀ ଭାଷାରେ କାହାଣୀ ଲେଖୁଥିଲେ। ଇଂରାଜୀ ଭାଷାର...