~ସ୍ଵାଧୀନତା ର ଘାସ~
ତିନିଜଣ ମିତ୍ର ଥିଲେ । ତାଙ୍କ ପାଠ ପଢା ସମୟରେ ‛ଇଂରେଜ ଭାରତ ଛାଡ଼’ ଆନ୍ଦୋଳନ ହେଉଥାଏ । ସେତେବେଳର ତାଙ୍କ ସ୍ଥାନୀୟ ନେତା ତାଙ୍କୁ ଆହ୍ଵାନ ଦେଲେ......
ତାଙ୍କର ସ୍ଲୋଗାନ ଥିଲା―
“ଦାସତ୍ବର ଘିଅ ଠାରୁ ସ୍ଵାଧୀନତାର ତୃଣ ଶତ ଗୁଣ ଭଲ”
ସେମାନେ ଉତ୍ସାହୀ ଥିଲେ ତେଣୁ ଆନ୍ଦୋଳନରେ ଯୋର ସୋର୍ ରେ ଭାଗ ନେଲେ ଆଉ ସେଥିପାଇଁ ଜିଅଲ ଦଣ୍ଡ ବି ଭୋଗିଲେ ।
କିନ୍ତୁ ତଥାପି ତାଙ୍କ ନେତାଙ୍କର ଆପ୍ତଵାକ୍ୟ ସେମାନେ ଆଦୌ ଭୂଲି ନଥାନ୍ତି
“ଦାସତ୍ବର ଘିଅ ଠାରୁ
ସ୍ଵାଧୀନତାର ତୃଣ ଶହେ ଗୁଣ ଭଲ”......
ତିନିହେଁ କାରାଗାରରୁ ମୁକୁକିଲେ । ତାଙ୍କ ପଢା଼ ଶେଷ ହେଲା ବେଳକୁ ଏଣେ।ଦେଶ ସ୍ଵାଧୀନ ବି ହେଇଗଲା । ଏବେ ଡିଗ୍ରୀ ଧରି ଏ ସହରରୁ ସେ ସହର ବୁଲୁଥାନ୍ତି ।
ତାଙ୍କ ନେତା ଏବେ ସ୍ଥାନୀୟ ମନ୍ତ୍ରୀ ହୋଇଯାଇଥାନ୍ତି । ଦିନେ ସେ ତିନିଜଣଯାକ ସେହି ନେତାଙ୍କ ଘର ବାଟ ଦେଇ ଯାଉଥାନ୍ତି । ଦେଖିଲେ ମନ୍ତ୍ରୀଙ୍କ ଘରର ହତା ଭିତରେ କେତେ ପରକାର ଦେଶୀ ଵିଦେଶୀ ଘାସଗଛ ଲାଗିଛି ।
ସେମାନେ ଘାସ ଦେଖି ଗଦ୍ ଗଦ୍ ହେଇଗଲେ...
ଆହା....! ସ୍ଵାଧୀନତା ର ଏ ଘାସ ବି କେତେ ସୁନ୍ଦର ନୁହେଁ ସତେ !!!!
ସେମାନେ ବଙ୍ଗଳା ଭିତରେ ପଶିଗଲେ । ନେତାଙ୍କୁ ଭେଟି ତାଙ୍କୁ ପୁରୁଣା ଦିନକଥା
ସବୁ ମନେ ପକେଇଲେ.....
କେମିତି ସେ ସ୍ଲୋଗାନ ଦେଇଥିଲେ “ଦାସତ୍ବର ଘିଅ ଠାରୁ ସ୍ଵାଧୀନତାର ତୃଣ ଶତ ଗୁଣ ଭଲ” ଆଉ ତାଙ୍କ ଆହ୍ଵାନରେ ଅନୁପ୍ରାଣିତ ହୋଇ କେମିତି ସେମାନେ ଆନ୍ଦୋଳନରେ ଝାସ ଦେଇ ଜେଲ ଯାଇଥିଲେ ଇତ୍ୟାଦି ଇତ୍ୟାଦି....
ମନ୍ତ୍ରୀ ବାବୁ ସେମାନଙ୍କୁ କହିଲେ―
ଆଚ୍ଛା ଆଚ୍ଛା ଠିକ୍ ଅଛି ! ଆଜି ଇଆଡେ଼ କେମିତି ଆସିବା ହେଲା ? କଣ୍ କିଛି କାମ ଅଛି କି ?
ସେମାନେ କହିଲେ―“ଆଜ୍ଞା ଆପଣଙ୍କ ହତାରେ ଏତେ ସୁନ୍ଦର ଘାସ ହେଇଛି, ସ୍ଵାଧୀନତାର ଘାସ !
ଆମକୁ ସେଥିରୁ କେରାଏ କେରାଏ ମିଳିବ କି ? ତାକୁ ଶାଗ କରି ଖାଇ ଦେଖନ୍ତୁ
ସ୍ଵାଧୀନତାର ଘାସ କେମିତି ଲାଗେ.... ?
ମନ୍ତ୍ରୀବାବୁ ସେମାନଙ୍କୁ ସଫା ମନା କରିଦେଲେ
କହିଲେ
“ତୁମକୁ ସେ ଘାସ ମିଳିବନି । ସେ ଘାସ ମୋର ପାଳିତ ଗଧଙ୍କ ନିମନ୍ତେ ଲଗା ହୋଇଛି”
(ଵ୍ୟଙ୍ଗ ସମ୍ରାଟ ହରିଶଙ୍କର ପରସାଈଙ୍କର ଏକ ଵ୍ୟଙ୍ଗ ରଚନା आजादी की घास ର ଓଡ଼ିଆ ଭାଵାନୁଵାଦ)
No comments:
Post a Comment