ବ୍ରହ୍ମାଙ୍କ ପଦ୍ମଟା କେବେଠୁଁ 
Bjpଵାଲା ଛଡେ଼ଇନେଇ 
ନିଜେ ବ୍ୟବହାର କରୁଛନ୍ତି 
ଶୁଣିଲି ଏମାନେ କୁଆଡ଼େ 
ଏକ ଧର୍ମ ବିଶେଷ ର 
ବଡ଼ପଣ୍ଡା ସାଜିଥିଲେ 
ହେଲେ ଶାସକ ହେଲା ପରେ କେତେକ
ପୂର୍ବ ଧାର୍ମିକ ପ୍ରତିଶୃତି ମାନ 
ପୂରଣ ନକରିପାରିଲାରୁ 
ଭଗବାନଙ୍କ ଲୋକଦେଖାଣିଆ ଭକ୍ତ ମାନେ 
ତାଙ୍କ ଉପରେ ଖପ୍ପା ଅଛନ୍ତି ।
କଂଗ୍ରେସ ଦଳ 
ଅରଟ,ଗାଈ ବାଛୁରୀ ପରେ 
ଶେଷକୁ ଆମ୍ ଆଦମୀର 
ହାତକୁ କାଟି ନେଇ ନିଜର 
ସନ୍ତକ କରିନେଲେଣି ଯେ ସେଇଦିନ ଠୁଁ ବିଚରା 
ଆମ୍ ଆଦମୀ ମାନେ 
ନିତ୍ୟ କୌଣସି ନା କୌଣସି ଅଭାବ ଅନାଟନରେ କାଳାତିପାତ କରୁଛନ୍ତି ।
ଆଉ କମ୍ୟୁନିଷ୍ଟ ଲୋକେ ଶେଷକୁ 
ଧର୍ମ ଓ ଆମ୍ ଆଦମୀଙ୍କ ସନ୍ତକ 
ନପାଇଲାରୁ 
କୃଷକ ହାତରୁ ଦାଆ ଓ ଶ୍ରମିକଙ୍କ 
ହାତୁଡି଼ କୁ ନେଇ ସେଥିରେ 
ନିଜ କ୍ରାନ୍ତିକାରୀ ରକ୍ତରେ 
ନୂଆ ସନ୍ତକ ସୃଷ୍ଟି କରି 
ଅନେକ ଦିନ ହେବ 
ଜଙ୍ଗଲ ପାହାଡ଼ ଏକ କରିବାରେ 
ଲାଗିଅଛନ୍ତି ।
କିଛି ନେତାଲୋକ କଂଗ୍ରେସ ଠାରୁ ଚିଡି ଯାଇ 
ନୂଆ ଦଳ ଟିଏ ଗଢିଲେ 
ଯେ ତାଙ୍କ ଚିହ୍ନ 
ହେଲା  ଚକ 
ସେ ଯୁଗରେ କିଛି କ୍ରାନ୍ତିକାରୀ ଯୁବକ 
ଏହାକୁ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ଆଦି ମଧ୍ୟ କହିଦେଇଥିଲେ ।
ବିଷ୍ଣୁଙ୍କ ଚକ୍ର ରେ କଂଗ୍ରେସ ରୂପି ରାକ୍ଷସ ର ବିନାଶ କରାଯାଇପାରେ ବୋଲି ତାଙ୍କର କନସେପ୍ଟ ଥିଲା ହେଲେ 
ହାୟ୍ ରେ ତାଙ୍କ ଫଟାକପାଳ ସେମାନେ 
ନିଜେ ଭାଇ ଭଗାରୀ ହୋଇ ଘର ଭାଗ ଭାଗ କରି ଆଜକୁ ଚଳୁଛନ୍ତି ।
ଜନତାଦଳ ପରିବାର ଭାଙ୍ଗିଗଲା ପରେ 
ଓଡ଼ିଶା ମାଟିରେ 
Bjd ର ଜନ୍ମ ହେଲା ।
ନୂଆ ଦଳର ସଦସ୍ୟମାନେ 
ବଡ଼ ଦର୍ପରେ ଯାଇ ଜଗନ୍ନାଥ ଙ୍କ ଶଙ୍ଖ ଛଡେଇ ନେଲେ 
ଯେ ସେଇଦିନଠୁଁ 
ସେଇଟା ଗୋଟାପଣେ ତାଙ୍କ ଦଳୀୟ ସମ୍ପତ୍ତି ହୋଇଯାଇଛି ।
ଜନତାଦଳ ପରିବାରରୁ ଜନ୍ମ ଲାଭ କରିଥିବା 
Bsp ର ନେତାଏ 
ତାଙ୍କ ଅଞ୍ଚଳରେ ହାତୀ ଥାନ୍ତୁ କି ନଥାନ୍ତୁ 
ହାତୀ ବଳୁଆ ଜୀବ 
ବୋଲି ନିଜ ଦଳୀୟ ଚିହ୍ନ 
ହାତୀକୁ କରିଥିଲେ 
ଏଭେ ସେ ଦଳର ସଦସ୍ୟ ମାନେ 
ବାଟରେ ଘାଟରେ ସବୁଠାରେ 
ବ୍ୟଙ୍ଗ ବିଦୃପର ଶିକାର ହେଉଛନ୍ତି । କାରଣ
ଆଜିକାଲି ବିରୋଧୀ କୁଆଡେ କହୁଛନ୍ତି bspର 
ନେତାଙ୍କ ହସ୍ଥିନୀ ପରି ଶରୀର ଥିବାରୁ 
ଏଭଳି ଏକ ଚିହ୍ନର ବ୍ୟବହାର ହେଉଛି ।
So ମଧ୍ୟ ଜନତାଦଳ ପରିବାର ର ସଦସ୍ୟ ଥିଲା ହେଲେ 
ସେମାନେ ଅଲଗା ହେଲାରୁ 
ଆମ୍ ଆଦମୀଙ୍କ ସାଇକେଲ 
ଛଡେଇ ନେଇ ତାକୁ 
ଦଳୀୟ ଚିହ୍ନ କରିନେଲେ ।
ବିରୋଧୀ କୁହନ୍ତି ଯୋଉଦିନଠୁଁ bspଵାଲାଏ
ସାଇକେଲ ଚିହ୍ନ
ବ୍ୟବହାର କଲେ 
ଆମ୍ ଆଦମୀ ମଟର ସାଇକେଲ 
କିଣି ଚଢିବା ଆରମ୍ଭ କରିଦେଇଥିଲେ ।
Jduଵାଲାଏ ଜନତାଦଳରୁ ଜନ୍ମଲାଭ ପରେ 
ଖୋଜି ଖୋଜି ଶେଷକୁ 
ରାମଙ୍କର ଧନୁ ଚୋରେଇ ତାକୁ 
ନିଜ ଦଳର ଚିହ୍ନ 
କରିଦେଇଛନ୍ତି ।
ତେବେ ଜନତାଙ୍କ ଆଖିରେ ଏମାନେ
ପୁରୁଷୋତ୍ତମ ରାମଚନ୍ଦ୍ର ହେଲେ କି ନାହିଁ 
ଏ ପ୍ରଶ୍ନର ଯଥାର୍ଥ ଓ ସଠିକ ଉତ୍ତର ଜନସାଧାରଣ ହିଁ ଦେଇପାରିବେ ।
ମହିଷଶ୍ରୀ ବାହୁବଳୀ ଲାଲୁଦେବ 
ତାଙ୍କ ଗାଆଁକୁ ହିଁ ମହିଷ୍ମତିପୁରୀ 
ମଣି ସୁଖରେ ରହୁଥିଲେ ।
ଦିନେ ରାତ୍ରକାଳେ 
ମହିଷ ଉପରେ ଲଣ୍ଠନ ଲଗେଇ 
ବୁଲୁଥିଲେ 
ଯେ ପ୍ରାଚୀନ ଜନତାଦଳର କିଛି ନେତା ତାଙ୍କୁ 
ଇଶ୍ଵର ଜ୍ଞାନ କରି 
RJD ଦଳର ସର୍ବେସର୍ବା କରିଦେଲେ ।
ସେଇଦିନଠୁଁ ସେ ଗୁଡାଏ ଦିନ 
ଚାରା ଚରୁଥିଲେ ଯେ କିଛି ଦିନ ପୂର୍ବରୁ 
ଧରାପଡି ବଡ଼ ହନ୍ତସନ୍ତ ହୋଇଅଛନ୍ତି ।
ଆମ୍ ଆଦମୀ ପାଖରେ ତଥାପି 
ଗୋଟିଏ ଜିନିଷ ଥିଲା 
ଝାଡୁ଼ କିନ୍ତୁ କାହାକୁ 
ଦିଶୁନଥିଲା । ଶେଷକୁ ଛଞ୍ଚାଣଆଖିଆ
ନେତାଜଣେ କାହୁଁ ଆସି ତାକୁ ମଧ୍ୟ 
ଛଡେଇ ନେଇଣ 
ନୂଆ ପାର୍ଟି ଗଢି ଦେଇଛନ୍ତି ।
ତାଙ୍କ ବିରୋଧୀ କୁହନ୍ତି 
ଏ ବାବୁ ଯେଉଁ ଦିନଠୁଁ 
ଝାଡୁ଼ ଧରିଛନ୍ତି 
ଦିଲ୍ଲୀରେ ପ୍ରଦୂଷଣ, ଅଳିଆଗଦା ବଢିବାରେ ଲାଗିଛି 😀
ଭାରତରେ ଏମନ୍ତ ଅନେକ ପାର୍ଟି ଅଛନ୍ତି 
ଆଉ ତାଙ୍କର ଅନେକାନେକ 
ସନ୍ତକ ବା ଚିହ୍ନ ବି ଅଛି 
କିନ୍ତୁ  ସେମାନେ ନିଜ ଚିହ୍ନ ଅନୁଯାୟୀ 
କେତେ ସଚ୍ଚୋଟ ତାହା ଜନତା ଜନାର୍ଦ୍ଦନ ଜାଣନ୍ତି
ମୋ ଭଳି ମୂର୍ଖର ସେତେ ଜ୍ଞାନ ନାହିଁ ।
No comments:
Post a Comment