Sunday, November 4, 2018

ପୁଲିସ କଵିଙ୍କ ମେଘଦୂତ

ଜଣେ ପୁଲିସ ମନ୍ତ୍ରୀ ମହାକଵି ଥିଲା ।
ମେଘଦୂତ ଲେଖୁଥିଲା ।

ଲେଖୁଛି―‛ଆଷାଢ଼ସ୍ୟ ପ୍ରଥମ ଦିଵସେ’-
(ଆଗକୁ ସରଳ ଓଡ଼ିଆ ଭାଷାରେ)-

ଆଷାଢ଼ର ପ୍ରଥମ ଦିନ ଯେବେ ଆକାଶ ମେଘାଚ୍ଛନ୍ନ ଥିଲା,ମନମୁଗ୍ଧକର ପରିଵେଶ ଦେଖି ଯକ୍ଷ ଟା ଗୁଳି ଚଳେଇବାର ଆଦେଶ ଦେଇଦେଲା । କିଛି ସମୟ ପରେ ଆକାଶଟା ମନୁଷ୍ୟ ରକ୍ତରେ ପୃଥିବୀ ମଥାକୁ ରଙ୍ଗେଇ ଦେଲା ।

ଏହା ଦେଖି ଯକ୍ଷର ପ୍ରିୟା କଥା ମନେ ପଡି଼ଲା । ସେ ମେଘ ଦ୍ଵାରା ପ୍ରିୟା ପାଖକୁ ତାହାର କୁଶଳ ମଙ୍ଗଳ ସଂଦେଶ ପଠେଇବ ବୋଲି ମନସ୍ତ କଲା ।
ଯକ୍ଷ ମେଘକୁ କହୁଛି–ହେ ମେଘ,ତୁ ଉଡି଼ ଉଡି଼ ଉତ୍ତରରେ ମୋହର ପ୍ରିୟା ପାଖକୁ ଯା...

ଯେବେ ତୀର୍ଥରାଜ ପ୍ରୟାଗରେ ପହଞ୍ଚିବୁ,ସେତେବେଳେ ସେଠାକାର ଵିଶ୍ଵଵିଦ୍ୟାଳୟରେ ପୁଲିସ ଅଶ୍ରୁଗ୍ୟାସ ଛାଡୁ଼ଥିବ । ତୁ ସେଠି ଆଦୌ ବରଷିବୁନି ପାଣି ଯୋଗୁଁ ତାହାର ପ୍ରଭାବ କମ୍ ହୋଇଯିବ । ଆଉ ଯଦି ଭୂଲରେ ବରଷିଗଲୁ ତାହେଲେ ତୋ ନାଆଁରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଯେବେ ତୁ କାନପୁରରେ ପହଞ୍ଚିବୁ ସେତେବେଳେ ସେଠାରେ ଲାଠିଚାର୍ଜ ହେଉଥିବ । ତୁ ସେଠି ବି ବରଷିବୁନି । ପାଣି ଯୋଗୁଁ ଭିଡ଼ କମିଯିବ ଆଉ ପୁଲିସକୁ ମୁଣ୍ଡ ଫଟେଇବାର ଅପୂର୍ଵ ସୁଖ ମିଳିପାରିବନି  । 

ଆଗକୁ ଗଲେ ଆଗ୍ରା ନଗର ଆସିବ । ସେଠିତୁ ଯେତେ ଇଛା ସେତେ ବରଷିପାରିବୁ । ଏମିତି ବରଷିବୁ ଯେମିତି ସେଠିକା ସଡ଼କର ରକ୍ତ ଧୋଇ ହେଇଯିବ । ସେଠିକି ଯାଞ୍ଚ କମିସନ ଆସିବାକୁ ଯାଉଛି ।

ଯେବେ ତୁ ସୁନ୍ଦର ଇନ୍ଦ୍ରପ୍ରସ୍ତ ନଗ୍ରକୁ ଯୁବୁ ଦେଖିବୁ ସେଠି ସେତେବେଳେ ପୁଲିସ ଗୁଳି ଚାଳନା କରୁଥିବ । ସାଵଧାନ ତଳେ ଉଡି଼ବୁନି ଟି ତୋଠିଁ ଗୁଳି ବାଜିଯିବ ।

ହେ ମେଘ, ଉଡି଼ ଉଡି଼ ତୁ ମୋ ପ୍ରିୟା ପାଖକୁ ଯିବୁ ଆଉ ତାକୁ ଯାଇ କହିବୁ―ପ୍ରିୟେ,(ଏସବୁ ମୋ ଆଡୁ଼ କହିବୁ ତୋ ଆଡୁ଼ ନୁହେଁ,ଶଳା ନହେଲେ ଦଶ ଵର୍ଷ ଜିଅଲ କରେଇଦେବି ଖଵରଦାର)
କହିବୁ,ତୁମ ପ୍ରିୟ ଯକ୍ଷ ସଂଦେଶ ପଠେଇଛନ୍ତି ଯେ ଏପଟେ ଏବେ 'ଲ଼ ଆଣ୍ଡ ଅର୍ଡର' ର ଅଵସ୍ଥା ଆଦୌ ଭଲ ନାହିଁ ସେଥିପାଇଁ ଆହୁରି କିଛି ଦିନ 'କଣ୍ଟ୍ରୋଲ୍ ରୁମ୍' ରେ ରହିବି । ତହିଁପରେ ଯାଇ ଆମ ମିଳନ ସମ୍ଭବ ହେବ ।

ହେ ମେଘ, ମୋ କଥାକୁ ଅନ୍ୟଥା କରି ଯଦି ତୁ ମୋ ପ୍ରିୟା ପାଖକୁ ଏ ସଂଵାଦ ନ ପଠାଉ ମନେ ରଖ ତୋ ନାଆଁରେ ଏମିତିଆ ରିପୋର୍ଟ ତିଆରି କରିବେ ଯେ ତୁ କଣ୍ ତୋ ସାତପୁରୁଷିଆ ବନ୍ଧୁ କାନ୍ଦୁଥିବେ”

(ହରିଶଙ୍କର ପରସାଈଙ୍କର ଏକ ରାଜନୈତିକ ଵ୍ୟଙ୍ଗରୁ କିଛି ଅଂଶର ଓଡ଼ିଆ ଭାଵାନୁଵାଦ)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...