Thursday, November 15, 2018

ଅନ୍ତର୍ଦୃଷ୍ଟା

ମୁଁ ଓ ମୋର ଜଣେ ମିତ୍ର ମିଶିକି ମନ୍ଦିର ଯାଇଥାଉ । ଦେଖିଲୁ ସେଠି ଗୋଟାଏ ଅନ୍ଧ ଏକେଲା ବସିଥାଏ ।
ମୋ ସାଙ୍ଗ କହିଲା―ଏ ହେଉଛନ୍ତି ଦେଶର ସବୁଠାରୁ ବୁଦ୍ଧିମାନ ଲୋକ ...

ସାଙ୍ଗକୁ ଛାଡି଼ ଅନ୍ଧ ପାଖକୁ ଯାଇ ତା ସହ କଥା ହେବାକୁ ଲାଗିଲି ।

―କିଛି ଖରାପ ଭାବିବେନି । ଆପଣ ଅନ୍ଧ କେବେ ହେଲେ ?

―ମୁଁ ଟା ଜନ୍ମଜାତ ଅନ୍ଧ

―ଆପଣ କେଉଁ ଵିଷୟରେ ଵିଶେଷଜ୍ଞ ଅଟନ୍ତି ?

―ମୁଁ ଜଣେ ଖଗୋଳଵିଜ୍ଞାନୀ !
ଏତିକି କହି ଅନ୍ଧଜଣକ ନିଜ ଛାତି ଉପରେ ହାତରଖି ପୁଣି କହିବାକୁ ଲାଗିଲା
“ହଁ ହଁ ! ଏ ସମସ୍ତ ସୂର୍ଯ୍ୟ, ଚନ୍ଦ୍ର ଓ ତାର ମୋତେ ସ୍ପଷ୍ଟ ଦେଖାଯାଉଛନ୍ତି”

©ଖ଼ଲୀଲ୍ ଜୀ଼ବ୍ରାନ୍

No comments:

Post a Comment

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...