Tuesday, November 6, 2018

ଦୁନିଆର ସବୁଠାରୁ ଲମ୍ଵା ବୃକ୍ଷ

ଦୁନିଆର ସବୁଠାରୁ ଲମ୍ବା ବୃକ୍ଷ ଖା଼ଲିଫର୍ନିଆ(California) ଅଞ୍ଚଳରେ ଦେଖାଯାଇଥାଏ । ସାଧାରଣତଃ ଏ ଅଞ୍ଚଳରେ  Sequoia sempervirens ପ୍ରଜାତିର ପାଦପ ବହୁତ ଲମ୍ଵା ହୋଇଥାନ୍ତି ଏଵଂ ଏ ଗଛକୁ ସାଧାରଣ ଇଂରାଜୀରେ coast redwood କୁହାଯାଏ । ପୃଥିବୀର ସବୁଠାରୁ ଲମ୍ଵା ବୃକ୍ଷ Sequoia sempervirens ପ୍ରଜାତିର ତଥା ଏହା Hyperion ନାମରେ ଜଣାଶୁଣା । ଏହାର ଉଚ୍ଚତା ପ୍ରାୟ 115.92 ମିଟର  ଵା 380.3 ଫୁଟ୍  ଅଟେ । ଅଗଷ୍ଟ 25, 2006ରେ ପ୍ରକୃତିପ୍ରେମୀ Chris AtkinsMichael Taylor ଏହି ବୃକ୍ଷଟିକୁ ପାଇଥିଲେ । ଏହାର କେତେକ ଦିନ ପରେ  Stephen Sillett. ଏହି ବୃକ୍ଷର ଉଚ୍ଚତା ପ୍ରାୟ 115.55 m ବୋଲି ମାପି ଦେଖାଇଥିଲେ ।
ଦୁନିଆର ସବୁଠାରୁ ଡେଙ୍ଗା ଗଛ Hyperion ଏଠାକାର ସ୍ଥାନୀୟ 'Redwood National and State Park' ରେ ଅଵସ୍ଥିତ । ଦୁନିଆର ଦ୍ଵିତୀୟ(Helios)
ତଥା ତୃତୀୟ(stIcarus)
ସବୁଠାରୁ ଲମ୍ବା ବୃକ୍ଷ ବି ଏହି ଜାତୀୟ ଉଦ୍ୟାନରେ ରହିଅଛି । 
Hyperion ର ସବୁ ଶାଖାପ୍ରଶାଖା ଲମ୍ଵକୁ ଯୋଡ଼ି ଯଦି ଏହାର ଉଚ୍ଚତାର ବିଶ୍ଲେଷଣ କରାଯାଏ ତେବେ ତାହା ପ୍ରାୟ 530 m3(18,600 cu ft) ଲମ୍ଵା ହେବ ।
Stephen Sillettଙ୍କ ମତରେ Hyperion ପ୍ରାୟ 600 ଵର୍ଷ ବୟସ୍କ ବୃକ୍ଷ ତେବେ ଆଉ କେତେକ ଗଵେଷକ ଏହାର ଵୟସ ୭୦୦ ରୁ ୧୦୦୦ ଵର୍ଷ ପର୍ଯ୍ୟନ୍ତ ହୋଇଥିବା ଅନୁମାନ କରିଥାନ୍ତି । ପୃଥିବୀର ସବୁଠାରୁ ଡେଙ୍ଗା ଗଛକୁ ଦେଖିବାର ସୁଯୋଗ ବହୁତ କମ୍ ଲୋକଙ୍କୁ ମିଳିଛି । ସାଧାରଣ ଜନତାଙ୍କ ଠାରୁ ଏ ଗଛର ଅଵସ୍ଥିତି ଏହାର ସୁରକ୍ଷା ହେତୁ ଲୁଚାଇ ରଖାଯାଇଛି ଏଵଂ ଏହି ଗଛ ଅଵସ୍ଥିତ ସ୍ଥାନକୁ ଯିବା ହେତୁରୁ ଲୋକଙ୍କ ପାଇଁ ନିଷେଧାଦେଶ ହୋଇଅଛି । ଫେବୃଆରୀ 2012 ରେ
BBC Radio 4 ତରଫରୁ James Aldredଙ୍କ ଦ୍ଵାରାJames and the Giant Redwoodsନାମରେ ଏକ ଡକ୍ୟୁମେଣ୍ଟରୀ ତିଆରି କରାଯାଇଥିଲା ।

ଗ୍ରୀକପୁରାଣର ଆଦି ଦେଵୀ ଦେଵତା Gaia(ପୃଥ୍ଵୀ) ଓ Uranus(ଆକାଶ)ଙ୍କର
ଅନେକ ପୁତ୍ରପୁତ୍ରୀ ହୋଇଥିଲେ ।
ଯଥା:- Titan ,Cyclopes,Meliae,Erinyes(Furies),Giants,Hekatonkheires ଏଵଂ Aphrodite ଇତ୍ୟାଦି ।
ଏମାନଙ୍କ ମଧ୍ୟରେ ବାରଜଣ ମୁଖ୍ୟ ଟାଇଟନ୍ ଦେଵତାଙ୍କ ମଧ୍ୟରୁ Hyperion ଜଣେ ଥିଲେ । ଏହାଙ୍କ ନାମର ସଂଜ୍ଞା ହେଉଛି "The High-One" ଅର୍ଥାତ୍ ଵିଶାଳକାୟ । ସେଇଥିପାଇଁ ଵିଶ୍ଵର କୌଣସି ବଡ଼ ଜିନିଷର ନାମ ଦେବାର ଥିଲେ ତାହାର Hyperion ନାମ ଦେଇଦିଆଯାଏ । ବହୁତ ସମ୍ଭଵ ଵିଶ୍ଵର ସବୁଠାରୁ ଲମ୍ଵା Sequoia sempervirens  ଜାତୀୟ ପାଦପକୁ ମଧ୍ଯ ଏହି ହେତୁରୁ Hyperion ନାମ ଦିଆଯାଇଛି ।

Sequoia sempervirens ସେହି Pinales ପାଦପ ଵର୍ଗର ଗଛ ଯେଉଁ ଵର୍ଗରେ ଦୁନିଆର ସବୁଠାରୁ ଲମ୍ଵା ଲମ୍ଵା ଗଛ ହେଉଥିବା ପାଦପ ଜାତି ରହିଛି ତନ୍ମଧ୍ୟରୁ
cedar,celery-pine,cypress,fir,juniper,larch,pine,redwood,spruce ଏବଂ yew ଆଦି ପାଦପ ଜାତିର ନାମ ଏଠାରେ ଉଲ୍ଲେଖଯୋଗ୍ୟ ଅଟେ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...