ଯେତେଵେଳେ ସବୁପ୍ରକାରର ଵିପତ୍ତି ଆସେ ନଗର ଗ୍ରାମ ଉପରେ ପଙ୍ଗପାଳ ଆକ୍ରମଣ କରିଥାଆନ୍ତି । ପଙ୍ଗପାଳ ଏମିତି ଏକ ପୋକ ଯିଏ ଦଳବଦ୍ଧ ହୋଇ ଦେଶ ଉପରେ ଆକ୍ରମଣ କରନ୍ତି ।
ଏମାନଙ୍କୁ ଛଅଗୋଟି ଭିତ୍ତି ଵା ଵିପଦ ମଧ୍ୟରେ ଗୋଟିଏ ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । ଓଡ଼ିଆ ଭାଷାରେ ପଙ୍ଗ = ପତଙ୍ଗ,ଏଠାରେ ପତଙ୍ଗ ଶବ୍ଦରୁ 'ତ' ଵର୍ଣ୍ଣ ଲୁପ୍ତ ହୋଇଅଛି ଏଵଂ ପାଳ ଶବ୍ଦର ଅର୍ଥ ଏଠାରେ ଦଳ,ପହ୍ଲ,ସମୂହ ଓ ପଙ୍କ୍ତି ଅଟେ ।
ଏ ପତଙ୍ଗ ଦଳ ଦଳ ହୋଇ ଆସୁଥିଵାରୁ ଓଡ଼ିଶାରେ ଏମାନଙ୍କୁ ପଙ୍ଗପାଳ କୁହାଗଲା । ଏମାନଙ୍କୁ ଘୋଡ଼ାପୋକ, ଫଁପା,ଶୁଆ ଝିଣ୍ଟିକା ଇତ୍ୟାଦି ବି କୁହାଯାଏ ।
ପଙ୍ଗପାଳ ହେଉଛି Acrididae ପରିବାରର ଛୋଟ ଶିଙ୍ଗର ଏକ ଵିଶେଷ ପ୍ରଜାତି, ଯାହାର ଜୀବନଚକ୍ରରେ ଗୋଷ୍ଠୀ କିମ୍ବା ପଲ ପ୍ରକ୍ରିୟା ହଟାତ୍ ଉଦ୍ରେକ ହୋଇଥାଏ | ଏହି କୀଟମାନେ ସାଧାରଣତଃ ଏକାକୀ ରୁହନ୍ତି କିନ୍ତୁ ଵିଶେଷ ପରିସ୍ଥିତିରେ ସେମାନେ ଏକାଠି ହୁଅନ୍ତି | ତା’ପରେ ସେମାନଙ୍କର ଆଚରଣ ଏବଂ ଅଭ୍ୟାସ ବଦଳିଯାଏ ଏବଂ ସେମାନେ ଦୃତପ୍ରଜନନ ଓ ଦଳଗଠନ କରିଵା ଆରମ୍ଭ କରିଦିଅନ୍ତି | ଯେତେଵେଳେ ଜୀଵ ଦୃତ ପ୍ରଜନନ କରିଵା ଆରମ୍ଭ କରନ୍ତି ସେମାନେ ଅନ୍ୟ ସ୍ଥାନକୁ ଖାଦ୍ୟଦ୍ରଵ୍ଯ ପାଇଁ ଆକ୍ରମଣ କରନ୍ତି । ପଙ୍ଗପାଳଙ୍କ କ୍ଷେତ୍ରରେ ମଧ୍ୟ ଏହା ହିଁ ଘଟିଥାଏ । ମନୁଷ୍ଯାଦି ପୃଥିଵୀରେ ସବୁ ଜୀଵଙ୍କ ଉପରେ ଏଇ ନିୟମ ଲାଗୁହୁଏ ।
ପଙ୍ଗପାଳ ଏବଂ ଝିଣ୍ଟିକା ମଧ୍ୟରେ କୌଣସି ପୃଥକ ଶ୍ରେଣୀକରଣ ନାହିଁ | ମୁଖ୍ୟ ପାର୍ଥକ୍ୟ ହେଉଛି ପଙ୍ଗପାଳମାନଙ୍କର ପ୍ରଜାତିର ସ୍ୱତନ୍ତ୍ର ପରିସ୍ଥିତିରେ ଏକାଠି ହେବାର ପ୍ରବୃତ୍ତି |
ଏହି ତୃଣଭୋଜୀମାନେ ଏକାକୀ ଥିଵାଵେଳେ କ୍ଷତିକାରକ ନୁହଁନ୍ତି, ସେମାନଙ୍କ ସଂଖ୍ୟା ବହୁତ କମ୍ ଏବଂ କୃଷି ପାଇଁ କୌଣସି ବଡ଼ ଆର୍ଥିକ କ୍ଷତି ଘଟାଏ ନଥାନ୍ତି | ତେଵେ ମରୁଡ଼ି ପରେ ଫସଲର ଦ୍ରୁତ ଅଭିବୃଦ୍ଧି ପୁଣି ସେମାନଙ୍କ ମସ୍ତିଷ୍କରେ ସେରୋଟୋନିନ୍ ନାମକ ତତ୍ଵ ଵୃଦ୍ଧି ହେତୁ ସେମାନଙ୍କ ମଧ୍ୟରେ ଆଚରଣଗତ ପରିଵର୍ତ୍ତନ ଆରମ୍ଭ ହୋଇଯାଏ |
ଫଳସ୍ୱରୂପ, ସେମାନେ ବହୁ ସଂଖ୍ୟାରେ ଏବଂ ଶୀଘ୍ର ପ୍ରଜନନ କରିଵା ଆରମ୍ଭ କରିଦିଅନ୍ତି | ତା’ପରେ ସେମାନେ ଏକାଠି ରୁହନ୍ତି, ଯେତେବେଳେ ସେମାନଙ୍କର ସଂଖ୍ୟା ଅଧିକ ହୁଏ ସେମାନେ ଅଧିକ ଖାଦ୍ୟ ପାଇଁ ଯାଯାବର ହେଵାକୁ ବାଧ୍ୟ ହୁଅନ୍ତି |
ବିଂଶ ଶତାବ୍ଦୀରେ ପଙ୍ଗପାଳଙ୍କ ଗୋଷ୍ଠୀ ଗଠନ କରିଵାର ପ୍ରବୃତ୍ତି ହ୍ରାସ ପାଇଛି, କିନ୍ତୁ ଆଧୁନିକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ପଙ୍ଗପାଳ ଅନୁକୂଳ ପରିସ୍ଥିତିରେ ଯେକୌଣସି ସମୟରେ ଗୋଷ୍ଠୀ ଗଠନ କରି ଦୁର୍ଭିକ୍ଷର ସମ୍ଭାବନା ସୃଷ୍ଟି କରିପାରେ । ସମ୍ପ୍ରତି ପଙ୍ଗପାଳ ଆକ୍ରମଣ ତହିଁର ଏକ ଉଦାହରଣ ।
ପଙ୍ଗପାଳର ଆକ୍ରମଣର ଇତିହାସ ବହୁତ ପୁରୁଣା | ଏକ ଲୋକଵିଶ୍ଵାସ ଅନୁସାରେ ପ୍ରାଚୀନ ମିଶରୀୟମାନେ ସେମାନଙ୍କଠୁ ରକ୍ଷା ପାଇଵାପାଇଁ ସେମାନଙ୍କୁ କବରରେ କବର ଦେଉଥିଲେ । ଏମାନଙ୍କ ଵିଷୟରେ ଭାରତୀୟ ପୁରାଣ, ଗ୍ରୀକ ପୁରାଣ ଇଲିୟଡ୍, ବାଇବେଲ ଏବଂ କୁରାନରେ ଉଲ୍ଲେଖ କରାଯାଇଛି |
୧୯୫୮ରୁ ୬୨ ମଧ୍ୟରେ ଚୀନରେ ଚାରିକୀଟ ଅଭିଯାନ ଯୋଗୁଁ ଅନେକ ପକ୍ଷୀଙ୍କୁ ମାରିଦିଆଯାଇଥିଲା । ଚୀନର ରାଷ୍ଟ୍ରନେତା ମାଓ ସେ ତୁଙ୍ଗ୍ ସ୍ଥାନୀୟ ଲୋକଙ୍କୁ ମୂଷା,ମାଛି,ପକ୍ଷୀ ଓ ମଶାଙ୍କୁ ମାରିଦେଵାକୁ ପଵର୍ତ୍ତାଇଲେ । ଫଳରେ ଲକ୍ଷ ଲକ୍ଷ ସଂଖ୍ୟାରେ ପକ୍ଷୀଙ୍କୁ ନିର୍ମମ ଭାଵେ ମାରିଦିଆଗଲା । ପକ୍ଷୀ ମଲାରୁ ଅନେକ ପ୍ରକାରର ପୋକଜୋକଙ୍କର ବଂଶ ବଢି଼ଗଲା । ଏପଟେ ପକ୍ଷୀଙ୍କ ସଂଖ୍ୟା କମିଵାରୁ ପଙ୍ଗପାଳମାନେ ଚୀନ ଦେଶର ଶସ୍ଯକ୍ଷେତ୍ର ଉପରେ ଏମନ୍ତ ଭୀଷଣ ଆକ୍ରମଣ କଲେ ଯେ ସେ ଦେଶରେ କୋଟି କୋଟି ଲୋକ ଖାଦ୍ଯାଭାଵ ଯୋଗୁଁ ମରିଗଲେ ।
ଏଇଭଳି ଭାବେ ଈହୁଦୀ ଧର୍ମଗ୍ରନ୍ଥର ମୋସାଙ୍କ ଉପାଖ୍ୟାନରେ ପଙ୍ଗପାଳଙ୍କ ଆକ୍ରମଣ ଵିଷୟରେ ଉଲ୍ଲେଖ ରହିଛି । ସେହି କଥା ସଂକ୍ଷେପରେ ଉଲ୍ଲେଖ କରାଗଲା...
୧୨୦୦ରୁ ୧୭୦୦ ଶତାବ୍ଦୀ ମଧ୍ୟରେ ୟୁରୋପରେ ଈହୁଦୀମାନଙ୍କୁ ପ୍ଲେଗ ରୋଗ ବାହକ କହି ଘୃଣା କରାଯାଉଥିଲା । ବାଇବେଲର ଏଇ କାହାଣୀ ଯୋଗୁଁ ଏମନ୍ତ ଵିଚାର କରାଯାଏ ।
ଖ୍ରୀଷ୍ଟ ଜନ୍ମର ଶହ ଶହ ଵର୍ଷ ପୂର୍ଵେ ଅଧିକାଂଶ ଈହୁଦୀ ଶ୍ରମିକ ଥିଲେ । କୁହାଯାଏ ମିଶରର ପିରାମିଡ଼ ଏଇମାନଙ୍କୁ ଗୋତି ଖଟେଇ ନିର୍ମାଣ ହୋଇଥିଲା । ଏ ଵିଷୟରେ ଗୋଟିଏ କଥା ଅଛି ଯାହା ବାଇବେଲ ଓ କୋରାନରେ ମଧ୍ୟ ରହିଛି ।
ମୋସା ଵା ମୁସା ଈହୁଦୀମାନଙ୍କର ପୈଗମ୍ବର ତେଵେ ଖ୍ରୀଷ୍ଟିଆନ ଓ ମୁସଲମାନମାନେ ବି ତାଙ୍କୁ ପୈଗମ୍ବର ଭାଵେ ଗ୍ରହଣ କରିଛନ୍ତି । ଈହୁଦୀମାନଙ୍କ ଵିଷୟରେ କାହାଣୀ ରହିଛି ସେମାନେ ଆଗେ ମିଶରରେ ରାମଶେସ ନାମକ ସମ୍ରାଟ ଅଧିନରେ ଗୋତି ଶ୍ରମିକ ଭଳି ଖଟୁଥିଲେ । ସାରା ଈହୁଦୀସମାଜ ମିଶରୀୟ ଲୋକଙ୍କ ଅଧିନରେ ରହି ପିରାମିଡ଼ ଇତ୍ୟାଦି ନିର୍ମାଣ କରୁଥିଲା ।
ମୋସା ଏକ ଈହୁଦୀ ପରିଵାରରେ ଜନ୍ମ ହୋଇଥିଲେ କିନ୍ତୁ ତାଙ୍କୁ ବଞ୍ଚେଇଵା ପାଇଁ ତା ମାଆ ନଦୀରେ ଭସେଇ ଦେଇଥିଲା ।
ନଦୀରେ ଭାସିଯାଉଥିଵାଵେଳେ ମିଶର ସମ୍ରାଟଙ୍କର ଭଗିନୀ ତାକୁ ଆଣି ପାଳିଵାକୁ ଲାଗିଲା ।
ମୋସା ଓ ରାମଶେସ୍ ଭାଇ ଭଳି ବଢି଼ଲେ ଏଵଂ ଥରେ ମୋସା ,ରାମଶେସକୁ ଯୁଦ୍ଧରେ ବଞ୍ଚାଇ ବି ଥିଲେ ।
କିନ୍ତୁ ରାମଶେସ ନିଜର ପ୍ରକୃତ ପରିଚୟ ଜାଣିପାରି ଈହୁଦୀମାନଙ୍କ ପ୍ରତି ସଦୟ ହେଵାକୁ ଲାଗିଲେ ।
ସେତେଵେଳେ ରାମଶେସ ମିଶରର ସମ୍ରାଟ ହେଲା ।
ସେ କୌଣସି ମତେ ମୋସା ଈହୁଦୀ ବୋଲି ଜାଣିପାରି ତାଙ୍କୁ ମାରିଦେଵାକୁ ଉଦ୍ଯମ କଲା ।
ଜଣେ ଘାତକ ଦ୍ଵାରା ମୋସାଙ୍କୁ
ମରୁଭୂମିରେ ମାରିଦେଵାକୁ ଚେଷ୍ଟା ହେଲା କିନ୍ତୁ ମୋସା ତାକୁ ମାରି ଦେଇ ସେଠାରୁ ପୂର୍ଵ ଦିଗକୁ ଅର୍ଥାତ୍ ଆରବ ଓ ଆଧୁନିକ ଇସ୍ରାଏଲ୍ ଆଡକୁ ଚାଲିଗଲେ ।
କୁହାଯାଏ ସେ ପ୍ରଥମ ପୈଗମ୍ବର ନୋଆଙ୍କ ପର୍ଵତ ପାଖରେ ଏକ ଆରବୀ କବିଲା ସହିତ ରହିଵାକୁ ଲାଗିଲେ ।
ସେ ଵିଵାହ କଲେ ଓ ତାଙ୍କର ଗୋଟାଏ ପୁଅ ବି ହେଲା ।
ଦିନେ ନୋଆ ପର୍ଵତକୁ ଗୋଟାଏ ମେଣ୍ଢାଛୁଆ ଚାଲିଯିଵାରୁ ସେ ସେଠାରୁ ତାକୁ ଆଣିଵାକୁ ଗଲେ ।
ସେଠି ଈଶ୍ବରଙ୍କ ସହିତ ତାଙ୍କର ଭେଟ ହେଲା ।
ଭଗଵାନ ତାଙ୍କୁ ଛୋଟ ପିଲା ରୂପରେ ଭେଟି ନିଜ ଭାଇ ଭଉଣୀଙ୍କର ରକ୍ଷା ହେତୁ ମିଶର ଫେରିଵାକୁ ନିର୍ଦ୍ଦେଶ ଦେଲେ...
ମୋସା ମିଶର ଗଲେ
ସବୁ ଈହୁଦୀମାନଙ୍କୁ ଏକ କଲେ ।
ସେ ରାମଶେସଙ୍କୁ ବହୁତ ବୁଝେଇଲେ କିନ୍ତୁ ସେ ନବୁଝିଵାରୁ ତା ଵିରୋଧରେ ଵିଭିନ୍ନ ଉପାୟରେ ଆକ୍ରମଣ କଲେ ।
କିନ୍ତୁ ଏହାର ଫଳ ହେଲା ଓଲଟା ...
ଈହୁଦୀମାନେ ଆହୁରି ଅତ୍ଯାଚାରିତ ହେଲେ...
ଦିନେ ମୋସା ଭଗଵାନଙ୍କୁ ନିନ୍ଦା କରିଲାରୁ ଈଶ୍ବରଙ୍କର କ୍ରୋଧ ଜାତ ହେଲା
ସେ ମୋସାକୁ କହିଲେ ଏଵେ ତମେ କିଛି କରନାହିଁ ଯାହା କରିଵି ମୁଁ କରିଵି...
ତହିଁପରଦିନ ନୀଳନଦୀର କୁମ୍ଭୀରମାନେ ପାଗଳ ଭଳି ଜଳଜାହଜ ଉପରକୁ ଆକ୍ରମଣ କଲେ । ବହୁ ଲୋକଙ୍କୁ ମାରି ଖାଇଲେ । ସେମାନେ ଖାଦ୍ୟ ପାଇଁ ପରସ୍ପର ଉପରେ ବି ଆକ୍ରମଣ କଲେ । ଫଳରେ ନୀଳନଦୀରେ ଖାଲି ରକ୍ତ ଭାସିଲା ।
ନୀଳନଦୀର ପାଣି ମିଶରଦେଶୀୟ ଶସ୍ଯକ୍ଷେତ୍ରରେ ସିଞ୍ଚନ ହେଉଥିଵାରୁ ରକ୍ତିମଜଳ ଯୋଗୁଁ ଶସ୍ଯାଦି ପାଦପ ପଚି ନଷ୍ଟ ହୋଇଗଲେ ।
ନୀଳନଦୀର ଜଳ ଦୂଷିତ ହେଲାରୁ ବେଙ୍ଗମାନେ ନଦୀରୁ ବାହାରି ସହର ଭିତରେ ପଶିଗଲେ । ଚାରିଆଡ଼େ ଖାଲି କୁଢ଼ କୁଢ଼ ବେଙ୍ଗ । ଏତେ ବେଙ୍ଗ ଯେ ରାମଶେସର ରାଜମହଲ ଭିତରେ ବି ବେଙ୍ଗ ପଶିଗଲେ ।
କିନ୍ତୁ ଖାଦ୍ୟ ଅଭାଵରେ ବେଙ୍ଗ ସବୁ ମରିଵାକୁ ଲାଗିଲେ । ବେଙ୍ଗ ମଲାରୁ ତାଙ୍କୁ ଖାଇଵାକୁ ଵିଶାକ୍ତ ମାଛିମାନଙ୍କର ଆଵିର୍ଭାଵ ହେଲା ...
ବେଙ୍ଗ ମାଂସ ଶେଷ ହେଲାରୁ ସେ ମାଛିମାନେ ମଣିଷ ଓ ପଶୁଧନ ଉପରେ ଆକ୍ରମଣ କରି ଭୀଷଣ ଧନଜୀଵନ କ୍ଷତି ଘଟାଇଲେ...
ମାଛିଙ୍କ ଆକ୍ରମଣ ଯୋଗୁଁ ଯେଉଁମାନେ କ୍ଷତାକ୍ତ ହେଲେ ସେମାନଙ୍କ ମଧ୍ୟରେ ମହାମାରୀ ଵ୍ଯାପିଲା । ବହୁତ ଲୋକଙ୍କ ଦେହରେ ଘାଆ ହେଇଗଲା ।
ଈଶ୍ବରଙ୍କ ରାଗ କିନ୍ତୁ ତଥାପି ଶାନ୍ତ ହୋଇନଥାଏ । ତହିଁପରେ ପଙ୍ଗପାଳ ଦଳଙ୍କର ଆଗମନ ହେଲା । ସେମାନେ ମିଶର ଦେଶର ଗଛଵୃଛରୁ ପତ୍ର ଖାଇ ଲଣ୍ଡା କରିଦେଲେ ।
ମିଶରର ଲୋକେ ଖାଇଵା ଅଭାଵରେ ଆଉଟୁପାଉଟୁ ହୋଇ ପରସ୍ପର ମଧ୍ୟରେ ଲଢେ଼ଇ କରିଵାକୁ ଲାଗିଲେ ।
ହଟାତ୍ ଫାଟୁଆ ଭଳି ଅଜଣା ରୋଗରେ ଅନେକ ଗୋରୁଗାଈଙ୍କର ମୃତ୍ୟୁହୋଇଗଲା ।
ଇତିମଧ୍ୟରେ ମୋସାଙ୍କର ଆଉଥରେ ଈଶ୍ବରଙ୍କ ସହିତ ଭେଟ ହେଲା । ଭଗଵାନଙ୍କୁ ମୋସା କହିଲେ ଆପଣ କେଵଳ ମିଶରୀୟଙ୍କୁ ହିଁ ନୁହେଁ ଆମ୍ଭମାନଙ୍କୁ ମଧ୍ୟ ଦଣ୍ଡ ଦେଉଛନ୍ତି । ତାଙ୍କ ସହିତ ଆମ୍ଭେ ବି ଅତ୍ଯାଚାରିତ ହେଉଅଛୁ ।
ତହୁଁ ଈଶ୍ୱର ମୋସାଙ୍କୁ କହିଲେ,
ମୁଁ ଯାହା କହୁଛି ଧ୍ଯାନପୂର୍ଵକ ଶୁଣ...
ମୁଁ କାଲି କିଛି ସମୟପାଇଁ ପାପଛାୟାକୁ ମୁକ୍ତ କରିବି । ସେ ପାପଛାୟା ଯୋଗୁଁ ଶିଶୁମାନଙ୍କର ମୃତ୍ୟୁ ହେଵ...
ମୋସା ଈଶ୍ବରଙ୍କ ସହ ଅସହମତ ହୋଇ ସେଠାରୁ ଚାଲିଗଲେ । ସେ ପ୍ରଥମେ ରାମଶେସକୁ ଆଗତ ଵିପଦ କଥା ଜଣାଇଵାକୁ ଚେଷ୍ଟା କରି ଵିଫଳ ହେଲାରୁ ସବୁ ଈହୁଦୀଙ୍କୁ କହିଲେ କାଲି ରାତିରେ ଭଗଵାନ ସବୁ ପିଲାଙ୍କୁ ମାରିଦେଵେ । ତୁମେମାନେ ଭଗଵାନଙ୍କ ପ୍ରିୟ ଜୀଵ ମେଣ୍ଢା(ଇସ୍ଲାମରେ ଗାଈ 😏)କୁ ମାରି ତା ରକ୍ତ ତମ ଘର ଆଗରେ ଲଗେଇ ଦିଅ । ମୁଁ ଭାବୁଛି ଏହା ଦ୍ଵାରା ଭଗଵାନଙ୍କ ଦ୍ଵାରା ପଠାଯାଇଥିଵା ପାପଛାୟା ତୁମ ଘରକୁ ପଶିଵ ନାହିଁ । ଈହୁଦୀମାନେ ସେଇଆ କଲେ ।
ରାତିରେ ରାମଶେସର ନଵଜାତ ଶିଶୁ ସହ ଅନେକ ମିଶରୀୟ ଲୋକଙ୍କ ସନ୍ତାନ ମରିଗଲେ । ଶେଷରେ ବାଧ୍ୟ ହୋଇ ରାମଶେସ୍ ଇହୁଦୀମାନଙ୍କୁ ସ୍ଵାଧୀନ କଲା । ରାମଶେସ୍ ଠାରୁ ମୁକୁଳି ସବୁ ଈହୁଦୀ ତାଙ୍କ ପୂର୍ଵଜଙ୍କ ଦେଶ ଇସ୍ରାଏଲ୍ ଆଡକୁ ଅଗ୍ରସର ହୋଇଗଲେ ଓ ଶହ ଶହ ଵର୍ଷ ସେଠାରେ ଶାସନ କରିଲା ଉତ୍ତାରୁ ଜଣେ ଈହୁଦୀ ଧର୍ମଯାଜକ ଯୀଶୁଙ୍କ ମୃତ୍ୟୁ ପରେ ରୋମ ସମ୍ରାଟଙ୍କ ଭଳି ତାଙ୍କର ଅନେକ ଅନୁଗାମୀଙ୍କ ଦ୍ଵାରା ଈହୁଦୀଙ୍କ ସ୍ଵର୍ଣ୍ଣଯୁଗ ସାଙ୍ଗ ହୋଇଗଲା ।
ଆମେ ଜାଣିଛେ ଯେ ଏହାର ଦୁଇ ସହସ୍ର ଵର୍ଷପରେ ହିଟଲର ଯୋଗୁଁ ଈହୁଦୀମାନେ ଅତ୍ଯାଚାର ହୋଇଥିଲେ ହେଁ ପୁଣିଥରେ ନିଜର ଦେଶକୁ ଗଢ଼ପାରିଛନ୍ତି ଏଵଂ ଏକ ଶକ୍ତିଶାଳୀ ରାଷ୍ଟ୍ରର ନିର୍ମାଣରେ ସଫଳ ବି ହୋଇଛନ୍ତି ...