Wednesday, June 2, 2021

ଲାଲ୍ ଗାର

         

ଦୁଇଟି ରାଜନୈତିକ ଦଳ;ଉଭୟର ଲକ୍ଷ୍ୟ–ଲୋକକଲ୍ୟାଣ । ତୀବ୍ର ପ୍ରତିଯୋଗିତା ସେଥିଲାଗି ।

ଲୋକଟିର ଛାତିରେ ବାଜିଚି ଛୁରୀ...

ଗୋଟିଏ ରାଜନୈତିକ ଦଳ ଡାକ୍ତରଖାନାରେ ପହଞ୍ଚି ଡାକ୍ତରଙ୍କୁ ଅନୁରୋଧ କଲା ଶିଘ୍ର ଚିକିତ୍ସା କର ।

ଡାକ୍ତର ବ୍ୟାଣ୍ଡେଜ୍ ବାନ୍ଧିବା ବେଳେ ଆର ଦଳଟି ପହଞ୍ଚି ଯାଇ ଗର୍ଜନକଲା  “ଚିକିତ୍ସା ବନ୍ଦ କର । ତାକୁ ଛୁଇଁଲେ ତୁମ ବେକ କାଟିନେବୁ ।”

ତାପରେ ଦି ଦଳର ପିଟାପିଟି...

ମୂର୍ମୂଷୁର ରକ୍ତଧାର ଝରି ସେତେବେଳେ
ଲାଲ୍ ଧାରରେ କାଟିକାଟି ଗଲା,
ଯାହା କିଛି ଲୋକକଲ୍ୟାଣ ହୋଇଥିଲା ।

©ଡକ୍ଟର କୁଞ୍ଜଵିହାରୀ ଦାଶ

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...