Monday, June 7, 2021

କୁକୁର ଓ କଙ୍କଡ଼ା

ଜଣେ ଲୋକ ତା କୁକୁରକୁ ଧରି ମାଛହାଟକୁ ଯାଇଥାଏ । ମାଛର ଵାସ୍ନା ପାଇ କୁକୁରର ଆନନ୍ଦ କହିଲେ ନସରେ ।‌

ଲୋକଟା ଗୋଟିଏ ମାଛ ଦୋକାନ ପାଖରେ ଠିଆହେଲା । ତା କୁକୁର ଦୋକାନକୁ ପଛକରି ଠିଆ ହେଇଥାଏ ଏଵଂ ଚାରିଆଡ଼ୁ ଆସୁଥିଵା ମାଂସମାଛର ଵାସ୍ନା ଆଘ୍ରାଣ କରି କରି ଖୁସି ହେଉଥାଏ ।

କୁକୁରର ଲାଞ୍ଜଟା ଭୂଲ୍'ରେ କଙ୍କଡ଼ା ବୋଝ ଉପରେ   ହଲୁଥାଏ । କଙ୍କଡ଼ାଟିଏ କୁକୁର ଲାଞ୍ଜଟା ଉପରେ ଚଢି଼ଗଲା ଆଉ କୁକୁରର ଟିରିକି ପାଖରେ ପହଞ୍ଚିଵାରୁ କଅଁଳିଆ ମାଂସ ପାଇ ରୁଟ୍'କିନା କାମୁଡ଼ି ଦେଲା ।

କୁକୁରଟା ତ ଵାସ୍ନାର ମାୟାରେ ମୋହିତ ହୋଇଯାଇଥାଏ । ଯେମିତି କଙ୍କଡ଼ା ତା ଗାଣ୍ଡିକୁ ଚାବି ଦେଇଛି ତାର ଏକାବେଳକେ ହଣ୍ଡଲପାଣି ।  ଭୋ ଭୋ ହୋଇ ଗୋଟାଏ ଡିଆଁ ମାରିଲା ଯେ  ଦଶ ହାତରେ ପଡି଼ଲା ।

ମାଛ ଦୋକାନୀଟା କୁକୁର ପିଚାରେ କଙ୍କଡ଼ା ଦେଖି କୁକୁର ଆଣିଥିଵା ଲୋକକୁ କହିଲା — ତମ କୁକୁରକୁ ଟିକେ ଡାକ ଡାକ...

ସେଇଠୁ ଲୋକଟା ଚିଡି଼ଯାଇ କହୁଛି— ଖୋ ରେ ! କାଇଁ ତୁ ତୋ କଙ୍କଡ଼ାକୁ ଡାକୁନୁ ...

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...