Tuesday, June 8, 2021

ସଂସର୍ଗ

ଜନୈକା ନାରୀନେତ୍ରୀ ସଭାରେ  ଲୋକଙ୍କୁ କହୁଥାନ୍ତି “ଜାଣିଛ ମୁଁ ଜଣେ ଏମିତି ଲୋକକୁ ଜାଣେ ଯେ ନିଜ ନାଆଁ ଲେଖି ସୁଦ୍ଧା ଜାଣିନଥିଲା । କିନ୍ତୁ ନାରୀଜାତିର ମହିମା ଦେଖନ୍ତୁ ସେ ଲୋକଟା ଯେମିତି ଜଣେ ନାରୀ ସଂସର୍ଗରେ ଆସିଲା ବୁଢ଼ା ବୟସରେ ମାତ୍ର ଦୁଇଵର୍ଷ ମଧ୍ୟରେ ମହାପଣ୍ଡିତ ହୋଇଗଲା ।...”

ନାରୀନେତ୍ରୀଙ୍କ ଶଶୁର ସେଇପଟେ ଯାଉଥାଆନ୍ତି  । ତାଙ୍କ କାନରେ ଯେମିତି ଏକଥା ପଡି଼ଲା ସେ କହିଲେ  “ହଁ ଵା ଏଇଟା କୋଉ ବଡ଼ କଥା । ମୁଁ ବି ଜଣେ ପୁରୁଷକୁ ଜାଣେ ଯେ ଵାଲ୍ୟକାଳରୁ ପାଠଶାଠ ପଢ଼ି ସମାଜରେ ମହା ଵିଦ୍ଵାନ ପରିଗଣିତ ହେଉଥିଲା । କିନ୍ତୁ ସେ ଜଣେ ନାରୀ ସଂସର୍ଗରେ ଆସିଵା ଯୋଗୁଁ ମାତ୍ର ଦି ମାସରେ ମହାମୂର୍ଖ ହୋଇଗଲା ...”

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...