Saturday, May 21, 2022

ଷଡ଼ାଙ୍ଗ ସଂସ୍କାର କାହାକୁ କୁହାଯାଏ ?

ଶ୍ରୀଜଗନ୍ନାଥ ମନ୍ଦିର ମଧ୍ୟରେ ଯେଉଁ  ଵିଧି ଦ୍ବାରା ଅନ୍ନର ଅନ୍ନତ୍ଵ ଲୋପ କରାଯାଇ ବ୍ରହ୍ମତ୍ଵ ଆରୋପିତ ହୋଇ ମହାପ୍ରସାଦରେ ପରିଣତ କରାଯାଇଥାଏ ତାକୁ ଷଡ଼ାଙ୍ଗ ସଂସ୍କାର କୁହାଯାଏ  ।

ଏହି ଷଡ଼ାଙ୍ଗ ସଂସ୍କାରଗୁଡି଼କ ହେଲା

(କ). ମହାଲକ୍ଷ୍ମୀଙ୍କ ଦ୍ଵାରା ରନ୍ଧନ ହୁଏ ତଥା ଵୈଷ୍ଣଵାଗ୍ନିରେ ପାଚିତ ହୋଇଥାଏ ।

(ଖ). ଶ୍ରୀଯନ୍ତ୍ର ରୂପକ ଠାଆ ବା ମୁରୁଜରେ ନୈଵେଦ୍ୟ ନିମନ୍ତେ ସ୍ଵର୍ଣ୍ଣମୟ ପାତ୍ରରେ ପରିଵେଷିତ ହୁଏ ।

(ଗ). ମନ୍ତ୍ରରାଜ ଵା ଦ୍ୱାବିଂଶକ୍ଷରୀ ପାତାଳ ନୃସିଂହ ମନ୍ତ୍ରରେ ପ୍ରେକ୍ଷିତ ହୁଏ ।

(ଘ). ଗୋଵିନ୍ଦଙ୍କ ଅଷ୍ଟାଦଶାକ୍ଷର ଗୋପାଳ ମନ୍ତ୍ରରେ ନିଵେଦିତ ହୁଏ

(ଙ). ଭୈରଵୀ ଚକ୍ରରେ ଉଚ୍ଛିଷ୍ଟ ଭୈରଵୀ ବିମଳାଙ୍କୁ ସମର୍ପିତ କରାଯାଏ ।

(ଚ). ଅଷ୍ଟ ସାତ୍ତ୍ଵିକ ଵୈଷ୍ଣବମାନ, ଯଥା ବିଶ୍ଵକ୍‌‌ସେନ, ଶୁକ, ପ୍ରହ୍ଲାଦ, ହନୁମାନ, ନାରଦ, ଵୈନତେୟ, ଦେଵଳ ଓ ଇନ୍ଦ୍ରଦ୍ୟୁମ୍ନଙ୍କୁ ଅଵଶେଷାନ୍ନ ବଳି ପ୍ରଦାନ ପରେ ଏହା ମହାପ୍ରସାଦରେ ପରିଣତ ହୋଇଥାଏ ।

ସ୍କନ୍ଦପୁରାଣ (ଉତ୍କଳଖଣ୍ଡ) ମତରେ ଅଗ୍ନିସ୍ଥାନ ବହୁ ସଂସ୍କାର ପରେ ଅନ୍ତର୍ହିତା ଲକ୍ଷ୍ମୀ ମହାପ୍ରସାଦ ପାକ କରିଥାଆନ୍ତି । ପୁନଶ୍ଚ ଯଜ୍ଞାଗ୍ନିରେ ପାକ ହୋଇ ଯନ୍ତ୍ର ରାଜ ଶ୍ରୀଯନ୍ତ୍ର ଉପରେ ନ୍ୟାସିତ ହୋଇ ମନ୍ତ୍ରରାଜ ନୃସିଂହ ମନ୍ତ୍ରଦ୍ଵାରା ପୂଜିତ ହୋଇ ଜଗନ୍ନାଥଙ୍କୁ ନିଵେଦିତ ହୋଇ ବିମଳାଙ୍କୁ ସମର୍ପଣ ହେଲା ପରେ ମହାପ୍ରସାଦରେ ପରିଣତ ହୋଇଥାଏ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...