Monday, May 30, 2022

Gorr the god butcherର ଜୀଵନୀ କେମିତି ଆରବର ଇତିହାସ ଓ ଭାରତୀୟ ପୁରାଣ ଗାଥାରୁ ପ୍ରେରିତ ?

ଭାରତୀୟମାନଙ୍କ ପାଖରେ ଶ୍ରୀକୃଷ୍ଣ, ଶ୍ରୀରାମ,ହନୁମାନ ,ଶିଵଶଙ୍କର, ପର୍ଶୁରାମ,କାଳିକା,ଦୁର୍ଗାଙ୍କ ଭଳି ଶକ୍ତିଶାଳୀ ଦେଵତା ଅଛନ୍ତି ଏଵଂ ଏମାନଙ୍କ ଜୀଵନୀ ମଧ୍ୟ ପୁରାଣ ଆକାରରେ ଭାରତୀୟ ସମାଜରେ ଜୀଵିତ ଅଛି । ପ୍ରତ୍ୟେକ ଭାରତୀୟମାନଙ୍କ ପାଇଁ ଏମାନେ ସୁପର ହିରୋ ସୁପର ହିରୋଇନ୍ ଅଟନ୍ତି ।

ସେହିପରି ଗ୍ରୀସ୍ -ରୋମାନ୍, "ନରୱେ-ଜର୍ମାନ୍"ଠାରୁ ମିଶର ଓ ଚୀନ ଯାଏଁ ସବୁ ଦେଶର ଜନଜାତିମାନଙ୍କର ଏକାଧିକ ଦେଵାଦେଵୀ ଥିଲେ ।

କିନ୍ତୁ ୧୫ଶହ ଶତାବ୍ଦୀରେ ୟୁରୋପରୁ ଆମେରିକା ଯାଇ ଵସଵାସ କରିଥିଵା ଆମେରକୀୟମାନଙ୍କ ପାଖରେ ନିଜର ସୁପରହିରୋ ସୁପରହିରୋଇନ୍ ନଥିଲେ । ଯଦିଵା ମୂଳ ଲୋହିତ ଆମେରକୀୟମାନଙ୍କର ଦେଵାଦେଵୀ ଥିଲେ କିନ୍ତୁ ୟୁରୋପରୁ ଯାଇ ଆମେରିକାରେ ଵସଵାସ କରିଥିଵା ଲୋକେ ସେମାନଙ୍କ ଦେଵତାମାନଙ୍କୁ ଗ୍ରହଣ କରିନଥିଲେ । ତେଣୁ ଆମେରିକୀୟମାନେ କମିକ୍ସର ପ୍ରଚଳନ କରାଇଲେ ଯାହାର କାହାଣୀ ଵିଭିନ୍ନ ଦେଶର ସାମାଜିକ ସାଂସ୍କୃତିକ ଐତିହାସିକ ପୌରାଣିକ କାହାଣୀର ଅନୁକରଣରେ ଆଧୁନିକ ଯୁଗକୁ ଦୃଷ୍ଟିରେ ରଖି ଲିଖିତ ହେଉଥିଲା ।

କମିକ୍ସର କାହାଣୀକୁ ଵିଚାର କଲେ କୁହାଯାଉପାରେ ଯେ  ପୃଥିଵୀର ସର୍ଵପ୍ରଥମ କମିକ୍ସ୍  ନିଶ୍ଚୟ ପ୍ରାଚୀନ କାଳରେ ଭାରତରେ ଲିଖିତ ଵେଦ ଓ ପୁରାଣ ଥିଲା । ତେବେ ଆଧୁନିକ କମିକ୍ସର ଯୁଗ ୧୮୯୬ ଓ ୧୮୯୭ରେ "The Yellow Kid in McFadden’s Flats"ର ପ୍ରକାଶନ ସହିତ ଆରମ୍ଭ ହେଲା । ଗୋଟିଏ ପଟେ ଭାରତୀୟମାନେ ନିଜ ପୁରାଣଗାଥାକୁ ହେୟଜ୍ଞାନ କଲାବେଳେ ୟୁରୋପ ଆମେରିକାରେ ସଦ୍ୟ ଲିଖିତ କମିକ୍ସ କାହାଣୀ ଜନାଦୃତି ଲାଭ କରି ଭାରତ ଯାଏଁ ଵ୍ୟାପିଲା । ଭାରତର ତଥାକଥିତ ଶିକ୍ଷିତ ଲୋକେ ନିଜ ଦେଶର ପୁରାଣକଥାକୁ ପଢ଼ନ୍ତୁ କି ନ ପଢ଼ନ୍ତୁ ଵୈଦେଶିକ କମିକ୍ସ୍ କାହାଣୀ ପଠନରେ ପ୍ରଗଳ୍ଭ ହେଵାର ଦେଖାଗଲା । ଆଜି ଭାରତଵର୍ଷରେ ପୌରାଣିକ ଚଳଚ୍ଚିତ୍ରଟିଏ ନିର୍ମାଣ କରିଵାକୁ ଭାରତୀୟ ଲୋକେ ଅମଙ୍ଗ ହେଉଥିଵା ବେଳେ ଆମେରିକା ୟୁରୋପରେ ଆଧୁନିକ ଯୁଗରେ ଲିଖିତ କମିକ୍ସ କାହାଣୀ ଆଧାରିତ ଦର୍ଜନ ଦର୍ଜନ ଚଳଚ୍ଚିତ୍ର ନିର୍ମାଣ ହେଉଅଛି ।

ଜୁଲାଇରେ କମିକ୍ସର କାହାଣୀକୁ ନେଇ ଏହିପରି ଏକ ଚଳଚ୍ଚିତ୍ର  ମୁକ୍ତିଲାଭ କରିଵାକୁ ଯାଉଛି । ସେହି ଚଳଚ୍ଚିତ୍ରଟିର ନାମ Thor : love and thunder"  ।

"Marvel cinematic universe" ଅନ୍ତର୍ଗତ ଏହା ୩୦ତମ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ Marvel comicsର ଏକ ଲୋକପ୍ରିୟ super vilianକୁ ଆମେ ଦେଖିଵାକୁ ପାଇଵା ତା ନାଆଁ "Gorr : the god butcher" ଏଵଂ ଏହି ଭୂମିକାରେ ଅଭିନୟ କରିଛନ୍ତି ଲୋକପ୍ରିୟ ଅଭିନେତା Christian Bale ।

କିନ୍ତୁ ଏହି ସୁପର ଵିଲେନ୍ Gorrର ଜୀଵନ କାହାଣୀକୁ ପଢି଼ଲେ ହୃଦବୋଧ ହୁଏ ସତେ ଅଵା ଭାରତୀୟ ପୌରାଣିକ କଥା ଓ ଆରବର ଐତିହାସିକ ଘଟଣାକ୍ରମରୁ ପ୍ରଭାଵିତ ହୋଇ ଏହା ଲିଖିତ ହୋଇଛି ।

କେମିତି ତାହା ଜାଣିଵା ଆଗରୁ ପ୍ରଥମେ Gorrର କମିକ୍ସରେ ଵର୍ଣ୍ଣିତ ଜୀଵନୀ ଜାଣିଵାକୁ ହେଵ !!!

କମିକ୍ସ ପାଠକମାନଙ୍କ ପାଇଁ Gorr ପୁରୁଣା  Super vilian ନୁହେଁ କାରଣ Gorrର କମିକ୍ସ୍ କାହାଣୀ ପ୍ରଥମେ ୨୦୧୩ରେ "Thor: God of Thunder" କମିକ୍ସର  ପ୍ରଥମ ସଂସ୍କରଣରେ ପ୍ରକାଶିତ ହୋଇଥିଲା ।

ଏହି କମିକ୍ସରେ ଥିଵା  କାହାଣୀ ଅନୁସାରେ Gorr  ପ୍ରଥମେ ଏକ ସାଧାରଣ ଶକ୍ତିହୀନ ପରଗ୍ରହୀ ଥିଲା ଏଵଂ ସେ ଯେଉଁ ଗ୍ରହରେ ରହୁଥିଲା ସେ ଗ୍ରହ ଜଳାଭାଵ ଯୋଗୁଁ ଧୀରେ ଧୀରେ ମରୁଭୂମିରେ ପରିଣତ ହେଇଯାଇଥିଲା । ପୁଣି ସେ ଗ୍ରହରେ ଭୀଷଣ ଭୂକମ୍ପ ତଥା ଆଗ୍ନେୟ ଉଦ୍ଗିରଣ ହେଵା ସହ ଭୀଷଣ ଖାଦ୍ୟାଭାଵ ଦେଖା ଦେଇଥିଲା । ଆଗ୍ନେୟ ଉଦ୍ଗିରଣ ଯୋଗୁଁ  ଗ୍ରହର ଵାୟୁମଣ୍ଡଳ  ଦୁର୍ଗନ୍ଧଯୁକ୍ତ ହେଵା ସହ ଵିଷାକ୍ତ ଥିଲା । ଲୋକେ ପୋକମାଛି ଭଳି ମରୁଥିଲେ ତେବେ ଦେଵତାଙ୍କୁ ପୂଜା କରିଵା ଛାଡ଼ି ନଥିଲେ । Gorr ଜଣେ ସାଧାରଣ ପରଗ୍ରହୀ ଥିଲା କିନ୍ତୁ ତାହାର ସ୍ତ୍ରୀ ଓ ଛୁଆ ମରି ଯିଵାରୁ ଦେଵତାମାନଙ୍କ ପ୍ରତି ତାହାର କୌଣସି ଆସ୍ଥା ରହିଲା ନାହିଁ । ସେ ଖୋଲାଖୋଲି ସବୁଆଡ଼େ କହିଵାକୁ ଲାଗିଲା ଯେ ଦେଵତା ବୋଲି କିଛି ନାହିଁ । ସେ ଗ୍ରହର ଲୋକେ ତାକୁ ଏକ ନାସ୍ତିକ ଜାଣି ବହୁତ ବଝେଇଲେ ହେଲେ  ଏ ନମାନିଲାରୁ ତାକୁ ଏକ ଘରକିଆ କରିଦେଲେ  । ସେ ଗ୍ରହର ଲୋକେ ନିତିଦିନ ଏସବୁ ପ୍ରାକୃତିକ ଵିପତ୍ତିରୁ ଉଦ୍ଧାରିଵା ପାଇଁ ଭଗଵାନ ଵା ଦେଵତାମାନଙ୍କୁ ଡାକୁଥିଲେ ହେଲେ ତାଙ୍କର କଥା କୋଉ ଦେଵତା ଶୁଣୁନଥିଲେ । କିନ୍ତୁ Gorr ମନେ ମନେ ମାନକ ଇ ନେଇଥିଲା ଯେ ଦେଵତା ବୋଲି କେହି ନାହାନ୍ତି । ଏମିତି ଦିନକର ଘଟଣା । Gorr ଖାଦ୍ୟ ଅନ୍ୱେଷଣରେ ଲାଗିଥିଵା ସମୟରେ ଦିଜଣ ଦେଵତା ହଣା ହଣି ବାଡି଼ଆପିଟା ହେଇ ତା ଆଗରେ ଆସି ପଡି଼ଲେ । Gorr ସମ୍ମୁଖରେ ମାର୍ଵେଲ୍ କମିକ୍ସରେ
"God of the Symbiotes" ଭାବେ ଖ୍ୟାତ "Knull(ନଲ୍)" , The Golden God ନାମକ ଅନ୍ୟ ଏକ ଦେଵତା ସହିତ ଯୁଦ୍ଧ କରୁଥାଏ ।

Gorr ଏହି ଘଟଣା ଦେଖି ମନରେ ଭାବିଲା ୟେ ଦେଵତାଗୁଡ଼ା କେତେ ସ୍ଵାର୍ଥପର ! ଏମାନଙ୍କର ଅଧିନସ୍ଥ ପ୍ରାଣୀମାନଙ୍କ ପ୍ରତି କିଛି ବି ଦାୟିତ୍ଵ ନାହିଁ । କେଵଳ ନିଜ ନିଜ ମଧ୍ୟରେ ଲଢ଼େଇ କରିଵା ଛଡ଼ା ଏମାନଙ୍କର ଆଉ କ'ଣ ଵା ଅଭିପ୍ରାୟ !

ଏତିକିବେଳେ Symbiotes ଦେଵତା Knullର ଅତି ଶକ୍ତିଶାଳୀ "All-Black the Necrosword" ନାମକ ଅସ୍ତ୍ର ଆସି Gorr ପାଖରେ ପଡି଼ଲା ।

ସେ ଅସ୍ତ୍ରକୁ ଉଠାଇ ଆଣି Gorr ସେ Golden Godକୁ ମାରିଦେଇ ଦେଵତା ଶିକାର କରିଵାକୁ ବାହାରି ପଡ଼ିଲା । ଶହ ଶହ ଦେଵତାଙ୍କୁ ମାରିଵା ପରେ ତାହାର ସାମ୍ନା ମଧ୍ୟଯୁଗରେ(ପୃଥିଵୀରେ) Thor(ନୋର୍ସ୍ ଦେଵତା) ସହିତ ହେଲା । Thor କୌଣସି ପ୍ରକାରେ Gorrକୁ ପରାସ୍ତ କଲା ଏଵଂ ଏହି ଲଢ଼େଇରେ Gorrର ହାତ କଟିଗଲା । Gorr ହାତ କଟିଵା ଯୋଗୁଁ ଅଚେତ ହେଵାରୁ thor ତାକୁ ମୃତ ମନେ କରି ସେଠାରୁ ଚାଲିଯାଇଥିଲା କିନ୍ତୁ Gorr ପାଖରେ ଅତ୍ୟନ୍ତ ଵିନାଶକାରୀ Necrosword ଅସ୍ତ୍ର ଥିଲା ସେ କୋଉ ମରୁଛି । ତେବେ ସେ ବୁଝିଲା ଯେ ମୁଁ ଏବେ Thorକୁ ମାରିଵାକୁ ସମର୍ଥ ହୋଇନାହିଁ ଏଵଂ ଯେଉଁ ପରି ଭାବରେ ମୁଁହି ଦେଵତାଙ୍କୁ ମାରୁଛି ଏମିତିରେ ତ ଲକ୍ଷ ଲକ୍ଷ ଵର୍ଷ ଲାଗିଯିଵ ତେଣୁ ସେ ଦୁଇଟା କାମ କଲା । 

ପ୍ରଥମେ Gorr ତାପାଖରେ ଥିଵା Necrosword ଅସ୍ତ୍ର ବଳରେ shadow berserkerମାନଙ୍କର ଗୋଟିଏ ହୁରୁମା ଦଳ ଗଠନ କଲା । ତାପରେ Gorr ସମୟ ଉପରେ ନିୟନ୍ତ୍ରଣ ରଖୁଥିଵା କ୍ରୋନକ୍ସ୍ ନାମକ ଗ୍ରହର ଦେଵତାମାନଙ୍କୁ ମାରିଦେଲା । ଫଳରେ Gorr ପାଖକୁ ସମୟଯାତ୍ରାର ଶକ୍ତି ଚାଲି ଆସିଲା । ସେଇଠୁ Gorr ଅତୀତକୁ ଯାଇ ସର୍ଵପୁରାତନ Elder Godକୁ ମାରି ତାହାର ଶକ୍ତି ଶୋଷି ନେଲା । ତହୁଁ Gorr ଭଵିଷ୍ୟତକୁ ଯାଇ ସବୁ ଦେଵତାଙ୍କୁ ଏକାଥରକେ ମାରିଵା ପାଇଁ ଗୋଟିଏ ଅତି ଶକ୍ତିଶାଳୀ ବିଧ୍ବସ୍ତକାରୀ ବୋମା ନିର୍ମାଣ କରିଵାକୁ ଲାଗିଲା  । ଏହି ବୋମା ନିର୍ମାଣ କରିଵାକୁ ସେ ଅନେକ ଦେଵତାଙ୍କୁ ବନ୍ଦୀ କରି ଗୋଲାମ୍ ଭଳି ଖଟାଉଥିଲା ।

ଯେଉଁ ସମୟକାଳରେ Gorr ଦେବତାମାନଙ୍କୁ ଧରି ଗଧ ଖଟଣି ଖଟାଉଥିଲା ସେ ଯୁଗରେ ମଧ୍ୟ ଜନୈକ thor ଥିଲା । ସେ All father Thor ଥିଲା । ତାକୁ Gorr ହରାଇ ଭ୍ରମଜାଲରେ ପକାଇ ଦେଲେ । ଭ୍ରମଜାଲରେ ପଡ଼ି All father Thor ସବୁଦିନ Gorr ଓ। ତାହାର shadow berserkers ସେନା ସହିତ ଲଢ଼େଇ କରୁଥିଲା ଏଵଂ ହାରିଗଲା ପରେ ନିଜ ଭଵନକୁ ବାହୁଡ଼ୁଥିଲା । ଏହା ପ୍ରତିଦିନ ଘଟିତ ହେଉଥିଲା । ହେଲେ Gorrର ମନକୁ ଏତିକିରେ ସନ୍ତୋଷ ମିଳିଲା ନାହିଁ ସେ ଅତୀତକୁ ଯାଇ ତା ହାତ କାଟିଥିଵା ମଧ୍ୟଯୁଗୀୟ କୈଶୋର Thorକୁ ଧରି ଆଣି ଗୋଲାମ କରି ଖଟେଇଲା ।

କୌଣସି ମତେ ଵର୍ତ୍ତମାନ ଯୁଗର Avenger thor ଏସବୁ କଥା ଜାଣିଲା । ସେ ସମୟଯାତ୍ରା କରି ଭଵିଷ୍ୟତରେ ପହଞ୍ଚି। ବୃଦ୍ଧ thor ଓ କୈଶୋର୍ thorକୁ ସାଥୀରେ ଧରି Gorr ସହିତ ଲଢି଼ଲା ତଥାପି ତିନୋଟି ଯୁଗର ତିନିଜଣ Thor ମିଶି ବି Gorrକୁ ହରାଇ ପାରିଲେନି ।
ଅସ୍ତୁ Gorr ଶେଷରେ ହାରିଲା ନିଜର ମାନସିକ ଦୁର୍ଵଳତା ପାଇଁ କାରଣ ସେ ନିଜ ମଲାପୁଅକୁ ସବୁବେଳେ ମନେ ପକାଉଥିଲା । ତା ସହିତ କଥା ହେଉଥିଲା । କୌଣସି ପ୍ରକାରେ ଏକଥା ତିନଯୁଗର ତିନିଜଣଯାକ Thor ଜାଣିଗଲେ । ସେମାନେ Gorrକୁ କହିଲେ ...

"ଆରେ ତୁ ନିଜକୁ ବଡ଼ ସାଧୁ ଭାବୁଛୁ କିନ୍ତୁ ତୁ ବି ତ ସ୍ଵାର୍ଥୀ , ତୋ ନିଜ ପ୍ରତିଶୋଧ ପାଇଁ ତୁ ଅନ୍ୟକୁ କଷ୍ଟ ଦେଉଛୁ ! ତୁ "God of Hypocrisy" ଇତ୍ୟାଦି ଇତ୍ୟାଦି"

ଏସବୁ ଶୁଣି Gorr ମାନସିକ ଭାବେ ଦୁର୍ଵଳ ହୋଇଗଲା । ଏହାର ସୁଯୋଗ ନେଇ Avenger Thor ଦୁଇ ଦୁଇଟା Mjolnir(ଅସ୍ତ୍ର ଵିଶେଷ) ଓ Necrosword ବଳରେ Gorrକୁ ମାରିଵାରେ ସଫଳ ହୋଇଥିଲା ।

ଏହି ସୁପର ଵିଲେନର Gorr ନାମକରଣ କାହିଁକି କରାଯାଇଛି ସେ ଵିଷୟରେ କିଛି କୁହାଯାଇନାହିଁ ତେବେ କେତୋଟି ଅନୁମାନ କରାଯାଇପାରେ ।

ଇଂରାଜୀ ଭାଷାରେ gore ବୋଲି ଏକ ଶବ୍ଦ ଅଛି ଯାହାର ଅର୍ଥ ରକ୍ତ,ହତ୍ୟା,ହିଂସା,ରକ୍ତପାତ ଓ ଅପରିଷ୍କାର  ।

ଏହି gore ଶବ୍ଦ ପୂର୍ଵେ ମଧ୍ୟ ଯୁଗୀୟ ଇଂରାଜୀ ଭାଷାରେ Gor ଥିଲା । ସୁପର ଵିଲେନ୍ Gorr ମଧ୍ୟ ଭୀଷଣ ହିଂସା କରିଥିଲା ଓ ରକ୍ତପୀପାସୁ ହେଵା ସହ ନେକ୍ରୋସଡ଼ ଧାରଣ କଲା ପରେ ରାକ୍ଷସ ସମ ଅପରିଷ୍କାର ଦେଖାଗଲା ।

ସେହିପରି  Gregory ଶବ୍ଦର କ୍ଷୁଦ୍ରରୂପ Gorr ! Gregory ଏକ ନାମଵାଚକ ଶବ୍ଦ ଏଵଂ ଯେଉଁ ମୂଳ ଗ୍ରୀକ୍ ଶବ୍ଦ Γρηγόριος (Grēgórios) ଶବ୍ଦରୁ ଏହାର ସୃଷ୍ଟି ସଜ ଶବ୍ଦର ଅର୍ଥ ଥିଲା  “watchful, vigilant” ଵା ସଜାଗ/ସତର୍କ ।

ଏଠାରେ ମନେ ରଖିଵାକୁ ହେଵ ଯେ Gorr ହେଉଛି ନୋର୍ସ୍ ଦେଵତା ଥୋର୍‌ର ଶତ୍ରୁ ତେଣୁ ଏହି ନାମଟି ନୋର୍ମନ୍ ଭାଷାରୁ ଗ୍ରହଣ କରାଯାଇଥିଵା ସମ୍ଭଵ । ପୁରାତନ ନୋର୍ସ୍ ଭାଷାରେ gǫrr ବୋଲି ଏକ ଶବ୍ଦ ଥିଲା ଯାହାର ଭାଵାର୍ଥ "କୁଶଳୀ, ସମ୍ପନ୍ନ
ପ୍ରସ୍ତୁତ ଓ ଇଚ୍ଛୁକ" | ଯେହେତୁ Gorr ଦେଵତାମାନଙ୍କୁ ମାରିଵାରେ ବନ୍ଦୀ କରିଵାରେ କୁଶଳୀ ,ଇଚ୍ଛୁକ ଓ ସଦା ପ୍ରସ୍ତୁତ ଥିଲା ତେଣୁ ବହୁତ ସମ୍ଭଵ ଏହି ନୋର୍ସ୍ ଶବ୍ଦରୁ Gorrର  ନାମକରଣ ହୋଇଥିଵା ସମ୍ଭଵପର ।

************************
ପୂର୍ଵରୁ କଥିତ ହୋଇଛି ଯେ Gorrର ଏହି କମିକ୍ସ କାହାଣୀ ଭାରତର ପୌରାଣିକ କଥା  ଓ ଆରବର ଐତିହାସିକ ଘଟଣାକ୍ରମରୁ ପ୍ରଭାଵିତ ବୋଲି ମୁଁ ଅନୁମାନ କରାଯାଇପାରେ ।

ପ୍ରଥମେ Gorrର ଜୀଵନୀରେ ଉଲ୍ଲେଖ ଅଛି ଯେ "ତା ଗ୍ରହରେ ଭୀଷଣ ପ୍ରାକୃତିକ ଉତ୍ପାତ ଘଟୁଥିଲା । ଵିଶେଷତଃ Gorrର ଗ୍ରହ ଏକ ମରୁଭୂମିମୟ ଗ୍ରହ ଥିଲା । ସେଠାକାର ଲୋକେ ବହୁ ଦେଵାଦେଵୀ ପୂଜା କରୁଥିଲେ ବି ଦେଵତାମାନେ ସେମାନଙ୍କର ଦୁଃଖ ଲାଘଵ କରୁନଥିଲେ । ତାପରେ Gorr ଜଣେ ନାସ୍ତିକ ରୂପେ ଆସି ଲୋକଙ୍କୁ କୌଣସି ଦେଵାଦେଵୀ ନାହାନ୍ତି ବୋଲି କହି ପ୍ରଚାର କରିଵାକୁ ଲାଗିଲା । Gorr ଗ୍ରହର ଲୋକେ gorrକୁ ସାମାଜିକ ବାସନ୍ଦ କରିଦେଲେ । ସେଇଠୁ ତା ସମ୍ମୁଖରେ ଦୁଇଜଣ ଦେଵତା ହଣାହଣି ହୋଇ ପଡି଼ଵାରୁ ସେ ନେକ୍ରୋସୋର୍ଡ ଭଳି ଶକ୍ତିଶାଳୀ ଅସ୍ତ୍ରଟିଏ ପାଇ ସବୁ ଦେଵତାଙ୍କୁ ମାରିଵାକୁ ବାହାରି ପଡ଼ିଲା ।

ଏସବୁ ଘଟଣା ପୂର୍ଵେ ଆରବରେ ଘଟିତ ହୋଇସାରିଛି । କେମିତି ?

ଭୂତତ୍ତ୍ଵଵିତମାନେ କୁହନ୍ତି ଆଜକୁ ଦୁଇ ଲକ୍ଷ ଵର୍ଷ ତଳେ ଆରବ ଏକ ଵୃକ୍ଷଲତା ନଦୀ ଜଳପୂର୍ଣ୍ଣ ସୁନ୍ଦର ଭୂଖଣ୍ଡ ଥିଲା କିନ୍ତୁ ସମୟ ସହ ଏ ଅଞ୍ଚଳରେ ଜଳଵାୟୁରେ ଭୀଷଣ ପରିଵର୍ତ୍ତନ ଦେଖାଦେଲା ଫଳତଃ ଆରବ ଭୂଖଣ୍ଡ ମରୁଭୂମିରେ ପରିଣତ ହେଲା । ଆଫ୍ରିକାରୁ ଆରବକୁ ପ୍ରଥମ ମାନଵ ସ୍ଥାନାନ୍ତରଣ ଆଜକୁ ପ୍ରାୟ ୯୦୦୦୦ ଵର୍ଷ ତଳେ ହୋଇଥିଲା ତେବେ କେତେକ ପ୍ରମାଣକୁ ଭିତ୍ତି କରି ଗଵେଷକମାନେ କୁହନ୍ତି ଯେ ଆରବ ଦେଶରେ ତିନି ଚାରି ଲକ୍ଷ ଵର୍ଷ ତଳେ hominids ମଧ୍ୟ ଵସଵାସ କରୁଥିଲେ । ଆରବ ଦେଶ ମରୁଭୂମିର ଦେଶ ହୋଇଥିଵାରୁ ଏଠାରେ ମନୁଷ୍ୟମାନେ ବଡ଼ କଷ୍ଟରେ ଵସଵାସ କରୁଥିଲେ ‌। କିନ୍ତୁ ସେମାନେ ଶତାଧିକ ଜାତିରେ ଵିଭାଜିତ ହୋଇଥିଲେ ଏଵଂ ପ୍ରତ୍ୟେକ ଜାତିର ନିଜ ନିଜର ସଂସ୍କୃତି ସଭ୍ୟତା ଦେଵାଦେଵୀ ଥିଲେ ।

ସେ ଆରବୀୟ ଦେଵାଦେଵୀମାନଙ୍କୁ "ପ୍ରାକ୍ ଇସଲାମୀୟ ଆରବିକ ଦେଵୀଦେଵତା" ଅଭିହିତ କରାଯାଏ ।

ସେହି  ଦେଵାଦେଵୀଙ୍କ ମଧ୍ୟରେ କେତେକ ଉଲ୍ଲେଖଯୋଗ୍ୟ ଆରବୀୟ ଦେଵୀ ଦେଵତା ହେଲେ...

🟣Amm(ଚନ୍ଦ୍ର)
🟣Athtar(ଶୁକ୍ର)
🟣Ammi'anas
🟣A'im,A'ra(ମୃତ୍ୟୁ ଦେଵ)
🟣Abgal(ରକ୍ଷାକର୍ତ୍ତା ଦେଵତା ଵିଶେଷ)
🟣Abirillu(ଆସିରୀୟ ଦେଵତା ଵିଶେଷ)
🟣Almaqah(ଜଳଦେଵତା ଵିଶେଷ)
🟣Anbay,Arsu(ସନ୍ଧ୍ୟା ତାରାର ଦେଵତା)
🟣Ashar
🟣Asira
🟣Atarsamain
🟣Athirat
🟣Athtar Shariqan(ଯୁଦ୍ଧର ଦେଵତା)
🟣Bajir
🟣Balaw
🟣Basamum(ସ୍ଵାସ୍ଥ୍ୟ ଔଷଧ ସମ୍ବନ୍ଧୀୟ ଦେଵତା)
🟣Dai
🟣Datin
🟣Dhat-Anwat
🟣Dhat-Badan(ମରୁସ୍ଥଳର ଦେଵୀ)
🟣Dhat-Sanat(ଦେଵୀ ଵିଶେଷ)
🟣Dhat-Zahran(ଜନୈକା Qatabanian ଦେଵୀ)
🟣Dhu-Ghabat(ଵୃକ୍ଷାଦି ସମ୍ବନ୍ଧୀୟ ଦେଵତା ଵିଶେଷ)
🟣Dhu al-Kaffayn(ଖଜୁରୀ ଗଛର ଅଧିଷ୍ଠାତା ଦେଵ)
🟣Dhul Khalasa(ମୁକ୍ତିଦାତା ଦେଵତା)
🟣Dhu-Samawi(god of Amir)
🟣Dhu al-Shara/Dushara(ପର୍ଵତ ଦେଵ ଵିଶେଷ)
🟣Fils(ପଶୁରକ୍ଷକ ଦେଵ)
🟣Gad(ଭାଗ୍ୟର ଦେଵ)
🟣Ghayyan
🟣Al-Harish
🟣Haubas
🟣Haukim(god of law and justice)
🟣Hawl(Hadhramawt ଜନଜାତିର ଚନ୍ଦ୍ର ଦେଵ)
🟣Hilal(god of the new moon)
🟣Hubal(ଭଵିଷ୍ୟତଵାଣୀର ଦେଵତା;ଚନ୍ଦ୍ର)
🟣Isaf ଓ Na'ila(ଦେଵତା ଓ ଦେଵୀ)
🟣Al-Jalsad,Jihar,Kahl(ଏହାଙ୍କ ନାମରେ DhatKahl ନଗରର ନାମକରଣ ହୋଇଅଛି)
🟣Al-Kutbay(God of writing)
🟣Al-Lat(ପ୍ରଜନନ ଓ ଯୁଦ୍ଧର ଦେଵୀ)
🟣Ma'n
🟣Malik
🟣Manaf
(ମୁସଲିମ୍ ଵିଦ୍ଵାନ At-Tabariଙ୍କ ଅନୁସାରେ Manaf ମକ୍କାର ସରରଵଶ୍ରେଷ୍ଠ ଦେଵତା ଥିଲେ ତେବେ ଏହାଙ୍କ ଵିଷୟରେ ବହୁତ କମ୍ ତଥ୍ୟ ମିଳେ । କେତେକ ଗଵେଷକ ତାଙ୍କୁ ଗ୍ରୀକ୍ ଦେଵତା ଜିଅସ୍‌ଙ୍କ ସମକକ୍ଷ ଦେଵତା ଭାବେ ପ୍ରତିପାଦିତ କରିଥାନ୍ତି ତ ଆଉ କେତେକଙ୍କ ମତରେ ସେ ସୂର୍ଯ୍ୟ ଦେଵତା ଅଟନ୍ତି। କୁହାଯାଏ ମହିଳାମାନେ ଋତୁସ୍ରାଵ ସମୟରେ ଏହାଙ୍କ ମୂର୍ତ୍ତି ଵା ଚିତ୍ରଠାରୁ ଦୂରେଇ ରହୁଥିଲେ। )
🟣Manāt(ଭାଗ୍ୟ ଓ ମୃତ୍ୟୁର ଦେଵୀ; ଗ୍ରୀକ୍ ଦେଵୀ Nemesisଙ୍କ ସମକକ୍ଷା)
🟣Al-Muharriq(ଅଗ୍ନି ଦେଵ)
🟣Mun'im(ସୁଖର ସ୍ଥାୟୀତ୍ବ ପ୍ରଦାନକାରୀ ଦେଵତା ଵିଶେଷ)
🟣Nab'al
🟣Nasr
🟣Nikrah(କୁହାଯାଏ ଏ ଦେଵତାଙ୍କ ମନ୍ଦିର ଵୃଦ୍ଧ ଶ୍ରଦ୍ଧାଳୁ ଲୋକ ଏଵଂ ପ୍ରସଵ ସମୟରେ ମହିଳାଙ୍କ ପାଇଁ ଏକ ଆଶ୍ରୟସ୍ଥଳ ଥିଲା)

🟣Nuha(ଭାଵନା ଓ ଚିନ୍ତନର ଦେଵୀ)
🟣Nuhm,Al-Qayn(aws ଜନଜାତିର ଦେଵତା)
🟣Qaynan(Sabaean ଜନଜାତିର ଲୌହର ଅଧିଷ୍ଠାତା ଦେଵ)
🟣Quzah(ପାଣିପାଗ ଓ ପର୍ଵତ ଦେଵତା ଵିଶେଷ, ଏହାଙ୍କୁ ଇନ୍ଦ୍ରଧନୁର ଅଧିଷ୍ଠାତା ଦେଵ ମଧ୍ୟ କୁହାଯାଉଥିଲା)
🟣Ruda(ସୂର୍ଯ୍ୟ ଦେଵ ; ଆସିରୀୟମାନେ ଏହାଙ୍କୁ Ruldaiu ନାମରେ ପୂଜା କରୁଥିଲେ । କୁହାଯାଏ ପରେ ଏହାଙ୍କୁ ଆରବରେ କେତେକ ଅଞ୍ଚଳରେ Dusera ନାମରେ ପୂଜା କରାଯାଉଥିଲା)
🟣Sa'd(Banu Kinanah ଜନଜାତିର ଭାଗ୍ୟ ଦେଵ)
🟣Sakhr
🟣Salm
🟣Al-Samh
🟣Sha'd
🟣Shafr
🟣Shams/Shamsum(ଦେଵୀ ଵିଶେଷ)
🟣Shay al-Qawm(ଯୁଦ୍ଧ,ରାତ୍ରୀ ତଥା ଶଗଡି଼ଆର ରକ୍ଷକ ଦେଵତା ଵିଶେଷ)
🟣Shingala
🟣Su'ayr(Anazzah ଜନଜାତିର oracular god )
🟣Suwa'(Hudhayl ଜନଜାତିର ଦେଵତା ଵିଶେଷ । Prophet Muhammadଙ୍କ ଆଦେଶରେ ଏହି ଦେଵତାଙ୍କ ମୂର୍ତ୍ତି ୬୩୦ ଖ୍ରୀଷ୍ଟାବ୍ଦରେ ଭାଙ୍ଗି ଦିଆଯାଇଥିଲା । ଏ  ଧାର୍ମିକ ଅଭିଯାନକୁ  raid of Amr ibn al-As କୁହାଯାଏ)

🟣Syn (Hadhramites ମାନଙ୍କ ମୁଖ୍ୟ ଦେଵତା । ଚନ୍ଦ୍ରଦେଵ ।)

🟣Ta'lab(ୟେମନର Sumʿay ଜନଜାତିର ଚାରଣଭୂମିର ରକ୍ଷକ ଚନ୍ଦ୍ର ଦେଵତା । )

🟣Al-Uqaysir( ପ୍ରାଚୀନ କାଳରେ ଆରବର Quda'a, Banu Lakhm, Judhah, Banu Amela ଓ Ghatafan ଆଦି ଜନଜାତି ଏ ଦେବତାଙ୍କୁ ପୂଜା କରୁଥିଵା ଜଣାଯାଏ)

🟣Al-'Uzzá(ଶକ୍ତି, ସୁରକ୍ଷା ଏଵଂ ପ୍ରେମର ଦେଵୀ ଵିଶେଷ । ଗ୍ରୀକ୍ ଦେଵୀ Aphroditeଙ୍କ ସମକକ୍ଷା । ପ୍ରାକ୍ ଆରବିକ ସମାଜରେ ଏହି ଦେଵୀ ସୌନ୍ଦର୍ଯ୍ୟର ପ୍ରତୀକ ଥିଲେ । ୬୩୦ ଖ୍ରୀଷ୍ଟାବ୍ଦରେ prophet Muhammadଙ୍କ ଆଦେଶରେ Khalid ibn al-Walid ଏହି ଦେଵୀଙ୍କର nakhla ନଗରରେ ସ୍ଥିତ ମନ୍ଦିର ଭାଙ୍ଗି ଦେଇଥିଲେ ଫଳତଃ ଏହାଙ୍କର ପୂଜା ସବୁଦିନ ପାଇଁ ବନ୍ଦ ହୋଇଗଲା)

🟣Wadd(ୟେମନୀ  ଜନଜାତି Minaeanମାନଙ୍କର ଜାତୀୟ ଦେଵତା । Dumat al-Jandal ନଗରରେ ଏ ଦେଵତା ଵିଶେଷଙ୍କର ଭଵ୍ୟ ମୂର୍ତ୍ତି ଥିଲା ଯାହାକୁ Prophet Muhammadଙ୍କ ଆଦେଶରେ Khalid ibn al-Walid ଭାଙ୍ଗି ଦେଇଥିଲେ । କୋରାନରେ ଏହି ଦେଵତାଙ୍କୁ ନୋହ୍‌ଙ୍କର ଲୋକମାନଙ୍କର ଏକ ମିଥ୍ୟା ଦେଵତା ଅଭିହିତ କରାଯାଇଛି)

🟣Al-Ya'bub(Jadilah clanର Tayy ଜନଜାତିର ଦେଵତା ଵିଶେଷ)

🟣Ya'uq(Khaywin ଜନଜାତିର ଦେଵତା ଵିଶେଷ )

🟣Yaghūth(ଆରବର Madhhij,Jurash ଓ Yemen ଜନଜାତିର ଲୋକେ ଏହାଙ୍କୁ ଆରାଧନା କରୁଥିଲେ)

🟣Yathaʾ(Sabaeans ଓ Himyarites ଜନଜାତିର ଦେଵତା ଵିଶେଷ । Yathaʾ ଶବ୍ଦର ଆକ୍ଷରିକ ଅର୍ଥ ରକ୍ଷକ)

ପ୍ରୋକ୍ତ ଅଧିକାଂଶ ଦେଵାଦେଵୀଙ୍କ ମୂର୍ତ୍ତି ଓ ମନ୍ଦିର Prophet Muhammadଙ୍କ ଦ୍ଵାରା ୬୨୩ ରୁ ୬୩୨ ଖ୍ରୀଷ୍ଟାବ୍ଦ ମଧ୍ୟରେ କରାଯାଇଥିଵା ମୋଟ ୯୫ଟି ଧାର୍ମିକ ଅଭିଯାନ ଯୋଗୁଁ ଭାଙ୍ଗି ଦିଆଯାଇଥିଲା ।

ପ୍ରକୃତରେ ପ୍ରାକ୍ ଆରବିକ ଦେଵାଦେଵୀଙ୍କ ପାଇଁ ମହମ୍ମଦ ଥିଲେ "gorr of the god butcher" ! ମହମ୍ମଦଙ୍କ ଧାର୍ମିକ ଅଭିଯାନ ତଥା ପ୍ରାକ୍ ଆରବିକ ଦେଵାଦେଵୀଙ୍କ ମୂର୍ତ୍ତି ତଥା ମନ୍ଦିରର ଧ୍ବଂସ ସାଧନକୁ ଆଧାର କରି ମାର୍ଵେଲ୍ କମିକ୍ସରେ Gorr ବୋଲି ଏକ ଶକ୍ତିଶାଳୀ ସୁପର ଵିଲେନ୍ ଚରିତ୍ରର କଳ୍ପନା କରାଯାଇଛି ବୋଲି ସହଜେ ଅନୁମେୟ ।

ତେବେ ପ୍ରଶ୍ନ ଉଠେ Gorrର ଜୀଵନୀ ସହିତ ଭାରତୀୟ ପୌରାଣିକ କଥାର କ'ଣ ସାମଞ୍ଜସ୍ୟ ରହିଛି ?

ମହାଭାରତ ଯୁଦ୍ଧ ସମୟରେ ଯେତେବେଳେ
ଦ୍ରୋଣଙ୍କୁ ପାଣ୍ଡଵ ପକ୍ଷ ରୋକି ପାରିଲେ ନାହିଁ ସେତେବେଳେ ପ୍ରଚାର କରାଗଲା 

ଅଶ୍ଵତ୍ଥାମା ହତଃ !!!

ଯୁଧିଷ୍ଠିର ସତ୍ୟଵାଦୀ ତେଣୁ ଦ୍ରୋଣ ତାଙ୍କୁ ପଚାରିଵାରୁ ଯୁଧିଷ୍ଠିର କହିଲେ
"ନରୋ ଵା ଗୁଞ୍ଜରୋ ଅଶ୍ଵତ୍ଥାମା ହତଃ"

ଏହା ଶୁଣିଵା କ୍ଷଣି ଦ୍ରୋଣ ପୁତ୍ର ଶୋକରେ ଅସ୍ତ୍ର ତ୍ୟାଗୀ ଵିଳାପ କରିଵାକୁ ଲାଗିଲେ । ଏତିକି ବେଳେ ପାଣ୍ଡଵ ସେନାପତି ଧୃଷ୍ଟଦ୍ୟୁମ୍ନ ଦ୍ରୋଣଙ୍କର ଵଧ କରିଦେଲେ ।

ମାର୍ଵେଲ୍ କମିକ୍ସର ସୁପର ଵିଲେନ୍  Gorrର ମୃତ୍ୟୁ ମଧ୍ୟ ଦୁଇଟି କାରଣରୁ ହୋଇଥିଲା । ପୁତ୍ର ମୋହ ଓ ମନରେ ଵିଶ୍ଵାସ ଜାତ ହେଵା ଯୋଗୁଁ । ଉଭୟ କାହାଣୀରେ ଶକ୍ତିଶାଳୀ ଵ୍ୟକ୍ତିକୁ ମାନସିକ ରୁପେ ଶକ୍ତିହୀନ କରି ସେହି ସୁଯୋଗରେ ଵଧ କରାଯାଇଛି ।

ମାର୍ଵେଲ୍ କମିକ୍ସ ହେଉ କି ଡିସି କମିକ୍ସ ପ୍ରାୟତଃ ସବୁ ଧର୍ମର ଏକାଧିକ ଦେଵାଦେଵୀଙ୍କୁ ସୁପରହିରୋ ଭାବେ ପ୍ରକାଶିତ କରାଯାଇଛି । ମାର୍ଵେଲ୍ କମିକ୍ସରେ Skanda(କାର୍ତ୍ତିକେୟ),Indra(ଇନ୍ଦ୍ର),Shiva(ଶିଵ),Brahma(ବ୍ରହ୍ମା) ଓ Vishnu(ଵିଷ୍ଣୁ) ଆଦି ଦେଵତାମାନଙ୍କୁ ନେଇ କେତେକ କାହାଣୀ ରହିଛି । ଏଥିରୁ ଅନୁମାନ କରାଯାଇପାରେ ଯେ ହୁଏତ  ମାର୍ଵେଲ୍ କମିକ୍ସରେ ଦ୍ରୋଣଙ୍କର ମୃତ୍ୟୁ କାହାଣୀରୁ ପ୍ରେରିତ ହୋଇ Gorrର ମୃତ୍ୟୁ କାହାଣୀ ଲେଖାଯାଇଥିଲା ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...