Tuesday, May 17, 2022

ଜ୍ଞାନଵାପୀ ଶବ୍ଦ ଏକ ସଂସ୍କୃତ ଶବ୍ଦ

ଜ୍ଞାନବାପି ଵା ଜ୍ଞାନବାପୀ କି ଜ୍ଞାନୱାପୀ ନୁହେଁ ଶବ୍ଦଟି ପ୍ରକୃତରେ ଜ୍ଞାନଵାପୀ ଅଟେ । ଏଣୁ ହିନ୍ଦୀରେ ज्ञानबापी ନୁହେଁ ଵରଂ ज्ञानवापी ଲେଖାଯାଏ ।

କୌଣସି ଦୃଷ୍ଟିରୁ ଜ୍ଞାନଵାପୀ ଏକ ମୁସଲିମ ଵା ଆରବୀ ,ପାର୍ସୀ ,ତୁର୍କ ଶବ୍ଦ ନୁହେଁ । ଏହି ଜ୍ଞାନଵାପୀ ଶବ୍ଦରେ ଦୁଇଗୋଟି ଶବ୍ଦ ରହିଛି । ଜ୍ଞାନ ଓ ଵାପୀ ।

ପ୍ରାୟତଃ ସାରା ଵିଶ୍ଵ ଜାଣିଛି ଯେ ଜ୍ଞାନ ଶବ୍ଦଟି ମୂଳତଃ ଏକ ସଂସ୍କୃତ ଶବ୍ଦ । କିନ୍ତୁ ଵାପୀ ଶବ୍ଦଟି କେଉଁ ଭାଷାର ଏଵଂ ଏହାର ଅର୍ଥ କ'ଣ ?

ହିନ୍ଦୀ ଶବ୍ଦ ସାଗର ଅନୁସାରେ वापी ଶବ୍ଦର ଅର୍ଥ ଛୋଟ ଜଳାଶୟ ଓ ବାଵଲୀ (बावली) । ଵାପୀ ଵା ବାଵଲୀ ପାହାଚ ଥିଵା  ଏକ ପ୍ରକାରର ଚଉଡ଼ା କୂପ ଯାହାକୁ ଓଡ଼ିଆ ଭାଷାରେ ବାମ୍ଫୀ କୁହାଯାଏ ।

ହିନ୍ଦୀର ଵାପୀ ଓ ବାଵଲୀ ତଥା ଓଡ଼ିଆ ଭାଷାର ବାମ୍ଫୀ ଶବ୍ଦ ସଂସ୍କୃତ ଵାପି ସହିତ ସମୋଦ୍ଧୃତ । ତେବେ ସଂସ୍କୃତ ଭାଷାରେ ମଧ୍ୟ ଉଭୟ ଵାପି ଓ ଵାପୀ ଶବ୍ଦ ଅଛି । ତେଣୁ ଏହି ଵାପୀ ଶବ୍ଦଟି ଏକ ସଂସ୍କୃତ ଶବ୍ଦ ଅଟଇ ।

"ଜଳାଶୟୋତ୍ସର୍ଗତତ୍ତ୍ଵମ୍" ଶାସ୍ତ୍ରରେ ଵାପି ଵା ଵାପୀର ଲକ୍ଷଣ ଏମନ୍ତ ଉଲ୍ଲେଖ କରାଯାଇଛି...

“ନଵ୍ଯଵର୍ଦ୍ଧମାନଧୃତୋ ଵଶିଷ୍ଠଃ ।
ଶତେନ ଧନୁର୍ଭିଃ ପୁଷ୍କରିଣୀ ।
ତ୍ରିଭିଃ ଶତୈର୍ଦୀର୍ଘିକା । ଚତୁର୍ଭିର୍ଦ୍ରୋଣଃ । ପଞ୍ଚଭିସ୍ତଡାଗଃ । ଦ୍ରୋଣାଦ୍ଦଶଗୁଣା ଵାପୀ । ତେନ ଚତୁର୍ଦ୍ଦିକ୍ଷୁ ପଞ୍ଚତ୍ରିଂଶଦ୍ଧସ୍ତାନ୍ଯୂନତାୟାଂ ଦ୍ଵାଦଶଶତହସ୍ତାନ୍ତରାନ୍ଯୂନତ୍ଵେନ ଦୀର୍ଘିକା । ଚତୁର୍ଦ୍ଦିକ୍ଷୁ ଚତ୍ଵାରିଂଶଦ୍ଧସ୍ତାନ୍ଯୂନତାୟାଂ ଷୋଡଶଶତହସ୍ତାନ୍ତରାନ୍ଯୂନତ୍ଵେନ ଦ୍ରୋଣଃ । ଚତୁର୍ଦ୍ଦିକ୍ଷୁ ତ୍ରିଂଶଦଧିକଶତହସ୍ତାନ୍ଯୂନତାୟାଂ ଷୋଡଶସହସ୍ରହସ୍ତାନ୍ତରାନ୍ଯୂନତ୍ଵେନ ଵାପୀ” । (ଇତି ଜଳାଶୟୋତ୍ସର୍ଗତତ୍ତ୍ଵମ୍)

ଵାପି ଵା ଵାପୀ ଖନନର ଫଳ ଵିଷୟରେ କଳ୍ପତରୌ ଵାୟୁପୁରାଣରେ କୁହାଯାଇଛି...

“ଯୋ ଵାପୀମଥଵା କୂପଂ ଦେଶେ ଵାରିଵିଵର୍ଜ୍ଜିତେ ।
ଖାନୟେତ୍ ସ ଦିଵଂ ଯାତି ବିନ୍ଦୌ ବିନ୍ଦୌ ଶତଂ ସମାଃ ॥”

ଵାପି ଵା ଵାପୀର ଜଳ ସମ୍ବନ୍ଧରେ ରାଜବଲ୍ଲଭ ଗ୍ରନ୍ଥରେ ଲେଖାଅଛି

“ଯାପ୍ଯଂ ଗୁରୁ କଟୁ କ୍ଷାରଂ ପିତ୍ତଳଂ କଫଵାତଜିତ୍ ।”

ଵାପି ଵା ଵାପୀ ଖନନ ସମ୍ବନ୍ଧରେ ଶାସ୍ତ୍ରରେ ଦିଙ୍ନିଷେଧର ମଧ୍ୟ ଉଲ୍ଲେଖ ରହିଛି
ଯଥା,  —

“ଵାପୀକୂପତଡାଗଂ ଵା ପ୍ରାସାଦଂ ଵା ନିକେତନମ୍ ।
ନ କୁର୍ଯ୍ଯାଦ୍ଵୃଦ୍ଧିକାମସ୍ତୁ ଅନଳାନିଳନୈରୃତେ ॥ ଆଗ୍ନେଯ୍ଯାଂ ମନସସ୍ତାପୋ ନୈରୃତେ କ୍ରୂରକର୍ମ୍ମକୃତ୍ ।
ଵାୟଵ୍ଯାଂ ବଳଵିତ୍ତଞ୍ଚ ପୀୟମାନେ ଜଳେ ପ୍ରିୟେ ॥
ସ୍ଥାନସ୍ଯ ପାଵକେ ଭାଗେ ଵାପୀକୂପତଡ଼ାଗକମ୍ ।
ଅଗ୍ନିଦାହଂ ସଦା କୁର୍ଯ୍ଯାତ୍ ସମାନୁଷଚତୁଷ୍ପଦାମ୍ ॥
ନୈରୃତେ ପୀୟମାନନ୍ତୁ ଆତ୍ମନା ଦୁଃଖିତୋ ଭଵେତ୍ ।
କନ୍ଯାପି ତଜ୍ଜଳଂ ପୀତ୍ଵା ପତିଂ ଗୃହ୍ଣାତି କାମତଃ ॥”

(ଇତି ଦେଵୀପୁରାଣେ ନନ୍ଦାକୁଣ୍ଡପ୍ରଵେଶାଧ୍ଯାୟଃ )

ସେହିପରି ଧରାରେ ଵାପି ଵା ଵାପୀ ନିର୍ମାଣ ଦ୍ଵାରା କି କି ଲାଭ ହେଵ ସେ ଵିଷୟରେ ସୁଦ୍ଧା ଅଗ୍ନିପୁରାଣରେ ଵିସ୍ତୃତ ଉଲ୍ଲେଖ ଅଛି ।

"ଶର୍ମ୍ମିଳ ଉଵାଚ ।”

“ତଡାଗୋଦକଵାପୀନାଂ କୃତାନାମିହ ଯତ୍ ଫଳମ୍ । ଵିଶେଷେଣ ପିତୃଶ୍ରେଷ୍ଠ ଵକ୍ତୁମର୍ହସ୍ଯଶେଷତଃ ॥”

“ଯମ ଉଵାଚ ।”

“ଧର୍ମ୍ମସ୍ଯାର୍ଥସ୍ଯ କାମସ୍ଯ ଯଶସଶ୍ଚ ଦ୍ବିଜୋତ୍ତମ ।
ତଡ଼ାଗଂ ସୁପ୍ରଭୂତାମ୍ବୁ ପରମାୟତନଂ ସ୍ମୃତମ୍ ॥
ଦେଵତାଃ ପିତରୋ ନାଗା ଗନ୍ଧର୍ଵ୍ଵା ଯକ୍ଷରାକ୍ଷସାଃ ।
ପଶୁପକ୍ଷିମନୁଷ୍ଯାଶ୍ଚ ସଂଶ୍ରୟନ୍ତି ଜଳାଶୟମ୍ ॥
କୃତ୍ସ୍ନଂ ତାରଯତେ ଵଂଶଂ ପଶ୍ଯ ଖାତେ ଜଳାଶୟେ ।
ଗାଵଃ ପିବନ୍ତି ପାନୀୟଂ ମନୁଷ୍ଯାଃ ପଶଵସ୍ତଥା ॥
ଶରଦୃତୌ ତଡ଼ାଗେଷୁ ସଲିଳଂ ଯସ୍ଯ ତିଷ୍ଠତି ।
ଅଗ୍ନିଷ୍ଟୋମଫଳଂ ତସ୍ଯ ପ୍ରଵଦନ୍ତି ମନୀଷିଣଃ ॥
ଯେଷାଂ ଶିଶିରକାଳେ ତୁ ପାନୀୟଂ ପ୍ରତିତିଷ୍ଠତି ।
ଵାଜପେୟାତିସତ୍ରାଭ୍ଯାଂ ଫଳଂ ବିନ୍ଦନ୍ତି ମାନଵାଃ ॥
ଵସନ୍ତେ ଚୈଵ ଗ୍ରୀଷ୍ମେ ତୁ ସଲିଳଂ ଯସ୍ଯ ତିଷ୍ଠତି ।
ରାଜସୂୟାଶ୍ଵମେଧାଭ୍ଯାଂ ସ ଫଳଂ ସମୁପାଶ୍ନୁତେ ॥
ତଡ଼ାଗଂ ସର୍ଵ୍ଵସତ୍ତ୍ଵାନାଂ ଜୀଵନନ୍ତୁ ଦିଵାନିଶମ୍ ।
ତସ୍ମାତ୍ ସର୍ଵ୍ଵାତ୍ମନା ଵତ୍ସ ତଡ଼ାଗମିହ କାରୟେତ୍ ॥
କୃତ୍ସ୍ନଂ ହି ତାରୟେଦ୍ବଂଶଂ ପୁରୁଷସ୍ଯ ନ ସଂଶୟଃ ।
ସାଵତାରଃ କୃତଃ କୂପଃ ସମ୍ପ୍ରଭୂତଜଳସ୍ତଥା ॥
ଯସ୍ଯ ସ୍ଵାଦୁଜଳଂ କୂପେ ପିବନ୍ତି ସତତଂ ଜନାଃ ।
ସ ନରୋ ଵିରଜୋ ଲୋକେ ଦେଵଵଦ୍ଦିଵି ମୋଦତେ ॥
ପୀତ୍ଵୈଵେକ୍ଷୁରସଂ କ୍ଷୀରଂ ଦଧି ମଧୁ ସୁରାସଵମ୍ ।
ତାଵତ୍ ପିପାସା ନାପୈତି ଯାଵତ୍ତୋୟଂ ନ ପୀୟତେ ॥
ଜୀଵନ୍ତି ଚାନ୍ନରହିତା ଦିଵସାନି ବହୂନ୍ଯପି । ତୃଷିତସ୍ତୋୟରହିତୋ ଦିନମେକଂ ନ ଜୀଵତି ॥
ତସ୍ମାଦ୍ଦଦାତି ଯୋ ନିତ୍ଯଂ ପାନୀୟଂ ପ୍ରାଣିନାମିହ ।
ସ ଦଦାତି ନରଃ ପ୍ରାଣାନ୍ ମାଭୂତ୍ତେ ହ୍ଯତ୍ର ସଂଶୟଃ ॥
ପ୍ରାଣଦାନାତ୍ ପରଂ ନାମ ନାନ୍ଯଦ୍ଦାନଂ ହି ଵିଦ୍ଯତେ ।
ତସ୍ମାଦ୍ଵାପୀଶ୍ଚ କୂପାଂଶ୍ଚ ତଡାଗାନି ଚ କାରୟେତ୍ ॥
ସଵୃକ୍ଷାଣି ହ ଵିପ୍ରର୍ଷେ ଯଦୀଚ୍ଛେତ୍ ଶ୍ରିୟମାତ୍ମନଃ ।
ଶୁଷ୍କଂ ପରନିପାନନ୍ତୁ ଯଃ କାରୟତି ଶକ୍ତିତଃ ।
ସନ୍ତାରୟତି ଭୂୟୋଽପି ଦ୍ଵିଗୁଣଂ ତସ୍ଯ ଵୈ ଫଳମ୍ ॥ ”

(ଇତି ଵହ୍ନିପୁରାଣେ ତଡାଗଵୃକ୍ଷପ୍ରଶଂସାନାମାଧ୍ଯାୟଃ ॥)

ତେଣୁ ଵିଭିନ୍ନ ଶାସ୍ତ୍ରରେ ଵାପି ତଥା ଵାପୀ ଶବ୍ଦର ପ୍ରୟୋଗରୁ ସ୍ପଷ୍ଟ ହୁଏ ଯେ ଏହା ଏକ ସଂସ୍କୃତ ଶବ୍ଦ ।

କଳ୍ପଦ୍ରୁମ ସଂସ୍କୃତ ଅଭିଧାନ ଅନୁସାରେ
"ଵାପି + କୃଦିକାରାଦିତି ଙୀଷ୍" = ଵାପୀ

ପୁଣି ଵାପି ଶବ୍ଦ ସମ୍ବନ୍ଧରେ କୁହାଯାଇଛି

"ଉପ୍ଯତେ ପଦ୍ମାଦିକମସ୍ଯାମିତି । ଵପ୍ + “ଵସିଵପିୟଜିରାଜିଵ୍ରଜୀତି”

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମଧ୍ୟ ଵାପି ଶବ୍ଦର ଏହି ନିରୁକ୍ତିମତ ସମର୍ଥନ ଜଣାଇ କୁହାଯାଇଛି ଯେ ଵପ୍ ଧାତୁରୁ ବୁଣିଵା ଅର୍ଥରେ ଵାପି ଶବ୍ଦକୁ ନିଷ୍ପନ୍ନ କରାଯାଇଛି । ଆଗକାଳରେ ଯହିଁରେ ପଦ୍ମାଦି ପୁଷ୍ପର ଵୀଜ ଵପନ କରାଯାଉଥିଲା ତାକୁ ଵାପି ଵା ଵାପୀ କୁହାଯାଉଥିଲା ।

ଦୀର୍ଘିକା; ପୋଖରୀ; ଦିଘୀ ଵା ଦୀର୍ଘୀ; ଚାରିକୋଣିଆଁ ଲମ୍ବ ପୋଖରୀ; ଜଳାଶୟକୁ ଵାପି/ଵାପୀ କୁହାଯାଉଥିଲା ପୁଣି ବାମ୍ଫୀ ଵା ଚତୁଷ୍କୋଣ ପ୍ରସ୍ତର ନିର୍ମିତ ବୃହତ୍ କୂପକୁ ମଧ୍ୟ ଵାପି/ଵାପୀ କୁହାଯାଉଥିଲା ।

ଅତଏଵ୍ ଜ୍ଞାନଵାପୀ ଏକ ସଂସ୍କୃତ ଶବ୍ଦ । ଜ୍ଞାନରୂପକ ଵାପୀ ଵା କୂପ ଅର୍ଥରେ ସମ୍ଭଵତଃ ନାମକରଣ ହୋଇଥିଲା ‌ । ବହୁତ ସମ୍ଭଵ ଆଗେ ଜ୍ଞାନଵାପୀ ମନ୍ଦିର ଜ୍ଞାନର ପୀଠ ଥିଲା ତେଣୁ ସନାତନ ଧର୍ମର ନାଶ କରିଵାକୁ ଆସିଥିଵା ଆକ୍ରାନ୍ତାମାନେ ତାକୁ ଭାଙ୍ଗି ଦେଇଥିଲେ ଏଵଂ ତାହାରି ଉପରେ ମସଜିଦ ନିର୍ମାଣ କରି ଶତ ଶତ ଵର୍ଷ ଧରି ସନାତନୀମାନଙ୍କୁ ଭୁଆଁ ବୁଲେଇ ରଖିଥିଲେ ।

ଶିଶିର ସାହୁ ମନୋଜ

ତଥ୍ୟ —
©ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
© ହିନ୍ଦୀ ଶବ୍ଦସାଗର
©ସଂସ୍କୃତ କଳ୍ପଦ୍ରୁମ ଅଭିଧାନ

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...