Saturday, May 21, 2022

ପିଲାଚୋରୀର କାରଣ ଓ ନିରାକରଣ

ଅଶୀ ଦଶକରେ ଲୋକଙ୍କ ପାଖରେ ଏତେ ପଙ୍ଖା ନଥିଲା । କେଵଳ କିଛି ସରକାରୀ ଅଫିସରେ ଉପର ପଙ୍ଖା ଲାଗିଥିଵାର ଦେଖିଵାକୁ ମିଳୁଥିଲା। ସେତେବେଳେ ଯୋଉ ଗରମ ହୁଏ ପିଠି ସିଝିଯାଏ ଏଵଂ ଘିମିରି ହେଇଯାଏ। ବଳଦ ଭଳି କାନ୍ଥଟାଏ ଦେଖିଲେ ଲୋକେ ପିଠି ଘସି ପକାନ୍ତି। ଗାଧୋଇଲା ବେଳେ ଡୁଡକା ଜାଲିରେ ଦେହ ଘଷି ହୁଅନ୍ତି। କାମ ନଥିଵା ମାଇପେ ଦିପହରେ ଗରମରେ ଶୋଇ ନପାରି ଗୋଟିଏ ପଇସା ଵା ନଖରେ ଅନ୍ୟର ପାଚିଲା ଘିମିରି ଫଟାନ୍ତି। ରାତି ହେଇଯାଏ ଆହୁରି ଅସହ୍ୟ। ଘର ବାହାରେ ଖଟ ପକାଇ ଵା ମାଟି ବାରଣ୍ଡାରେ ସପ ପକାଇ ହାତରେ ଗାମୁଛା କି ହାତ ପଙ୍ଖା ବୁଲେଇ ଶୋଇଵାକୁ ଚେଷ୍ଟା କରନ୍ତି। ଦିନ ଯାକର ଖଟଣିରେ ନିଦ ମାଡି ଆସେ। ପଙ୍ଖା ତ ଦୂରର କଥା,ସେତେବେଳେ ଅଧିକାଂଶ ଘରେ ଓ ଗାଁରେ ବିଜୁଳି ଥିଲା ସାତ ସପନ। ଦଉଡିଆ ଖଟ ଓ ତାଳପତ୍ର କିମ୍ବା ବାଉଁଶ ଚାଞ୍ଚିର ରଙ୍ଗୀନ ହାତ ପଙ୍ଖା ରାତିରେ ଗାଁ ଲୋକ ଅଗଣାରେ ଶୁଅନ୍ତି ଓ ସହର ଲୋକ ରାସ୍ତାରେ ଖଟ ପକାଇ ଶୁଅନ୍ତି। ସେଇ ସମୟରେ ସକ୍ରିୟ ହୋଇ ଯାଆନ୍ତି #ଛୁଆଧରା, #ପିଲାଚୋର ବା #ବନ୍ଧକିରିଆ। ସେମାନେ ପିଲାଚୋରି କରି ତାଙ୍କ ବିଲରେ ଭଲ ଅମଳ ହେବ ବୋଲି ମଣିଷ ବଳି ଦିଅନ୍ତି ବୋଲି ଶୁଣିଵାକୁ ମିଳେ। ଏସବୁ ୧୯୮୦ ପୂର୍ଵରୁ ଘଟୁଥିଲା ଏଵଂ ଆଜି ବି କାଁ ଭାଁ ଘଟିଥାଉଛି। ଲୋକେ ଵିଶେଷତଃ ପିଲାଏ ଭୟରେ ବାପାମାଆଙ୍କୁ ଭିଡି ଧରି ଶୋଇ ପଡୁଥିଲେ । ବାପାମଆମାନେ ଅଝଟ କରୁଥିଵା ଶିଶୁକୁ ଡରାଇଵା ପାଇଁ ମଧ୍ୟ ଛୁଆଧରା ଓ ବନ୍ଧକିରିଆ ଆସି ନେଇଯିଵ କହି ଶୁଆଇ ଦେଉଥିଲେ । ତେବେ ଛୁଆଧରା ଵା ବନ୍ଧକିରିଆ ଆଦୌ କାଳ୍ପନିକ ନଥିଲେ କି ନୁହଁନ୍ତି । ସେ ସମୟରେ ଆମ ସମାଜରେ ଏଭଳି ଶତାଧିକ ଘଟଣା ଘଟିତ ହେଉଥିଲା ତେଣୁ ପିତାମାତାମାନେ ପିଲାଙ୍କୁ ଅଜଣା ଲୋକଙ୍କ ସହିତ କଥାଵାର୍ତ୍ତା ହେଵା ଵା ମିଶିଵାକୁ ମନା କରୁଥିଲେ ।

ପଶ୍ଚିମ ଓଡ଼ିଶାରେ ପିଲାଚୋରମାନଙ୍କୁ ବନ୍ଧକିରିଆ କୁହାଯାଉଥିଵାବେଳେ ପୂର୍ଵ ଓଡ଼ିଶାରେ ଛୁଆଧରା ଓ ଛୁଆଧରା ବାୟା କୁହାଯାଉଥିଲା ।

ବନ୍ଧ ଶବ୍ଦର ଅର୍ଥ ବାନ୍ଧିଵା ଵା ଧରିନେଵା ଏଵଂ କରିଆ ଶବ୍ଦର ଅର୍ଥ ଯେ କରେ । ଅର୍ଥାତ୍ ଯେ ପିଲାମାନଙ୍କୁ ବାନ୍ଧି ନେଇ ଯାଏ ଵା ଧରିନିଏ ସେ ବନ୍ଧକିରିଆ ଏଵଂ ଏହି ଆଧାରରେ ଛୁଆକୁ ଧରି ନେଉଥିଵାରୁ ପିଲାଚୋରଙ୍କୁ ଓଡ଼ିଶାରେ ଛୁଆଧରା କୁହାଯାଉଥିଲା ।

Child abduction , child theft ଵା ପିଲାଚୋରୀ ପୃଥିଵୀର ସବୁ ଦେଶରେ ଘଟିତ ହୋଇଥାଏ ହେଉଅଛି ।

ଵିଭିନ୍ନ କାରଣରୁ ପିଲାଚୋରୀ ହୋଇଥାଏ । ପିଲାଚୋରୀ ଘଟଣାଗୁଡି଼କୁ ଦୁଇଭାଗରେ ଵିଭକ୍ତ କରାଯାଇପାରେ ।

(କ)Parental child abduction
;ପିତାମାତା ଵା ସମ୍ପର୍କୀୟମାନଙ୍କ ଦ୍ଵାରା ଶିଶୁ ଅପହରଣ ।

ପିତାମାତା ଵା ପରିବାରର ସମ୍ପର୍କୀୟଙ୍କ ଦ୍ଵାରା ଏକ ଶିଶୁର ଅନଧିକୃତ ଭାବେ ନିଜ ପାଖରେ ନେଇ ରଖିଵା । ଆଇନ ଅନୁସାରେ ଏହା ଅପହରଣ ଶ୍ରେଣୀଭୁକ୍ତ ଅଟଇ। ଏହି ଜାତୀୟ ପିଲାଚୋରୀ ପାରିଵାରିକ ଵିଵାଦ, ପିତାମାତାଙ୍କ ପୃଥକତା କିମ୍ବା ଛାଡପତ୍ରରେ ଘଟିଥାଏ । ପାଶ୍ଚାତ୍ୟ ସମାଜରେ ଏହା ହେଉଛି ଶିଶୁ ଅପହରଣର ସବୁଠାରୁ ସାଧାରଣ କାରଣ ।

(ଖ)Abduction ଵା kidnapping by strangers; ଅଜଣା ଵ୍ୟକ୍ତଦ୍ଵାରା ପିଲାଚୋରୀ

ଏହି ଧରଣର ପିଲାଚୋରୀ ଵିଭିନ୍ନ କାରଣରୁ ହୋଇଥାଏ । କାରଣ ଦୃଷ୍ଟିରୁ ଏହାକୁ କେତେକ ପ୍ରକାରରେ ଵିଭକ୍ତ କରାଯାଇପାରେ । ଯଥା—

(୧)extortion to elicit; ଟଙ୍କା ପାଇଁ ଅପହରଣ

ଲୋକପ୍ରିୟ ଵା ଧନୀକ ଲୋକ ତଥା ଶତ୍ରୁଠାରୁ ପ୍ରତିଶୋଧ ନେଵାପାଇଁ ସେହି ଵ୍ୟକ୍ତିମାନଙ୍କର ପିଲାକୁ ପିଲାଚୋର ଚୋରୀ କରିଥାନ୍ତି ‌ । ଏହି ଜାତୀୟ ପିଲାଚୋରୀରେ ପିଲାଚୋର ବାପାମାଆଙ୍କୁ ଵା ଅଭିଭାଵକମାନଙ୍କୁ ପିଲାଚୋରୀ କଲାପରେ ଫୋନ୍ କରି ଵା ଚିଠି ଲେଖି ଜଣାଏ ଏଵଂ ପିଲା ପ୍ରତ୍ୟାଵର୍ତ୍ତନ ପାଇଁ ଅର୍ଥ ମାଗେ ଅଥଵା ସର୍ତ୍ତ ଜଣାଏ ।

(୨)illegal adoption ;ବେଆଇନ ପୋଷ୍ୟ ସନ୍ତାନ  ଗ୍ରହଣ ହେତୁକ ପିଲାଚୋରୀ ‌

କୌଣସି ଅପରିଚିତ ଵ୍ୟକ୍ତି ଦ୍ଵାରା ଅନ୍ୟର ପିଲାକୁ ନିଜର ଭାବରେ ପାଳିଵା କିମ୍ବା ଅନ୍ୟ ଲୋକଙ୍କୁ ଵିକ୍ରୟ କରିଵା ଉଦ୍ଦେଶ୍ୟରେ ଏହି ଜାତୀୟ ପିଲା ଚୋରୀ ହୋଇଥାଏ ।

(୩)human trafficking ; ମାନଵ ତସ୍କରୀ

ପିଲାକୁ ନିଜେ ଶୋଷଣ କରିଵା ଉଦ୍ଦେଶ୍ୟରେ କିମ୍ବା ଅନ୍ଯକୁ ଦାସତ୍ୱ, ଶିଶୁ ଶ୍ରମିକ କରିଵା ପାଇଁ ଅଥଵା ଯୌନ ଶୋଷଣ ହେତୁକ ପିଲା ବିକ୍ରୀ କରିଵା ପାଇଁ ଏହି ପ୍ରକାରର ପିଲାଚୋରୀ ହୋଇଥାଏ । ଭାରତରେ ପ୍ରତିଦିନ ଶହ ଶହ ପିଲା ଏହି ଧରଣର ପିଲାଚୋରୀର ଶିକାର ହେଉଛନ୍ତି । ପିଲା ଚୋର ପିଲା ଚୋରାଇ ସେ ପିଲାକୁ ଅନ୍ୟକୁ ସମର୍ପୀ ଦେଲାପରେ ସେ ପିଲା ଅଵୈଧ ରୂପରେ ବାହାର ଦେଶକୁ ଚାଲାଣ ହୁଅନ୍ତି ଏଵଂ ଆଜୀଵନ ଦୁର୍ଦଶା ଭୋଗ କରନ୍ତି ।

(୪)child murder ; ଶିଶୁହତ୍ୟା
ବଳି ଦେଵା ଉଦ୍ଦେଶ୍ୟରେ ଵିଶ୍ଵର ଅନେକ ଦେଶରେ ପିଲାଚୋରୀ ହୋଇଥାଏ । ଭାରତରେ ଅଶି ନବେ ଦଶକରେ ଏହି କାରଣରୁ ଅନେକ ପିଲାଚୋରୀ ହେଉଥିଲା ଏଵଂ କେଉଁଠି କେଉଁଠି ଆଜି ବି ହେଉଥିଵା ଶୁଣାଯାଏ । ଏସିଆ, ଆଫ୍ରିକା ତଥା ୟୁରୋପରେ କିଡନୀ, ଫୁସଫୁସ,ଆଖି, ହୃତପିଣ୍ଡ ତଥା ଵିରଳ blood group ପାଇଁ ମଧ୍ୟ ପିଲାଚୋରୀ ହୋଇଥାଏ ‌ । ଆଫ୍ରିକାରେ ଗୋରାଲୋକଙ୍କ ପିଲାଙ୍କୁ ଯୌନ ଶୋଷଣ , ଵ୍ୟୈଶ୍ୟାଵୃତ୍ତିରେ ପ୍ରଵୃତ୍ତ କରିଵା ଏଵଂ ସୁନ୍ଦର ଶିଶୁ ଉତ୍ପନ୍ନ ହେତୁକ ଚୋରୀ କରାଯାଏ ।

ପିଲା ଚୋରୀ ଛୋଟିଆ ପ୍ରସଙ୍ଗ ନୁହେଁ । ଏହା ମାନଵ ସମାଜର ଏକ କଳଙ୍କିତ ଅଧ୍ୟାୟ । ପିଲାଚୋରୀ ଓ ଏହାର ପ୍ରତିରୋଧ ଵିଷୟରେ କେବେ ବି କୌଣସି ଗଣମାଧ୍ୟମରେ ଵିଶେଷ ଆଲୋଚନା କି ଚିନ୍ତା ଚିନ୍ତନ ହୁଏନାହିଁ । ଭାରତରେ ୨୦୨୦ରେ - ୮୪,୮୦୫ ଜଣ ,୨୦୧୯ରେ
୧୦୫,୦୩୬ ଜଣ ,୨୦୧୮ରେ ୧୦୫,୭୩୪ଜଣ ,୨୦୧୭ରେ ୯୫,୮୯୩ଜଣ ,୨୦୧୬ରେ ୮୮,୦୦୮ଜଣ ,୨୦୧୫ରେ ୮୨,୯୯୯ ଜଣ,୨୦୧୪ରେ ୭୭,୨୩୭ଜଣ ,୨୦୧୩ରେ ୬୫,୪୬୧ ଜଣ ଏଵଂ ୨୦୧୨ରେ ୪୭,୫୯୨ ଜଣ ପିଲା ଚୋରୀର କେଶ୍ ପୋଲିସ ପାଖରେ ପଞ୍ଜିକୃତ ହୋଇଛି । ପ୍ରକୃତ ପିଲାଚୋରୀ ପରିସଂଖ୍ୟାନ ଏହାଠାରୁ ଅଧିକ ହୋଇଥାଇପାରେ । ଦୃତ ଜନସଂଖ୍ୟା ବୃଦ୍ଧି ଏଵଂ ଆଧୁନିକ ଵୈଷୟିକ ଜ୍ଞାନର ଅଭିବୃଦ୍ଧି ଯୋଗୁଁ ପିଲାଚୋରୀ ମଧ୍ୟ ବୃଦ୍ଧି ପାଇଛି ।

ପିଲା ଚୋରୀକୁ ରୋକିଵା ପାଇଁ ଵିଭିନ୍ନ ଉପାୟ କରାଯାଇପାରେ । ପିଲାଚୋର ପ୍ରତି ପ୍ରଶାସନ ଓ ଆଇନକାନୁନ୍ ଭୀଷଣ ତଥା ଅତି କଡ଼ା ହେଵା ଆଵଶ୍ୟକ । ପିଲା ଚୋରୀ କେଶ୍ ମିଳିଵା ମାତ୍ରେ ପୋଲିସ ଦ୍ବାରା ତାକୁ ଅନୁସନ୍ଧାନ କରି ସମ୍ପୃକ୍ତ ପିଲାଚୋରକୁ ବାନ୍ଧିଵା ଆଵଶ୍ୟକ । ସେହିପରି ପିଲାଚୋରୀ ଯାଏଁ ଯେମିତି କଥା ନଯାଏ ସେଥିପାଇଁ ପିଲାମାନଙ୍କୁ ପିତାମାତାମାନେ ତଥା ପିତାମାତାମାନଙ୍କୁ ପ୍ରଶାସନ ପକ୍ଷରୁ ପ୍ରଶିକ୍ଷଣ ଦେଵାର ଵ୍ୟଵସ୍ଥା ହେଵା ଆଵଶ୍ୟକ ଅଟେ । ସମାଜ ଓ ପ୍ରଶାସନ ସକ୍ରିୟ ତଥା ସଚେତନ ହେଲେ ପିଲାଚୋରୀ ଭଳି ଜଘନ୍ୟ ଅପରାଧ ସମାଜରେ ଘଟିତ ହୁଅନ୍ତା ନାହିଁ ଵା ପରିମାଣ ବହୁତ କମ୍ ହୋଇଯାଆନ୍ତା  ।

••••••••••••••••••••••••
ଆଲେଖ୍ୟ—
ଶ୍ରୀ Kumuda Satapathy
ଅକିଞ୍ଚନ ଶିଶିର ସାହୁ ମନୋଜ

ସମ୍ପାଦନା—
ଅକିଞ୍ଚନ ଶିଶିର ସାହୁ ମନୋଜ
•••••••••••••••••••••••••

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...