ଉଭୟଙ୍କ ମିତ୍ରତାରେ ଫାଟ ସର୍ଵପ୍ରଥମେ ଶ୍ରମିକ ଆନ୍ଦୋଳନ ସମୟରେ ଏକ ଘଟଣାରୁ  ହୋଇଥିଲା । ଥରେ ଶ୍ରମିକ ଆନ୍ଦୋଳନ ସମର୍ଥନରେ ଫେଵିଆନ୍ ସୋସାଇଟି ପକ୍ଷରୁ ଆୟୋଜିତ ଏକ ସଭାରେ "ଶ" ଗୋଟାଏ ତେଜିଆନ୍ ଭାଷଣ ଦେଲେ । 
ସେହି ସଭାରେ ନିର୍ଣ୍ଣୟ ହେଲା ଯେ ତତ୍ପରଦିନ ଶ୍ରମିକଙ୍କ ସହ ମିଶି ଫେଵିଆନ୍ ସୋସାଇଟିର ସଦସ୍ୟମାନେ ବି ଆନ୍ଦୋଳନରେ ଭାଗନେବେ । ଆନ୍ଦୋଳନ ସମୟରେ "ଶ" ଓ "ଆନିବେସାନ୍ତ" ସାଥିରେ ଥିଲେ । ଏତିକି ଵେଳେ ଆରକ୍ଷୀ ଵାହିନୀ ପକ୍ଷରୁ "ବେଟନ୍" ଚାଳନା ଆରମ୍ଭ ହୋଇଗଲା । 
ଫଳତଃ ଆନିବେସାନ୍ତଙ୍କ ମୁଣ୍ଡଫାଟିଗଲା ତେଵେ ସେ ଆଖପାଖରେ ଅନେଇ ଦେଖିଲେ କିନ୍ତୁ ସେତେବେଳେ ସେଠାରେ "ଶ" ନଥିଲେ । 
ସେହିଦିନ ସନ୍ଧ୍ୟାରେ ଆନିବେସାନ୍ତଙ୍କର "ଶ"ଙ୍କ ସହ ଭେଟ ହେଲା । ଆନିବେସାନ୍ତ ତାଙ୍କୁ ଦେଖିଲା ମାତ୍ରେ କହିଲେ  
"ମି. "ଶ" ତୁମେ ଵିପଦ ପଡି଼ଲାରୁ ମୋତେ ଛାଡ଼ି ପଳେଇଗଲ ! ୟୁ ଆର୍ ଏ କାୱର୍ଡ୍ ! "
"ଶ" ବି ଛାଡ଼ିଵା ଲୋକ ନୁହେଁ...
ସେ କହିଲେ ...
"ଇଟ୍ ଇଜ୍ ବେଟର୍ ଟୁ ବୀ ଏ କାୱର୍ଡ୍ ଦାନ୍ ଏ ଫୁଲ୍ ।"
ଏହାର ବହୁତ ଦିନ ପରେ ଥରେ "ଶ" ଵିଶ୍ଵଯାତ୍ରାରେ ବାହାରିଗଲେ । ସେହି କ୍ରମରେ  ସେ ବମ୍ବେଠାରେ  ତିନିଦିନ ରହିଲେ । ସେତେଵେଳେ ଆନିବେସାନ୍ତ ଭାରତରେ ରହୁଥାଆନ୍ତି । 
କୃଷ୍ଣମୂର୍ତ୍ତିଙ୍କୁ ଆନିବେସାନ୍ତ କହିଲେ ତୁମେ 'ଶ'ଙ୍କୁ ମୋ ପକ୍ଷରୁ ଭେଟିଵାକୁ ଯାଅ । 
କୃଷ୍ଣମୂର୍ତ୍ତି ଭେଟିଲେ ଏଵଂ 'ଶ'ଙ୍କୁ ସେ ଆନିବେସାନ୍ତଙ୍କର ଦତ୍ତକ ପୁତ୍ର ବୋଲି  ପରିଚୟ ଦେଲେ । 
କିଛି କଥାଭାଷା ହେଵା ପରେ କୃଷ୍ଣମୂର୍ତ୍ତିଙ୍କୁ 'ଶ' ପଚାରିଲେ : "ଆଉ ତୁମ ମାଆଙ୍କର ସବୁ କୁଶଳମଙ୍ଗଳ ?"
 କୃଷ୍ଣମୂର୍ତ୍ତି କହିଲେ: "ସେମିତି ଦେଖିଲେ ସେ ଭଲରେ ଅଛନ୍ତି ତେବେ ବେଳେ ବେଳେ ମାନସିକ ରୂପେ କିଛି ଗଡ଼ବଡ଼ ହୋଇଯାଏ ।”
ସେଇଠୁ 'ଶ' ଦୀର୍ଘନିଃଶ୍ଵାସ ଛାଡ଼ି କହିଲେ 
"ଓହ୍, ଶୀ ନେଵର୍ ହୈଡ୍ ଏ ମାଇଣ୍ଡ୍! " ହଁ ବହୁତ କ୍ରୂର କଥା କହିଦେଇଥିଲା  ଅହଂକାରୀଟା ...।
(ଵ୍ୟଙ୍ଗ୍ୟସମ୍ରାଟ ହରିଶଙ୍କର ପରସାଈଙ୍କର "हम इक उम्र से विकिफ हैं" ପୁସ୍ତକରେ ଏହି କଥା ଉଲ୍ଲେଖ କରାଯାଇଛି)
No comments:
Post a Comment