Sunday, August 6, 2023

ଚିତ୍ରର ମହିମା

 ମାଧିଆ ସବୁବେଳେ ନଳ ଖୋଲା ରଖିଦିଏ । ବହୁତ ପାଣି ନଷ୍ଟ କରେ ସିଏ । ଭଗିଆ ଏକଥା ଦେଖି ସହିପାରେ ନାହିଁ । ଅନେକ ଥର ଭଗିଆଟା ତା ସାଙ୍ଗ ମାଧିଆକୁ ଜଳ ସଂରକ୍ଷଣ ଵିଷୟରେ କୁହେ ହେଲେ ସେ ଏ କାନରେ ପୂରେଇ ସେ କାନରେ ବାହାର କରିଦିଏ । 


ଭଗିଆ ବୁଝିଲା ୟେ ଅମାନିଆଟା ସହଜରେ ମାନିଵ ନାହିଁ ତେଣୁ ସେ ଗୋଟିଏ ଉପାୟ ପାଞ୍ଚିଲା । ଅନ୍ତର୍ଜାଲରୁ ଚାଣକ୍ୟଙ୍କର ଗୋଟିଏ ଚିତ୍ରକୁ ଆଣି ତାକୁ ନେଇ ଅନ୍ତର୍ଜାଲୀୟ ଫଳକଟିଏ କଲା ଆଉ ସେଥିରେ ଲେଖିଦେଲା ...

 

“ଵାସ୍ତୁ ଶାସ୍ତ୍ର ଅନୁସାରେ ଘରେ ପାନୀୟ ଜଳ ନଷ୍ଟ ଦ୍ଵାରା ଗୃହସ୍ଥ ଭୟଙ୍କର ଦରିଦ୍ରତା ଭୋଗକରେ । ଜଳକୁ ଅଯଥାରେ ବୁହାଇ ଦେଲା ଭଳି ଧନ ବି ଜଳ ପରି ଅନ୍ୟ ଆଡ଼େ ସଅଳ ଚାଲିଯାଏ । ଜଳ ନଷ୍ଟ କରୁଥିଵା ଲୋକଙ୍କ ଉପରେ ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି ଆଉ ସେ ଲୋକ ଲକ୍ଷ୍ମୀଛଡ଼ା ହୋଇଯାଏ।”


ଚାଣକ୍ୟଙ୍କ ଚିତ୍ର ତଳେ ଏଭଳି ଲେଖି ତାକୁ ମାଧିଆର ଅନେକ ସାଙ୍ଗସାଥୀଙ୍କ ପାଖକୁ ଭଗିଆ whatsapp ଯୋଗେ ପଠେଇ ଦେଲା । ସେ ଚିତ୍ରଟି ଅନ୍ୟ ଲୋକ ପାଖରୁ ମାଧିଆକୁ ମିଳିଵାରୁ ତା'ର ଚିନ୍ତାଧାରାରେ ପରିଵର୍ତ୍ତନ ଦେଖାଗଲା ‌। ଏବେ ଦେଖାଯାଉଛି ମାଧିଆଟା ସବୁଦିନ ସକାଳେ ଠାକୁରଙ୍କ ଚିତ୍ର ପରେ ନଳକୁ ବି ଧୂପକାଠି ଦ୍ଵାରା ବନ୍ଦାପନା କରୁଛି


 

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...