Tuesday, October 3, 2017

ମୃତ୍ୟୁ ର ତାଣ୍ଡବ

ମୁଁ ମରିନି କି ବଞ୍ଚିନାହିଁ
ଏଇତ ଆରମ୍ଭ
ମୋ ଅନ୍ତ ର .....

ମୁଁ କହୁନି କି ଚୁପ୍ ନାହିଁ
ପ୍ରଳୟ ପୂର୍ବରୁ ଗାଉଛି
ଗୀତ ଶାନ୍ତି ର....

ଶବ୍ଦର ପାହାଡରେ ବସି
ମଧ୍ୟ ଆଜି ନିଃଶବ୍ଦ ମୁଁ
କହୁନାହିଁ
ଚୁପ୍ ରହି ଶୁଣୁଅଛି
ଅନ୍ୟର ଚିତ୍କାର....

ମୋ ମୌନଧାରଣ
ମୋହର କାପୁରୁଷତା ନୁହେଁ
ଆସୁ ସେ ସମୟ
କରିବି
ମୁଁ ବି ମୃତ୍ୟୁ ର ତାଣ୍ଡବ .....

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...