Friday, October 6, 2017

●ଶରତ●

*ମେଘମଲ୍ଲାର ବୃତ୍ତରେ.........*

ଶରତ ଆସିଛି ଆଜ ଦୋହଲା କାଇଁଶ ବଣେ

ଶୁଭୁଛି ଶରମ-ଛୁଆଁ ଦରଫୁଟା-ବାଣୀ

ଫୁଲ-ଫୁଟା କାଶତଣ୍ଡି ଉହାଡେ଼ ଲୋଟୁଛି ତାର

ଶଣ-ଫୁଲ-ପକା ପାଟ-ପଣନ୍ତର କାନି !

ନିଜନ ଗହନ ମେଳେ ଦର-ଫୁଟା ଧାନ-ଫୁଲେ

ବାଜିରହିଗଲା କାହା ଝିଙ୍କାରୀ ଖୁଣ୍ଟିଆ

ଦୋହଲା କାଇଁଶ ବଣେ ଶରତ ଆସିଛି ଆଜି

ବାସୁଛି ଅଳସ-ଗଭା ଜହ୍ନି ଫୁଲ ଦିଆ ।

ଶରତ ଆଣିଛି ପରା ଚାନ୍ଦରୂପା ଥାଳି ଭରି

ଜୋତ୍ସ୍ନା-ବସା ଦହି ମେଘ-ପଣନ୍ତ ଘୋଡା଼ଇ

ସଫା ପାଣି ଆରଶିରେ ପଦ୍ମ ଫୁଟା ବାହାନାରେ

ଶରମ-ଉକୁଟା ମୁହଁ ଦେଖାଇବାର ପାଇଁ ।

ପାହାନ୍ତା ପବନ-ଝଡା଼ ଗଙ୍ଗଶିଉଳିରେ ପରା

ପାରି ରଖିଅଛି ଶେଯ ମଧୁଶଯ୍ୟା ସରି

ଦୋହଲା କାଇଁଶ-ବଣେ ଶରତ ଆସିଛି ଶୁଣି

ଏତେଦିନେ ଲାଜକୁଳି ନୂଆବହୂ ପରି !

କବି@ଶ୍ରୀ.......

No comments:

Post a Comment

କୁକର୍ମର ଫଳ: ଇତିହାସର ବୁମେରାଂ

ବଙ୍ଗାଳୀଙ୍କ ଗୁଣ ହେଲା ସେମାନେ ମଙ୍ଗଳଗ୍ରହରେ ଯାଇ ହଜାରେ ଵର୍ଷ ରହିଲେ ବି ନିଜକୁ ବଙ୍ଗାଳୀ ହିଁ ପରିଚୟ ଦେବେ । ଓଡ଼ିଆଙ୍କ ଗୁଣ ହେଲା ସେମାନେ ଯୋଉଠିକୁ ଯିବେ ସେଠାକାର ...