Tuesday, October 3, 2017

ଦୁଇଟି ପ୍ରେମ କବିତା :- ଚିଠି ଓ ବିରହ

●ଚିଠି●

ଦିଅ ପ୍ରିୟା ତୁମ ମଧୁର ପରଷ
ଦିଅ ନାହିଁ ମନେ ମୋର
ଦୁଃଖ କିମ୍ବା କ୍ଲେଷ ।
ଭଲପାଏ ଭଲ ପାଉଥିବି ତୋତେ
ଚାଲିଯିବୁ ନାହିଁ ପ୍ରିୟା
ଏକାକରି ମୋତେ ।
ଚାଲିଗଲେ କି ହେବ
ମନରେ ତ ଅଛୁ
ସଞ୍ଜ ଆଉ ସକାଳରେ
ମୋତେ ତୁ ଖୋଜୁ.....!
ପ୍ରେମ ଛଡ଼ା ଜୀବନର ମାନେ କିଛି ନାହିଁ
ପ୍ରେମ ଠାରୁ ବଡ଼ ଧନ ସଂସାରରେ ନାହିଁ ।
ମୋ ପାଇଁ ତୁ ସୁନା
ତୁ ରୂପା ପୁଣି
ଆଉ କେ ହେବ ଅବା ତୋହରି ପରି ।
ଦୂରେ ରହି ଲେଖୁଅଛି
ଚିଠିରେ ମନ କଥା
ଲେଖିପାରୁ ନାହିଁ ପ୍ରିୟା ବିରହ ର ଗାଥା.....

●ବିରହ ●
ଚାଲିଗଲୁ ଚାଲିଗଲୁ କରି ସାତ ପର
ପାଇଲିନି ପାଇଲିନି ଠିକଣାଟା ତୋର
ଭାଙ୍ଗିଗଲା ଭାଙ୍ଗିଗଲା ମନ କାଚଘର
ଯୋଡିକି ପାରିବ କୁହ କେଉଁ କାରିଗର
ହାରିଗଲି ହାରିଗଲି ଜୀବନଯୁଦ୍ଧରେ
ତୋ ପାଇଁ ନୂଆଜନ୍ମ ନେବି ମୁଁ ପ୍ରିୟାରେ
ଦେଇଗଲୁ ଦେଇଗଲୁ ଦୁଃଖ ଯେତେ ମୋତେ
ଫେରି କି ପାଇବି କହ ମୁଁ ପ୍ରିୟା ତୋତେ ?
ଫେରିବନି ଫେରିବନ ଆଉ ଏକ ଦିନ
ଥରେ ଚାଲିଗଲେ ଆଉ ମିଳେନା ଯୌବନ
ମିଳିଥିଲା ମିଳିଥିଲା ଯାହା ମୋତେ ଦିନେ
ଝଡି ଗଲା ପତ୍ର ଭଳି ଅକାଳେ ଅଦିନେ
ପାଇଥିଲି ପାଇଥିଲି ଯେଉଁ ଭାବ ସବୁ
ସମୟର ସ୍ରୋତରେ ଯେତେ ଭାସିଗଲା ସବୁ
ରହିଗଲା ରହିଗଲା ତୋ ସ୍ମୃତି ଯେତେ
ନେଇଯାଏ ମୋତେ ସେ କ୍ଷଣକେ ଅତୀତେ
କହିଦେଲି କହିଦେଲି ମୋ ମନର କଥା
ସରିନାହିଁ ମୋ କଥା ହୃଦୟର ଗାଥା

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...