My Blog List

Friday, October 6, 2017

କବି ମୁଁ ପାଗଳା

ଜାଣେନା ବାକ୍ୟ ବଚନ
ଲଭିନି ବ୍ୟାକରଣେ ସିଦ୍ଧି

ଜାଣିନାହିଁ ଅଳଙ୍କାର କିସ
କିଅଣ କେମନ୍ତ ତା ବିଧି

ତୁଛାକୁ ଗାରାଏ ପାଗଳା
ମୋର ମୁଣ୍ଡ ଦୋଷ ଅଛି

ଦୁନିଆ ଯେ ଯାହା କହୁ
ଅସାହିତ୍ୟିକଟେ ମୁହିଁ.....

ଲେଖେନା ମୁଁ ନିଜ ପାଇଁ
ଏ କଲମ ଉତ୍ସର୍ଗ ଜାତିପାଇଁ

ମୋ ଭାଷା ଉନ୍ନତ ହେଉ
ଦୃଢ କରି ଏମନ୍ତ ଆକାଂକ୍ଷା

କାଳଜୟୀ ହେଉ ଓଡ଼ିଆ ସାହିତ୍ୟ
ବରିଷ୍ଠ ଗଣ କରନ୍ତୁ ସମୀକ୍ଷା

No comments:

Post a Comment