ହଳଦୀ ମଖାମଖି
ନାରଣଗଡ଼ ପାରିହେଲେ
କୁଟୁମ୍ବ ଦେଖାଦେଖି”
ଫକୀରମୋହନଙ୍କ ଆତ୍ମଜୀବନୀ ଅନୁଯାୟୀ
ସେ ସମୟରେ ନାରଣଗଡ଼ ଥିଲା ଡକାଏତ ମାନଙ୍କର ଏକ ମୁଖ୍ୟ ଖଟି ଯାଗା । କଲିକତା ଠାରୁ ଭଦ୍ରକ ଯାଏଁ ଚୋର ଡକାୟତଙ୍କ ଅତ୍ୟାଚାର ପ୍ରଵଳ ଥିଲା । ଆଜି ଯେମିତି ଟ୍ରେନରେ
ଛକ୍କା ମାନେ ଯେ ଯେଝା ଦଳ ଘେନି ଲୋକଙ୍କ ଠାରୁ ଭିକ ହେଉ ଵା ଧମକେଇ ଟଙ୍କା ନେଉଛନ୍ତି
ଆଗେ ସେମିତି କଲିକତା ଠାରୁ କଟକ ଯାଏଁ
ଵିଭିନ୍ନ ଅଞ୍ଚଳରେ ଅନେକ ଡକାଏତ ଦଳ ଥିଲେ । ଏ ଡକାଏତ ମାନେ ବିଶେଷତଃ ଶଡ଼କଚଢା ଯାତ୍ରୀ ମାନଙ୍କୁ ଲୁଟୁଥିଲେ ।
ସେଦିନିଆ ବଙ୍ଗକୁ ଯାଉଥିବା କର୍ମଵାଦୀ ଓଡ଼ିଆମାନେ ଯେତେବେଳେ ଦୁଇ ତିନି ଵର୍ଷ ରହି
ଓଡ଼ିଶା ଫେରୁଥିଲେ ଏହି ଡକାଏତ ମାନଙ୍କ ହାବୁଡ଼ରେ ପଡି଼ ସର୍ଵସ୍ଵ ହରାଉଥିଲେ ।
ତେବେ ସେକାଳେ ଓଡ଼ିଶାର ଡକାଏତ ମାନେ ଯାତ୍ରୀ ମାନଙ୍କୁ ଲୁଟିନେଉଥିଲେ ହେଁ ସେମାନଙ୍କ ପ୍ରାଣ ନେଉନଥିଲେ । “ପ୍ରାଚୀନ ଜଗନ୍ନାଥ ସଡ଼କ” ରେ ନିଶାଦ୍ରଵ୍ୟ ବଳରେ ଅଚେତ କରି କିମ୍ବା କୌଶଳ କ୍ରମେ ଧନସମ୍ପଦ ଲୁଟିନେଵା
ସାଧାରଣ କଥା ଥିଲା । ଆଉ ଏକ ପ୍ରକାରର ଠକ ହିମାଳୟ ଠାରୁ ରାମେଶ୍ବର ଯାଏଁ ସର୍ଵତ୍ର ଦାଣ୍ଡେ ଦାଣ୍ଡେ ବୁଲି ଡକାଏତୀ କରୁଥିଲେ । ସେମାନଙ୍କୁ “ଠଗ” କୁହାଯାଉଥିଲା । ଏମାନଙ୍କ ଵାସସ୍ଥାନ ପଶ୍ଚିମାଞ୍ଚଳରେ । ଆଶ୍ଵିନ ଠାରୁ ଆଷାଢ଼ ପର୍ଯ୍ୟନ୍ତ
ସେମାନଙ୍କର କାର୍ଯ୍ୟର ସମୟ ନିରୁପିତ ଥିଲା ।
ସେମାନଙ୍କ କାର୍ଯ୍ୟ ପ୍ରଣାଳୀ ଆଶ୍ଚର୍ଯ୍ୟଜନକ ଏବଂ ନିଷ୍ଠୁରତାମୟ । ଟଙ୍କାଏ ପାଇଁ ମଧ୍ୟ ଏମାନେ ଗୋଟାଏ ଲୋକକୁ ମାରିପକେଇବାକୁ ପଶ୍ଚାତପଦ ହେଉନଥିଲେ ।
No comments:
Post a Comment