ସଂସ୍କୃତ ଓ ଅନ୍ୟାନ୍ୟ ଉତ୍ତର ,ପଶ୍ଚିମ ଓ ପୂର୍ବ ଭାରତୀୟ ଭାଷାଗୁଡିକ ରେ ଦାମିଳ(ମୂଳ ଦ୍ରାବିଡ଼ ଭାଷାର ପ୍ରାକୃତ ନାମ ଦାମିଳ ) ପ୍ରଭାବ ।
1.ତଥାକଥିତ ଇଣ୍ଡୋ-ୟୁରୋପୀୟ ଭାଷା ପରିଵାରର ମୂର୍ଦ୍ଧନ୍ୟ ଧ୍ଵନି ଗୁଡିକ(ଟ,ଠ,ଡ,ଢ,ଣ) ତାଡି଼ତ ଧ୍ଵନି(ଡ଼,ଢ଼) ଦାମିଳ ଭାଷାର ପ୍ରଭାବ ର ଫଳ । ବହୁତ ସମ୍ଭବ ଓଡ଼ିଆ ଭାଷାରେ ପ୍ରାଚୀନ ଦାମିଳ ଭାଷା କୁଇ ର ପ୍ରଭାବ ପଡି଼ଥାଇପାରେ ।
2.ଅନେକ ଉତ୍ତର, ପଶ୍ଚିମ ଓ ପୂର୍ବ ଭାରତୀୟ
ଭାଷାରେ ‛ଳ୍’ ସ୍ଥାନରେ ‛ର’ ଓ ‛ର୍’ ସ୍ଥାନରେ ‛ଳ୍’
ହୁଏ । ଯଥା- ଗଳା-ଗର,ହରିଦ୍ରା-ହଳଦୀ ।
ଏହା ଦାମିଳ ଭାଷାର ପ୍ରଭାବ ।
୩.ଅନେକ ଭାଷାବିଦ ମତ ଦିଅନ୍ତି ଯେ ଭାରତୀୟ ଭାଷାଗୁଡିକରେ ଥିବା ତିନି ଲିଙ୍ଗ(ସ୍ତ୍ରୀ ଲିଙ୍ଗ,ପୁଂ ଲିଙ୍ଗ,କ୍ଲୀଵ ଲିଙ୍ଗ) ହେଉଛି
ଦାମିଳ ଭାଷା ର ପ୍ରଭାବ ।
4. ପ୍ରାୟ ସମସ୍ତ ଭାରତୀୟ ଭାଷାଗୁଡିକରେ ଷୋହଳ ଉପରେ ଆଧାରିତ ସେର-ଛଟାଙ୍କି,ଟଙ୍କା-ଅଣା,କାହାଣ-ପଣ ମାପ ପଦ୍ଧତି
ଦାମିଳ ଭାଷା ପରିବାର ର ଦାନ ।
5.ସବୁ ଭାରତୀୟ ଭାଷାରେ
ପରସର୍ଗ ତଥା ସହାୟକ କ୍ରିୟା ର ଵ୍ୟଵହାର
ଦାମିଳ ଭାଷା ପରିଵାରରୁ ପ୍ରଭାବିତ ।
6.ସମସ୍ତ ଭାରତୀୟ ଭାଷାଗୁଡି଼କରେ ତିଙନ୍ତ ଅପେକ୍ଷା କୃଦନ୍ତୀୟ ରୂପର ଅଧିକ ପ୍ରୟୋଗ ମଧ୍ଯ ଦାମିଳ ଭାଷାର ପ୍ରଭାବ ଯୋଗୁଁ ହୋଇଅଛି ।
7.ସଂସ୍କୃତ ତଥା ଅନ୍ୟ ଭାରତୀୟ ଭାଷାଗୁଡିକରେ ପ୍ରଚଳିତ ପର୍ଯ୍ୟାପ୍ତ ଶବ୍ଦର ମୂଳ ହେଉଛି ଦାମିଳ ଭାଷାପରିବାରରୁ ....
(ଉ-ଆଣି(ତା=ଆଣି),ଅମ୍ଵା(ତା=ଅମ୍ଵା),ଅର୍ଵୁଦ,ଅଣ୍ଡ,ଅପୋଗଣ୍ଡ,ଆଳଵାଳ,ଅଳନ୍ଧୁ,ଅଳୀକ,ଅଳ୍ପ,ଆଖେଟ,ଆଡମ୍ଵର,ଆଢ୍ୟ଼,ଅରି,ଅଳ୍ପ,ଆଳୁ,ଆଳି(ତେଲୁଗୁ=ଆଳି),କଳା(ତା. କଳ୍ ମୂଳ ଶବ୍ଦଜ), କୁଡି଼ଆ(ତା=କୁଡି଼),ଅଟଵୀ(ତା=ଅଟଵୀ),ନୀର(ତା=ନୀର)ମୀନ(ତା=ମୀନ),ଉଲୁଖଳ(ତା=ଉଲ୍ଲଖଳ),କଠିନ(ତା-କଠିନ) ,କୋକିଳ, ଖଣ୍ଡନ,ପଗ(ତା=ପଗୁ),ଵଳୟ(ତା=ବାଲେୟ),ଶବ(ତା. ଶା ମୂଳ ଧାତୁର ଅର୍ଥ ମୃତ୍ୟୁ) ,କରଵାଳ(ତା,ତେ=କରଵାଳ),କୁକ୍କୁର(ଭୁକିବା=କୁକୁର),କୋଣ(ତା=କୋଣ),କେୟର(ତା-କେୟିଭରୁ=ହସ୍ଥାଳଙ୍କାର),ନଵରଙ୍ଗ(ମାଲାୟାଲମ୍- ନରନ୍ଗେ=କମଳା),ପେଟ(ତା=ପେଟ୍ଟି=ଥଳି,ଟୋକେଇ),ଫଳ(ତା,ତେ, ପଳମ୍=ପାଚିଲା ଫଳ),ମର୍କଟ(ତା,ତେ=ମର୍ କଟ୍ଟୁ) ,ଵଲ୍ଲୀ(ତା,ତେ ବଲ୍ ଧାତୁଜ=ବଙ୍କେଇବା),ମଣି,ମୁକୁଳ(ତା,ତେ= ମୁଗ୍ ଧାତୁଜ ରୁଦ୍ଧ ବା ଅସ୍ଫୁଟ ଫୁଲ,କଳିକା)
୮. ଦାମିଳ ଭାଷା ପରିବାରର ସମସ୍ତ ଭାରତୀୟ ଭାଷା ଗୁଡି଼କରେ ଥିବା ସବୁଠାରୁ ବଡ଼ ପ୍ରଭାବ
ହେଉଛି ଆମ ଦେଶର ଭାଷାର ଢାଞ୍ଚା ।
ଉଦାହରଣ ସ୍ୱରୂପ ୟୁରୋପୀୟ ଭାଷାଗୁଡିକ ର କୌଣସି ପଦକୁ ଭାରତୀୟ ଭାଷାରେ ଅବିକଳ
ଶାବ୍ଦିକ ଅନୁବାଦ କେବେବି ବିଦେଶୀ ଭାଷା ସହ ସମାନ ହୁଏ ନାହିଁ(ଦ୍ର-
“You don’t need someone to complete you. You only need someone to accept you completely” . ଅଵିକଳ ଓଡ଼ିଆ ହେବ-
ତୁମକୁ ନାହିଁ ଦରକାର କାହାର ପୂର୍ଣ୍ଣତା । ତୁମେ କେବଳ ଚାହଁ ଜଣକୁ ସ୍ଵୀକାର ତୁମକୁ ପୂର୍ଣ୍ଣଭାବରେ 😂😂😂😂(କିନ୍ତୁ ଏହାର ଭାଵାର୍ଥ ହେଵାକଥା ଆପଣଙ୍କୁ କାହାକୁ ପୂର୍ଣ୍ଣ ରୂପରେ ଭଲ ପାଇବା ଦରକାର ନାହିଁ କେବଳ ତାକୁ ପୂର୍ଣ୍ଣତଃ ସ୍ଵୀକାର କରିନେଲେ ହେଲା)
କୌଣସି ବିଦେଶୀ ଭାଷାରୁ ଭାରତୀୟ ଭାଷା ଗୁଡିକ ରେ ଅବିକଳ ଶବ୍ଦ ଅନୁବାଦ କଲେ
ଏମନ୍ତ ବାକ୍ୟ ବିକୃତି ହୋଇଥାଏ କିନ୍ତୁ
ଭାରତର ସମସ୍ତ ଭାଷାର ମୂଳ ଢାଞ୍ଚା ସମାନ ତେଣୁ ଓଡ଼ିଆ ଭାଷାର ପଦ ହିନ୍ଦୀ ବଙ୍ଗଳା ତାମିଲ ଯେଉଁ ଭାରତୀୟ ଭାଷାରେ ବଦଳାନ୍ତୁ
ଏଭଳି ଅସାମାନ୍ୟ ବାକ୍ୟଗତ ବିକୃତି ଲାଭ ହେବ ନାହିଁ ।
No comments:
Post a Comment