Saturday, February 10, 2018

★★ଲୁହା କି ସୁନା ହୋଇବ ☆☆

ବସି କୁସୁମକୁ ପ୍ରଶଂସିଲେ ହେଲେ
ବାସିବ କି ମନୋହର
ଘାସିଟାକୁ ସମୁଚିତ କି ଭୂଦେଵ
ଆଶିର୍ବାଦ ଆଡ଼ମ୍ଵର
ସରସେ,କୁହାଯାଉଥାଏ ସିନା
ତୁହାଇ ତୁହାଇ ପୁଟ ଦେଲେ ହେଲେ
ଲୁହା କି ହୋଇବ ସୁନା ? ।୧।

ପାମର-ପାଣିଶିମ୍ଭୂଳୀ କି ହେବ
ତାସରସ ଫୁଲ-ଵଲ୍ଲୀ
ଗ୍ରାମ ଶୂକରୀକି ବଢା଼ଉ ଯେ ଥିଲି
କାମଧେନୁ ହୁଅ ବୋଲି
ସରସେ,କୁହାଯାଉଥାଏ ସିନା
ତୁହାଇ ତୁହାଇ ପୁଟ ଦେଲେ ହେଲେ
ଲୁହା କି ହୋଇବ ସୁନା ? ।୨।

କୁଆ ପଞ୍ଜୁରୀରେ ପଡି଼ଲେ କି ଧରେ
ଶୁଆ ପରି ହରିନାମ
ଭୁଆଟା ଗୁହାରେ ପଶିଲେ କି କରେ
ଛୁଆ ସିଂହ ପରାକ୍ରମ
ସରସେ, କୁହାଯାଉଥାଏ ସିନା
ତୁହାଇ ତୁହାଇ ପୁଟ ଦେଲେ ହେଲେ
ଲୁହା କି ସୁନା ହୋଇବ ? ।୩।

କବିସୂର୍ଯ୍ୟ ଵଳଦେଵ ରଥ

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...