Sunday, April 6, 2025

•ରାମମନ୍ଦିରର ସୂର୍ଯ୍ୟ ତିଳକ ଓ ଏହା ପଛର ବିଜ୍ଞାନ•



ଅଯୋଧ୍ୟା ରାମ ମନ୍ଦିରରେ ରାମନଵମୀ ସମୟରେ ସୂର୍ଯ୍ୟ ତିଳକ ପ୍ରଣାଳୀରେ ଠିକ୍ ବାରଟା ସମୟରେ ରାମଚନ୍ଦ୍ରଙ୍କ ମୂର୍ତ୍ତିର କପାଳରେ ଚାରି ମିନିଟ୍ ପାଇଁ ସୂର୍ଯ୍ୟାଲୋକ ପଡ଼ିଥାଏ ‌ । ଏହା auto mechanical system ଵା ସ୍ଵୟଂ ଚାଳିତ ପ୍ରଣାଳୀ ମାଧ୍ୟମରେ ସମ୍ଭଵ ହୋଇଥାଏ । ଏହି ପ୍ରଣାଳୀର ପଛରେ ରହିଛି ଧ୍ଯୁତିଵିଜ୍ଞାନ(optics), ମେକାନିକାଲ ଇଞ୍ଜିନିୟରିଂ ଓ ଖଗୋଳ ଵିଜ୍ଞାନର ଅଦ୍ଭୁତ ସମାହାର। 

ରାମ ନଵମୀ, ଶ୍ରୀରାମଙ୍କ ଜନ୍ମଦିନ ଭାବେ ପାଳିତ ହୁଏ ଏଵଂ ଭାରତର ଏକ ଵିଶେଷ ଧାର୍ମିକ ପର୍ଵ ଅଟେ। ଏହି ରାମନବମୀ ଦିନ ଅଯୋଧ୍ୟା ଶ୍ରୀରାମମନ୍ଦିରରେ ମଧ୍ୟାହ୍ନ ୧୨ଟା ସମୟରେ ସୂର୍ଯ୍ୟକିରଣ ଶ୍ରୀରାମଙ୍କ ମୂର୍ତ୍ତିର କପାଳରେ ୫ ମିନିଟ୍ ପାଇଁ ପଡ଼ି ଏକ ୭୫ ମିଲିମିଟର ଵୃତ୍ତାକାର ତିଳକ ସୃଷ୍ଟି କରେ। ଏହା କେଵଳ ଏକ ଦୃଶ୍ୟମାନ ସୌନ୍ଦର୍ଯ୍ୟ ନୁହେଁ, ଵରଂ ଏହା ସୂର୍ଯ୍ୟଙ୍କୁ ଦୈଵିକ ଶକ୍ତି ରୂପେ ପୂଜା କରିବାର ପ୍ରାଚୀନ ଭାରତୀୟ ପରମ୍ପରାକୁ ମଧ୍ୟ ପ୍ରତିଫଳିତ କରେ। ଏହି ଘଟଣାକୁ ସମ୍ଭଵ କରିଵା ପାଇଁ ଏକ ଜଟିଳ ଵୈଜ୍ଞାନିକ ପ୍ରଣାଳୀ ପ୍ରସ୍ତୁତ କରାଯାଇଛି । 

ସୂର୍ଯ୍ୟ ତିଳକ ପ୍ରଣାଳୀ ଏକ ସ୍ବୟଂଚାଳିତ ଯାନ୍ତ୍ରିକ ଵ୍ୟଵସ୍ଥା । ଏଥିରେ ଅପ୍ଟିକାଲ, ମେକାନିକାଲ ଏଵଂ ଖଗୋଳୀୟ ଵିଜ୍ଞାନର ସମନ୍ବୟ ଘଟିଛି। ଏହି ପ୍ରଣାଳୀରେ ଉଚ୍ଚ ଗୁଣଵତ୍ତା ସମ୍ପନ୍ନ ଲେନ୍ସ ଓ ଦର୍ପଣ ସ୍ଥାପନ କରାଯାଇଛି। ସୂର୍ଯ୍ୟକିରଣକୁ ପ୍ରଥମେ ଲେନ୍ସ ମାଧ୍ୟମରେ ସଂଗ୍ରହ କରାଯାଇ ଏକ ବିନ୍ଦୁରେ କେନ୍ଦ୍ରୀଭୂତ କରାଯାଏ। ତା’ପରେ ଦର୍ପଣ ସାହାଯ୍ୟରେ ଏହି ଆଲୋକକୁ ମନ୍ଦିର ଭିତରେ ମୂର୍ତ୍ତିର କପାଳ ଆଡ଼କୁ ପ୍ରତିଫଳିତ କରାଯାଏ। ଏହା ଆଲୋକର ପ୍ରତିସରଣ ଓ ପ୍ରତିଫଳନ ନୀତି ଉପରେ ଆଧାରିତ। ସୂର୍ଯ୍ୟକିରଣକୁ ମନ୍ଦିରର ଉପରୁ ତଳକୁ ନେଵା ପାଇଁ ପ୍ରାୟ ୭୦ ମିଟର ଲମ୍ବ ଏକ ପାଇପ୍ ସିଷ୍ଟମ ନିର୍ମାଣ କରାଯାଇଛି। ଏହି ପାଇପ୍‌ରେ ଦର୍ପଣ ଓ ଲେନ୍ସ ସ୍ଥାପିତ ହୋଇଛି। ସୂର୍ଯ୍ୟର ଗତି ଅନୁସାରେ ଏକ ସ୍ବୟଂଚାଳିତ ଯନ୍ତ୍ର ଦର୍ପଣର କୋଣ ସମନ୍ବୟ କରେ, ଯାହା ସୋଲାର ଟ୍ରାକିଂ ଟେକ୍ନୋଲୋଜି ଉପରେ ନିର୍ଭର କରେ। ପୃଥିଵୀର ୨୩.୫ ଡିଗ୍ରୀ ଅକ୍ଷୀୟ ଅଭ୍ୟାନତି(tilt) ଓ ସୂର୍ଯ୍ୟର ଵାର୍ଷିକ ଗତିକୁ ଅନୁସରଣ କରି ଏହି ପ୍ରଣାଳୀ କାର୍ଯ୍ୟ କରେ। ସୂର୍ଯ୍ୟକିରଣର ତାପ ମୂର୍ତ୍ତିକୁ କ୍ଷତି ନ ପହଞ୍ଚାଉ ତାହା ନିଶ୍ଚିତ କରିଵା ପାଇଁ ଇନ୍‌ଫ୍ରାରେଡ୍ ଫିଲ୍ଟରର ମଧ୍ୟ ଵ୍ୟଵହାର କରାଯାଇଛି । 

ଏହି ପ୍ରଣାଳୀ ଖଗୋଳ ବିଜ୍ଞାନ (ସୂର୍ଯ୍ୟର ସ୍ଥାନ ଗଣନା), ଅପ୍ଟିକ୍ସ (ଆଲୋକ ନିୟନ୍ତ୍ରଣ) ଓ ମେକାନିକାଲ ଇଞ୍ଜିନିୟରିଂ (ଯାନ୍ତ୍ରିକ ଡିଜାଇନ୍)ର ଏକ ସଫଳ ସମାହାର। ସିବିଆରଆଇ (ରୁଡ଼କୀ) ଓ ଆଇଆଇଏ (ବେଙ୍ଗାଲୁରୁ)ର ଭାରତୀୟ ଗଵେଷକମାନେ ଏହାକୁ ସମ୍ଭଵ କରିଛନ୍ତି । ଏହି ପ୍ରଣାଳୀର ନିର୍ଭୁଲତା ଏତେ ଉଚ୍ଚସ୍ତରୀୟ ଯେ ସୂର୍ଯ୍ୟକିରଣ ଠିକ୍ ସମୟରେ ଓ ଠିକ୍ ସ୍ଥାନରେ ପଡ଼ି ଏକ ସୁନ୍ଦର ତିଳକ ସୃଷ୍ଟି କରେ।

 ପ୍ରାଚୀନ ଭାରତରେ ସୂର୍ଯ୍ୟକିରଣକୁ ମନ୍ଦିର ଭିତରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚାଇଵା ପାଇଁ ଆଧୁନିକ ଅଟୋ ମେକାନିକାଲ ପ୍ରଣାଳୀ ଭଳି ଜଟିଳ ଯାନ୍ତ୍ରିକ ଵ୍ୟଵସ୍ଥା ନଥିଲା । କିନ୍ତୁ ପ୍ରାଚୀନ ଖଗୋଳ ଵିଜ୍ଞାନ ଓ ସ୍ଥାପତ୍ୟ ବିଜ୍ଞାନର ଗଭୀର ଜ୍ଞାନ ଆଧାରରେ ଭାରତୀୟମାନେ ଏଭଳି କିଛି ମନ୍ଦିର ନିର୍ମାଣ କରିଥିଲେ ଯହିଁରେ ନିର୍ଦ୍ଧିଷ୍ଟ କାଳରେ ନିର୍ଦ୍ଧିଷ୍ଟ ସ୍ଥାନରେ ସୂର୍ଯ୍ୟଙ୍କ କିରଣ ପଡ଼ୁଥିଲା । ପ୍ରାଚୀନ ଭାରତୀୟ ସ୍ଥାପତ୍ୟକାର ଓ ଖଗୋଳଵିତ୍‌ମାନେ ସୂର୍ଯ୍ୟର ଗତି, ଋତୁ ପରିଵର୍ତ୍ତନ ଓ ସମୟ ଗଣନାରେ ଅତ୍ୟନ୍ତ ପାରଙ୍ଗମ ଥିଲେ। ଏହାର ପ୍ରମାଣ ସ୍ୱରୂପ କିଛି ମନ୍ଦିରରେ ସୂର୍ଯ୍ୟକିରଣର ଠିକ୍ ସ୍ଥାନୀୟ ପ୍ରଵେଶ ଓ ପ୍ରତିଫଳନ ପାଇଁ ସ୍ଥାପତ୍ୟ ଡିଜାଇନ୍ କରାଯାଇଥିଵା ଦେଖାଯାଏ। ଏହି ଵ୍ୟଵସ୍ଥା ଆଧୁନିକ ଯାନ୍ତ୍ରିକ ଉପକରଣ ଉପରେ ନିର୍ଭର ନ କରି ପ୍ରାକୃତିକ ଆଲୋକ ଓ ମନ୍ଦିରର ଗଠନ ଉପରେ ଆଧାରିତ ଥିଲା। 

କୋଣାର୍କ ସୂର୍ଯ୍ୟ ମନ୍ଦିର ଏକ ରଥ ଆକାରରେ ନିର୍ମିତ, ଯାହା ସୂର୍ଯ୍ୟଙ୍କୁ ସମର୍ପିତ ହୋଇଥିଲା । ଏହି ମନ୍ଦିରର ସ୍ଥାପତ୍ୟ ଏଭଳି ଭାବେ ଡିଜାଇନ୍ କରାଯାଇଥିଲା ଯେ ସୂର୍ଯ୍ୟୋଦୟ ସମୟରେ ପ୍ରଥମ କିରଣ ମନ୍ଦିରର ମୁଖ୍ୟ ପ୍ରଵେଶ ଦ୍ୱାର ଦେଇ ଗର୍ଭଗୃହକୁ ପ୍ରଵେଶ କରୁଥିଲା। ଏହା ସୂର୍ଯ୍ୟର ଗତି ଓ ଖଗୋଳୀୟ ଗଣନା ଉପରେ ଆଧାରିତ ଏକ ଚମତ୍କାରୀ ସ୍ଥାପତ୍ୟ କୌଶଳ ଥିଲା । ଏହି ମନ୍ଦିରର ଅଵସ୍ଥାନ ଓ କୋଣ ଏତେ ନିର୍ଭୁଲ ଥିଲା ଯେ ସୂର୍ଯ୍ୟକିରଣ ସିଧାସଳଖ ଗର୍ଭଗୃହରେ ପଡୁଥିଲା, ଯାହା ପ୍ରାଚୀନ ଭାରତୀୟମାନଙ୍କର ସୌର ଗତି ଓ ଆଲୋକ ଵିଜ୍ଞାନର ଜ୍ଞାନକୁ ପ୍ରତିଫଳିତ କରେ। ଦୁର୍ଭାଗ୍ୟକୁ ଆଜି କୋଣାର୍କ ସୂର୍ଯ୍ୟମନ୍ଦିରର ମୁଖ୍ୟ ମନ୍ଦିରଟି ଭାଙ୍ଗି ଯାଇଛି ଓ କେଵଳ ମୁଖଶାଳା ହିଁ ବଞ୍ଚି ରହିଛି । 
ମୋଢେରାର ସୂର୍ଯ୍ୟ ମନ୍ଦିର ଏଭଳି ଭାବେ ନିର୍ମିତ ହୋଇଛି ଯେ ଵିଷୁଵ ସଂକ୍ରାନ୍ତି (Equinox) ଦିନ ସୂର୍ଯ୍ୟକିରଣ ସଭା ମଣ୍ଡପ ଦେଇ ଗର୍ଭଗୃହରେ ପଡୁଥିଲା। ଏହି ମନ୍ଦିରରେ ଏକ ସୂର୍ଯ୍ୟକୁଣ୍ଡ (ପୋଖରୀ) ରହିଛି, ଯାହା ଆଲୋକର ପ୍ରତିଫଳନ ଓ ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିଲା। ଏହା ପ୍ରାଚୀନ ଭାରତୀୟମାନଙ୍କର ଵିଷୁଵ ଓ ସୌର ଚକ୍ର ସମ୍ପର୍କିତ ଜ୍ଞାନକୁ ଦର୍ଶାଏ। ମନ୍ଦିରର ଅକ୍ଷାଂଶ ଓ ଦିଗ ଗଣନା ଏତେ ଠିକ୍ ଥିଲା ଯେ ସୂର୍ଯ୍ୟକିରଣ ନିର୍ଦ୍ଦିଷ୍ଟ ଦିନରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚୁଥିଲା। ତାଞ୍ଜାଭୁରର ବୃହଦୀଶ୍ୱର ମନ୍ଦିରର ଗଠନ ଏଭଳି ଥିଲା ଯେ ସୂର୍ଯ୍ୟକିରଣ ନିର୍ଦ୍ଦିଷ୍ଟ ସମୟରେ ମନ୍ଦିରର ଗର୍ଭଗୃହରେ ପ୍ରଵେଶ କରୁଥିଲା। ଏହାର ଵିଶାଳ ଗୋପୁରମ୍ ଓ ସ୍ଥାପତ୍ୟ ଡିଜାଇନ୍ ସୂର୍ଯ୍ୟର ଗତି ସହ ସମନ୍ବୟ ରଖୁଥିଲା । ଏହି ମନ୍ଦିରରେ ସୂର୍ଯ୍ୟକିରଣର ପ୍ରଵେଶ ପାଇଁ ଖଗୋଳୀୟ ଗଣନା ଓ ଜ୍ୟାମିତିକ ଠ
ନିର୍ଭୁଲତାର ଉପଯୋଗ କରାଯାଇଥିଲା।

ମଧ୍ୟପ୍ରଦେଶର ଗବିସାଗର ମନ୍ଦିରରେ ସୂର୍ଯ୍ୟକିରଣ ନିର୍ଦ୍ଦିଷ୍ଟ ଋତୁରେ ଗର୍ଭଗୃହରେ ପ୍ରଵେଶ କରି ମୂର୍ତ୍ତିକୁ ଆଲୋକିତ କରୁଥିଲା। ଏହା ମନ୍ଦିରର ପୂର୍ଵାଭିମୁଖୀ ଡିଜାଇନ୍ ଓ ଖଗୋଳୀୟ ସମୟ ଗଣନା ଉପରେ ଆଧାରିତ ଥିଲା। ଏହା ପ୍ରାଚୀନ ଭାରତୀୟମାନଙ୍କର ସୌର ଚକ୍ର ଓ ଆଲୋକ ଵିଜ୍ଞାନର ଜ୍ଞାନକୁ ପ୍ରତିପାଦନ କରେ।

ଅଵଶ୍ୟ ପ୍ରାଚୀନ ମନ୍ଦିରଗୁଡ଼ିକରେ ସୂର୍ଯ୍ୟକିରଣର ପ୍ରଵେଶ ପାଇଁ ସ୍ଥାପତ୍ୟ ଡିଜାଇନ୍ (ଯଥା ଦ୍ୱାରର ଅଵସ୍ଥାନ, କୋଣ, ଓ ଉଚ୍ଚତା) ଉପରେ ନିର୍ଭର କରାଯାଉଥିଲା। ଏହା ସ୍ଥିର (Static) ଥିଲା ଏଵଂ ଏଥିରେ ଆଜି ଭଳି ଆଧୁନିକ ଯାନ୍ତ୍ରିକ ଉପକରଣର ଵ୍ୟଵହାର ହେଉନଥିଲା । କିନ୍ତୁ ଆଜିର ଅଯୋଧ୍ୟା ରାମମନ୍ଦିରରେ ସୂର୍ଯ୍ୟ ତିଳକ ପାଇଁ ଲେନ୍ସ, ଦର୍ପଣ, ପାଇପ୍ ସିଷ୍ଟମ ଓ ସୋଲାର ଟ୍ରାକିଂ ଭଳି ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇଛି, ଯାହା ଏକ ଗତିଶୀଳ (Dynamic) ପ୍ରଣାଳୀ।

ପ୍ରାଚୀନ ଭାରତରେ ସୂର୍ଯ୍ୟକିରଣକୁ ମନ୍ଦିର ଭିତରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚାଇଵା ପାଇଁ ଆଧୁନିକ ଯାନ୍ତ୍ରିକ ପ୍ରଣାଳୀ ନ ଥିଲେ ମଧ୍ୟ, ସ୍ଥାପତ୍ୟ ଓ ଖଗୋଳ ଵିଜ୍ଞାନର ଅସାଧାରଣ ଜ୍ଞାନ ଉପରେ ଆଧାରିତ ଵ୍ୟଵସ୍ଥା ନିଶ୍ଚିତ ଭାବେ ଉପସ୍ଥିତ ଥିଲା। କୋଣାର୍କ, ମୋଢେରା ଓ ଅନ୍ୟାନ୍ୟ ମନ୍ଦିରଗୁଡ଼ିକ ଏହାର ଜ୍ୱଳନ୍ତ ଉଦାହରଣ। ରାମମନ୍ଦିରର ସୂର୍ଯ୍ୟ ତିଳକ ଏହି ପ୍ରାଚୀନ ଜ୍ଞାନକୁ ଆଧୁନିକ ଟେକ୍ନୋଲୋଜି ସହ ମିଳାଇ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି।

ତେଣୁ ସୂର୍ଯ୍ୟତିଳକ କେଵଳ ଏକ ଧାର୍ମିକ ଘଟଣା ନୁହେଁ, ଏହା ଭାରତୀୟ ସଂସ୍କୃତିରେ ଵିଜ୍ଞାନର ଗଭୀର ସମ୍ପର୍କକୁ ଦର୍ଶାଏ। ପ୍ରାଚୀନ ଭାରତରେ ସୂର୍ଯ୍ୟଙ୍କୁ ଶକ୍ତି ଓ ଜ୍ଞାନର ପ୍ରତୀକ ରୂପେ ପୂଜା କରାଯାଉଥିଲା, ଏଵଂ ଆଜି ଏହି ପ୍ରଣାଳୀ ମାଧ୍ୟମରେ ସେହି ଵିଶ୍ବାସକୁ ଆଧୁନିକ ଵିଜ୍ଞାନ ସହ ଜୋଡ଼ା ଯାଇଛି। ଏହା ସମଗ୍ର ଵିଶ୍ୱରେ ଭାରତର ଵୈଜ୍ଞାନିକ ସାମର୍ଥ୍ୟକୁ ପ୍ରତିଷ୍ଠାପିତ କରିଛି। ରାମମନ୍ଦିରର ସୂର୍ଯ୍ୟ ତିଳକ ପ୍ରଣାଳୀର ସଫଳତା ଯୋଗୁଁ ଆସ୍ଥା ଓ ଵିଜ୍ଞାନ ଏକତ୍ରିତ ହୋଇ ଏକ ଅପୂର୍ଵ ଦୃଶ୍ୟ ସୃଷ୍ଟି କରିଛନ୍ତି। ଏହା ପ୍ରମାଣ କରେ , ପାରମ୍ପରିକ ମୂଲ୍ୟବୋଧ ଓ ଆଧୁନିକ ଟେକ୍ନୋଲୋଜି ମିଳିତ ହୋଇ ମାନଵ ସଭ୍ୟତାକୁ ଆଗେଇ ନେଇପାରେ। ଏହି ପ୍ରଣାଳୀ ଭାରତର ଗୌରଵମୟ ଅତୀତ ଓ ଉଜ୍ଜ୍ବଳ ଭଵିଷ୍ୟତର ଏକ ସମ୍ମିଳିତ ଚିତ୍ର ଉପସ୍ଥାପନ କରୁଛି।

Wednesday, April 2, 2025

କ'ଣ ପ୍ରାଚୀନ ହିନ୍ଦୁମାନେ ଗୋମାଂସ ଖାଉଥିଲେ କି ?

ସଂସ୍କୃତ ଭାଷାରେ 'ଗୋଘ୍ନ' ବୋଲି ଏକ ଶବ୍ଦ ଅଛି ‌। ଏହାର ଗୋଟିଏ ଅର୍ଥ ଗୋଘାତ ଅର୍ଥାତ୍ ଗାଈକୁ ହତ୍ୟା କିନ୍ତୁ ଏହାର ଅନ୍ୟ ଏକ ଅର୍ଥ ହେଉଛି ଅତିଥି ।‌

ଭାରତର ପଣ୍ଡିତମାନେ ଗୋଘ୍ନ ଶବ୍ଦର ଅତିଥି ଅର୍ଥ ଦେଖି ଅନୁମାନ କରିନେଲେ ଯେ ପୂର୍ଵେ ଭାରତରେ କେହି ଅତିଥି ଉପସ୍ଥିତ ହେଲେ ତାଙ୍କର ଖାଇଵା ନିମନ୍ତେ ଗୋରୁ ମରା ଯାଉଥିଲା। ଅର୍ଥାତ୍ ପ୍ରାଚୀନ କାଳରେ ହିନ୍ଦୁମାନେ ଗୋମାଂସ ଖାଉଥିଵାର ଏହା ଏକ ପ୍ରମାଣ ବୋଲି ପ୍ରଚାର କରାଯାଏ । 

ପ୍ରକୃତରେ ଗୋଘ୍ନ ଶବ୍ଦର ଦୁଇଗୋଟି ନିରୁକ୍ତି ରହିଛି । ତନ୍ମଧ୍ୟରୁ ଅଧିକାଂଶ ସଂସ୍କୃତକୋଷରେ ଗୋଘ୍ନ ଶବ୍ଦର କେଵଳ ଗୋଟିଏ ନିରୁକ୍ତି ହିଁ ଉଲ୍ଲେଖ ଅଛି ‌ । ଉଦାହରଣ ସ୍ୱରୂପ 
କଳ୍ପଦ୍ରୁମ ସଂସ୍କୃତ ଅଭିଧାନରେ ଗୋଘ୍ନ ଶବ୍ଦର ଅତିଥି ଅର୍ଥର ନିରୁକ୍ତି ଲେଖାଅଛି... 

“ଗୌର୍ହନ୍ଯତେଽସ୍ମୈ । ଗୋ + ହନ୍ + ସମ୍ପ୍ରଦାନେ ମୂଳଵିଭୂଜାଦିତ୍ଵାତ୍ କଃ ”

ଏଠାରେ ଗୌର୍ହନ୍ଯତେଽସ୍ମୈ"ର ଅର୍ଥ "ଗାଈ ତା’ ପାଇଁ ହତ୍ୟା ଯିଵା"। ଗୋ ଶବ୍ଦର ଅର୍ଥ ଗାଈ,ହନ୍ ଧାତୁର ଅର୍ଥ ହତ୍ୟା କରିଵା । ସମ୍ପ୍ରଦାନ" ଚତୁର୍ଥୀ ଵିଭକ୍ତିକୁ ସୂଚାଇଥାଏ, ଯାହା "ପାଇଁ" ବା "ଉଦ୍ଦେଶ୍ୟରେ" ଅର୍ଥ ଦେଇଥାଏ। ପାଣିନିଙ୍କ ସୂତ୍ର "କର୍ମଣି ସମ୍ପ୍ରଦାନମ୍" (୧.୪.୩୨) ଅନୁସାରେ, ଯେଉଁ ଉଦ୍ଦେଶ୍ୟ ପାଇଁ କ୍ରିୟା ସମ୍ପାଦିତ ହୁଏ, ତାହା ସମ୍ପ୍ରଦାନ କାରକରେ ଵ୍ୟଵହୃତ ହୋଇଥାଏ। "ମୂଳଵିଭୂଜାଦି" ଏକ ଧାତୁଗଣ (ଧାତୁସମୂହ)କୁ ନିର୍ଦ୍ଦେଶ କରେ ଏଵଂ ଏଥିରେ "ହନ୍" (ହତ୍ୟା କରିବା) ଧାତୁ ମଧ୍ୟ ଅନ୍ତର୍ଭୁକ୍ତ।"ତ୍ଵାତ୍" (ହେତୁ ଅର୍ଥରେ) ସୂଚାଇଥାଏ ଯେ "ମୂଳଵିଭୂଜାଦି" ଧାତୁ ହେତୁ ଏହି ନିୟମ ପ୍ରୟୋଗ ହୋଇଛି। "କ" ଏକ କୃତ୍ ପ୍ରତ୍ୟୟ (ଅର୍ଥାତ୍ "ଅ"), ଯାହା ସୂତ୍ର ୩.୨.୧୪୯ ଅନୁସାରେ "ହନ୍" ଧାତୁ ସହ ଯୋଗ ହୋଇ "ଘ୍ନ" ରୂପ ନେଇଥାଏ। ଏହା ସୂଚାଇଥାଏ ଯେ "ଗୋଘ୍ନ" ଶବ୍ଦଟି ସମ୍ପ୍ରଦାନ କାରକ (ଚତୁର୍ଥୀ) ସହ ସମ୍ବନ୍ଧିତ, ଅର୍ଥାତ୍ "ଯାହା ପାଇଁ ଗାଈ ହତ୍ୟା ହୁଏ"। ତେଣୁ ଏହାର ଆକ୍ଷରିକ ଅର୍ଥ ଯେ ଗୋ ଵା ଗାଈକୁ ହତ୍ୟା କରେ । 

ସେହିପରି ଗୋଘ୍ନ ଶବ୍ଦର ଆଉ ଏକ ନିରୁକ୍ତି ଯୋଗୁଁ ଗୋଘ୍ନ ଶବ୍ଦଟି ଅତିଥି ଅର୍ଥରେ ପ୍ରାଚୀନ କାଳରେ ପ୍ରୟୋଗ କରାଯାଉଥିଲା। କିନ୍ତୁ ଗୋଘ୍ନ ଶବ୍ଦର ସେହି ନିରୁକ୍ତି ଭିତରେ କେହି ପଶିଲେ ନାହିଁ ଏଵଂ ଏଭଳି ଏକ ଭ୍ରମାତ୍ମକ ଅଵଧାରଣା ଗଢ଼ିଦେଲେ । 

ଆମେ ଜାଣିଛନ୍ତି ଗୋ ଓ ହନ୍ ଧାତୁ ଦ୍ଵାରା ଗୋଘ୍ନ ଶବ୍ଦ ସୃଷ୍ଟି ହୋଇଛି । ଗୋକୁ ହନନ କରିଵା ଵା ହାଣିଵା ହେଲା ଗୋଘ୍ନ ଅର୍ଥାତ୍ ଗୋଘାତ । ଏହା ଗୋଘ୍ନ ଶବ୍ଦର ସିଧାସଳଖ ଅର୍ଥ । 

କିନ୍ତୁ ଗୋ ଶବ୍ଦର ଅର୍ଥ କେଵଳ ଗାଈ ଵା ଗୋରୁ ନୁହେଁ କି ହନ୍ ଧାତୁରୁ କେଵଳ ହାଣିଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇନଥାଏ । ତେବେ ଏହାକୁ ଭଲ ଭାବରେ ବୁଝିଵା ପାଇଁ ଆମକୁ ପ୍ରଥମେ 'ଗୋ' ଶବ୍ଦ ତଥା 'ହନ୍‌ଧାତୁ'ର ସମସ୍ତ ଅର୍ଥ ଜାଣିଵାକୁ ହେଵ । 

ଗୋ ଶବ୍ଦର ତେତିଶଟି ଅର୍ଥ ଅଛି ଏଵଂ ସେଗୁଡ଼ିକ ହେଲା ଧେନୁ, ଗାଭୀ,ବଳଦ,ବୃଷ,ଗୋରୁଠାରୁ ଉତ୍ପନ୍ନ ଦୁଧ, ଦହି ଓ ଘିଅ ଆଦି ଦ୍ରଵ୍ୟ,ପଶୁ,ପୃଥିଵୀ,ମାତା,ଦିଗ,
ଵେଦମାତା ଗାୟତ୍ରୀ,ଵାଣୀ ଵା ଵାକ୍ୟ,ସ୍ୱର୍ଗ,ଚକ୍ଷୁ,ଇନ୍ଦ୍ରିୟ,ଦୃଷ୍ଟି,ଵିଦିଗ,କେଶ,କିରଣ,ଜଳ,ବାଣ ଵା ଶର,ସୂର୍ଯ୍ୟ,ନକ୍ଷତ୍ର,
ଚନ୍ଦ୍ର,ଯାଗଵିଶେଷ,ଵଜ୍ର,ହୀରକ,ଗୁଆ,ଲୋମ,ଵୃଷରାଶି, ଦଶ କୋଟି ସଂଖ୍ୟା,ନଅ ସଂଖ୍ୟା,ଗାୟକଗୋମେଧ ଯଜ୍ଞ ଓ ଗୃହ । 

ପୁଣି ହନ୍ ଧାତୁର ଅର୍ଥ ହେଲା ହାଣିଵା,ଵଧକରିଵା,ହିଂସା କରିଵା,ନାଶ କରିଵା,ଆଘାତ କରିଵା,ଅତିକ୍ରମ କରିଵା,ମୁଖରେ ବଜାଇଵା,
ଉଚ୍ଛେଦ କରିଵା,ଵିରୁଦ୍ଧ ପକ୍ଷର ଖଣ୍ଡନ କରିଵା,ଜିତିଵା,ଦୂର କରିଵା,ଏକତ୍ର କରିଵା, ଆରମ୍ଭ କରିଵା,ଉପରେ ରଖିଵା,ହଟାଇଵା, ଆରମ୍ଭ କରିଵା,ସମୂଳ ନାଶ କରିଵା,ଗୁଣିଵା(ଗଣିତ),ବାଧା ଦେଵା ଓ ଗତି କରିଵା । କେତେକ ନିର୍ଦ୍ଧିଷ୍ଟ ଉପସର୍ଗ ସହିତ ନିର୍ଦ୍ଦିଷ୍ଟ ଅର୍ଥରେ ହନ୍ ଧାତୁ ଯୋଗ ହୋଇଥାଏ । ଉଦାହରଣ ସ୍ୱରୂପ : ଅଭି ଉପସର୍ଗ ଲାଗି ହନ୍ ଧାତୁରୁ ମୁଖରେ ବଜାଇଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୁଏ । ନି ଓ ପରି ଉପସର୍ଗ ଲାଗି ହନ୍ ଧାତୁରୁ ସମୂଳ ନାଶ କରିଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ । ପ୍ରତି ଉପସର୍ଗ ଲାଗି ହନ୍ ଧାତୁରୁ ପ୍ରତିପକ୍ଷର ମତ ଖଣ୍ଡନ ଅର୍ଥରେ ଶବ୍ଦ ନିଷ୍ପନ୍ନ ହୁଏ(ପ୍ରତିହତ) ଇତ୍ୟାଦି ଇତ୍ୟାଦି । ତେବେ ହନ୍ ଧାତୁରେ କୌଣସି ଉପସର୍ଗ ନଲାଗି ଯଦି ତତ୍ ପୂର୍ଵରୁ କୌଣସି ଶବ୍ଦ ଯୁକ୍ତ ହୁଏ ତେବେ ତାହା ସାଧାରଣତଃ ମାରିଵା,ଯିଵା,ଶେଷ କରିଵା ଅର୍ଥକୁ ହିଁ ପ୍ରକାଶ କରିଥାଏ ।

କେଵଳ ଗୋଘ୍ନ ହିଁ ନୁହେଁ ହନ୍ ଧାତୁରୁ ଏହିପରି ଅନେକ ଶବ୍ଦ ନିଷ୍ପନ୍ନ ହୋଇଛି ଯହିଁର ଗୋଟିଏ ନକାରାତ୍ମକ ଅର୍ଥ ଥିଲେ ଆନ ଏକ ସକାରାତ୍ମକ ଅର୍ଥ ରହିଥିଵା ଦେଖାଯାଏ । ଉଦାହରଣ ସ୍ୱରୂପ ଉପୋଦ୍ଘାତ ଶବ୍ଦଟି ମଧ୍ୟ ହନ୍ ଧାତୁରୁ ନିଷ୍ପନ୍ନ କରାଯାଇଛି (ଉପ+ଉତ୍+ ହନ୍ ଧାତୁ[ଆରମ୍ଭକରିଵା]+ଭାଵେ ଅ)

ଗ୍ରନ୍ଥସଙ୍ଗତିବିଶେଷ ଉପକ୍ରମଣିକା ଗ୍ରନ୍ଥର ଅଵତରଣିକା ଵା ଉପକ୍ରମକୁ ଉପୋଦ୍ଘାତ କୁହନ୍ତି । ପଦ୍ଧତି ଶବ୍ଦ ମଧ୍ୟ ହନ୍ ଧାତୁରୁ ଗତି କରିଵା ଯିଵା ଅର୍ଥରେ ନିଷ୍ପନ୍ନ ହୋଇଛି । ଏହାର ଏକ ଅର୍ଥ ପଥ ଏଵଂ ପାଦ ଦ୍ଵାରା ଗତି କରାଯାଏ ବୋଲି ପଦ+ହନ୍+ତି+ଇ ମିଶି ପଦ୍ଧତି ଶବ୍ଦ ନିଷ୍ପନ୍ନ ହୋଇଛି । ସେହିପରି ଲଙ୍ଗଳକୁ ବି ପଦ୍ଧତି କୁହନ୍ତି ଏଵଂ ଏହା ମଧ୍ୟ ଭୂମିରେ ଗତି କରିଥାଏ । ପଦ୍ଧତି ଶବ୍ଦର ଆଉ ଏକ ଅର୍ଥ ଵିଧି ଓ ନିୟମ ଅଟେ ଯହିଁରେ ସମସ୍ତକୁ ଚଳିଵାକୁ ହୁଏ । ଶ୍ରେଣୀ,ପଂକ୍ତି, ଧାଡ଼ି,ରେଖା,କାର୍ଯ୍ୟପ୍ରଣାଳୀ,ପ୍ରଵାହ,ଆଚାର ଓ ରୀତି ମଧ୍ୟ ଏହାର ଆଉ କିଛି ଅର୍ଥ ଏଵଂ ଏ ସମସ୍ତ ଅର୍ଥରେ ଗତି କରିଵାର ଭାଵ ନିହିତ ରହିଛି । ସେହିପରି ସଂଘ ଶବ୍ଦ ମଧ୍ୟ ମୂଳତଃ ହନ୍ ଧାତୁରୁ ଏକତ୍ର କରିଵା ଅର୍ଥରେ ନିଷ୍ପନ୍ନ ହୋଇଛି । ତେଣୁ ଏଥିରୁ ସ୍ପଷ୍ଟ ହୁଏ ଯେ ହନ୍ ଧାତୁରୁ କେଵଳ ଵଧ କରିଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇନଥାଏ ଵରଂ ଏହାର ଅନ୍ୟାନ୍ୟ ଅର୍ଥରେ ମଧ୍ୟ ପ୍ରୟୋଗ ରହିଛି । 

ଗୋଘ୍ନ ଶବ୍ଦର ଅତିଥି ଅର୍ଥ କ୍ଷେତ୍ରରେ ମଧ୍ୟ ହନ୍ ଧାତୁର ହତ୍ୟା କରିଵା ଅର୍ଥରେ ନୁହେଁ ଵରଂ ଯିଵା ଅର୍ଥରେ ପ୍ରୟୋଗ କରାଯାଇଛି । ତେବେ କେମିତି ହୋଇଛି ?

ଆମ୍ଭେମାନେ ଜାଣନ୍ତି ଯେ ଵିଭିନ୍ନ ଶବ୍ଦରେ 'ଗୋ' ଶବ୍ଦଟି ତେତିଶଗୋଟି ଅର୍ଥରେ ପ୍ରୟୋଗ କରାଯାଇଛି । ତନ୍ମଧ୍ୟରେ ପୃଥିଵୀ,ଵିଦିଗ ଓ ଗୃହ ଅର୍ଥ ତଥା ହନ୍ ଧାତୁର ଅତିକ୍ରମ କରିଵା ଵା ଗତି କରିଵା ଅର୍ଥ ଘେନି ଅତିଥି ଅର୍ଥଜ ଘୋନ୍ନ ଶବ୍ଦ ନିଷ୍ପନ୍ନ ହୋଇଅଛି ବୋଲି ଅନୁମାନ କରାଯାଇପାରେ । 

ଅର୍ଥାତ୍ ଯିଏ ଗୋ ଵା (ପୃଥିଵୀର ଯେକୌଣସି ଵ୍ୟକ୍ତିର) ଗୃହକୁ ଗତି କରନ୍ତି ସେ ଅତିଥି ଅଟନ୍ତି । ତେଣୁ ଗୋହତ୍ୟା ସହିତ ଅତିଥି ଅର୍ଥଜ ଗୋଘ୍ନ ଶବ୍ଦର କୌଣସି ସମ୍ପର୍କ ନାହିଁ ‌। 

 ଵୈଦିକ ସାହିତ୍ୟରେ ଅର୍ଥାତ୍ ଋଗ୍ବେଦ ଓ ଅନ୍ୟ ସଂହିତାରେ, ଗୋ(ଗୃହ)କୁ ହନ୍ ଵା ଗତି କରିଵା ଅର୍ଥଜ "ଗୋଘ୍ନ" ଶବ୍ଦଟି ପ୍ରାୟତଃ "ଅତିଥି" (ଅଭ୍ୟାଗତ) ଅର୍ଥରେ ଵ୍ୟଵହୃତ ହୋଇଛି । ଶତପଥ ବ୍ରାହ୍ମଣ, ଐତରେୟ ବ୍ରାହ୍ମଣ ଓ ତୈତ୍ତିରୀୟ ସଂହିତା ଆଦି ଗ୍ରନ୍ଥରେ "ଗୋଘ୍ନ" ଶବ୍ଦଟି "ଅତିଥି" ଅର୍ଥରେ ଵ୍ୟଵହୃତ ହୋଇଛି। ଯଥା:

"ଗୋଘ୍ନୋ ଵା ଏଷ ଯୋଽତିଥିଃ ସ୍ୟାତ୍" ଅର୍ଥାତ୍"ଅତିଥିକୁ ଗୋଘ୍ନ କୁହନ୍ତି।"

କେହି କେହି ଏହି ପଦର ଉଦାହରଣ ଦେଇ କୁହନ୍ତି ଯେ ଦେଖ 
ଶତପଥ ବ୍ରାହ୍ମଣ (୧.୭.୩.୮)ରେ ଲେଖାଅଛି ଯେ ଅତିଥି ଗୋହନ୍ତା ହେଉଥିଲା ଵା ଅତିଥି ପାଇଁ ଗୋହତ୍ୟା କରାଯାଉଥିଲା କିନ୍ତୁ ପ୍ରକୃତରେ ଏହାର ଅର୍ଥ ହେଲା ଯେ (ଗୋ)ଗୃହକୁ (ହନ୍ ଧାତୁ)ଯାଏ ସେ ଗୋଘ୍ନ ଅଟେ । 

ଐତରେୟ ବ୍ରାହ୍ମଣ ୩.୪.୧ରେ ଗୋଘ୍ନ ଶବ୍ଦ ଅତିଥି ଅର୍ଥରେ ପ୍ରୟୋଗ କରାଯାଇଛି 
"ଗୋଘ୍ନଃ ଅତିଥିଃ ଅଗ୍ନିମୁପସମିଧ୍ୟତେ।"
ଅର୍ଥାତ୍ 
"ଅତିଥି (ଗୋଘ୍ନ) ଅଗ୍ନିକୁ ସମିଧ ଦ୍ୱାରା ପ୍ରଜ୍ୱଳିତ କରେ।"

ଉପନିଷଦ ଓ ପରବର୍ତ୍ତୀ ଵୈଦିକ ଯୁଗରେ ଅହିଂସାର ଉତ୍ଥାନ ଘଟିଲା ଏଵଂ ଏହି ସମୟରେ ବୌଦ୍ଧ ତଥା ଜୈନ ଧର୍ମର ପ୍ରଭାଵରେ ଅହିଂସାର ମୂଲ୍ୟ ହିନ୍ଦୁ ଚିନ୍ତାଧାରାରେ ପ୍ରଵେଶ କରିଥିଲା। ଫଳତଃ "ଗୋଘ୍ନ" ଶବ୍ଦର "ଗୋହତ୍ୟାକାରୀ" ଅର୍ଥ ଧୀରେ ଧୀରେ ପ୍ରକାଶ ପାଇଵାକୁ ଲାଗିଲା । ଉପନିଷଦରେ "ଗୋଘ୍ନ" ଶବ୍ଦର ସ୍ପଷ୍ଟ ଉଲ୍ଲେଖ କମ୍ ଥିଲେ ମଧ୍ୟ, ଗାଈର ପଵିତ୍ରତା ଓ ସୁରକ୍ଷାର ଭାଵନା ପ୍ରଵଳ ହୋଇଥିଲା, ଯାହା ପରଵର୍ତ୍ତୀକାଳର ଗ୍ରନ୍ଥରେ "ଗୋଘ୍ନ"ର ନକାରାତ୍ମକ ଅର୍ଥକୁ ପ୍ରଭାଵିତ କରିଥିଲା।

 ପରଵର୍ତ୍ତୀ ସମୟରେ ମହାକାବ୍ୟ ଓ ସ୍ମୃତି ଯୁଗରେ ଗୋଘ୍ନ ଶବ୍ଦର ଗୋହତ୍ୟାକାରୀ" ଅର୍ଥର ପ୍ରାଧାନ୍ୟ ଘଟିଥିଲା । ଏହି ଯୁଗରେ ରଚିତ ମହାଭାରତ, ରାମାୟଣ ଓ ସ୍ମୃତି ଗ୍ରନ୍ଥ (ଯେପରି ମନୁସ୍ମୃତି, ଯାଜ୍ଞଵଲ୍କ୍ୟ ସ୍ମୃତି) ଆଦିରେ "ଗୋଘ୍ନ" ଶବ୍ଦଟି "ଗୋହତ୍ୟାକାରୀ" ଅର୍ଥରେ ଵ୍ୟଵହୃତ ହୋଇଛି। ଏହି ସମୟରେ ଗାଈର ପଵିତ୍ରତା ଏକ ସ୍ଥାପିତ ଧାର୍ମିକ ମୂଲ୍ୟ ହୋଇପଡ଼ିଥିଲା, ଏବଂ ଗୋହତ୍ୟାକୁ ମହାପାତକ (ଗୁରୁତର ପାପ) ରୂପେ ଵିଵେଚନା କରାଯାଉଥିଲା।

 ଭାଗଵତ ପୁରାଣରେ ଗୋଘ୍ନ ଶବ୍ଦର ଗୋହତ୍ୟା କାରୀ ଅର୍ଥରେ ପ୍ରୟୋଗ ରହିଛି । 
"ଗୋଘ୍ନଃ ପାପୀୟାନ୍ ଭଵତି ନରକଂ ଯାତି ଦୁଷ୍କୃତମ୍॥୧୦.୧.୬୨॥"(ଗୋହତ୍ୟାକାରୀ (ଗୋଘ୍ନ) ମହାପାପୀ ହୋଇଥାଏ ଏଵଂ ତା’ର ଦୁଷ୍କର୍ମ ପାଇଁ ନର୍କରେ ପଡ଼ିଥାଏ।)

ଯାଜ୍ଞଵଲ୍କ୍ୟ ସ୍ମୃତିର ଆଚାରାଧ୍ୟାୟ, ଶ୍ଲୋକ ୧୭୪ରେ ଉଲ୍ଲେଖ ଅଛି 

"ଗୋଘ୍ନଃ ସୁରାପଃ ଚ ଗୁରୁତଲ୍ପଗଃ।
ଏତେ ମହାପାତକିନଃ ପ୍ରୋକ୍ତାଃ ପାପେଷୁ ନିମଗ୍ନାଃ॥"

ଅର୍ଥାତ୍ 
"ଗୋହତ୍ୟାକାରୀ (ଗୋଘ୍ନ), ମଦ୍ୟପାୟୀ ଓ ଗୁରୁପତ୍ନୀଗାମୀମାନେ ମହାପାତକୀ ଏଵଂ ଏମାନେ ପାପରେ ନିମଗ୍ନ ହୋଇଥାନ୍ତି।"

ମହାଭାରତର ଅନେକ ସ୍ଥାନରେ ଗୋଘ୍ନ ଶବ୍ଦଟି କେଵଳ ଗୋହତ୍ୟାକାରୀ ଅର୍ଥରେ ହିଁ ପ୍ରୟୋଗ କରାଯାଇଛି । ଉଦାହରଣ ସ୍ୱରୂପ ମହାଭାରତର ଅନୁଶାସନ ପର୍ଵରେ କୁହାଯାଇଛି:

"ଗୋଘ୍ନଂ ଵାଜିଘ୍ନଂ ଵାପି ସୁରାପାନସମଂ ଵିଦୁଃ।
ତସ୍ମାତ୍ ପରମଂ ଧର୍ମଃ ଗୋଷୁ ରକ୍ଷଣମେଵ ଚ।"

ଅର୍ଥାତ୍ "ଗୋହତ୍ୟାକାରୀ,ଅଶ୍ୱହତ୍ୟାକାରୀ ଓ ମଦ୍ୟପ ଏକ ସମ ଅଟନ୍ତି । ତେବେ ସେମାନଙ୍କର ସର୍ଵୋତ୍ତମ ଧର୍ମ ଵା କର୍ତ୍ତଵ୍ୟ କର୍ମ ଗାଈମାନଙ୍କୁ ରକ୍ଷା କରିଵା ହେଵା ଉଚିତ ।‌"
(ଅନୁଶାସନ ପର୍ବ -ଅଧ୍ୟାୟ ୧୧୬, ଶ୍ଲୋକ ୬)

ମହାଭାରତର ଅନ୍ୟ ଅନେକ ସ୍ଥାନରେ ଗାଈକୁ ପଵିତ୍ର ତଥା ଅଵଧନୀୟ ଘୋଷଣା କରାଯାଇଛି । ଅନୁଶାସନ ପର୍ଵର ଅଧ୍ୟାୟ ୧୧୫, ଶ୍ଲୋକ ୪୫-୪୬ରେ କଥିତ ହୋଇଛି 

"ଗାଵଃ ସର୍ଵସୁଖପ୍ରଦାଃ ପଵିତ୍ରାଃ ପାପନାଶିନୀଃ।
ତାସାଂ ଵିନାଶନଂ ପାପଂ ନରଃ କୁର୍ଵନ୍ ମହତ୍ ଫଳମ୍॥"

ଏହି ଶ୍ଲୋକରେ ଭୀଷ୍ମ ଯୁଧିଷ୍ଠିରଙ୍କୁ ଗାଈର ମହତ୍ତ୍ୱ ଵିଷୟରେ ଉପଦେଶ ଦେଇଛନ୍ତି। ଗାଈକୁ "ସର୍ଵସୁଖପ୍ରଦା" (ସମସ୍ତ ସୁଖର ଦାତା) ଏଵଂ "ପାପନାଶିନୀ" (ପାପନାଶକ) ରୂପେ ଵର୍ଣ୍ଣନା କରିଛନ୍ତି। ଗୋହତ୍ୟାକୁ "ପାପ" ରୂପେ ଚିହ୍ନିତ କରି ଏହାର ଵିରୋଧ କରିଛନ୍ତି, ଯାହା ସେ ଯୁଗରେ ଗାଈର ସୁରକ୍ଷାର ଗୁରୁତ୍ୱକୁ ସ୍ପଷ୍ଟ କରେ।

ଶାନ୍ତି ପର୍ଵର ଅଧ୍ୟାୟ ୨୬୨, ଶ୍ଲୋକ ୪୭ରେ କୁହାଯାଇଛି :

"ନ ହିଂସ୍ୟାତ୍ ସର୍ଵଭୂତାନି ଗାଵଃ ପ୍ରଧାନତଃ ସଦା।
ଗୋଷୁ ପୁଣ୍ୟଂ ଚ ତୀର୍ଥଂ ଚ ସର୍ଵଂ ସଂନିହିତଂ ସଦା ॥"

ଅର୍ଥାତ୍ 
"କୌଣସି ଜୀଵକୁ ହିଂସା କରାଯିଵା ଉଚିତ୍ ନୁହେଁ, ଵିଶେଷତଃ ଗାଈମାନଙ୍କୁ। ଗାଈମାନଙ୍କଠାରେ ପୁଣ୍ୟ, ତୀର୍ଥ ଏଵଂ ସମସ୍ତ ଶୁଭ ସବୁବେଳେ ନିହିତ ଅଛି । ଏହି ଶ୍ଲୋକ ଅହିଂସାର ସାଧାରଣ ନୀତିକୁ ଗାଈଙ୍କ ପ୍ରତି ଵିଶେଷ ଗୁରୁତ୍ୱ ଦେଇ ପ୍ରକାଶ କରେ। ଏଠାରେ ଗାଈକୁ "ପୁଣ୍ୟ" ଓ "ତୀର୍ଥ"ର ଉତ୍ସ ରୂପେ ଵର୍ଣ୍ଣନା କରାଯାଇଛି, ଯାହା ଗୋହତ୍ୟାକୁ ଏକ ଅଧାର୍ମିକ କାର୍ଯ୍ୟ ରୂପେ ନିଷେଧ କରେ।

ଶେଷରେ ପରଵର୍ତ୍ତୀ ପୁରାଣ ଯୁଗରେ ଗୋଘ୍ନ ଶବ୍ଦର ଗୋହତ୍ୟାକାରୀ" ଅର୍ଥର ସ୍ଥାୟୀତ୍ୱ ଘଟିଥିଲା ।‌ ଭାଗଵତ ପୁରାଣ, ଗରୁଡ଼ ପୁରାଣ ଆଦିରେ "ଗୋଘ୍ନ" ଶବ୍ଦଟି "ଗୋହତ୍ୟାକାରୀ" ଅର୍ଥରେ ବ୍ୟବହୃତ ହୋଇଛି। ଏହି ସମୟରେ ଗାଈ ହିନ୍ଦୁ ଧର୍ମରେ "ଗୋମାତା" ରୂପେ ପୂଜା ପାଇଥିଲା, ଏବଂ ଗୋହତ୍ୟାକୁ ଏକ ଭୟଙ୍କର ପାପ ରୂପେ ଦେଖାଯାଉଥିଲା। ପୁରାଣ ଯୁଗରେ "ଗୋଘ୍ନ"ର "ଅତିଥି" ଅର୍ଥ ପ୍ରାୟତଃ ଲୁପ୍ତ ହୋଇଗଲା, ଏବଂ ଏହା ଗୋହତ୍ୟାର ନିଷେଧ ସହ ଦୃଢ଼ ଭାବେ ଜୋଡ଼ାଗଲା।

 ଗରୁଡ଼ ପୁରାଣର ଆଚାର ଖଣ୍ଡ, ଅଧ୍ୟାୟ ୪୭ରେ କୁହାଯାଇଛି :
"ଗୋଘ୍ନସ୍ୟ ପାପମଘୋରଂ ନରକେ ପତନଂ ଧ୍ରୁଵମ୍।"
ଅର୍ଥାତ୍ "ଗୋହତ୍ୟାକାରୀ (ଗୋଘ୍ନ)ର ପାପ ଅତ୍ୟନ୍ତ ଭୟଙ୍କର, ସେ ନିଶ୍ଚିତ ଭାବେ ନର୍କରେ ପଡ଼ିଥାଏ।"

ଗରୁଡ଼ ପୁରାଣରେ "ଗୋଘ୍ନ" ଗୋହତ୍ୟାକାରୀ ଅର୍ଥରେ ଵ୍ୟଵହୃତ ହୋଇଛି, ଯାହା ଗୋହତ୍ୟାର ଭୟଙ୍କର ପରିଣାମ ଉପରେ ଗୁରୁତ୍ଵାରୋପ କରିଥାଏ।

ଅପପ୍ରଚାରକାରୀମାନେ କିନ୍ତୁ କେଵଳ ଗୋଘ୍ନ ହିଁ ନୁହେଁ ଆହୁରି କେତେକ ପ୍ରାଚୀନ ଶ୍ଳୋକ ଓ ଵୈଦିକ ମନ୍ତ୍ରର ଭୁଲ୍ ଉଦାହରଣ ତଥା ଭୁଲ୍ ଵ୍ୟାଖ୍ୟା ଦେଇ କୁହନ୍ତି ଯେ ଆଗେ ହିନ୍ଦୁମାନେ ଗୋମାଂସ ଭକ୍ଷଣ କରୁଥିଲେ । 

ଗୋଟିଏ ଭୁଲ୍ ଉଦାହରଣ ଦେଇ ଅପପ୍ରଚାରକୁ କୁହନ୍ତି ଯେ
ଋଗ୍ବେଦ ୧.୧୫.୨ରେ ଅଛି ଋତସ୍ୟ ଗୋପା ଋତୁନା ଗୋଘ୍ନଃ" ଅର୍ଥାତ୍ "ସେ ହେଉଛନ୍ତି ସତ୍ୟ ଓ ଵ୍ୟଵସ୍ଥାର ରକ୍ଷକ, ଯିଏ ଋତୁ (ସମୟ କିମ୍ବା ନିୟମ) ମାଧ୍ୟମରେ ଗାଈର ହତ୍ୟା କରନ୍ତି 
କିନ୍ତୁ ଋଗ୍ଵେଦର ଏହା ପ୍ରକୃତ ମନ୍ତ୍ର ହିଁ ନୁହେଁ । ପ୍ରକୃତରେ ଋଗ୍ଵେଦର ମଣ୍ଡଳ ୧,ସୂକ୍ତ ୧୫ ଓ ମନ୍ତ୍ର ୨ ହେଉଛି

ମରୁତଃ ପିବତ ଋତୁନା ପୋତ୍ରାଦ୍ଯଜ୍ଞଂ ପୁନୀତନ। 
ଯୂଯଂ ହି ଷ୍ଠା ସୁଦାନଵଃ॥
ଅର୍ଥାତ୍, ଋତୁମାନଙ୍କର କ୍ରମ ଅନୁସାରେ ମରୁତ ଵା ପଵନଙ୍କର ମଧ୍ୟ ଯଥାଯୋଗ୍ୟ ଗୁଣ ଉତ୍ପନ୍ନ ହୁଏ, ଏହି କାରଣରୁ ମରୁତ ତ୍ରସରେଣୁ ଆଦି ପଦାର୍ଥ ଵା କ୍ରିୟାମାନଙ୍କର କାରଣ ହୋଇଥାନ୍ତି ଏଵଂ ଅଗ୍ନି ମଧ୍ୟରେ ସୁଗନ୍ଧିତ ପଦାର୍ଥମାନଙ୍କର ହୋମ ଦ୍ୱାରା ସେ ପଵିତ୍ର ହୋଇ ସମସ୍ତ ପ୍ରାଣୀଙ୍କୁ ସୁଖପ୍ରଦାନ କରନ୍ତି ତଥା ସେ ହିଁ ପଦାର୍ଥମାନଙ୍କର ଦାନ ଓ ଗ୍ରହଣରେ କାରଣ ହୋଇଥାନ୍ତି।

ସେହିପରି ଋଗ୍ଵେଦର କେତେକ ମନ୍ତ୍ରର ଉଦାହରଣ ଦେଇ ମଧ୍ୟ ପ୍ରାଚୀନ ହିନ୍ଦୁମାନଙ୍କୁ ଗୋଭକ୍ଷକ ପ୍ରମାଣ କରିଵାକୁ ଚେଷ୍ଟା କରାଯାଏ । ଵିଶେଷତଃ ଋଗ୍ଵେଦର ୧୦.୮୬.୧୪ ମନ୍ତ୍ରର ଉଦାହରଣ ଦିଆଯାଏ ।‌
 
“ଉକ୍ଷ୍ଣୋ ହି ମେ ପଞ୍ଚଦଶ ସାକଂ ପଚନ୍ତି ଵିଂଶତିମ୍ ।
 ଉତାହଦ୍ମ ପୀଵ ଇଦୁଭା କୁକ୍ଷୀ ପୃଣନ୍ତି ମେ ଵିଶ୍ଵସ୍ମାଦିନ୍ଦ୍ର ଉତ୍ତରଃ ॥ ୧୪ ॥”

ତଥାକଥିତ ମହାତଣ୍ଡିପମାନେ ଏହି ଵୈଦିକ ମନ୍ତ୍ରର ଭୁଲ୍ ଵ୍ୟାଖ୍ୟା କରି ଲୋକଙ୍କୁ ଭୁଆଁ ବୁଲାଇଦେଲେ ଏଵଂ ପ୍ରଚାର କଲେ ଯେ ଦେଖ ଆଗେ ହିନ୍ଦୁମାନେ ଗୋଭକ୍ଷକ ଥିଲେ କିନ୍ତୁ ଏ ମନ୍ତ୍ରର ପ୍ରକୃତ ଅର୍ଥ ସମ୍ପୂର୍ଣ୍ଣ ଭିନ୍ନ ଅଟେ ‌ । ଏହି ମନ୍ତ୍ରଟି ଇନ୍ଦ୍ରଙ୍କୁ ସ୍ମରଣ କରିଵା ପାଇଁ ଵ୍ୟଵହୃତ ହେଉଥିଲା । ଏହାର ପ୍ରତ୍ୟେକ ଶବ୍ଦର ଅର୍ଥ ନିମ୍ନରେ ଗୋଟି ଗୋଟି କରି ଉଲ୍ଲେଖ କରାଗଲା :

•ଉକ୍ଷଣଃ= ଶରୀରରେ ଶକ୍ତିର ସେଚନ କରୁଥିଵା ବୀର୍ଯ୍ୟକଣମାନଙ୍କୁ  
• ହି = ନିଶ୍ଚୟ ଭାବେ 
•ମେ = ମୋର  
•ପଞ୍ଚଦଶ = ପନ୍ଦରଟି :- ଦଶ ଇନ୍ଦ୍ରିୟ ତଥା ପାଞ୍ଚ ପ୍ରାଣ  
•ସାକମ୍ = ଏକତ୍ର  
**ପଚନ୍ତି** = ପରିପକ୍ୱ କରନ୍ତି।  

ଵିଷୟ ଵ୍ୟାଵୃତ୍ତ ଇନ୍ଦ୍ରିୟଗୁଡ଼ିକ ତଥା ପ୍ରାଣାୟାମ ଦ୍ୱାରା ସିଦ୍ଧ କରାଯାଇଥିଵା ପ୍ରାଣ ବୀର୍ଯ୍ୟକଣମାନଙ୍କୁ ଶରୀରରେ ହିଁ ପରିପକ୍ୱ କରିଵାକୁ ହୋଇଥାଏ। ବୀର୍ଯ୍ୟକଣମାନଙ୍କର ପରିପାକ ଦ୍ୱାରା ଏହା  
•ଵିଂଶତିମ୍ = ମାଣ୍ଡୂକ୍ୟୋପନିଷଦ୍ ଅନୁସାରେ ଏକୋନବିଂଶତି ମୁଖଯୁକ୍ତ କୋଡ଼ିଏତମ ଏହି ଆତ୍ମାକୁ ମଧ୍ୟ ପରିପକ୍ୱ କରିଥାଏ। ଆତ୍ମିକ ଶକ୍ତିର ଵିକାଶର ଆଧାର ମଧ୍ୟ ଏହି ଇନ୍ଦ୍ରିୟ ଓ ପ୍ରାଣ ହୋଇଥାନ୍ତି।  
•ଉତ= ଏବଂ  
•ଅହମ୍ = ମୁଁ  
=ଅଦ୍ମି = ଏହି ବୀର୍ଯ୍ୟକଣମାନଙ୍କୁ ଶରୀରରେ ଖାଇଵାର ପ୍ରୟତ୍ନ କରେ।  
•ଇତ୍= ନିଶ୍ଚୟ ଭାବେ  
•ପୀଵଃ= ମୁଁ ହୃଷ୍ଟ-ପୁଷ୍ଟ ହୋଇଥାଏ। ଏହି ସୁରକ୍ଷିତ ଵୀର୍ଯ୍ୟକଣ
•ମେ= ମୋର  
•ଉଭାକୁକ୍ଷୀ = ଦୁଇଟି କୁକ୍ଷିକୁ 
•ପୃଣନ୍ତି= (ସୁରକ୍ଷା) ସୁରକ୍ଷିତ କରିଥାନ୍ତି। ଏହି କଣମାନଙ୍କର ରକ୍ଷଣ ଦ୍ୱାରା ଯକୃତ ଇତ୍ୟାଦିର ରୋଗ ହୋଇ ନଥାଏ।  
ଏହି ସୁସ୍ଥ ଅଵସ୍ଥାରେ ମୁଁ ସେହି ପ୍ରଭୁଙ୍କୁ ସ୍ମରଣ କରାଇଥାଏ ଯିଏ  
•ଇନ୍ଦ୍ରଃ= ପରମ ଐଶ୍ୱର୍ଯ୍ୟଶାଳୀ ହୋଇ  
•ଵିଶ୍ୱସ୍ମାତ୍ ଉତ୍ତରଃ = ସମସ୍ତଙ୍କଠାରୁ ଉତ୍କୃଷ୍ଟ ଅଟନ୍ତି।  

ତେଣୁ ଏହାର ଭାଵଗତ ଓଡ଼ିଆ ଅନୁଵାଦ ହେଵ :
"ନିଶ୍ଚିତ ଭାବେ ମୋ ପାଇଁ ଶରୀରରେ ଶକ୍ତି ସଞ୍ଚାର କରୁଥିଵା ଵୀର୍ଯ୍ୟକଣମାନେ ମୋର ପଞ୍ଚଦଶ (ପନ୍ଦର) ଅର୍ଥାତ୍ ଦଶ ଇନ୍ଦ୍ରିୟ ଓ ପାଞ୍ଚ ପ୍ରାଣ ସହିତ ମିଳିତ ଭାବେ ପରିପକ୍ଵ ହୁଅନ୍ତି। ଏହି ଵୀର୍ଯ୍ୟକଣମାନେ ବିଂଶତି ଅର୍ଥାତ୍ ମାଣ୍ଡୂକ୍ୟୋପନିଷଦ ଅନୁସାରେ ଏକୋନବିଂଶତି ମୁଖଵିଶିଷ୍ଟ ଆତ୍ମାକୁ ମଧ୍ୟ ପରିପକ୍ଵ କରନ୍ତି। ଏହା ପରେ ମୁଁ ଏହି ଵୀର୍ଯକଣମାନଙ୍କୁ ଶରୀରରେ ସଂରକ୍ଷଣ କରିଵାର ଚେଷ୍ଟା କରେ, ଯାହା ଦ୍ଵାରା ମୁଁ ହୃଷ୍ଟପୁଷ୍ଟ ହୁଏ ଏଵଂ ମୋର ଉଭୟ କୁକ୍ଷି (ଶରୀରର ଦୁଇ ପାର୍ଶ୍ଵ) ସୁରକ୍ଷିତ ଓ ପୁଷ୍ଟ ହୁଏ। ଏହି ସୁସ୍ଥ ଅଵସ୍ଥାରେ ମୁଁ ସେହି ଇନ୍ଦ୍ରଙ୍କୁ ସ୍ମରଣ କରେ, ଯିଏ ପରମ ଐଶ୍ଵର୍ଯ୍ୟଶାଳୀ ହୋଇ ସମସ୍ତଙ୍କଠାରୁ ଉତ୍କୃଷ୍ଟ।"

ଏହି ମନ୍ତ୍ର ମାନବ ଜୀଵନର ଆଧ୍ୟାତ୍ମିକ ଓ ଶାରୀରିକ ଶକ୍ତିର ସମନ୍ଵୟକୁ ସୂଚିତ କରେ। ପ୍ରଥମ ଅଂଶରେ "ଉକ୍ଷ୍ଣୋ ହି ମେ ପଞ୍ଚଦଶ ସାକଂ ପଚନ୍ତି ଵିଂଶତିମ୍" ଵାକ୍ୟ ମାଧ୍ୟମରେ ଶରୀରରେ ଶକ୍ତି ସଞ୍ଚାର କରୁଥିଵା ବୀର୍ଯ୍ୟକଣମାନଙ୍କର ଗୁରୁତ୍ଵ ଉପରେ ଆଲୋକପାତ କରାଯାଇଛି। ଏଠାରେ "ପଞ୍ଚଦଶ" ଅର୍ଥାତ୍ ପନ୍ଦରଟି ଶକ୍ତି ସୂଚାଏ ଦଶ ଇନ୍ଦ୍ରିୟ (ପାଞ୍ଚ ଜ୍ଞାନେନ୍ଦ୍ରିୟ ଓ ପାଞ୍ଚ କର୍ମେନ୍ଦ୍ରିୟ) ଏଵଂ ପାଞ୍ଚ ପ୍ରାଣ (ପ୍ରାଣ, ଅପାନ, ବ୍ୟାନ, ଉଦାନ, ସମାନ)। ଏହି ଶକ୍ତିଗୁଡ଼ିକ ସହିତ ମିଳିତ ଭାବେ ଵୀର୍ଯ୍ୟକଣମାନେ ଶରୀରରେ ପରିପକ୍ଵ ହୁଅନ୍ତି, ଯାହା ଇନ୍ଦ୍ରିୟ ସଂଯମ ଓ ପ୍ରାଣାୟାମ ମାଧ୍ୟମରେ ସମ୍ଭଵ ହୁଏ। "ବିଂଶତି" ମାଣ୍ଡୂକ୍ୟୋପନିଷଦରେ ଵର୍ଣ୍ଣିତ ଏକୋନବିଂଶତି (ଉନବିଂଶ) ମୁଖଵିଶିଷ୍ଟ ଆତ୍ମାକୁ ସୂଚାଏ ଏଵଂ ଏହା ଆତ୍ମିକ ଶକ୍ତିର ଵିକାଶର ପ୍ରତୀକ। ଏହା ମାନଵ ଜୀଵନରେ ଶାରୀରିକ ଓ ଆଧ୍ୟାତ୍ମିକ ଉନ୍ନତିର ସମନ୍ଵୟକୁ ଦର୍ଶାଏ।ଦ୍ଵିତୀୟ ଅଂଶ "ଉତାହଦ୍ମ ପୀଵ ଇଦୁଭା କୁକ୍ଷୀ ପୃଣନ୍ତି ମେ" ଶରୀରରେ ଵୀର୍ଯ୍ୟକଣମାନଙ୍କୁ ସଂରକ୍ଷଣ କରିଵାର ପ୍ରୟାସ ଓ ତାହାର ଫଳାଫଳକୁ ଵର୍ଣ୍ଣନା କରେ। ଏହି ସଂରକ୍ଷଣ ଦ୍ଵାରା ମନୁଷ୍ୟ ହୃଷ୍ଟପୁଷ୍ଟ ହୁଏ ଏଵଂ ଶରୀରର ଉଭୟ ପାର୍ଶ୍ଵ (କୁକ୍ଷି) ସୁରକ୍ଷିତ ରହେ। ଏହା ଶାରୀରିକ ସ୍ଵାସ୍ଥ୍ୟର ଏକ ପ୍ରତିଛବି,ଯଦ୍ଵାରା ଯକୃତ ଆଦି ଅଙ୍ଗମାନଙ୍କର ସୁରକ୍ଷା ସୁନିଶ୍ଚିତ ହୁଏ। ଏହି ଅଵସ୍ଥା ମନୁଷ୍ୟକୁ କେଵଳ ଶାରୀରିକ ନୁହେଁ ଵରଂ ମାନସିକ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ମଧ୍ୟ ସଵଳ କରେ। ଅନ୍ତିମ ଅଂଶ "ଵିଶ୍ଵସ୍ମାଦିନ୍ଦ୍ର ଉତ୍ତରଃ" ସେହି ପରମ ଶକ୍ତି ଇନ୍ଦ୍ରଙ୍କୁ ସ୍ମରଣ କରାଏ, ଯିଏ ପରମ ଐଶ୍ଵର୍ଯ୍ୟଶାଳୀ ଓ ସମସ୍ତଙ୍କଠାରୁ ଉତ୍କୃଷ୍ଟ ଅଟନ୍ତି । ଏଠାରେ ଇନ୍ଦ୍ର ହେଉଛନ୍ତି ସୃଷ୍ଟିର ମହାଶକ୍ତି, ଯାହାଙ୍କ କୃପାରେ ମାନବ ଜୀଵନ ଏହି ସମସ୍ତ ଶକ୍ତି ଓ ସୁସ୍ଥତା ପ୍ରାପ୍ତ କରେ।ଏହି ମନ୍ତ୍ର ମାନବ ଜୀଵନରେ ଶାରୀରିକ ଶକ୍ତି, ଇନ୍ଦ୍ରିୟ ସଂଯମ, ପ୍ରାଣାୟାମ, ଓ ଆତ୍ମିକ ଉନ୍ନତିର ଏକ ସୁନ୍ଦର ସମ୍ମିଶ୍ରଣ ପ୍ରକାଶ କରେ। ଏହା ଆମକୁ ଶିଖାଏ ଯେ ଶରୀରର ଶକ୍ତିକୁ ସଂରକ୍ଷଣ ତଥା ତହିଁର ଉପଯୁକ୍ତ ଉପଯୋଗ କରି ଆମେ କେଵଳ ସୁସ୍ଥ ନୁହେଁ, ଵରଂ ଆଧ୍ୟାତ୍ମିକ ଉଚ୍ଚତା ମଧ୍ୟ ଲାଭ କରିପାରିଵା। ଶେଷରେ ଶାରୀରିକ ଓ ମାନସିକ ସୁଖ ଶାନ୍ତି ଲଭି ଭକ୍ତ ପରମ ଶକ୍ତିଙ୍କ ପ୍ରତି କୃତଜ୍ଞତା ଓ ସମର୍ପଣ ଭାଵ ପ୍ରକାଶ କରିଛି । 

ଅତଃ ଯେଉଁମାନେ ଗୋହତ୍ୟାକାରୀ ଗୋଘ୍ନ ତଥା ଅତିଥି ଅର୍ଥଜ ଗୋଘ୍ନ ଶବ୍ଦର ନିରୁକ୍ତି ନଜାଣି କୁହୁଡି଼ ପହଁରିଛନ୍ତି ଆଉ ଋଗ୍ଵେଦର ସଂଯମତା ଶିଖାଉଥିଵା ମନ୍ତ୍ରକୁ ଇନ୍ଦ୍ର ୧୫ଟି ବଳଦ ଗିଳିପାରନ୍ତି ବୋଲି ଭୁଲ୍ ଵ୍ୟାଖ୍ୟା କରି ଲୋକଙ୍କୁ ଭୁଆଁ ବୁଲେଇଛନ୍ତି ସେମାନେ ସବ୍‌ଜାନତା ପ୍ରଜାତିର ମୂଢ଼ ଛଡ଼ା ଆଉ କିଛି ନୁହେଁ । ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ପ୍ରାଚୀନ କାଳରେ ହିନ୍ଦୁ ନୁହେଁ ଵରଂ ଯଵନମାନେ ଗୋମାଂସ ଭକ୍ଷଣ କରୁଥିଲେ, ସେମାନେ ହିନ୍ଦୁମାନଙ୍କର ଗୋଵଧ କରୁଥିଲେ,ଗାଈ ଚୋରାଇ ନେଉଥିଲେ । ଆଜି ବି ସେମାନଙ୍କର ବଂଶଧର(ପାକିସ୍ତାନୀ,ଅଫଗାନ ଓ ଅନ୍ୟାନ୍ୟ ବାଷ୍ଟର୍ଡ ପଠାଣ,ଇହୁଦୀ ତଥା ଖିରସ୍ଥାନୀ)ଆଉ କିଛି ଧର୍ମାନ୍ତରିତ ଜାରଜମାନେ ଗୋମାଂସ ଖାଆନ୍ତି । ନିଜର ଗୋମାଂସ ଭକ୍ଷଣକୁ ଯୁକ୍ତିଯୁକ୍ତ ଦର୍ଶାଇଵାକୁ ସେମାନେ କେତେବେଳେ ଵିଜ୍ଞାନର,ମୌଳିକ ଅଧିକାରର ଦ୍ଵାହି ଦିଅନ୍ତି ତ ଆଉ କେତେବେଳେ ହିନ୍ଦୁମାନଙ୍କର ଶାସ୍ତ୍ରର ଶବ୍ଦ ଓ ଶ୍ଳୋକଗୁଡ଼ିକର ଭ୍ରମାତ୍ମକ ଵ୍ୟାଖ୍ୟା କରି ଲୋକଙ୍କୁ ଭୁଆଁ ବୁଲାନ୍ତି ।

Tuesday, April 1, 2025

Alimony କ'ଣ, Alimonyର ଓଡ଼ିଆ ପ୍ରତିଶବ୍ଦ କ'ଣ?

ଆଜିକାଲି ଆମ ସମାଜରେ "Alimony" ବୋଲି ଏକ ଶବ୍ଦର ଵ୍ୟଵହାର ବଢ଼ିଯାଇଛି । ଲୋକେ ଗମାତରେ କୁହନ୍ତି ଝିଅ ଛାଡ଼ପତ୍ର ଦେଲାପରେ ପୁଅ ପାଖରେ ଥିଵା money ଵା ଧନକୁ ହାତ ହଲେଇ ଡାକୁଛି "ଆ ଲୋ money" ତେଣୁ ତାହା କ୍ରମେ ହୋଇଗଲା Alimony ! 
ତେବେ Alimony ଶବ୍ଦଟି ଇଂରାଜୀ ଭାଷାର ଶବ୍ଦ । ଏହାର ମୂଳ ଏକ ଲାଟିନ୍ ଶବ୍ଦ "alimonia", ଯାହାର ଅର୍ଥ ହେଉଛି "ପୋଷଣ" ଵା "ଜୀଵିକା"। ଏହି ଶବ୍ଦଟି ପ୍ରଥମେ ବ୍ରିଟେନରେ ଆଇନଗତ ପ୍ରସଙ୍ଗରେ ଵ୍ୟଵହାର ହୋଇଥିଲା । ଵିଶେଷତଃ ଵିଵାହ ଵିଚ୍ଛେଦ ପରେ ଜଣେ ପତି ଵା ପତ୍ନୀଙ୍କୁ ଅନ୍ୟଜଣଙ୍କ ଦ୍ୱାରା ଆର୍ଥିକ ସହାୟତା ପ୍ରଦାନ କରିଵାର ଧାରଣାକୁ ବୁଝାଇଵା ପାଇଁ ଏ ଶବ୍ଦ ପ୍ରୟୋଗ କରାଯାଇଥାଏ । ଐତିହାସିକ ଦୃଷ୍ଟିରୁ, "alimony" ଶବ୍ଦର ଵ୍ୟଵହାର ମଧ୍ୟଯୁଗୀୟ ଇଂଲଣ୍ଡରେ ଆରମ୍ଭ ହୋଇଥିଲା, ଯେତେବେଳେ ଗିର୍ଜା ଅଦାଲତଗୁଡ଼ିକ (Ecclesiastical Courts) ଵିଵାହ ଵିଚ୍ଛେଦ ସମ୍ବନ୍ଧୀୟ କେସ୍‌ଗୁଡ଼ିକୁ ନିୟନ୍ତ୍ରଣ କରୁଥିଲେ। ଏହି ସମୟରେ, ଯଦି ଵିଵାହ ଭାଙ୍ଗି ଯାଉଥିଲା (ଅଵଶ୍ୟ ଏହା ସେତେବେଳେ ଵିରଳ ଥିଲା), ତେବେ ପୁରୁଷମାନଙ୍କୁ ସାଧାରଣତଃ ସେମାନଙ୍କ ପତ୍ନୀଙ୍କୁ "ଜୀଵିକା ନିର୍ଵାହ ଅର୍ଥ" ପ୍ରଦାନ କରିଵାକୁ ନିର୍ଦେଶ ଦିଆଯାଉଥିଲା ।‌ ମଧ୍ୟ ଯୁଗୀୟ ଇଂଲଣ୍ଡରେ ମହିଳାମାନଙ୍କର ସେତେବେଳେ ଆର୍ଥିକ ସ୍ୱାଧୀନତା ନ ଥିଲା ତେଣୁ ଏଭଳି ଏକ ପ୍ରଥା ଗଢ଼ିଉଠିଥିଲା। ଵିଚ୍ଛେଦ ପରେ ମହିଳାଙ୍କୁ ଆର୍ଥିକ ସହାୟତା ଦେଵା ଏଵଂ ସେମାନଙ୍କ ଜୀଵନଧାରଣ ସୁନିଶ୍ଚିତ କରିଵା ଏହି ପ୍ରଥାର ଉଦ୍ଦେଶ୍ୟ ଥିଲା । କିଏ ପ୍ରଥମେ ଏହି Alimony ଶବ୍ଦଟି ଵ୍ୟଵହାର କରିଥିଲେ ତହିଁର ଇତିହାସ ସ୍ପଷ୍ଟ ନୁହେଁ ତଥାପି ଏହା ଇଂଲିଶ୍ ଆଇନ ଵ୍ୟଵସ୍ଥାରେ ୧୨ଶ ତଥା ୧୩ଶ ଶତାବ୍ଦୀରୁ ଯୋଡ଼ା ଯାଇଥିଵାର ଐତିହାସିକ ପ୍ରମାଣ ଉପଲବ୍ଧ। ପରଵର୍ତ୍ତୀ ସମୟରେ, Alimony ଶବ୍ଦ ଓ ଧାରଣା ଆଧୁନିକ ଆଇନଗତ ପ୍ରଣାଳୀରେ, ଯେପରିକି ଇଂଲଣ୍ଡ, ଆମେରିକା ଏଵଂ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶମାନଙ୍କରେ, ସ୍ଥାୟୀ ରୂପ ନେଇଛି।
ଭାରତରେ "Alimony" ଵା ଭରଣପୋଷଣ ଭତ୍ତା ସମ୍ବନ୍ଧୀୟ ନିୟମର ସୁନିର୍ଦ୍ଦିଷ୍ଟ ଆରମ୍ଭ ବ୍ରିଟିଶ ଶାସନ କାଳରୁ ପ୍ରଚଳିତ ହୋଇଥିଵାର ଜଣାଯାଏ । ପରେ ସ୍ଵାଧୀନ ଭାରତରେ Alimony ମ୍ବନ୍ଧୀୟ ନିୟମଗୁଡ଼ିକ ବିଭିନ୍ନ ଵ୍ୟକ୍ତିଗତ ଆଇନ (Personal Laws) ଏଵଂ ଧର୍ମନିରପେକ୍ଷ କାନୁନ ମାଧ୍ୟମରେ ପ୍ରଣୟନ ହୋଇଛି। ଭାରତୀୟ ସମ୍ବିଧାନରେ Alimony ସମ୍ବନ୍ଧରେ ସିଧାସଳଖ କୌଣସି ଧାରା ନାହିଁ। Alimony ସମ୍ବନ୍ଧୀୟ ଆଇନ ସମ୍ବିଧାନର ଅଧୀନରେ ସଂସଦ ଓ ରାଜ୍ୟ ଵିଧାନସଭାମାନଙ୍କ ଦ୍ୱାରା ପ୍ରଣୀତ ଵିଭିନ୍ନ କାନୁନ ମାଧ୍ୟମରେ ନିୟନ୍ତ୍ରିତ ହୋଇଥାଏ। 

ହିନ୍ଦୁ ଵିଵାହ ଅଧିନିୟମ, ୧୯୫୫ ଆଇନରେ ହିନ୍ଦୁମାନଙ୍କ ପାଇଁ ଵିଵାହ ଵିଚ୍ଛେଦ ଓ Alimony ନିୟମକୁ ସୁନିଶ୍ଚିତ କରାଯାଇଛି। ଏହା ମେ ୧୮, ୧୯୫୫ରେ ଲାଗୁ ହୋଇଥିଲା। ଧାରା ୨୪ ଅନୁସାରେ ଵିଚାରାଧୀନ ମାମଲା ସମୟରେ ଅସ୍ଥାୟୀ ଭରଣପୋଷଣ ଓ ମୋକଦ୍ଦମା ଖର୍ଚ୍ଚ ପାଇଁ ଵ୍ୟଵସ୍ଥାର ଆଇନ ରହିଛି । ଧାରା ୨୫ର ଆଇନ ଅନୁସାରେ ସ୍ଥାୟୀ ଭରଣପୋଷଣ ପାଇଁ ପତି ଵା ପତ୍ନୀ ଉଭୟେ ଦାବି କରିପାରିବେ ଯଦି ସେମାନେ ନିଜର ଜୀଵିକା ଚଳାଇଵାରେ ଅସମର୍ଥ ହୋଇଥାନ୍ତି । ଫୌଜଦାରୀ କାର୍ଯ୍ୟଵିଧି ସଂହିତା (CrPC), ୧୯୭୩ର ଧାରା ୧୨୫ ଅନୁସାରେ, ସ୍ତ୍ରୀ, ସନ୍ତାନ ଵା ଅସହାୟ ମାତାପିତାଙ୍କୁ ଭରଣପୋଷଣ ପାଇଁ ଆର୍ଥିକ ସହାୟତା ପ୍ରଦାନର ଆଇନ ରହିଛି ଓ ଏହା ଏପ୍ରିଲ ୧, ୧୯୭୪ରେ ପ୍ରଭାବୀ ହୋଇଥିଲା। ମୁସଲମାନ ମହିଳା (ଵିଵାହ ଵିଚ୍ଛେଦରେ ଅଧିକାର ସୁରକ୍ଷା) ଅଧିନିୟମ, ୧୯୮୬ରେ ମଧ୍ୟ Alimony ସମ୍ବନ୍ଧୀୟ ଵ୍ୟଵସ୍ଥା ରଖାଯାଇଛି। ସୁପ୍ରିମକୋର୍ଟ ଧାରା ୨୧ (ଜୀବନ ଓ ସ୍ୱାଧୀନତାର ଅଧିକାର)ର ବ୍ୟାଖ୍ୟା କରି କହିଛନ୍ତି ଯେ ଭରଣପୋଷଣ ପାଇଵା ଏକ ମୌଳିକ ଅଧିକାର ଅଟେ, ଯାହା ଜୀଵନଧାରଣର ଗୌରଵମୟ ଅଧିକାରର ଅଂଶ। ଭାରତରେ, Alimony ଵା ଭରଣପୋଷଣ ସମ୍ବନ୍ଧୀୟ ଆଇନ ମୁଖ୍ୟତଃ ଏକ ଵ୍ୟକ୍ତିର ଆର୍ଥିକ ଅସମର୍ଥତା ଓ ଆଵଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଣୀତ। ଯଦି ଜଣେ ମହିଳା ନିଜର ଭରଣପୋଷଣ କ୍ଷମତା ଥାଇ ଓ ଧନୀ ହୋଇ ମଧ୍ୟ Alimony ଦାବି କରେ, ତେବେ ତାଙ୍କ ଵିରୋଧରେ ସିଧାସଳଖ ଆଇନଗତ କାର୍ଯ୍ୟାନୁଷ୍ଠାନର ଵ୍ୟଵସ୍ଥା ନାହିଁ, କାରଣ ଭାରତର ତଥାକଥିତ ଆଇନ ଵ୍ୟଵସ୍ଥା ଅନୁସାରେ Alimony ଦାବି କରିଵା କୌଣସି ଅପରାଧ ନୁହେଁ। ତଥାପି, ଅନ୍ୟ ପକ୍ଷ (ସାଧାରଣତଃ ପତି) ଏହାକୁ ଆଇନଗତ ଭାବେ ଵିରୋଧ କରିପାରେ ଏଵଂ ଅଦାଲତରେ ଏହାର ଵିଚାର ହୋଇଥାଏ।
ଯଦି ମହିଳା ନିଜର ଆର୍ଥିକ ସ୍ୱାଧୀନତା ଥାଇ Alimony ଦାବି କରୁଛନ୍ତି, ତେବେ ଅନ୍ୟ ପକ୍ଷ (ପତି) ଅଦାଲତରେ ଉକ୍ତ ମହିଳାଙ୍କର ଆୟ, ସମ୍ପତ୍ତି, ବ୍ୟାଙ୍କ ଵିଵରଣୀ ଵା ଅନ୍ୟ ଆର୍ଥିକ ସ୍ଥିତି ଦର୍ଶାଉଥିଵା ଦଲିଲର ପ୍ରମାଣ ଉପସ୍ଥାପନ କରିପାରିବେ । ହିନ୍ଦୁ ଵିଵାହ ଅଧିନିୟମ, ୧୯୫୫ର ଧାରା ୨୫ ଅନୁସାରେ, Alimony ପ୍ରଦାନ, ଦାବିଦାରଙ୍କ ଆୟ, ସମ୍ପତ୍ତି ଓ ଜୀଵନଶୈଳୀ ଉପରେ ନିର୍ଭର କରେ। ଯଦି ପ୍ରମାଣିତ ହୁଏ ଯେ ମହିଳା ନିଜେ ସମର୍ଥ, ଅଦାଲତ ତାଙ୍କ ଦାବି ପ୍ରତ୍ୟାହାର କରିପାରେ। ଯଦି ମହିଳା ନିଜର ଆର୍ଥିକ ସ୍ଥିତି ଲୁଚାଇ ଵା ମିଥ୍ୟା ତଥ୍ୟ ଦେଇ Alimony ଦାବି କରନ୍ତି, ତେବେ ଅନ୍ୟ ପକ୍ଷ ଏହାକୁ "ଆଇନର ଅପଵ୍ୟଵହାର" (Abuse of Process) ଵା "ମିଥ୍ୟା ଘୋଷଣା" (Perjury) ଆଧାରରେ ଅଦାଲତରେ ଉଠାଇପାରେ। ଭାରତୀୟ ଦଣ୍ଡ ସଂହିତା (IPC) ଧାରା ୧୯୧ ଓ ୧୯୩ ଅନୁସାରେ, ଅଦାଲତରେ ମିଥ୍ୟା ପ୍ରମାଣ ଦେଵା ଦଣ୍ଡନୀୟ ଅପରାଧ, ଯାହାର ଶାସ୍ତି ୭ ଵର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ। ତଥାପି, ଏହା ପ୍ରମାଣ କରିଵା କଷ୍ଟକର ଏଵଂ ଅଦାଲତ ଏହାକୁ ଗମ୍ଭୀରତାର ସହ ଵିଚାର କରେ। ଅଦାଲତ ଉଭୟ ପକ୍ଷର ଆର୍ଥିକ ସ୍ଥିତି, ଵିଵାହର ଅଵଧି, ଜୀଵନଶୈଳୀ ଓ ଅନ୍ୟାନ୍ୟ ପରିସ୍ଥିତି ଵିଚାର କରି ନିଷ୍ପତ୍ତି ନେଇଥାଏ। ଯଦି ମହିଳା ଧନୀ ଓ ସ୍ୱାଧୀନ ବୋଲି ପ୍ରମାଣିତ ହୁଏ ତେବେ ଅଦାଲତ Alimony ପ୍ରଦାନ ନକରିଵାକୁ ମଧ୍ୟ ନିର୍ଦ୍ଦେଶ ଦେଇପାରେ। ସୁପ୍ରିମକୋର୍ଟର ଏକ ମାମଲା *Chaturbhuj vs. Sita Bai (2008)*ରେ ସ୍ପଷ୍ଟ କରାଯାଇଛି ଯେ ଭରଣପୋଷଣ କେଵଳ ଅସହାୟ ଵ୍ୟକ୍ତିଙ୍କ ପାଇଁ ହିଁ କରାଯାଇପାରେ। ତଥାପି Alimony ସମ୍ବନ୍ଧୀୟ ଅଧିକାଂଶ ମାମଲାରେ ଵିଜୟ ମହିଳାମାନଙ୍କର ହିଁ ହୋଇଥାଏ ଯେହେତୁ ଅନ୍ଧ ପୁଟୁଳି ବନ୍ଧା ଆଇନର ଆଖି ପାରମ୍ପରିକ ଭାବେ ମହିଳାମାନଙ୍କୁ 'ପୀଡ଼ିତା' ଓ ପୁରୁଷମାନଙ୍କୁ 'ପୀଡ଼କ' ରୂପେ ଦେଖିଥାଏ । 

ତେବେ Alimonyକୁ ଓଡ଼ିଆ ଭାଷାରେ ଅଧିଭୃତି କୁହାଯାଇପାରେ । ଭୃତି ଶବ୍ଦର ଏକ ଅର୍ଥ ଭରଣପୋଷଣ ଓ ଅଧି ଉପସର୍ଗର ଏକ ଅର୍ଥ ଅତିରିକ୍ତ । ତେଣୁ ଅତିରିକ୍ତ ଭରଣପୋଷଣ(ଧନ) ଅର୍ଥକୁ ଘେନି Alimonyକୁ ଓଡ଼ିଆ ଭାଷାରେ ଅଧିଭୃତି କୁହାଯାଇପାରେ ।

Sunday, March 30, 2025

ଗୋଆ ସ୍ଵାଧୀନତା ସଂଗ୍ରାମର ଇତିଵୃତ

1498 ମସିହାରେ ଭାସ୍କୋ ଡି ଗାମା ଭାରତକୁ ଆସିଥିଲେ ଓ ତାଙ୍କ ଆଗମନର 12 ଵର୍ଷ ମଧ୍ୟରେ ପର୍ତ୍ତୁଗୀଜମାନେ ଗୋଆକୁ ଅଧିକାର କରି ନେଲେ। 1510ରୁ ଆରମ୍ଭ ହୋଇଥିବା ପର୍ତ୍ତୁଗୀଜ ଶାସନ ଗୋଆର ଲୋକମାନଙ୍କୁ 451 ଵର୍ଷ ପର୍ଯ୍ୟନ୍ତ ସହ୍ୟ କରିଵାକୁ ପଡ଼ିଥିଲା। 1961 ମସିହା ଡିସେମ୍ବର 19 ତାରିଖରେ ଗୋଆଵାସୀ ଭାରତ ସ୍ଵାଧୀନ ହେଵାର ଦୁଇ ଦଶକ ପରେ ସ୍ୱାଧୀନତା ପାଇଥିଲେ । 
ତେବେ ସର୍ଵଭାରତୀୟ ସ୍ତରରେ ଗୋଆର ସ୍ୱାଧୀନତା ସଂଗ୍ରାମକୁ ସେତେ ମହତ୍ତ୍ଵ ଦିଆଯାଇନାହିଁ। ଏକବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଵିଦ୍ୟାଳୟରେ ଗୋଆ ସ୍ଵାଧୀନତା ସଂଗ୍ରାମ ଵିଷୟରେ ପଢ଼ାଯାଉନଥିଲା କି ଗଣମାଧ୍ୟମରେ ଏ ସମ୍ବନ୍ଧରେ ସେତେ ଚର୍ଚ୍ଚା ବି ହେଉନଥିଲା । ଗୋଆ, ଡମନ ଓ ଡିଉର ଭାରତରେ ଵିଲୟ ପଛରେ ଅନେକ ଲୋକଙ୍କର ଭୂମିକା ରହିଥିଲା, ଯାହା ବିଷୟରେ ଲୋକମାନଙ୍କୁ ସମ୍ଭବତଃ ଜଣା ନାହିଁ। 1946 ମସିହାର ଗ୍ରୀଷ୍ମରେ ଡକ୍ଟର ରାମ ମନୋହର ଲୋହିଆ ଗୋଆରେ ସ୍ୱାଧୀନତାର ଜ୍ୟୋତି ପ୍ରଜ୍ଜ୍ୱଳିତ କରିଥିଲେ। ଡାକ୍ତର ଲୋହିଆ ତାଙ୍କ ବନ୍ଧୁ ଡାକ୍ତର ଜୁଲିଆଓ ମେନେଜେସଙ୍କ ନିମନ୍ତ୍ରଣରେ ଗୋଆ ଯାଇଥିଲେ। ଲୋହିଆ ଗୋଆର ଅସୋଲନାରେ ଡାକ୍ତର ମେନେଜେସଙ୍କ ଘରେ ରହିଥିଲେ ତହୁଁ ଜାଣିଵଖକୁ ପାଇଥିଲେ ଯେ ପର୍ତ୍ତୁଗୀଜମାନେ କୌଣସି ପ୍ରକାରର ସାର୍ଵଜନିକ ସଭା ଉପରେ କଟକଣା ଲଗାଇ ରଖିଥିଲେ। ଓମ ପ୍ରକାଶ ଦୀପକ ଓ ଅରଵିନ୍ଦ ମୋହନଙ୍କ ପୁସ୍ତକ "ଲୋହିଆ ଏକ ଜୀଵନୀ"ରେ ଗୋଆରେ ଲୋହିଆଙ୍କ ସଂଗ୍ରାମ ଵିଷୟରେ ଏହା ଉଲ୍ଲେଖ କରାଯାଇଛି। ତାଙ୍କର ଉଦ୍ଦେଶ୍ୟ ଥିଲା ଅସୁସ୍ଥ ଶରୀରକୁ ଆରାମ ଦେଵା, କିନ୍ତୁ ଗୋଆ ଯାଇ ସେ ଦେଖିଲେ ପର୍ତ୍ତୁଗୀଜ ଶାସନ ବ୍ରିଟିଶଙ୍କଠାରୁ ମଧ୍ୟ ଅଧିକ ନିର୍ଦ୍ଦୟ। ଲୋକମାନଙ୍କର କୌଣସି ନାଗରିକ ଅଧିକାର ନଥିଲା। ଡାକ୍ତର ଲୋହିଆ ୨୦୦ ଲୋକଙ୍କୁ ଏକତ୍ର କରି ଏକ ଵୈଠକ କଲେ ଏଵଂ ଉକ୍ତ ଵୈଠକରେ ନାଗରିକ ଅଧିକାର ପାଇଁ ଆନ୍ଦୋଳନ ଆରମ୍ଭ କରିଵାକୁ ନିଷ୍ପତ୍ତି ହେଲା। ୧୯୪୬ ମସିହା ଜୁନ୍ ୧୮ ତାରିଖରେ ଅସୁସ୍ଥ ରାମ ମନୋହର ଲୋହିଆ ପର୍ତ୍ତୁଗୀଜ ପ୍ରତିବନ୍ଧକୁ ପ୍ରଥମ ଥର ପାଇଁ ଆହ୍ଵାନ କଲେ। 

ପ୍ରଵଳ ବର୍ଷା ସତ୍ତ୍ୱେ ଜୟପ୍ରକାଶ ନାରାୟଣ ପ୍ରଥମ ଥର ପାଇଁ ଏକ ଜନସଭାକୁ ସମ୍ବୋଧିତ କରି ପର୍ତ୍ତୁଗୀଜ ଦମନ ଵିରୋଧରେ ସ୍ଵର ଉତ୍ତୋଳନ କରିଥିଲେ। ତାଙ୍କୁ ଗିରଫ କରାଯାଇ ମଡଗାଓଁ ଜେଲରେ ରଖାଗଲା। ମହାତ୍ମା ଗାନ୍ଧୀ ତାଙ୍କ ପତ୍ରିକା "ହରିଜନ"ରେ ପ୍ରବନ୍ଧ ଲେଖି ପର୍ତ୍ତୁଗୀଜ ସରକାରଙ୍କ ଦମନକୁ କଡ଼ା ସମାଲୋଚନା କରିଵା ସହ ଲୋହିଆଙ୍କ ଗିରଫଦାରୀ ଉପରେ କଠୋର ଟିପ୍ପଣୀ କରିଥିଲେ।

 ଏହାପରେ ପର୍ତ୍ତୁଗୀଜମାନେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଦେଖି ଲୋହିଆଙ୍କୁ ଗୋଆ ସୀମା ବାହାରେ ଛାଡ଼ି ଦେଇଥିଲେ। ମୁକ୍ତ ହେଲାପରେ ଲୋହିଆଙ୍କ ଗୋଆ ପ୍ରଵେଶ ଉପରେ ୫ ଵର୍ଷ ପାଇଁ ପ୍ରତିବନ୍ଧ ଲଗାଯାଇଥିଲା, କିନ୍ତୁ ସେ ତାଙ୍କ କାମ ସମ୍ପୂର୍ଣ୍ଣ କରି ସାରିଥିଲେ।ପର୍ତ୍ତୁଗୀଜ ଦମନ ଯୋଗୁଁ ଅସନ୍ତୁଷ୍ଟ ଗୋଆର ହିନ୍ଦୁ ଓ କ୍ୟାଥଲିକମାନେ ଭାରତୀୟ ସ୍ୱାଧୀନତା ସଂଗ୍ରାମରୁ ପ୍ରେରଣା ନେଇ ନିଜକୁ ସଙ୍ଗଠିତ କରିଵା ଆରମ୍ଭ କଲେ। ଗୋଆରୁ ପର୍ତ୍ତୁଗୀଜମାନଙ୍କୁ ହଟାଇଵା କାମରେ ଏକ କ୍ରାନ୍ତିକାରୀ ଦଳ ସକ୍ରିୟ ଥିଲା, ଯାହାର ନାମ ଥିଲା "ଆଜାଦ୍ ଗୋମାନ୍ତକ ଦଳ"। ଵିଶ୍ୱନାଥ ଲାୱାଣ୍ଡେ, ନାରାୟଣ ହରି ନାୟକ, ଦତ୍ତାତ୍ରେୟ ଦେଶପାଣ୍ଡେ ଓ ପ୍ରଭାକର ସୀନାରୀ ଏହାର ପ୍ରତିଷ୍ଠା କରିଥିଲେ। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ପର୍ତ୍ତୁଗୀଜମାନେ ଗିରଫ କରି ଦୀର୍ଘ ଦଣ୍ଡାଦେଶ ଦେଇଥିଲେ ଏଵଂ କେତେକଙ୍କୁ ଆଫ୍ରିକୀୟ ଦେଶ ଆଙ୍ଗୋଲାର ଜେଲରେ ରଖାଯାଇଥିଲା। ଵିଶ୍ୱନାଥ ଲାୱାଣ୍ଡେ ଓ ପ୍ରଭାକର ସୀନାରୀ ଜେଲରୁ ପଳାଇଵାରେ ସଫଳ ହୋଇଥିଲେ ଏଵଂ ଦୀର୍ଘ ସମୟ ଧରି କ୍ରାନ୍ତିକାରୀ ଆନ୍ଦୋଳନ ଚଳାଇଥିଲେ। ୧୯୫୪ ମସିହାରେ ଲୋହିଆଙ୍କ ପ୍ରେରଣାରୁ "ଗୋଆ ଵିମୋଚନ ସହାୟକ ସମିତି" ଗଠିତ ହୋଇଥିଲା ଏଵଂ ଏ ସମିତି ସତ୍ୟାଗ୍ରହ ଓ ପର୍ତ୍ତୁଗୀଜ୍ ଆଇନ ଅମାନ୍ୟ ଆଧାରରେ ଆନ୍ଦୋଳନ ଚଳାଇଥିଲା। ମହାରାଷ୍ଟ୍ର ଓ ଗୁଜରାଟରେ ଆଚାର୍ଯ୍ୟ ନରେନ୍ଦ୍ର ଦେଵଙ୍କ "ପ୍ରଜା ସୋସିଆଲିଷ୍ଟ ପାର୍ଟି"ର ସଦସ୍ୟମାନେ ମଧ୍ୟ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ। "ଲୋହିଆ ଏକ ଜୀଵନୀ" ଅନୁସାରେ, ଗୋଆ ଛାଡ଼ିବା ପୂର୍ବରୁ ଡାକ୍ତର ସାହେବ ଆହ୍ୱାନ ଦେଇଥିଲେ ଯେ ଗୋଆର ଲୋକମାନେ ନିଜର ସଂଗ୍ରାମ ଜାରି ରଖନ୍ତୁ।

ଲୋହିଆ ତିନି ମାସ ପରେ ଗୋଆ ଫେରିଵାର ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ୧୯୪୬ ମସିହା ଡିସେମ୍ବର ସୁଦ୍ଧା ଭାରତର ଅନ୍ୟ ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସା ବଢ଼ିଗଲା ଫଳତଃ ଲୋହିଆ ଆଉ ଗୋଆ ଯାଇ ପାରି ନଥିଲେ କାରଣ ସେ ଗାନ୍ଧୀଙ୍କ ସହ ମିଶି ସାମ୍ପ୍ରଦାୟିକ ହିଂସାର ଜ୍ୱାଳା ଶାନ୍ତ କରିଵାରେ ବ୍ୟସ୍ତ ଥିଲେ। ପୁସ୍ତକ ଅନୁସାରେ, ଲୋହିଆ ନିଜର ପ୍ରତିଶ୍ରୁତିକୁ ଭୁଲି ନଥିଲେ। ସେ ପୁନର୍ଵାର ଗୋଆ ଗଲେ, କିନ୍ତୁ ରେଳ ଷ୍ଟେସନରେ ହିଁ ତାଙ୍କୁ ଗିରଫ କରାଗଲା। ଏହି ଥର ମଧ୍ୟ ଗାନ୍ଧୀ, ଲୋହିଆଙ୍କ ଗିରଫଦାରୀ ଵିପକ୍ଷରେ ଟିପ୍ପଣୀ କରିଥିଲେ। ୧୦ ଦିନ ଜେଲରେ ରଖିଵା ପରେ ଲୋହିଆଙ୍କୁ ପୁନର୍ଵାର ଗୋଆ ସୀମା ବାହାରେ ଛାଡ଼ି ଦିଆଗଲା। ଗୋଆର ସ୍ୱାଧୀନତା ସଂଗ୍ରାମରେ ଲୋହିଆଙ୍କ ଭୂମିକାକୁ କେଵଳ ଗାନ୍ଧୀଙ୍କ ସମର୍ଥନ ମିଳିଥିଲା। କଂଗ୍ରେସ ପାର୍ଟିର ବଡ଼ ନେତା ନେହେରୁ ଓ ପଟେଲଙ୍କର ଧ୍ୟାନ ଗୋଆ ଆଡ଼େ ନଥିଲା। ସେମାନେ ମନେ କରୁଥିଲେ ଯେ ଏହା ଇଂରେଜମାନଙ୍କ ଵିରୋଧରେ ଚାଲିଥିଵା ମୁଖ୍ୟ ଲଢ଼େଇରୁ ଧ୍ୟାନ ଭଙ୍ଗ କରିଵ ।ଏହି ସମୟରେ ଲୋହିଆ ଗୋଆ ସହ ଲାଗିଥିଵା ଅନେକ ଜିଲ୍ଲାର ପରିଦର୍ଶନ ଆରମ୍ଭ କଲେ। ସେ ଗୋଆର ସ୍ୱାଧୀନତା ଭାଵନା ରଖିଥିବା ଲୋକମାନଙ୍କୁ ସଙ୍ଗଠିତ କରିଵାର କାମ ଆରମ୍ଭ କଲେ। ଲୋହିଆ ମୁମ୍ବାଇରେ ରହୁଥିଵା ଗୋଆର ଲୋକମାନଙ୍କୁ ଏକତ୍ର କରି ଆନ୍ଦୋଳନର ପ୍ରସ୍ତୁତିରେ ଲାଗି ପଡ଼ିଲେ। "ଲୋହିଆ ଏକ ଜୀଵନୀ" ଅନୁସାରେ, ଗୋଆଵାସୀମାନେ ଚାହୁଁଥିଲେ ଯେ ଲୋହିଆ ହିଁ ସେମାନଙ୍କ ନେତୃତ୍ୱ ନିଅନ୍ତୁ, କିନ୍ତୁ ଗାନ୍ଧୀଜୀଙ୍କ ମତ ଥିଲା ଯେ ଗୋମାନ୍ତକର ଲୋକମାନେ ନିଜର ଲଢ଼େଇ ନିଜେ ଲଢ଼ିଵା ଉଚିତ। ଏହାପରେ ଗାନ୍ଧୀ ଲୋହିଆଙ୍କୁ ନିଜ ପାଖକୁ ଡାକି ନେଇଥିଲେ। "ଲୋହିଆ ଏକ ଜୀଵନୀ"ରେ ଲେଖାଯାଇଛି ଯେ ୧୯୪୭ ମସିହା ଫେବୃଆରୀରେ ନେହେରୁ କହିଥିଲେ ଗୋଆର ପ୍ରଶ୍ନ ଗୁରୁତ୍ୱହୀନ ଏଵଂ ଗୋଆର ଲୋକମାନେ ଭାରତ ସହ ଆସିବାକୁ ଚାହାଁନ୍ତି କି ନାହିଁ ବୋଲି ସେ ସନ୍ଦେହ ପ୍ରକାଶ କରିଥିଲେ । ଏହାପରେ ଗୋଆର ସ୍ୱାଧୀନତା ଆନ୍ଦୋଳନ ମଉଳିଵାକୁ ଲାଗିଲା, କିନ୍ତୁ ଗୋଆର ଲୋକମାନଙ୍କର ମନ ବଦଳି ଯାଇଥିଲା। ସେମାନଙ୍କର ସ୍ୱାଧୀନ ଆତ୍ମାର ପ୍ରତୀକ ହୋଇ ଉଠିଥିଲେ ଡାକ୍ତର ରାମ ମନୋହର ଲୋହିଆ।ମୁଖ୍ତାର ଅନୀସ ତାଙ୍କ ପୁସ୍ତକ "ସମାଜବାଦ କେ ଶିଲ୍ପୀ"ର ୧୪୨ ନମ୍ବର ପୃଷ୍ଠାରେ ଲେଖିଛନ୍ତି ଯେ, ସେତେବେଳେ ଭାରତରେ କଂଗ୍ରେସ ଓ ମୁସଲିମ ଲୀଗର ଅସ୍ଥାୟୀ ସରକାର ଥିଲା। ସେହି ସରକାରର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏକ ବୟାନରେ କହିଥିଲେ ଯେ, "ଗୋଆର ପ୍ରାଧାନ୍ୟ ଭାରତର ଗାଲରେ ଏକ ଛୋଟ ଵ୍ରଣ ପରି, ଯାହାକୁ ଇଂରେଜମାନେ ଚାଲିଗଲେ ପରେ ସହଜରେ ହଟାଇ ଦିଆଯାଇ ପାରିଵ।" ମୁଖ୍ତାର ଅନୀସ ଲେଖିଛନ୍ତି ଯେ, ସରକାରରେ ଥିଵା ପଟେଲ ମଧ୍ୟ ସ୍ପଷ୍ଟ କହିଥିଲେ ଯେ ଗୋଆ ସହ ଅସ୍ଥାୟୀ ସରକାରର କୌଣସି ସମ୍ପର୍କ ନାହିଁ। କିନ୍ତୁ ଲୋହିଆଙ୍କୁ ଗାନ୍ଧୀଜୀଙ୍କ ଆଶୀର୍ବାଦ ମିଳିଥିଲା। ଵିଭାଜନ ଓ ଭୟଙ୍କର ସାମ୍ପ୍ରଦାୟିକ ହିଂସା ପରେ ଭାରତ ସ୍ୱାଧୀନତା ପାଇଥିଲା, କିନ୍ତୁ ଗୋଆ ପର୍ତ୍ତୁଗାଲର ଅଧିକାରରେ ରହିଥିଲା। ଏପରିକି ୧୯୫୪ ମସିହାରେ ଫରାସୀମାନେ ପାଣ୍ଡିଚେରୀ ଛାଡ଼ି ଚାଲିଗଲେ, କିନ୍ତୁ ଗୋଆ ସ୍ୱାଧୀନ ହୋଇ ପାରିନଥିଲା। ଭାରତ ସରକାର ୧୯୫୫ ମସିହାରେ ଗୋଆ ଉପରେ ଅର୍ଥନୈତିକ ପ୍ରତିବନ୍ଧ ଲଗାଇଥିଲେ। ଏହି ପ୍ରତିବନ୍ଧର ଜବାବରେ ପର୍ତ୍ତୁଗାଲ ସରକାର ଗୋଆକୁ ନେଦରଲ୍ୟାଣ୍ଡରୁ ଆଳୁ, ପର୍ତ୍ତୁଗାଲରୁ ମଦ, ପାକିସ୍ତାନରୁ ଚାଉଳ ଓ ପନିପରିବା ଓ ଶ୍ରୀଲଙ୍କାରୁ ଅନ୍ୟାନ୍ୟ ଦରଵ ଆମଦାନୀ କରିଥିଲା।"ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ଉତ୍ତେଜନା ବଢ଼ିଚାଲିଥିଲା। ଡାକ୍ତର ଲୋହିଆଙ୍କ ଅନେକ ଯୁଵ ସମାଜବାଦୀ ଶିଷ୍ୟ ଗୋଆର ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ। ଏମାନଙ୍କ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନାମ ଥିଲା ମଧୁ ଲିମୟେ(ମଧୁକର ରାମଚନ୍ଦ୍ର ଲିମୟେ), ଯିଏ ୧୯୫୫ରୁ ୧୯୫୭ ମଧ୍ୟରେ ଗୋଆର ସ୍ୱାଧୀନତା ପାଇଁ ୨ ଵର୍ଷ ପର୍ତ୍ତୁଗୀଜ ଜେଲରେ କାଟିଥିଲେ ଏବଂ ସେଠାରେ ତାଙ୍କୁ ଅନେକ କଷ୍ଟ ସହିଵାକୁ ପଡ଼ିଥିଲା। 

ସେହି ଦିନଗୁଡ଼ିକରେ ଗୋଆର ଜେଲଗୁଡ଼ିକ ସତ୍ୟାଗ୍ରହୀଙ୍କଦ୍ୱାରା ପୂର୍ଣ୍ଣ ହୋଇଯାଇଥିଲା ଏଵଂ ଅନ୍ତର୍ଜାତୀୟ ମାନଵାଧିକାର ଆୟୋଗ ଏହି ଆନ୍ଦୋଳନକାରୀଙ୍କ ମୁକ୍ତି ପାଇଁ ପୋପଙ୍କଠାରୁ ହସ୍ତକ୍ଷେପ କରିବାକୁ ଅପିଲ କରିଥିଲା । ଗୋଆ ୧୯୬୧ ମସିହା ଡିସେମ୍ବର ୧୯ ତାରିଖରେ କିପରି ସ୍ୱାଧୀନତା ପାଇଲା, ତାହାର କାହାଣୀ ବହୁତ ରୋଚକ। ଏକଦା ଗୋଆକୁ ଵ୍ରଣ କହି ସହଜରେ ତହିଁର ସମାଧାନ ହୋଇପାରେ ବୋଲି ଟିପ୍ପଣୀ କରିଥିଵା ନେହେରୁ ଶେଷରେ ଗୋଆ ସମସ୍ୟାର ସମାଧାନ ଉଣ୍ଡିଵାକୁ ଯାଇ ଅନେକ ଧନ୍ଦି ହୋଇଥିଲେ । 

ପର୍ତ୍ତୁଗାଲ ଗୋଆକୁ ସହଜରେ ଛାଡ଼ିବା ମନସ୍ଥିତିରେ ନଥିଲା। ପର୍ତ୍ତୁଗାଲ ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ (ନାଟୋ)ର ସଦସ୍ୟ ଥିଲା ଏଵଂ ନେହେରୁ କୌଣସି ସାମରିକ ସଂଘର୍ଷ ଚାହୁଁନଥିଲେ। ୧୯୬୧ ମସିହା ନଭେମ୍ବର ମାସରେ ପର୍ତ୍ତୁଗୀଜ ସୈନିକମାନେ ଗୋଆର ମତ୍ସ୍ୟଜୀଵୀଙ୍କ ଉପରେ ଗୁଳି ଚଳାଇଥିଲେ ଫଳତଃ ଜଣେ ଵ୍ୟକ୍ତିର ମୃତ୍ୟୁ ହୋଇଥିଲା। ଏହାପରେ ପରିସ୍ଥିତି ବଦଳିଗଲା। 

ସେତେବେଳକୁ ପର୍ତ୍ତୁଗାଲ ଦ୍ଵାରା ଗୋଆ ଛାଡ଼ିଵାର ସମସ୍ତ ପ୍ରୟାସ ଵିଫଳ ହୋଇଯାଇଥିଲା ଏଵଂ ନେହେରୁ ମଧ୍ୟ ନିରାଶ ହୋଇଥିଲେ। ଗୋଆରେ ମତ୍ସ୍ୟଜୀଵୀମାନଙ୍କ ଉପରେ ଗୁଳିଚାଳନା ପରେ ଭାରତର ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ କେ.ଵି. କ୍ରିଷ୍ଣ ମେନନ ଓ ନେହେରୁ ଏକ ଜରୁରୀ ଵୈଠକ ଡାକିଥିଲେ। ଵୈଠକ ପରେ ନେହରୁ ସେନା ପଠାଇ ଗୋଆକୁ ଭାରତରେ ମିଶ୍ରଣ କରିଵାର ଯୋଜନାକୁ ସ୍ୱୀକୃତି ଦେଇଥିଲେ। ଭାରତ ୩୦,୦୦୦ ସୈନିକଙ୍କୁ "ଅପରେସନ୍ ଵିଜୟ" ଅଧୀନରେ ଗୋଆ ପଠାଇଵାର ନିଷ୍ପତ୍ତି ନେଇଥିଲା। 

ନିକଟରେ ପ୍ରକାଶିତ ପୁସ୍ତକ “ଗୋଆ, ୧୯୬୧: ଦି କମ୍ପ୍ଲିଟ ଷ୍ଟୋରୀ ଅଫ ନ୍ୟାସନାଲିଜମ ଆଣ୍ଡ ଇଣ୍ଟିଗ୍ରେସନ”ର ଲେଖକ ବାଲ୍ମିକୀ ଫାଲେରୋ ଲେଖିଛନ୍ତି ଯେ ୧୯୬୧ ଡିସେମ୍ବର ୨ ତାରିଖରୁ ଭାରତୀୟ ସେନାର ଯୁଦ୍ଧ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିଲା। ୫୦ ପାରାସୁଟ ବ୍ରିଗେଡକୁ ଆଗ୍ରା, ହାଇଦ୍ରାବାଦ ଓ ମଦ୍ରାସରୁ ବେଲଗାଓଁ ଆଣାଯାଇଥିଲା। ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଭାରତରେ ୧୦୦ରୁ ଅଧିକ ଟ୍ରେନର ରାସ୍ତା ବଦଳାଇ ବ୍ରିଗେଡର ସୈନିକମାନଙ୍କୁ ବେଲଗାଓଁ ପହଞ୍ଚାଇ ଦିଆଯାଇଥିଲା। ଯାତ୍ରୀ ଟ୍ରେନ୍ ଵ୍ୟତୀତ ଅନେକ ମାଲଗାଡ଼ିର ଵ୍ୟଵହାର ମଧ୍ୟ ବେଲଗାଓଁ ପର୍ଯ୍ୟନ୍ତ ସୈନିକ ସାମଗ୍ରୀ ପହଞ୍ଚାଇଵାରେ କରାଯାଇଥିଲା। 

୧୯୬୧ ଡିସେମ୍ବରରେ ଭାରତରେ ଆମେରିକୀୟ ରାଜଦୂତ ଜନ କେନେଥ ଗାଲବ୍ରେଥ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଅନେକଵାର ଭେଟି ଗୋଆରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧିତ ତାଙ୍କ ନିଷ୍ପତ୍ତି ବଦଳାଇଵାକୁ ଚାପ ପକାଇଥିଲେ। ଫଳସ୍ୱରୂପ, ଗୋଆରେ ସୈନ୍ୟ କାର୍ଯ୍ୟାନୁଷ୍ଠାନର ପୂର୍ଵ ନିର୍ଦ୍ଧାରିତ ଦିନାଙ୍କ ୧୪ ଡିସେମ୍ବରକୁ ୧୬ ଡିସେମ୍ବରକୁ ବଢ଼ାଇ ଦିଆଗଲା। ପର୍ତ୍ତୁଗୀଜମାନେ ଶେଷ ମୁହୂର୍ତ୍ତରେ ଆମେରିକୀୟ କୂଟନୀତି ସଫଳ ହେଵ ବୋଲି ଏତେ ଆଶ୍ୱସ୍ତ ଥିଲେ ଯେ ୧୬ ଡିସେମ୍ବର ରାତିରେ ପର୍ତ୍ତୁଗୀଜ ଗଵର୍ନର ଜେନେରାଲ ଏଵଂ ସେନାର ସର୍ଵାଧିନାୟକ ସେମାନଙ୍କ ଜଣେ ବନ୍ଧୁର ଝିଅର ବାହାଘର ଭୋଜିରେ ଯୋଗ ଦେଇଥିଲେ। 

୧୭ ଡିସେମ୍ବରରେ ଆମେରିକୀୟ ରାଜଦୂତ ନେହରୁଙ୍କୁ ଭେଟି ପ୍ରସ୍ତାଵ ଦେଇଥିଲେ ଯେ ଭାରତ ଗୋଆ ଵିରୁଦ୍ଧରେ ସୈନ୍ୟ କାର୍ଯ୍ୟାନୁଷ୍ଠାନକୁ ୬ ମାସ ପାଇଁ ସ୍ଥଗିତ ରଖୁ। ସେହି ଵୈଠକରେ ଉପସ୍ଥିତ କୃଷ୍ଣ ମେନନ ନେହରୁ ଓ ପ୍ରଫେସର ଗାଲବ୍ରେଥଙ୍କୁ କହିଥିଲେ ,ଏବେ ଏହା ଆଉ ସମ୍ଭଵ ନୁହେଁ । ଭାରତୀୟ ସେନା ୧୭-୧୮ ଡିସେମ୍ବରର ମଧ୍ୟରାତ୍ରିରେ ଗୋଆ ସୀମା ଅତିକ୍ରମ କରିଥିଲା। "ଟାଇମ୍ସ ଅଫ ଇଣ୍ଡିଆ" ତା’ର ୧୯ ଡିସେମ୍ବର ୧୯୬୧ ସଂସ୍କରଣରେ ବ୍ୟାନର ହେଡଲାଇନ ଛାପିଥିଲା: “ଆଓ୍ଵାର ଟ୍ରୁପ୍ସ ଏଣ୍ଟର ଗୋଆ: ଡମନ ଏଣ୍ଡ ଡିଉ ଆଟ ଲାଷ୍ଟ”। ଭାରତୀୟ ସେନାକୁ ଗୋଆରେ ପ୍ରଵେଶ କରିଵାକୁ ନଗଣ୍ୟ ପ୍ରତିରୋଧର ସମ୍ମୁଖୀନ ହେଵାକୁ ପଡ଼ିଥିଲା। 

ଗୋଆ ଅଧିକାର କରିଵାର ଦାୟିତ୍ୱ ମେଜର ଜେନେରାଲ କାଣ୍ଡେଟଙ୍କ ନେତୃତ୍ୱରେ ୧୭ ଇନଫାଣ୍ଟ୍ରି ଡିଭିଜନକୁ ଦିଆଯାଇଥିଲା। ରାମଚନ୍ଦ୍ର ଗୁହା ତାଙ୍କ ପୁସ୍ତକ "ଇଣ୍ଡିଆ ଆଫଟର ଗାନ୍ଧୀ"ରେ ଲେଖିଛନ୍ତି ଯେ ୧୮ ଡିସେମ୍ବର ସକାଳେ ଭାରତୀୟ ସୈନିକମାନେ ଉତ୍ତରରୁ ସାଵନ୍ତଵାଡ଼ି, ଦକ୍ଷିଣରୁ କାରୱାର ଓ ପୂର୍ଵରୁ ବେଲଗାଓଁରୁ ଗୋଆରେ ପ୍ରଵେଶ କରିଥିଲେ। ଏହି ସମୟରେ ଭାରତୀୟ ଵିମାନଗୁଡ଼ିକ ଗୋଆରେ ପ୍ରଚାର ପ୍ରତିକା ପକାଇ ଗୋଆଵାସୀଙ୍କୁ ଶାନ୍ତ ଓ ସାହସୀ ରହିଵାକୁ ସଂଦେଶ ଦେଇଥିଲେ। ଏହି ପ୍ରଚାର ପତ୍ରିକାରେ ଲେଖାଥିଲା ଯେ (ଗୋଆଵାସୀ)ଆପଣମାନେ ନିଜର ସ୍ୱାଧୀନତା ପାଇଁ ଖୁସି ହୁଅନ୍ତୁ ଓ ତାକୁ ସଶକ୍ତ କରନ୍ତୁ। ୧୮ ଡିସେମ୍ବର ସନ୍ଧ୍ୟା ସୁଦ୍ଧା ରାଜଧାନୀ ପଣଜିକୁ ଚାରିପଟୁ ଘେରି ନିଆଯାଇଥିଲା। ସ୍ଥାନୀୟ ଲୋକମାନେ ଭାରତୀୟ ସୈନିକମାନଙ୍କୁ ସାହାଯ୍ୟ କରୁଥିଲେ ଓ ସେମାନଙ୍କୁ ସେହି ସ୍ଥାନଗୁଡ଼ିକ ଵିଷୟରେ ଜଣାଇ ଦେଉଥିଲେ ଯେଉଁଠାରେ ପର୍ତ୍ତୁଗୀଜମାନେ ବାରୁଦ ସୁଡ଼ଙ୍ଗ ପୋତି ରଖିଥିଲେ। 

ଅନ୍ୟପଟେ ପର୍ତ୍ତୁଗାଲର ରାଜଧାନୀ ଲିସବନରେ ସେନ୍ସର ଅଧୀନରେ କାମ କରୁଥିଵା ପ୍ରେସ ସେଠାକାର ଲୋକମାନଙ୍କୁ ଗୋଆରେ ପର୍ତ୍ତୁଗୀଜ ସୈନିକମାନଙ୍କର କଡ଼ା ପ୍ରତିରୋଧ ଓ ଭାରତୀୟ ସୈନିକମାନଙ୍କ ସହ ହାତରେ ଲଢ଼ିଵାର ଖବର ଦେଉଥିଲା। ମିଛ ଖବର ମଧ୍ୟ ଛପାଯାଉଥିଲା ଯେ ପର୍ତ୍ତୁଗୀଜ ସୈନିକମାନେ ଭାରତୀୟ ସୈନିକମାନଙ୍କୁ ବନ୍ଦୀ କରିଛନ୍ତି। କିନ୍ତୁ କେମିତି ଗୋଆରେ ପର୍ତ୍ତୁଗାଲର ବହୁତ କମ୍ ସୈନିକ ଉପସ୍ଥିତ ଥିଲେ ଓ ସେମାନଙ୍କ ପାଖରେ ଲଢ଼ିଵାର ଅଭିଜ୍ଞତା ନଥିଲା କି ଏପରି ଅପରେସନ ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ନଥିଲା ଇତ୍ୟାଦି ସତ୍ୟ ପର୍ତ୍ତୁଗାଲର ଲୋକମାନଙ୍କୁ କୁହାଯାଇ ନଥିଲା । ଏମନ୍ତକି ଗୋଆରେ ସାଙ୍କେତିକ ଵିରୋଧ କରିଵା ହେତୁକ ମଧ୍ୟ ପର୍ତ୍ତୁଗୀଜ୍‌ମାନଙ୍କ ପାଖରେ ପର୍ଯ୍ୟାପ୍ତ ସାଧନ ନଥିଲା। 

ଯେତେବେଳେ ପର୍ତ୍ତୁଗାଲ ଏହି ସମସ୍ୟାକୁ ସୁରକ୍ଷା ପରିଷଦରେ ଉଠାଇଥିଲା, ସେହି ଦିନ ପର୍ଯ୍ୟନ୍ତ ମଧ୍ୟ ପର୍ତ୍ତୁଗୀଜ୍ ପ୍ରେସ ବଢ଼ାଇ ଚଢ଼ାଇ ଦାବି କରୁଥିଲା ଯେ ଭାରତର ୧୫୦୦ ସୈନିକ ମରିଯାଇଛନ୍ତି। ୧୮ ଡିସେମ୍ବର ଦିନ ସାରା ଗୋଆ ରେଡ଼ିଓ ଯୁଦ୍ଧ ସଙ୍ଗୀତ ବଜାଇଥିଲା, କିନ୍ତୁ ଭାରତୀୟ ସୈନିକମାନଙ୍କ ଗୋଆରେ ପ୍ରଵେଶ ଵିଷୟରେ କୌଣସି ଖବର ଦେଇ ନଥିଲା। ଯେତେବେଳେ ଭାରତୀୟ ଵିମାନଗୁଡ଼ିକ ଡାବୋଲିମ ଵିମାନବନ୍ଦର ଉପରେ ବୋମା ମାଡ଼ ଆରମ୍ଭ କଲେ, ସ୍କୁଲ ଯାଇଥିଵା ପିଲାମାନଙ୍କୁସଘରକୁ ଫେରିଯିଵାକୁ କୁହାଗଲା । 

୧୮ ଡିସେମ୍ବର ସକାଳ ୭ଟାରେ ସ୍କ୍ୱାଡ୍ରନ ଲିଡର ଜୟଵନ୍ତ ସିଂଙ୍କ ନେତୃତ୍ୱରେ ୬ଟି ହଣ୍ଟର ବିମାନ ପୁଣେର ବାୟୁସେନା ଆଡ୍ଡାରୁ ଉଡ଼ାଣ ଭରିଥିଲେ। ସେମାନେ ବାମ୍ବୋଲେରେ ଥିବା ରେଡ଼ିଓ ଷ୍ଟେସନ ଉପରେ ରକେଟ ଓ ଗନ୍ କ୍ୟାନନ୍ ଦ୍ୱାରା ଆକ୍ରମଣ କରି ୧୦ ମିନିଟରେ ତାକୁ ଧ୍ୱଂସ କରି ଦେଇଥିଲେ। ଗୋଆର ବାହାର ଦୁନିଆ ସହ ସମ୍ପର୍କ ଛିନ୍ନ ହୋଇଗଲା। ଗୋଆ ରେଡ଼ିଓର ସେହି ପ୍ରସିଦ୍ଧ ଘୋଷଣା “ଏହା ପର୍ତ୍ତୁଗାଲ, ଆପଣ ଶୁଣୁଛନ୍ତି ରେଡ଼ିଓ ଗୋଆ” ସବୁଦିନ ପାଇଁ ବନ୍ଦ ହୋଇଗଲା। 

ସେହି ସମୟରେ ପୁଣେରୁ ୧୨ଟି କାନବେରା ଓ ୪ଟି ହଣ୍ଟର ବିମାନ ଗୋଆ ଅଭିମୁଖେ ଉଡ଼ାଣ ଭରିଥିଲେ। ଭାରତୀୟ ଵିମାନ ଦ୍ଵାରା ଗୋଆର ଡାବୋଲିମ ରନୱେ ଉପରେ ୧୦୦୦ ପାଉଣ୍ଡର ୬୩ଟି ବୋମା ପକାଇ ଦିଆଯାଇଥିଲାସ। ବାଲ୍ମିକୀ ଫାଲେରୋ ଲେଖିଛନ୍ତି ଯେ ପ୍ରଥମ ରାଉଣ୍ଡରେ ୬୩,୦୦୦ ପାଉଣ୍ଡ ବୋମା ପକାଇଵା ସତ୍ତ୍ୱେ ଭାରତୀୟ ଵାୟୁସେନା ଶାନ୍ତ ହୋଇ ବସି ନଥିଲା। ପ୍ରାୟ ଅଧଘଣ୍ଟା ପରେ ଭାରତୀୟ ଵାୟୁସେନା ପୁନର୍ଵାର ଆକ୍ରମଣ କରିଥିଲା ଓ ଏଥର ମୋଟ ୪୮,୦୦୦ ପାଉଣ୍ଡ ବୋମା ନିକ୍ଷେପ କରାଯାଇଥିଲା । ଏହାର ଅଧଘଣ୍ଟା ପରେ ଫ୍ଲାଇଟ ଲେଫ୍ଟନାଣ୍ଟ ବିବିଆନ ଗୁଡ଼ୱିନଙ୍କୁ ଡାବୋଲିମ ଵିମାନଘାଟିରେ ବୋମାମାଡ଼ରୁ ହୋଇଥିଵା କ୍ଷୟକ୍ଷତିର ଫଟୋ ଉଠାଇଵାକୁ ପଠାଯାଇଥିଲା। ଫଟୋଗୁଡ଼ିକରୁ ଜଣାପଡ଼ିଥିଲା ଯେ ଵିମାନ ପଟିକୁ ଵିଶେଷ କ୍ଷତି ହୋଇ ନଥିଲା। ଏହାପରେ ସକାଳ ୧୧ଟା ୪୦ ମିନିଟରେ ଡାବୋଲିମ ଉପରେ ତୃତୀୟ ଆକ୍ରମଣ କରାଗଲା। ଭାରତୀୟ ବାୟୁସେନାର ତୀଵ୍ର ବୋମାମାଡ଼ ଯୋଗୁଁ ଡାବୋଲିମ ଵିମାନପଟିରେ କିଛି ଗର୍ତ୍ତ ହୋଇଯାଇଥିଲା। 

ଗୋଆରେ ଉପସ୍ଥିତ ପର୍ତ୍ତୁଗୀଜ୍ ଅଧିକାରୀମାନେ ନିଜର ପତ୍ନୀ ଓ ପିଲାମାନଙ୍କୁ ଵିମାନ ଯୋଗେ ପର୍ତ୍ତୁଗାଲ ପଠାଇଵାକୁ ନିଷ୍ପତ୍ତି ନେଇଥିଲେ । ସେତେବେଳେ ଡାବୋଲିମରେ ମାତ୍ର ଦୁଇଟି ଵିମାନ ଉପଲବ୍ଧ ଥିଲା। ଅନ୍ଧାର ହେଵା ସଙ୍ଗେ ସଙ୍ଗେ ଡାବୋଲିମ ଵିମାନପଟିରେ ସୃଷ୍ଟି ହୋଇଥିଵା ଗର୍ତ୍ତଗୁଡ଼ିକର ତୁରନ୍ତ ମରାମତି କରାଗଲା। ଭାରତୀୟ ସେନାଦ୍ଵାରା ଚାରିପଟୁ ଘେରାଯାଇଥିଵା ସତ୍ତ୍ୱେ ଗଵର୍ନର ଜେନେରାଲ ସିଲଵା ଏହି ଵିମାନଗୁଡ଼ିକୁ ଉଡ଼ିଵାର ଅନୁମତି ଦେଇଥିଲେ। ବାଲ୍ମିକୀ ଫାଲେରୋ ଲେଖିଛନ୍ତି, ଦୁଇଟି ଵିମାନରେ ପର୍ତ୍ତୁଗୀଜ୍ ଅଧିକାରୀମାନଙ୍କ ପତ୍ନୀ ଓ ପିଲାମାନଙ୍କୁ ଭର୍ତ୍ତି କରାଯାଇଥିଲା ଏଵଂ ଆବଶ୍ୟକୀୟ ସରକାରୀ ଦଲିଲ ମଧ୍ୟ ରଖାଯାଇଥିଲା। ଏହି ଵିମାନଗୁଡ଼ିକ ଗାଢ଼ ଅନ୍ଧାରରେ ଭୀଷଣ ସମ୍ଭାଵିତ ଵିପତ୍ତି ଭୟ ମଧ୍ୟରେ ମାତ୍ର ୬୦୦ ମିଟର ଲମ୍ବର ରନୱେରୁ ବିନା ଆଲୋକରେ ଟେକ୍‌ଅଫ କରିଥିଲା। ସମୁଦ୍ରରେ ତୁରନ୍ତ ଭାରତୀୟ ଯୁଦ୍ଧପୋତମାନେ ଏହି ଵିମାନଗୁଡ଼ିକ ଉପରେ ଗୁଳି ଚଳାଇଥିଲେ, କିନ୍ତୁ ସେଗୁଡ଼ିକ ଖସି ପଳାଇଵାରେ ସଫଳ ହୋଇଥିଲେ। ଭାରତୀୟ ଵିମାନଗୁଡ଼ିକୁ ଧୋକା ଦେଵା ପାଇଁ ଏହି ଵିମାନଗୁଡ଼ିକ ଉତ୍ତର ଦିଗକୁ ନ ଉଡ଼ାଇ ପଶ୍ଚିମ ଦିଗକୁ ଉଡ଼ାଯାଇଥିଲା ଏଵଂ ବହୁତ ତଳେ ଉଡ଼ି ଲମ୍ବା ରାସ୍ତା ଅତିକ୍ରମ କରି ପାକିସ୍ତାନର କରାଚୀ ଵିମାନ ବନ୍ଦରରେ ଅଵତରଣ କରାଯାଇଥିଲା । 

ଏହି ସମୟରେ ଗୋଆର ଗଭର୍ନର ଜେନେରାଲ ମେଜର ଜେନେରାଲ ବସାଲୋ ସିଲଭା "ବାସ୍କୋ ଡା ଗାମା"ରେ ପହଞ୍ଚିଥିଲେ। ସେଠାରେ ସର୍ଵପ୍ରଥମେ ମେଜର ବିଲ କାରଭାଲୋଙ୍କ ନେତୃତ୍ୱରେ ୪ ସିଖ ସୈନିକ ପହଞ୍ଚିଥିଲେ। ମେଜର ବିଲ କାରଭାଲୋ, କ୍ୟାପଟେନ ଆରେସ ବାଲି ଏଵଂ ବ୍ରିଗେଡିୟର ରଵି ମେହେତା ଆଲପାଲ କିରୋଜ ହିଲର ଗେଟରେ ପହଞ୍ଚିଥିଲେ । ସେଠାରେ ଜେନେରାଲ ସିଲଭା ଉପସ୍ଥିତ ଥିଲେ। ସେମାନେ ସେହି ମେସ୍‌ରେ ପହଞ୍ଚିଲେ ଯେଉଁଠାରେ ଜେନେରାଲ ସିଲଭା ବସିଥିଲେ। ସେତେବେଳକୁ ତାଙ୍କୁ ଜଣାପଡ଼ିଗଲାଣି ଯେ ଭାରତୀୟ ସେନା ତାଙ୍କୁ ଚାରିଆଡ଼ୁ ଘେରି ଦେଇଛି ଏଵଂ ତାଙ୍କ ପାଖରେ ପ୍ରତିରୋଧ କରିଵାର କୌଣସି ଵିକଳ୍ପ ନାହିଁ। ବିଲ, ଗଵର୍ନରଙ୍କୁ ସାଲ୍ୟୁଟ କରିଥିଲେ, ଗଵର୍ନର ଉଠି ସେହି ସାଲ୍ୟୁଟର ଜବାବ ଦେଇଥିଲେ। 

୪ ସିଖର କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ ଓ କର୍ଣ୍ଣେଲ ନନ୍ଦା ଔପଚାରିକ ଆତ୍ମସମର୍ପଣ ସମାରୋହ ରାତିରେ ହେଵାର ନିଷ୍ପତ୍ତି ନେଇଥିଲେ ।‌ ଏହି ଆତ୍ମସମର୍ପଣ ସମାରୋହରେ ୬୨ ବ୍ରିଗେଡର କମାଣ୍ଡରଙ୍କ ସାମ୍ନାରେ ଜେନେରାଲ ସିଲଭା ଅସ୍ତ୍ର ସମର୍ପଣ କରିଥିଲେ ଏଵଂ ଏହା ୧୯ ଡିସେମ୍ବର ୧୯୬୧ ରାତି ୯ଟା ୧୫ ମିନିଟରେ ହୋଇଥିଲା। ସେତେବେଳେ ସେଠାରେ ବହୁତ କମ୍ ଲୋକ ଉପସ୍ଥିତ ଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଡକ୍ଟର ସୁରେଶ କାନେକର, ଯିଏ ଗୋଆର ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ। ପରେ ସେ ୨୦୧୧ରେ ପ୍ରକାଶିତ ତାଙ୍କ ପୁସ୍ତକ *ଗୋଆ’ସ ଲିବରେସନ ଆଣ୍ଡ ଦେରଆଫ୍ଟର*ରେ ଉକ୍ତ ଆତ୍ମସମର୍ପଣ ସମାରୋହ ଖୋଲା ମଇଦାନରେ ହୋଇଥିଵା ଉଲ୍ଲେଖ କରିଛନ୍ତି। ବ୍ରିଗେଡିୟର ଢିଲ୍ଲୋନ ଜିପରେ ବସିଥିଲେ। ସେ ସେଠାରେ ଉପସ୍ଥିତ ଗାଡ଼ିଗୁଡ଼ିକୁ ଅର୍ଦ୍ଧଚନ୍ଦ୍ରାକାର ଶୈଳୀରେ ଛିଡ଼ା କରିଥିଲେ। ଗାଡ଼ିଗୁଡ଼ିକର ହେଡ଼ଲାଇଟ ଅନ ଥିଲା ଏଵଂ ସେହି ସ୍ଥାନ ଉପରେ କେନ୍ଦ୍ରିତ ଥିଲା ଯେଉଁଠି ଜେନେରାଲ ସିଲଭା ଆତ୍ମସମର୍ପଣ କରିଵାକୁ ଯାଉଥିଲେ। 

ପ୍ରାୟ ୮ଟା ୪୫ ମିନିଟରେ ଜେନେରାଲ ସିଲଭାଙ୍କୁ ସେଠାକୁ ଆଣାଗଲା। ତାଙ୍କ ସାଙ୍ଗରେ ତାଙ୍କ ଚିଫ ଅଫ ଷ୍ଟାଫ ଲେଫ୍ଟନାଣ୍ଟ କର୍ଣ୍ଣେଲ ମାର୍କେସ ଡି ଆନ୍ଦ୍ରାଦେ ମଧ୍ୟ ଥିଲେ। ସେମାନଙ୍କୁ ପ୍ରାୟ ଅଧଘଣ୍ଟା ଅପେକ୍ଷା କରାଯାଇଥିଲା। ସେମାନଙ୍କ ଦୁଇପାର୍ଶ୍ୱରେ ଭାରତୀୟ ସୈନିକମାନେ ଧାଡ଼ି ବାନ୍ଧି ଠିଆ ହୋଇଥିଲେ। ଡକ୍ଟର କାନେକର ଆଗେ ଲେଖିଛନ୍ତି,ଯେତେବେଳେ ବ୍ରିଗେଡିୟର ଢିଲ୍ଲୋନଙ୍କୁ ସମସ୍ତ ଵ୍ୟଵସ୍ଥା ସମ୍ପୂର୍ଣ୍ଣ ହୋଇଗଲାଣି ବୋଲି କୁହାଗଲା , ସେତେବେଳେ ସେ ନିଜ ଜିପରୁ ଓହ୍ଲାଇ ଜେନେରାଲ ସିଲଭାଙ୍କ ସାମ୍ନାରେ ଆସି ଠିଆ ହୋଇଗଲେ। ତାପରେ ବ୍ରିଗେଡିୟର ଢିଲ୍ଲୋନଙ୍କୁ ସମ୍ବୋଧିତ କରି ଲେଫ୍ଟନାଣ୍ଟ କର୍ଣ୍ଣେଲ ନନ୍ଦା କହିଥିଲେ - ଗୋଆ, ଡମନ ଓ ଡିଉର ଗଭର୍ନର ଜେନେରାଲ ତାଙ୍କ ସାମ୍ନାରେ ଆତ୍ମସମର୍ପଣ କରୁଛନ୍ତି। ନନ୍ଦାଙ୍କ ଆଦେଶରେ ଜେନେରାଲ ସିଲଭା ଆଗକୁ ବଢ଼ିଥିଲେ। ସେ ଢିଲ୍ଲୋନଙ୍କୁ ସାଲ୍ୟୁଟ କରିଥିଲେ, କିନ୍ତୁ ଢିଲ୍ଲୋନ ସେହି ସାଲ୍ୟୁଟର ଜବାବ ଦେଇ ନଥିଲେ। ଏହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା କାରଣ ସିଲଭା ମେଜର ଜେନେରାଲ ଥିଲେ ଏଵଂ ପଦବୀରେ ଢିଲ୍ଲୋନଙ୍କଠାରୁ ଉଚ୍ଚ ଥିଲେ। 

ଏହି ପୂରା ସମାରୋହ ସମୟରେ ସିଲଭା କି ଢିଲ୍ଲୋନ କେହି ଗୋଟିଏ ଶବ୍ଦ ବି କହି ନଥିଲେ। ଲେଫ୍ଟନାଣ୍ଟ କର୍ଣ୍ଣେଲ ନନ୍ଦା ଏହି ସମାରୋହର ଫଟୋ ଉଠାଇଵା ପାଇଁ ଜଣେ ଫଟୋଗ୍ରାଫରର ଵ୍ୟଵସ୍ଥା କରିଥିଲେ, କିନ୍ତୁ ଫଟୋଗ୍ରାଫରଙ୍କ କ୍ୟାମେରାରେ ଫ୍ଲାସ ନଥିଲା। ନନ୍ଦା ଫଟୋଗ୍ରାଫରଙ୍କୁ ସୂଚନା ଦେଇଥିଲେ ଯେତେବେଳେ ସେ ଈଶାରା କରିବେ ସେତେବେଳେ ତାଙ୍କୁ ଫଟୋ ଉଠାଇଵାକୁ ହେବ, କିନ୍ତୁ ଶେଷ ମୁହୂର୍ତ୍ତରେ ନନ୍ଦା ଇଶାରା ଦେଵାକୁ ଭୁଲିଗଲେ, ତେଣୁ ଫଟୋଗ୍ରାଫର ଫଟୋ ଉଠାଇ ନଥିଲେ। 

କିଛି ଦିନ ପରେ ଦକ୍ଷିଣ କମାଣ୍ଡର ପ୍ରମୁଖ ଜେନେରାଲ ଜେ.ଏନ. ଚୌଧୁରୀ ଜେନେରାଲ ବସାଲୋ ସିଲଭାଙ୍କୁ ତାଙ୍କ ଜେଲ କୋଠରିରେ ଭେଟିଵାକୁ ଗଲେ। ଜେନେରାଲ ଚୌଧୁରୀ ବସାଲୋଙ୍କୁ ଆଶ୍ୱାସନା ଦେଇଥିଲେ ଯେ ତାଙ୍କ ପତ୍ନୀ ଫର୍ନାଣ୍ଡା ପେରେରା ମଣ୍ଟେରୋ ସୁରକ୍ଷିତ ଅଛନ୍ତି ଏଵଂ ଭାରତ ସରକାର ଶୀଘ୍ର ତାଙ୍କୁ ଲିସବନ ପଠାଇବେ। ଜେନେରାଲ ଚୌଧୁରୀଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ବସାଲୋଙ୍କ ପତ୍ନୀ ଫର୍ନାଣ୍ଡା ସିଲଭାଙ୍କ ସହ ଭଲ ବ୍ୟବହାର କରାଗଲା ନାହିଁ। ବାଲ୍ମିକୀ ଫାଲେରୋ ଲେଖିଛନ୍ତି ଯେ ତାଙ୍କୁ ଜବରଦସ୍ତି ତାଙ୍କ ଡୋନାପାଉଲାସ୍ଥିତ ସରକାରୀ ନିଵାସରୁ ବାହାର କରାଗଲା। ତାଙ୍କୁ ପଣଜିର ରାସ୍ତାରେ ଏଣେ ତେଣେ ବୁଲୁଥିଵାର ଦେଖାଗଲା। ପୂର୍ଵତନ ମୁଖ୍ୟ ସଚିବ ଆବେଲ କୁଲାସୋ ତାଙ୍କୁ ନିଜ ସରକାରୀ ଘରେ ଆଶ୍ରୟ ଦେଇଥିଲେ। ଯେତେବେଳେ ଏହି ଘଟଣା ସଂସଦରେ ଉଠିଲା, ନେହରୁ କୁଲାସୋଙ୍କ ପ୍ରଶଂସା କରି କହିଥିଲେ ଯେ ସେ ଜଣେ ଭଦ୍ରଲୋକ ଭଳି ଵିପଦରେ ପଡ଼ିଥିଵା ଜଣେ ମହିଳାଙ୍କ ସହ ଉଚିତ ଵ୍ୟଵହାର କରିଛନ୍ତି। 

୧୯୬୧ ଡିସେମ୍ବର ୨୯ରେ ଫର୍ନାଣ୍ଡା ସିଲଭାଙ୍କୁ ଭାରତୀୟ ଵାୟୁସେନାର ଏକ ଵିମାନରେ ମୁମ୍ବାଇ ନିଆଗଲା, ଯେଉଁଠାରୁ ସେ ଲିସବନ ଅଭିମୁଖେ ଉଡ଼ାଣ ଭରିଥିଲେ। ତାଙ୍କ ସ୍ୱାମୀ ଜେନେରାଲ ସିଲଭା ୫ ମାସ ପରେ ନିଜ ଦେଶକୁ ଯାଇପାରିଥିଲେ। "ଅପରେସନ ଵିଜୟ"ରେ ଭାରତର ୨୨ ଜଣ ସୈନିକ ଶହିଦ ହୋଇଥିଲେ ଏଵଂ ୫୪ ଜଣ ଆହତ ହୋଇଥିଲେ। ଅର୍ଜୁନ ସୁବ୍ରମଣ୍ୟମ ତାଙ୍କ ପୁସ୍ତକ *ଇଣ୍ଡିଆ’ସ ଓ୍ୱାର୍ସ ୧୯୪୭-୧୯୭୧*ରେ ଲେଖିଛନ୍ତି ଯେ ଏହି ଯୁଦ୍ଧରେ ପର୍ତ୍ତୁଗୀଜ୍ ସେନାର ୩୦ ସୈନିକ ମୃତ୍ୟୁଵରଣ କରିଥିଲେ ଏବଂ ୫୭ ଜଣ ଆହତ ହୋଇଥିଲେ। ଏହାଛଡ଼ା ପ୍ରାୟ ୩୩୦୬ ପର୍ତ୍ତୁଗୀଜ୍ ସୈନିକଙ୍କୁ ଭାରତୀୟ ସେନା ଯୁଦ୍ଧବନ୍ଦୀ କରିଥିଲା। 

ଯେତେବେଳେ ପର୍ତ୍ତୁଗୀଜ। ସୈନିକମାନେ ୧୯୬୨ ମେ’ରେ ନିଜ ଦେଶକୁ ଫେରିଥିଲେ, ସେମାନଙ୍କ ସହ ତାଙ୍କ ଦେଶରେ ଭଲ ଵ୍ୟଵହାର କରାଗଲା ନାହିଁ। ବାଲ୍ମିକୀ ଫାଲେରୋ ଲେଖିଛନ୍ତି - ଲିସବନରେ ପହଞ୍ଚିଵା ମାତ୍ରେ ପର୍ତ୍ତୁଗୀଜ୍ ଯୁଦ୍ଧବନ୍ଦୀମାନଙ୍କୁ ସାଧାରଣ ଅପରାଧୀଙ୍କ ଭଳି ବନ୍ଦୁକ ନଳୀ ଆଗରେ ସୈନ୍ୟ ପୋଲିସ ହେପାଜତରେ ନେଇଥିଲେ। ସେମାନଙ୍କ ପରିଵାର ସଦସ୍ୟମାନେ ସେମାନଙ୍କୁ ଭେଟିଵାକୁ ଵିମାନ ବନ୍ଦରକୁ ଆସିଥିଲେ, କିନ୍ତୁ ସେମାନଙ୍କୁ ଭେଟିଵାକୁ ଅନୁମତି ଦିଆଗଲା ନାହିଁ ଏଵଂ ଏକ ଅଜଣା ସ୍ଥାନକୁ ନିଆଗଲା। ସେମାନଙ୍କୁ ଭୀରୁ ଓ ଦେଶଦ୍ରୋହୀ କହି ଅପମାନିତ କରାଗଲା। ଗଭର୍ନର ଜେନେରାଲ ବସାଲୋ ସିଲଭା ପ୍ରାୟ ଏକ ଡଜନ ଅଧିକାରୀଙ୍କୁ ସେନାରୁ ବରଖାସ୍ତ କରାଗଲା। ସେମାନଙ୍କୁ ଆଜୀଵନ କୌଣସି ସରକାରୀ ପଦବୀରେ ରହିବା ଉପରେ ମଧ୍ୟ ପ୍ରତିବନ୍ଧ ଲଗାଇ ଦିଆଗଲା। 

ପର୍ତ୍ତୁଗାଲରେ (୧୯୭୪ରେ) ଯେତେବେଳେ ସାଲାଜାରଙ୍କ ଉତ୍ତରାଧିକାରୀ ମାର୍ସେଲୋ କାଇତାନୋଙ୍କୁ ସତ୍ତାରୁ ହଟାଇ ଦିଆଗଲା, ସେତେବେଳେ ଏହି ବରଖାସ୍ତ ହୋଇଥିଵା ଲୋକମାନେ ପନୁର୍ଵାର ସରକାରୀ ସହଯୋଗ ପାଇଲେ ହେ
ଏଵଂ ମେଜର ଜେନେରାଲ ବସାଲୋ ଇ ସିଲଭାଙ୍କୁ ସେନାରେ ତାଙ୍କ ପୂର୍ଵ ପଦଵୀରେ ପୁନଃସ୍ଥାପିତ କରାଗଲା।

ଗୋଆରେ ଅପରେସନ୍ ଵିଜୟର ସଫଳତା ଭାରତର ସାମରିକ ଓ ରାଜନୈତିକ ଆତ୍ମଵିଶ୍ଵାସ ବଢ଼ାଇଥିଲା । 
ଏହାପରେ ଭାରତରେ ପର୍ତ୍ତୁଗୀଜ୍ ଔପନିଵେଶିକ ଶାସନର ଅନ୍ତ ଘଟିଥିଲା, ଜାତୀୟ ଏକତାକୁ ସୁଦୃଢ଼ ହୋଇଥିଲା ଓ ଭାରତର ସାର୍ଵଭୌମତ୍ଵ ପ୍ରତିଷ୍ଠିତ ହୋଇଥିଲା । ଅପରେସନ ଵିଜୟ ଯୋଗୁଁ ୟୁରୋପୀୟ ଦେଶ ଵିଶେଷତଃ ପର୍ତ୍ତୁଗାଲ ସହିତ ଭାରତର ଆନ୍ତର୍ଜାତୀୟ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା କିନ୍ତୁ ଏହା ଭାରତର ଔପନିଵେଶିକଵାଦ ଵିରୋଧୀ ଅଵସ୍ଥାନକୁ ଦୃଢ଼ କରିଥିଲା ଏଵଂ ଗୋଆର ସାଂସ୍କୃତିକ ଏକୀକରଣ ତଥା ସାମରିକ ଶକ୍ତିକୁ ପ୍ରତିଫଳିତ କରିଥିଲା। କେହି କେହି କୁହନ୍ତି ଗୋଆରେ ଅପରେସନ୍ ଵିଜୟର ସଫଳତା ଦେଖି ଚାରିକୀଟ ଅଭିଯାନ ଯୋଗୁଁ ଭୟଙ୍କର ଦୁର୍ଭିକ୍ଷରେ ପଡ଼ିଥିଵା ଚୀନ ଦେଶର ଶାସକମାନଙ୍କ ମନରେ ଭାରତ ପ୍ରତି ଅଵିଶ୍ଵାସ ଭାଵ ଜାତ ହୋଇଥିଲା । ଫଳତଃ ଚୀନ ଦେଶର ଶାସକମାନେ ଭାରତ ଉପରେ ଆକ୍ରମଣ କରି ନିଜ ଦେଶର ଚାରିକୀଟ ଅଭିଯାନର ଅସଫଳତାକୁ ଲୁଚାଇଵାକୁ ଚେଷ୍ଟା କରିଥିଲେ । ନେହେରୁଙ୍କ ଅଦୂରଦର୍ଶୀତା ତଥା ଚୀନ ପ୍ରତି ଅହେତୁକ ଵିଶ୍ଵାସ ଯୋଗୁଁ ଭାରତକୁ ଅନେକ କ୍ଷୟକ୍ଷତି ସହିଵାକୁ ପଡ଼ିଥିଲା । ୧୯୬୫ ପର୍ଯ୍ୟନ୍ତ ମଧ୍ୟପ୍ରାଚ୍ୟରେ ଭାରତୀୟ ମୁଦ୍ରାରେ ହିଁ କାରବାର ହେଉଥିଲା କିନ୍ତୁ ୧୯୬୨ ଭାରତ ଚୀନ ଯୁଦ୍ଧ ତଥା ୧୯୬୫ ଭାରତ ପାକିସ୍ତାନ ଯୁଦ୍ଧ ଯୋଗୁଁ ଭାରତର ଆର୍ଥିକ ଅଵନତି ଘଟିଲା ଫଳରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ଘଟିଲା ଓ ଭାରତ ଏକ ମହାଶକ୍ତି ହୋଇପାରିନଥିଲା । କେହି କେହି ସନ୍ଦେହ କରନ୍ତି ପରୋକ୍ଷରେ ଭାରତ ଚୀନ ଯୁଦ୍ଧ ତଥା ଭାରତ ପାକିସ୍ତାନ ଯୁଦ୍ଧ ସଂଗଠିତ କରାଇ ଆମେରିକା(usa) ହିଁ ଭାରତକୁ ମହାଶକ୍ତି ହେଵାକୁ ଦେଇନଥିଲା । ସେ ଯାହାହେଉ 
ଅପରେସନ ଵିଜୟ ଓ ଗୋଆ ସ୍ଵାଧୀନତା ସଂଗ୍ରାମରୁ ଅନେକ ପରାଧୀନ ଆଫ୍ରିକୀୟ ଦେଶର ସ୍ଵାଧୀନତା ସଂଗ୍ରାମୀ ପ୍ରଭାଵିତ ଓ ପ୍ରେରିତ ହୋଇଥିଲେ ଏଵଂ ତତ୍ପରେ ପର୍ତ୍ତୁଗୀଜ୍ ଶାସନାଧୀନ ଅନେକ ଆଫ୍ରିକୀୟ ଦେଶ ସ୍ଵାଧୀନ ମଧ୍ୟ ହୋଇଥିଲେ ।