Monday, January 23, 2017

●ବୀର ସୁରେନ୍ଦ୍ର ସାଏ●

ଖିଣ୍ଡା ଗାଁ ର ଖଣ୍ଡାଧାରୀ ତୁମେ
ବୀର ସୁରେନ୍ଦ୍ର ସାଏ ।
ସମ୍ବଲପୁର ବୀର ପୁଅ ଆହେ
ସବୁବେଳେ ଜଏ ଜଏ ।
ମାଆ ମାଟି ଲାଗି ଲଢିଲ ଲଢୁଆ
ମନେ ସାହସ କୁ ବାନ୍ଧି ।
ଏକଜୁଟ ହେଇ ସ୍ବାଧୀନ ସଂଗ୍ରାମେ
ଇଂରେଜ ଙ୍କୁ ଦେଲ ଛନ୍ଦି ।
ଜଣା ଥିଲା ତୁମ୍ଭକୁ ଯୁଦ୍ଧ ବିଦ୍ୟା ଯେତେ
ସେଥିପାଇଁ ବଡବୀର ।
ମାତାର ଲୋତକ ପୋଛିବା ପାଇଁ ହେ
କାରାଗାର ଗଲ ବାରମ୍ବାର ।
ଡରୁଥିଲେ ଗୋରା ତୁମ ନାମ ଶୁଣି
ସେ ଯୋଗୁଁ କପଟ କଲେ ।
ସରଳ ବିଶ୍ବାସୀ ସୁରେନ୍ଦ୍ର ସାଏଙ୍କୁ
ମାରିବା ଯୋଜନା କଲେ ।
ଲୋଭ ଦେଖାଇଲେ ଧନ ସମ୍ପତ୍ତି ର
ସୁରେନ୍ଦ୍ର ନ ଗଲେ ଟି ଭୂଲି ।
ମାଆ ମାଟି ପାଇଁ ତ୍ଯାଗ କରି ଅଛି ଯିଏ
ସେ କେମିତି ଯିବ ବା ଭୂଲି ।
ସପଥ ନେଲ ଯେ ସମଲେଇ ପୀଠେ
ମାତାକୁ ଉଧାର କରିବି ।
ତା ପାଇଁ ଜୀବନ ଯିବ ଯଦି ଯାଉ
ହସି ହସି ତେବେ ମରିବି ।
ବିନା ଦୋଷେ ଦୋଷୀ କରିଲେ
ଅପନ୍ତରା ଇଂରେଜ ମାନେ ।
ଆଜୀବନ ସଜା ଦେଇଦେଲେ ତୁମକୁ
ଦୟା ନଥିଲା ତାଙ୍କ ମନେ ।
ହାରି ନାହଁ କେଭେ ତୁମେ ଗୋ ସୁରେନ୍ଦ୍ର
ହାରିବାର ନାଆଁ ନୁହଁ ତୁମ ।
ସମ୍ବଲପୁରିଆ ଜମିଦାର ପୁଅ
କାଳ କାଳ ଗାଇବୁ ନାମ ।

ମୂଳରଚନା:- (କୋଶଳୀ)
ଚନ୍ଦ୍ରାବତୀ ପାଣ୍ଡେ ....

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...