ଆଜିକାଲି ଓଡ଼ିଶାର କିଛି ଵିଚ୍ଛିନ୍ନତାଵାଦୀ କୁହନ୍ତି ଆଗେ ଯେମିତି ଓଡ଼ିଆ ବଙ୍ଗାଳି ଭାଷାଯୁଦ୍ଧ ହୋଇ ଗୋଟିଏ ଭାଷାଭିତ୍ତିକ ସ୍ଵତନ୍ତ୍ର ରାଜ୍ୟ ଗଠନ ହୋଇଥିଲା ଆମେ ବି ସେଇଭଳି ଏକ ରାଜ୍ୟ ଗଠନକରିଵାକୁ ପ୍ରଚେଷ୍ଟା କରୁଛୁ । ସେମାନେ ଆହୁରି କୁହନ୍ତି ଯେ ସେ ଯୁଗରେ ବଙ୍ଗାଳିମାନେ ଓଡ଼ିଆ ଲୋକଙ୍କ ଉପରେ ବଙ୍ଗାଳି ଭାଷାକୁ ଲଦିଦେଇଥିଲେ ଏଵେ ସେଇମିତି କଟକିଏ ଓଡ଼ିଆ ଭାଷାକୁ ଆମ ସମ୍ବଲପୁରିଆ ଵା କୋଶଲୀମାନଙ୍କ ଉପରେ ଲଦିଦେଉଛନ୍ତି !!!
ତେଵେ କ'ଣ ସତରେ ଓଡ଼ିଆଭାଷାର ସ୍ଥିତି ଆଜିର ସମ୍ବଲପୁରୀ ଭଳି ଥିଲା ? କଣ୍ ସତରେ ଓଡ଼ିଆ ଭାଷା ବଙ୍ଗାଳିର ଗୋଟିଏ ଉପଭାଷା ? କିଛି ଗଡ଼ଜାତିଆ ମୂର୍ଖ ଏଇଭଳି ମତ ପୋଷଣ କରନ୍ତି ।
ତେଵେ ଏହାର
―ଓଡ଼ିଆଭାଷା ବନାମ୍ ବଙ୍ଗାଳି ଭାଷା―
■ଓଡ଼ିଆ ଭାଷାର ପ୍ରାଚୀନତା:-
୧)ଉଡ୍ର ବୋଲି ୨୪୦୦ ଵର୍ଷ ପୁରାତନ ଗୋଟିଏ ଜାତି ଓ ତହିଁର ଭାଷାର ପ୍ରାମାଣିକ ଐତିହାସିକ ସାକ୍ଷ୍ଯ ଥିଲା । ଵିଭିନ୍ନ ପୁରାଣ ଓ ଅନ୍ୟ ଗ୍ରନ୍ଥାଦିରେ ଏ ଜାତିର ଉଲ୍ଲେଖ ରହିଥିଵା ପ୍ରମାଣ କରାଯାଇଥିଲା । ନିମ୍ନରେ କେତେକ ତଥ୍ୟ ପ୍ରମାଣ ସ୍ଵରୁପ ପ୍ରଦାନ କରାଗଲା ।
କ)ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଡ୍ରଜା ଵା ଉଡ୍ର ଵିଭାଷାର ଉଲ୍ଲେଖ ଅଛି
ଯଥା:-
“ଶକରାଭୀର ଚାଣ୍ଡାଳ ଶଵର ଦ୍ରାଵିଡୋ଼ଡ୍ରଜାଃ
ହୀନାବନେଚରାଣାଂ ଚ ଵିଭାଷାଃ ସପ୍ତକୀର୍ତ୍ତିତାଃ ।”
ଖ)ସପ୍ତମ ଶତାବ୍ଦୀ ବେଳକୁ ପଶ୍ଚିମ ଓଡିଶାରେ ଇନ୍ଦ୍ରଭୁତିଙ୍କ ଦ୍ଵାରା ଉଡ୍ଡିୟାନ ରାଜ୍ୟ ସ୍ଥାପନ ବେଳକୁ ଆଧୁନିକ ଓଡ଼ିଆ ଭାଷା ଵିକଶିତ ହେବାକୁ ଲାଗିଥିଲା ଏବଂ ସେହି ଵିକଶିତ ଭାଷାରେ କାହ୍ନୁପା ଲୁଇପା ଆଦି କବିମାନେ ଚର୍ଯ୍ୟାଗୀତି ରଚନା କରି ବୌଦ୍ଧ ଧର୍ମ ପ୍ରଚାର କରିଥିଲେ । ସପ୍ତମ ଶତାବ୍ଦୀରେ ହିଁ ଚୀନ ପରିବ୍ରାଜକ ହୁଏନ ସାଂ ଭାରତ ଭ୍ରମଣ ରେ ଆସିଥିଲେ । ସେ ଏହି ଆଧୁନିକ ଭାଷାକୁ ‛ଉ-ଚ’ ଭାବରେ ଉଲ୍ଲେଖ କରିଅଛନ୍ତି । ଏହା ଉଡ୍ର ଶବ୍ଦ ର ବିକୃତି ଉଦାହରଣ ମାତ୍ର ।
ଗ)ଷୋଡ଼ଶ ଶତାବ୍ଦୀରେ ବ୍ୟାକରଣାକାର ମାର୍କଣ୍ଡେୟ ଉଡ୍ରୀ ଅପଭ୍ରଂଶର ଲକ୍ଷଣ ଉଲ୍ଲେଖ କରିବାକୁ ଯାଇ ତାଙ୍କ ପ୍ରାକୃତ ସର୍ଵସ୍ଵରେ ଲେଖିଛନ୍ତି
“ଶବର୍ଯ୍ୟାମେବୈଡ୍ରୀ ଯୋଗାତ୍ତଦ୍ଦେଶ୍ୟ ଶୌରସେନ୍ୟାଦେଃ ।”
ତାଙ୍କ ମତରେ ଉଡ୍ର ଦେଶର କଥିତ ଭାଷାରେ ଶୌରସେନୀ ଓ ଶଵର ଭାଷାର ପ୍ରଭାବ ଫଳରେ ଉଡ୍ରୀ ଅପଭ୍ରଂଶର ସୃଷ୍ଟି । ଉଡ୍ରୀ ଅପଭ୍ରଂଶର ନିମ୍ନଲିଖିତ ଉଦାହରଣ ସେ ଦେଇଛନ୍ତି
“ଦେବ ଜସୋଆ ଣନ୍ଦଣ କର ମଇ କରୁଣା ଲେସ
ଏତ୍ତିକେ ଜମଉ ଅଚ୍ଛ (ଉ) ଇ ପିଟ୍ଟଇ ସବ୍ବ କିଳେସ”
। ଇତ୍ୟୋଡ୍ରୀ ।(୧୦)
ଏହାର ସଂସ୍କୃତ ରୂପ ଏଇଭଳି
“ଦେବ ଯଶୋଦା ନନ୍ଦନ କୁରୁ ମୟି କରୁଣା ଲେଶମ୍
ଇହତ୍ୟଃ ଜନ୍ମତଃ ଅସ୍ମି ଇତି ପୀଡ଼ୟତି ସର୍ଵ କ୍ଲେଶଃ ।”
ପ୍ରୋକ୍ତ ପଦଟିର ସମୟକାଳ ସମ୍ଭବତଃ ଦଶମ ଶତାବ୍ଦୀ । ତେବେ ବୈୟାକରଣୀକ ମାର୍କଣ୍ଡେୟ ଅନ୍ୟ ଏକ ସ୍ଥାନରେ ଭାରତର ୨୭ଟି ଅପଭ୍ରଂଶର ନାମୋଲ୍ଲେଖ କରିଅଛନ୍ତି ।
“ଗୌଡୌଡ୍ର ଚୈବ ପାଶ୍ଚାତ୍ୟ ପାଣ୍ଡ୍ୟ କୌନ୍ତକ ସିଂହଳା
କାଳିଙ୍ଗ୍ୟ ପ୍ରାଚ୍ୟ କର୍ଣ୍ଣାଟକାଞ୍ଚ୍ୟ ଦ୍ରାଵିଡ଼ ଗୌର୍ଜରା ।
ଏଠାରେ ସେ କଳିଙ୍ଗ ଦେଶରେ କେବଳ ଉଡ୍ର ଅପଭ୍ରଂଶ ନୁହେଁ ବରଂ କାଳିଙ୍ଗ୍ୟ ଓ ଉତ୍କଳୀ ଅପଭ୍ରଂଶ ଚଳୁଥିବା ଉଲ୍ଲେଖ କରିଛନ୍ତି ।
ଘ)ଦଶମ ଶତାବ୍ଦୀର ଵିଖ୍ୟାତ ପ୍ରାକୃତ ଵ୍ଯାକରଣାକାର ପୁରୁଷୋତ୍ତମ ତାଙ୍କର ପ୍ରାକୃତାନୁଶାସନ ଗ୍ରନ୍ଥରେ ଔଡ୍ରୀ ଅପଭ୍ରଂଶର ଉଲ୍ଲେଖ କରିଛନ୍ତି ଓ ଏହାକୁ ଇ ଏବଂ ଓ ପ୍ରତ୍ୟୟ ବହୁଳ ଭାଷା(ଇକାରୌକାର ପ୍ରାୟ୍ୟୋଡ୍ରୀ) ବୋଲି ମତ ଦେଇଛନ୍ତି ।
ଙ)ଦ୍ଵାଦଶ ଶତାବ୍ଦୀରେ ଅନିରୁଦ୍ଧ ଭଟ୍ଟ ତାଙ୍କର ପ୍ରାକୃତ କଳ୍ପତରୁ ଗ୍ରନ୍ଥରେ ଓଡ୍ରୀ ଅପଭ୍ରଂଶ ଛଡା଼ ଉତ୍କଳୀ ନାମକ ଆଉ ଏକ ଅପଭ୍ରଂଶର ଉଲ୍ଲେଖ କରିଛନ୍ତି ।
ଯଥା...
“ଆଭୀରକା ଦ୍ରାଵିଡି଼କୋତ୍କଳୀନ ବନୌକସୀ ମାଣ୍ଡୂରିକେତ ନାମ୍ନା ଶାକର ଓଡ୍ର ଦ୍ରାଵିଡାଦି ବାଚୋପଭ୍ରଂଶତାମ୍ ।”
ତେଵେ ଓଡ଼ିଆ ଭାଷା ଭଳି ବଙ୍ଗାଳି ଭାଷାର ଏଭଳି ଏତେ ଉଲ୍ଲେଖ ଦେଖାଯାଏ ନାହିଁ । ଆଜିର ସମ୍ବଲପୁରୀ ଭାଷାର ଏଭଳି କୌଣସି ପ୍ରାଚୀନ ଉଲ୍ଲେଖ କେଉଁ ପୁରାତନ ଵ୍ଯାକରଣକାର କରାଥିଵା ଦେଖାଯାଏ ନାହିଁ । ତେଣୁ ପ୍ରାଚୀନତା ଦୃଷ୍ଟିରୁ ସମ୍ବଲପୁରୀଟା ଝିଅ ଆଉ ଓଡ଼ିଆ ଭାଷା ତାହାର ମାଆ ପଦଵାଚ୍ଯ ହେଵା ଉଚିତ ।
■ଓଡ଼ିଆ ଭାଷାରେ ସମୃଦ୍ଧ ସାହିତ୍ୟ,ପ୍ରାଚୀନ ପାଣ୍ଡୁଲିପି ଓ ଶିଳାଲେଖ :―
୧)ବଙ୍ଗାଳି ଅପେକ୍ଷା ଓଡ଼ିଆ ଭାଷାରେ ଅଧିକ ସମୃଦ୍ଧ ପ୍ରାଚୀନ ସାହିତ୍ଯ ରହିଥିଲା । ଓଡ଼ିଆ ଭାଷାର ଶବ୍ଦସମ୍ଭାର ଓ ଶୈଳୀ ଵିଵିଧତା ମଧ୍ୟ ବଙ୍ଗାଳି ଅପେକ୍ଷା ଶ୍ରେଷ୍ଠଥିଲା । ଓଡ଼ିଶାରେ ସାରଳାଦାସ,ଜଗନ୍ନାଥ ଦାସ,ଅଚ୍ଯୁତାନନ୍ଦ,ଅର୍ଜୁନ ଦାସ, କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ କଵିରଵି ବଳଦେଵ ରଥଙ୍କ ଭଳି ଶ୍ରେଷ୍ଠ ସାହିତ୍ଯିକ ଜନ୍ମ ଲଭିସାରିଥିଲାଵେଳେ ବଙ୍ଗାଳିମାନଙ୍କ କ୍ଷେତ୍ରରେ ସେମନ୍ତ କିଛି ନଥିଲା ।
୨)ଓଡ଼ିଆ ଭାଷା ଆନ୍ଦୋଳନ ସମୟରେ ଓଡ଼ିଆ ଲୋକଙ୍କ ପାଖରେ ବଙ୍ଗାଳିମାନଙ୍କ ଅପେକ୍ଷା ଓଡ଼ିଆ ଭାଷାରେ ଅନେକ ପ୍ରାଚୀନ ପାଣ୍ଡୁଲିପି ପୋଥି ରହିଥିଲା । ଏ କ୍ଷେତ୍ରରେ ସଂସ୍କୃତ ପରେ ଓଡ଼ିଆ ଆଜି ବି ଦ୍ଵିତୀୟ ସ୍ଥାନରେ ରହିଛି ।
୫)ଓଡ଼ିଶାରେ ଶହ ଶହ ଶିଳାଲେଖ ମିଳିଥିଲା ଯେଉଁଥିରେ ଓଡ଼ିଆ ଭାଷା ଓ ଲିପି ରହିଥିଲା କେଉଁଠି ବି ବଙ୍ଗାଳି ଭାଷା କି ଲିପିର ଶିଳାଲେଖ ମିଳିନଥିଲା ।
୬)ଓଡ଼ିଆଭାଷା ଆନ୍ଦୋଳନ ସମୟରେ ଓଡ଼ିଆ ଓ ବଙ୍ଗାଳି ଉଭୟ ଭାଷାର ଭିନ୍ନ ଭିନ୍ନ ଲିପି ମଧ୍ୟ ଥିଲା ।
୭)ଓଡ଼ିଆ ଓ ବଙ୍ଗାଳି ଭାଷା ମଧ୍ୟରେ ଵାକ୍ଯଗଠନ, ଧ୍ଵନିଗତ ପାର୍ଥକ୍ୟ,କ୍ରିୟା, କ୍ରିୟାପଦ, ଅଵ୍ଯୟ,ସର୍ଵନାମ ଓ ପ୍ରତ୍ଯୟାଦି ଅନେକାଂଶରେ ଭିନ୍ନ ଓ ପ୍ରାୟ କେତେକ ପରସ୍ପର ଅସମଦ୍ଧୃତ ଥିଲା ।
―ରାଜନୈତିକ―
୧)ଉଡ୍ର―କଳିଙ୍ଗ―ଉତ୍କଳ ଦେଶ ଅନ୍ତତଃ ୨୦୦୦ ଵର୍ଷ ଧରି ଗୋଟିଏ ସ୍ଵତନ୍ତ୍ର ଦେଶ ରହିଥିଵାର ଐତିହାସିକ ପ୍ରମାଣ ରହିଥିଲା ।
୨)ଓଡ଼ିଆ ରାଜା ଓ ସମ୍ରାଟ ବଙ୍ଗଦେଶକୁ ଅନେକବାର ନିଜର ଶାସନାଧୀନ କରିଥିଲାଵେଳେ ବଙ୍ଗାଳିମାନେ କେଵେବି ସଂମ୍ପୂର୍ଣ୍ଣ ଓଡ଼ିଶାରେ ଶାସନ କରିନଥିଲେ କି ତାଙ୍କର କୌଣସି ରାଜା କେଵେ କଳିଙ୍ଗ ସମ୍ରାଟ ମହେନ୍ଦ୍ର ଦେଵ(କରକଣ୍ଡୁ),ଶତ୍ରୁଭଞ୍ଜ କି ଖାରଵେଳଙ୍କ ଭଳି ଵୀରତ୍ଵ ପ୍ରଦର୍ଶନ କରିନଥିଲେ ।
୩)ବଙ୍ଗାଳିମାନଙ୍କ ଅପେକ୍ଷା ଭାରତଵର୍ଷରେ କଳିଙ୍ଗୀମାନେ ଅଧିକ ଵୀର ବୋଲି କଳିଙ୍ଗ ଯୁଦ୍ଧଠାରୁ ଆରମ୍ଭ କରି ଫରାସୀ ଓ ଇଂରେଜମାନଙ୍କ ଵିପକ୍ଷରେ ୧୭୫୩ ଘୁମୁସର ଵିଦ୍ରୋହ ଓ ୧୮୬୦ ସମ୍ବଲପୁର ଵିପ୍ଳଵ ଯାଏଁ ଐତିହାସିକ ପ୍ରମାଣ ରହିଥିଲା । ପୁରାଣ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାଵ ଉଲ୍ଲେଖଯୋଗ୍ୟ । ମହାଭାରତରେ କୌରଵ ପକ୍ଷରୁ ଯୁଦ୍ଧ କରି କେମିତି କଳିଙ୍ଗ ଦେଶର ରାଜା ଅଦ୍ଭୁତ ଯୁଦ୍ଧ କୌଶଳ ପ୍ରୟୋଗ କରିଥିଲେ ତାହା ଉଲ୍ଲେଖ ରହିଛି କିନ୍ତୁ ବଙ୍ଗାଳି ଜାତିର ରାଜାଙ୍କର ସେଥିରେ ନାଆଁ ବି ନାହିଁ ।
୪)ଓଡ଼ିଆ ଲୋକେ ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଶ୍ରୀଵିଜୟ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ,ବଙ୍ଗାଳି ଭାରତ ମଧ୍ୟରେ ସେତେଵେଳେ ଥିଲେ କି ନାହିଁ ତାହା ଗଵେଷଣା ସାପେକ୍ଷ 🤣🤣
୫)ଓଡ଼ିଆ ପୁଅ ଲଙ୍କା ଓ ମାଲଡିଵ ଦ୍ଵୀପପୁଞ୍ଜରେ ସାମ୍ରାଜ୍ୟ ସ୍ଥାପନ କରିଥିଲେ କିନ୍ତୁ ବଙ୍ଗାଳି ସେମିତି କିଛି କରିନଥିଲେ ।
―ସାମାଜିକ―
୧)ଓଡ଼ିଆମାନଙ୍କ ଵିଵାହ ଶ୍ରାଦ୍ଧ,ଜୀଵନଶୈଳୀ ଅନେକାଂଶରେ ବଙ୍ଗାଳିମାନଙ୍କଠାରୁ ଭିନ୍ନ ସ୍ଵତନ୍ତ୍ର ନିଆରା ଓ ଶ୍ରେଷ୍ଠ ଥିଲା । ଯେଉଁ କେତେକ ପର୍ଵପର୍ଵାଣୀ ଓ ସାମାଜିକ ରୀତିନୀତି ଉଭୟ ଅଞ୍ଚଳରେ ସମାନ ଥିଲା ତାହା ମହାଭାରତୀୟ ପର୍ଵପର୍ଵାଣୀ ଥିଲା । ଉଦାହରଣ ସ୍ଵରୂପ ମହାଵିଷୁଵ ପଣାସଂକ୍ରାନ୍ତିକୁ ଉଭୟ ନୂଆଵର୍ଷ ଭାଵେ ପାଳୁଥିଲେ କିନ୍ତୁ ମୈଥିଳୀ,କେରଳୀ,କନ୍ନଡଭାଷୀ,ଅହମିୟା, ପଞ୍ଜାବୀ ମଧ୍ୟ ଏଇଦିନକୁ ପାରମ୍ପରିକ ନଵଵର୍ଷ ଭାଵେ ପାଳୁଥିଲେ । ଓଡ଼ିଆମାନେ ରଜ,ବୁଧିବାମନ ଓଷା,ଦୋଳ,ଝାମୁ ଇତ୍ୟାଦି ସ୍ଵତନ୍ତ୍ର ପର୍ଵ ପାଳୁଥିଲେ କିନ୍ତୁ ଏସବୁ ବଙ୍ଗଦେଶରେ ନଥିଲା କି ନାହିଁ ।
୨)ଓଡ଼ିଆ ଲୋକଙ୍କ ନୌଵାଣିଜ୍ଯ ପରମ୍ପରା ଏତେ ଉନ୍ନତ ଥିଲା ଯେ ତାଙ୍କର ଭାଷାରେ ନୌଵାଣିଜ୍ଯ ସମ୍ବନ୍ଧୀୟ ସ୍ଵତନ୍ତ୍ର ଶବ୍ଦ ରହିଥିଲା ଏମନ୍ତକି ଓଡ଼ିଆ ଭାଷାର ସ୍ଵତନ୍ତ୍ର ଜାହଜିଆ ଦିଗ ସମ୍ବନ୍ଧୀୟ ଶବ୍ଦ ବି ରହିଥିଲା କିନ୍ତୁ ବଙ୍ଗାଳି ଭାଷାରେ ସେମନ୍ତ କିଛି ଦୃଶ୍ୟ ହେଉନଥିଲା ! ଓଡ଼ିଆ ଲୋକେ ନୌଵାଣିଜ୍ୟ କରୁଥିଵାର ପ୍ରମାଣ କୋଣାର୍କ ମନ୍ଦିରରେ ଆଫ୍ରିକାର ଜିରାଫ,ବାଲିଦ୍ଵୀପରେ ସମ୍ବଲପୁରୀ ସମସାଦୃଶ୍ଯ ପାଟୋଲା ଵସ୍ତ୍ର ଓ ଭୂଵନେଶ୍ଵର ସଂଗ୍ରହାଳୟରେ ସଂରକ୍ଷିତ ଗ୍ରୀକ୍ ଦେଶୀୟ anchor ସହିତ ସାମ୍ଯ ଥିଵା ଆଙ୍କୁଡି଼ଯନ୍ତ୍ର ମଧ୍ୟ ଉଲ୍ଲେଖଯୋଗ୍ୟ । ତେଵେ ବଙ୍ଗାଳିମାନଙ୍କର ସେଭଳି କିଛି ସାଂସ୍କୃତିକ ସିଦ୍ଧି ନଥିଲା ।
୩)ଓଡ଼ିଶାରେ ଶ୍ରୀଜଗନ୍ନାଥ ପୂଜା ପାଉଥିଲାଵେଳେ ବଙ୍ଗାଳିମାନେ ମଧ୍ୟ ତାଙ୍କୁ ନିଜର ଈଶ୍ୱର ଭଳି ପୂଜା କରୁଥିଲେ ଵରଂ ସେମାନେ ତ ଓଡ଼ିଆ ଲୋକଙ୍କ ଅପେକ୍ଷା ଶ୍ରୀଜଗନ୍ନାଥଙ୍କର ବଡ଼ ଭକ୍ତ ଥିଵାର ପ୍ରମାଣ ମିଳେ । ତେଵେ ଶ୍ରୀଜଗନ୍ନାଥଙ୍କ ମୂଳଦେଶ କଳିଙ୍ଗ ଥିଵାରୁ ଵରଂ ବଙ୍ଗାଳି ଏଇ ଓଡ଼ିଆ ଜାତିର ଗୋଟିଏ ଉପଜାତି ଭଳି ପ୍ରତିଭାତ ହେଉଥିଲା ।
୪)ବଙ୍ଗାଳିମାନେ ଯେଉଁ ଖାଦ୍ୟ ଖାଉଥିଲେ ତାହାର ମୂଳ ଓଡ଼ିଶାରେ ହୋଇଥିଵାର ପ୍ରମାଣ ରହିଥିଲା । ତେଵେ ଓଡ଼ିଶାରେ ପ୍ରତ୍ଯେକ ଖାଦ୍ଯଵିଶେଷରେ ମିଳୁଥିଵା ଵିଵିଧତା ବଙ୍ଗଳା ଦେଶରେ ଦେଖାଯାଉନଥିଲା । ଉଦାହରଣ ସ୍ଵରୂପ ବଙ୍ଗରେ ଗୋଟିଏ ପ୍ରକାରର ରସଗୋଲା ମିଳୁଥିଵାଵେଳେ ଓଡ଼ିଶାରେ ହଜାର ହଜାର ପ୍ରକାରର ମିଳିଥାଏ ।
୫)ଓଡ଼ିଶାରେ ଛଉନୃତ୍ଯଠାରୁ ବାଘନାଚ ଯାଏଁ ଗୋଟିପୁଅଠାରୁ ଓଡ଼ିଶୀ ଭଳି ଶାସ୍ତ୍ରୀୟ ନୃତ୍ୟ ପର୍ଯ୍ୟନ୍ତ ଶହ ଶହ ପ୍ରକାରର ନୃତ୍ୟ ଶୈଳୀ ରହିଥିଵାଵେଳେ ବଙ୍ଗାଳିମାନଙ୍କ ପାଖରେ ଗୋଟିଏ ପ୍ରକାରର ସ୍ଵତନ୍ତ୍ର ଶାସ୍ତ୍ରୀୟ ନୃତ୍ୟ ଶୈଳୀ ବି ନଥିଲା ।
୬)ଓଡ଼ିଶାରେ ତିରିଶରୁ ଅଧିକ ଭିନ୍ନ ଭିନ୍ନ ଵସ୍ତ୍ର ତିଆରି କଳା ରହିଥିଲା । ତନ୍ମଧ୍ୟରୁ ସମ୍ବଲପୁରୀ ଵସ୍ତ୍ର ଥିଲା ଓଡ଼ିଆ ଜାତିର ମାନକ ରାଜସିକ ଵସ୍ତ୍ର । ସେଇଥିପାଇଁ ଏହା ମାଲେସିଆ ଯାଏଁ ଯାଇ ଚଳୁଅଛି ।
୬)ଓଡ଼ିଶାର କଳା ଭାସ୍କର୍ଯ୍ୟ ବଙ୍ଗାଳିଠାରୁ ଅନେକାଂଶରେ ଭିନ୍ନ ଓ ନିଆରା ଥିଲା ଏଵଂ ଏଠାରେ ବଙ୍ଗଳାଦେଶ ଅପେକ୍ଷା ସହସ୍ରାଧିକ ଗୁଣ ଅଧିକ ପ୍ରାଚୀନ ମନ୍ଦିର ରହିଥିଲା । ଓଡ଼ିଆ ଓ ବଙ୍ଗାଳି ମନ୍ଦିର ନିର୍ମାଣ ପଦ୍ଧତି ମଧ୍ୟ ଭିନ୍ନ ଭିନ୍ନ ଥିଲା ।
୭)ଓଡ଼ିଶାରେ ଭାରତର ସବୁଠାରୁ ଉତ୍କୃଷ୍ଟ ପଟ୍ଟଚିତ୍ର ତିଆରି ହେଉଥିଵାଵେଳେ ବଙ୍ଗଳାରେ ସେମନ୍ତ କୌଣସି ପରମ୍ପରା ହିଁ ନଥିଲା ।
ବଙ୍ଗାଳିମାନେ ଓଡ଼ିଆ ଲୋକଙ୍କଠାରୁ ଅନେକ କ୍ଷେତ୍ରରେ ପଛୁଆଥିଲେ କିନ୍ତୁ ନିଜକୁ ଶ୍ରେଷ୍ଠ ବୋଲି ହେଣ୍ଡି ମାରୁଥିଲେ । ବଙ୍ଗାଳିମାନଙ୍କ ଏହି ଅଯଥା ଅହଂକାର ହିଁ ଭଵିଷ୍ଯତରେ ଭାଷାଯୁଦ୍ଧର କାରଣ ହୋଇଥିଲା । ...