ତା ମୁହଁରେ କେଵଳ ଗୋଟିଏ ଶବ୍ଦ
ଵର୍ଗୀ ଵର୍ଗୀ ଵର୍ଗୀ ଵର୍ଗୀ ...
ତିନି ମାଇପି ଏବେ ଯିବେ କୁଆଡ଼େ ? ଏ ରାଇଜରେ ଵର୍ଷେ ଦି ଵର୍ଷ ହେଵ ଵର୍ଗୀ ନଥିଲେ,ଏ ଵର୍ଷ ପୁଣି ମାତିଲେଣି । ମାଇପି ତିନିହେଁ ଷଠୀମାତାଙ୍କୁ ଆକୁଳ ପ୍ରାର୍ଥନା କଲେ । ଦେଵୀ ତାଙ୍କ ଡାକ ଶୁଣିଲେ, ପାଖରେ ଗୋଟିଏ ପାଣିକଖାରୁ ଥିଲା ,ଦେଵୀ କିସ କଲେ ନା ସେଇ କଖାରୁ ଭିତରେ ସେ ତିନି ମାଇପିଙ୍କି ରଖିଦେଲେ ।
ଵର୍ଗୀ ଆସିଲେ, ଗାଆଁ ଗଣ୍ଡା ଲୁଟି ଚାଲିଗଲେ । ପାଣି କଖାରୁ ସେମିତି ରହିଲା,ତାକୁ କେହି ଖାଇଲେ ନାହିଁ କି ସେ ପାଣିକଖାରୁ ଭିତରୁ ମାଇପି ତିନିହେଁ ପଦାକୁ ବାହାରିଲେ ନାହିଁ ।
କ୍ରମେ ପାଣିକଖାରୁ ପାଚିଵାରୁ ଗୋଟେ କାଉ ଆସି ତାକୁ ଖୁମ୍ପିଦେଲା । ଯେମିତି ଖୁମ୍ପି ଦେଇଛି ଢୋ କରି ଶବ୍ଦଟିଏ ହେଲା ଏଵଂ କାଉ ସେ ଶବ୍ଦ ଶୁଣି ଡରି ପଳାଇଲା । ସେତେବେଳକୁ ପାଣିକଖାରୁ ଭିତରେ ଥିଵା ମାଇପି ତିନିହେଁ ଆଉ ମଣିଷ ହୋଇ ନଥିଲେ ସେମାନେ ପୋକ ପାଲଟି ଯାଇଥିଲେ । ତାଙ୍କର ଛୁଆ ଓ ଛୁଆଙ୍କର ଛୁଆ ସବୁ ସେଇ ପାଣିକଖାରୁ ଭିତରେ ଘର କରି ରହିଥାନ୍ତି । ପାଣିକଖାରୁ ଫାଟିଯିଵାରୁ କିଏ କୁଆଡେ଼ ଛିନଛତର ହୋଇ ପଡି଼ଲେ ।
ପାଖରେ କୋଶଳା ଶାଗ ଗଛ ଗୁଡ଼େ ଥିଲା ତାକୁ କିଛି ପୋକ ଚରିଗଲେ । ସେଇ ଦିନଠାରୁ ସେଇ ପୋକଙ୍କୁ କୋଶଳା ପୋକ କୁହାଗଲା । ପ୍ରତିଵର୍ଷ ଏଇ ସମୟରେ କୋଶଳା ପୋକ ମାତନ୍ତି ଏଵର୍ଷ ବି ମାତିଛନ୍ତି !!!
No comments:
Post a Comment