ଏମନ୍ତକି ମାନଵ ଵିଵର୍ତ୍ତନ ଇତିହାସରେ ମାନଵଜାତି ଏଵଂ ଏହାର ପୂର୍ଵଜଙ୍କ ଉଚ୍ଚତା କେବେ ହେଲେ ବି ଦଶ ଫୁଟ ଉଚ୍ଚତା ଵିଶିଷ୍ଟ ହୋଇନାହିଁ ।
ମାନଵ ଵିକାଶ ଇତିହାସରେ ଵିଭିନ୍ନ ମାନଵ ଏଵଂ ତାଙ୍କ ପୂର୍ଵଜଙ୍କ ଉଚ୍ଚତା ସେମାନଙ୍କର ଜୀଵାଶ୍ମ ଓ ପୁରାତତ୍ତ୍ୱଗତ ପ୍ରମାଣ ଅନୁଯାୟୀ ଵିଭିନ୍ନ ଥିଲା।
୪-୨ ନିୟୁତ ଵର୍ଷ ପୂର୍ଵେ Australopithecusମାନେ ପ୍ରାୟ ୩.୫ ରୁ ୫ ଫୁଟ ଉଚ୍ଚ ହେଉଥିଲେ । ଏହି ପୂର୍ଵଜମାନେ ମାନଵ ଓ ସିମ୍ପାଞ୍ଜୀ ମଧ୍ୟରେ ଏକ ସଂଯୋଗ ସ୍ତର ଥିଲେ। "Lucy" ଵା Australopithecus afarensis ଜାତୀୟ ଜୀଵ ପ୍ରାୟ ୩.୫ ଫୁଟ ଉଚ୍ଚ ହେଉଥିଲେ।
ଆଜକୁ ପ୍ରାୟ ୨.୪-୧.୪ ନିୟୁତ ଵର୍ଷ ପୂର୍ଵେ ମାନଵମାନଙ୍କ ପୂର୍ଵଜ Homo habilis ଅତି ଭୟଙ୍କର ପରିସ୍ଥିତିରେ ଵିଵର୍ତ୍ତିତ ହୋଇଥିଲେ । ସେମାନଙ୍କ ପାଇଁ ତେର ଵର୍ଷରୁ ଅଧିକ କାଳ ବଞ୍ଚିଵା
ସହଜ ନଥିଲା ତଥାପି ସେମାନେ ସେହି ଭୀଷଣ ପରିସ୍ଥିତି ସହିତ ଖାପଖୁଆଇ ଲକ୍ଷ ଲକ୍ଷ ଵର୍ଷ ଧରି ତିଷ୍ଠି ରହିଲେ ।
ଏହି ପ୍ରାରମ୍ଭିକ ମାନଵ ଜାତି ସରଳ ଉପକରଣ ଵ୍ୟଵହାର କରୁଥିଲେ ଏଵଂ ଏମାନଙ୍କର ଉଚ୍ଚତା ପ୍ରାୟ ୪ ରୁ ୪.୫ ଫୁଟ ପର୍ଯ୍ୟନ୍ତ ହେଉଥିଲା ।
ଆଜକୁ ପ୍ରାୟ ୧.୯ ନିୟୁତରୁ ୧୧୦,୦୦୦ ଵର୍ଷ ପୂର୍ଵେ ପୃଥିଵୀରେ ମନୁଷ୍ୟମାନଙ୍କ
Homo erectus ପୂର୍ଵଜ ଵାସ କରୁଥିଲେ । ଏହି ଜାତିର ଅଧିକ ଆଧୁନିକ ଶାରୀରିକ ଗଠନ ଥିଲା ଓ ଆଫ୍ରିକାରୁ ଏସିଆ ଓ ୟୁରୋପ ପର୍ଯ୍ୟନ୍ତ ଏମାନେ ଵିସ୍ତାର କରିଥିଲେ। Homo erectusଙ୍କ ଉଚ୍ଚତା ପ୍ରାୟ ୪.୯ ରୁ ୬ ଫୁଟ୍ ପର୍ଯ୍ୟନ୍ତ ହେଉଥିଲା । "ଟର୍କାନା ବୟ"ଙ୍କ ପରି କେତେକ ଵ୍ୟକ୍ତି ୬ ଫୁଟ ପର୍ଯ୍ୟନ୍ତ ଉଚ୍ଚ ଥିଲେ।
ପ୍ରାୟ ୭୦୦,୦୦୦-୨୦୦,୦୦୦ ଵର୍ଷ ପୂର୍ଵେ Homo heidelbergensis ମାନଵମାନେ ମଧ୍ୟ ଧାରା ପୃଷ୍ଠରେ ଵିଚରଣ କରୁଥିଲେ । ଏମାନେ ଆଧୁନିକ ମାନଵ ଓ ନିଆଣ୍ଡରଥାଲଙ୍କର ପୂର୍ଵଜ ଅଟନ୍ତି। Homo heidelbergensisଙ୍କ ଉଚ୍ଚତା ମଧ୍ୟ
ପ୍ରାୟ ୫.୬ ରୁ ୬ ଫୁଟ ପର୍ଯ୍ୟନ୍ତ ହେଉଥିଲା ।
ପ୍ରାୟ ୪,୦୦୦୦୦ ଵର୍ଷରୁ ୪୦,୦୦୦ ଵର୍ଷ ପର୍ଯ୍ୟନ୍ତ ପୃଥିଵୀରେ ତିଷ୍ଠି ପାରିଥିଵା
Homo neanderthalensisମାନେ ତତ୍କାଳୀନ ପୃଥିଵୀର ଶକ୍ତିଶାଳୀ Apex Predator ଥିଲେ । Homo neanderthalensisମାନେ ଶୀତଳ ଜଳଵାୟୁରେ ବଞ୍ଚୁଥିଲେ ଏଵଂ ଏମାନଙ୍କର ଦୃଢ଼ ଶରୀର ଗଠନ ଥିଲା।
ଲିଏଣ୍ଡରଥାଲ୍ ମାନଵମାନଙ୍କର ଉଚ୍ଚତା ପ୍ରାୟ ୫ ରୁ ୫.୬ ଫୁଟ ହେଉଥିଲା । ପୁରୁଷମାନେ ସାଧାରଣତଃ ମହିଳାଙ୍କ ଅପେକ୍ଷା ଅଧିକ ଉଚ୍ଚ ଥିଲେ।
ଏହାପରେ ଆଜକୁ ପ୍ରାୟ ୩୦୦,୦୦୦ ଵର୍ଷ ପୂର୍ଵେ ଧରାପୃଷ୍ଠରେ ଅଵତୀର୍ଣ୍ଣ ହେଲା ପୃଥିଵୀର ସବୁଠାରୁ ବୁଦ୍ଧିମାନ Homo sapiens ମାନଵ । ପ୍ରାରମ୍ଭିକ Homo sapiensଙ୍କର ଉଚ୍ଚତା ପରିଵେଶ, ପୁଷ୍ଟିକର ଖାଦ୍ୟ, ଓ ଜୀଵନଶୈଳୀ ଉପରେ ନିର୍ଭର କରୁଥିଲା।Homo sapiensଙ୍କର ଵିଭିନ୍ନ ସମୟକାଳର ଜୀଵାଶ୍ମରୁ ଜଣାଯାଏ ଯେ ଏମାନଙ୍କର ଉଚ୍ଚତା ପ୍ରାୟ ପ୍ରାୟ ୫ ରୁ ୬ ଫୁଟ ପର୍ଯ୍ୟନ୍ତ ହେଉଥିଲା ।
କିମ୍ବଦନ୍ତୀ, ପୌରାଣିକ କାହାଣୀରେ ପ୍ରାଚୀନ ମନୁଷ୍ୟ ଏଵଂ ସେମାନଙ୍କ ପୂର୍ଵଜଙ୍କର ଦଶ ଫୁଟ୍ ଉଚ୍ଚତା ଵିଶିଷ୍ଟ ଆଦି ଅତିରଞ୍ଜିତ ଵର୍ଣ୍ଣନା ପୂର୍ଣ୍ଣତଃ ପ୍ରମାଣହୀନ ଅଟେ ।
No comments:
Post a Comment