My Blog List

Friday, November 13, 2015

ମନୋବିଜ୍ଞାନ ଏବଂ ଟେଲିପାଥୀ

ମନୋବିଜ୍ଞାନ କୁ ପୂର୍ବେ ପାଶ୍ଚାତ୍ୟ ପଣ୍ଡିତ ମାନେ ବିଜ୍ଞାନ ମାନୁ ନ ଥିଲେ ! ଏହା କାଳ୍ପନିକ ଏବଂ ମସ୍ତିଷ୍କ ବିକାରଯୁକ୍ତ ଲୋକ ଙ୍କ ବିକୃତ ଅବଧାରାଣା ବୋଲି ମାନାଯାଉଥିଲା । ସର୍ବ ପ୍ରଥମେ ଈ.ସ. ୧୮୮୨ ରେ 'ଲଂଡନ ସୋସାଏଟୀ ଫୋର ସାଇକିକଲ ରୀସର୍ଚ' ର ସ୍ଥାପନା ହେଲା .ଏହା ପରେ ଈ.ସ. ୧୮୮୫ ରେ 'ଅମେରିକନ ସୋସାଏଟୀ ଫୋର ସାଇକିକଲ ରୀସର୍ଚ' ର ଗଠନ କରାଗଲା । ଏଇ ଭଳି ସଂସ୍ଥା ସବୁ ଅନ୍ୟ ୟୁରୋପିଅନ ଦେଶ ଗୁଡିକ ରେ କିଛି ବର୍ଷ ବ୍ୟବଧାନ ରେ ଖୋଲିଲା । ଏସବୁ ସଂସ୍ଥା ମଧ୍ୟରୁ ଲଂଡନ ସୋସାଏଟୀ ଫୋର ସାଇକିକଲ ରୀସର୍ଚ କୁ ଅନେକ ଵିଦ୍ଵାନ ମାନଙ୍କର ସମର୍ଥନ ମିଳିଥିଲା ।ଏଇ ବିଦ୍ଵାନ ବୁଦ୍ଧିଜୀଵୀ ମାନଙ୍କ ମଧ୍ୟରେ ଥିଲେ କେମ୍ବ୍ରିଜ ୟୁନିଵର୍ସିଟୀ ର ତତ୍ତ୍ଵଚିଂତକ ହେନରୀ ଲିଝଵିକ, କାଳ୍ପନିକ ଡିଟେକ୍ଟିଵ ଶେରଲୋକ ହୋମ୍ସ ର ରଚୟିତା ଏବଂ ଚିକିତ୍ସକ ସର ଆର୍ଥର କୋନନ ଡୋଇଲ, ପ୍ରସିଦ୍ଧ ଭୌତିକ ଵିଜ୍ଞାାନୀ ସର ଓଲୀଵର ଲୋଜ ଏବଂ ଵିଲିଅମ କ୍ରୁକସ ଙ୍କ ସହଯୋଗ ମିଳିଥିଲା । ମନୋଵିଜ୍ଞାାନ ସଂବଂଧୀ ଗବେଷଣା ଦିଗରେ ସିଗ୍ମଂଡ ଫ୍ରୋଇଡ, କାର୍ଲ ଜୁଂଗ, ରଶିଅନ ନ୍ୟୁରୋଫିଝିଓଲୋଜିସ୍ଟ ଵୀ.ଏମ. ବେଖ୍ତେରେଵ, ଅମେରିକନ ମନୋଵିଜ୍ଞାାନୀ ଵିଲିଅମ ଜେମ୍ସ ଏବଂ ଵିଲିଅମ ମେକଡୁଗଲ ଆଦି ବିଜ୍ଞାନୀ ମାନଙ୍କର ଅବଦାନ ମହତ୍ତ୍ଵପୂର୍ଣ !ମନୋବିଜ୍ଞାନ ସପକ୍ଷ ରେ ଅନେକ ଘଟଣା ଉଲ୍ଲେଖ ଯୋଗ୍ୟ ....
ପ୍ରାଚ୍ୟ ସଭ୍ୟତା ର ମନୁଋଷି ମାନେ ଟେଲିପାଥୀ ଦ୍ଵାରା ପରସ୍ପର ସହ ବାର୍ତାଳପ କରୁଥିବା କଥା ଆମ ପୁରାଣ ପୋଥୀ ରେ ସବୁ ଲେଖା ହୋଇଅଛି ! ପାଶ୍ଚାତ୍ୟ ସଭ୍ୟତା ର ବିଦ୍ଵାନ ମାନେ ଏଇ କିଛି ବର୍ଷ ହେଲା ଏ ବିଷୟ କୁ ଗୁରୁତ୍ଵ ଦେବା ଆରମ୍ଭ କରିଛନ୍ତି ।

ଈ.ସ. ୧୯୭୧ ମସିହା ଫେବୁ୍ରଆରୀ ମାସ ର ଘଟଣା । 'ଏପୋଲୋ-୧୪ ମହାକାଶଜାନ ତିନିଜଣ ମହାକାଶଯାତ୍ରୀଙ୍କୁ ଯାତ୍ରାରାମ୍ଭ କଲା । ମହାକାଶ ରେ ଥିବା ସମୟରେ ସେମାନଙ୍କ ମଧ୍ୟରୁ ଏଡଗର ମିଶେଲ ନାମକ ଜଣେ ମହାକଶଯାତ୍ରୀ 'ଦୂରବୋଧ' (ଟେଲିପଥୀ) କୁ ନେଇ ଏକ ଅଦଭୁତ ପ୍ରୟୋଗ କରିଥିଲେ । ମହାକାଶ ରେ ଥାଇ ମିଶେଲ ପୃଥିଵୀ ରେ ରହୁଥିବା କିଛି ପରିଚିତ ଲୋକ ଙ୍କୁ ଟେଲିପାଥି ଦ୍ଵାରା ମାନସିକ ସଂଦେଶ ପଠାଇଥିଲେ । ମହାକାଶଯାତ୍ରା ସମୟ ରେ ମିଶେଲଙ୍କୁ ମୋଟ ଚାରିଥର ବିଶ୍ରାମ କରିବାର ଅବସର ମିଳିଥିଲା । ପ୍ରତ୍ୟେକ ଥର ସେ ନିଜ ପରିଚିତ ଲୋକ ଙ୍କୁ 25 ଅକ୍ଷର ବିଶିଷ୍ଟ ପଦ ଅଥବା ଚିତ୍ର ପଠାଇଥିଲେ । ଏଠାରେ ମିଶେଲ ଙ୍କ ଟେଲିପାଥୀ ସମ୍ଭନ୍ଧି କଥା ଉପରେ ବିଶ୍ଵାସ କରିବାକୁ ହେବ କାରଣ ତାଙ୍କ ଦ୍ଵାରା ପଠାଯାଇଥିବା ପ୍ରାୟଃ ୨୦୦ ଟେଲିପାଥୀ ସଂଦେଶ ମଧ୍ୟ ରୁ ୫୧ ଟି ସଂଦେଶ ପହଞ୍ଚିବାରେ ସଫଳ ହୋଇଥିଲା । ଏହି ଘଟଣାରେ ଯୁଗାନୁଯୁଗ ସଂଭାବନା ଦର ମାତ୍ର ୨୦ % ହୋଇଥିବାରୁ ଏହାକୁ ମାତ୍ର ସଂଯୋଗ କ୍ରମେ ଘଟିଥିବା ଘଟଣା କହିବା ଠିକ ନୁହେଁ । ଏହି ପ୍ରୟୋଗ ର ଶଫଳତା ପରେ ମିଶେଲ କହିଥିଲେ 'ଏହା ନିଶ୍ଚିତ ହୋଇ ଗଲା ଯେ ଟେଲିପଥୀ ର ମଧ୍ୟ ଅସ୍ତିତ୍ଵ ଅଚ୍ଛି । ରସାୟନ ଵୈଜ୍ଞାନ ଭଳି ଏହା ଉପରେ ମଧ୍ୟ ବିଶଦ ଗବେଷଣା ଜରୁରୀ ।"
୧୯ ଫେବୁଆରୀ ୧୯୧୮ ରେ ଅମେରିକାର ଇଲିନୋଇସ,ଶିକାଗୋ ସହରରେ ଜନ୍ମିତ ଏବଂ ୩ ଜାନୁଆରୀ ୧୯୯୫ରେ ଇହଧାମ ତ୍ୟାଗ କରିଥିବା ଡ. ଏନ୍ଡ୍ରିଜା ପୁହାରିଚ ପେରାସାୟ କୋଲୋଜୀ କ୍ଷେତ୍ରରେ ଅନେକ ଗବେଷଣା କରିଥିଲେ । ଅସାଧାରଣ ଚେତନା ଶକ୍ତି ପ୍ରାପ୍ତ ଈଜରାଏଲୀ ୟୁରୀ ଗେଲର ଏବଂ ଡଚ ଦେଶ ରେ ଜନ୍ମିତ ପୀଟର ହରକୋସ ଙ୍କୁ ଵୈଜ୍ଞାନିକ ଗବେଷଣା ହେତୁ ଅମେରିକା ଆଣିବା କାର୍ଯ୍ୟ ଡ. ଏନ୍ଡ୍ରିଜା ପୁହାରିଚ ହିଁ କରିଥିଲେ । ତାଙ୍କର 10ରୁ ଅଧିକ ପୁସ୍ତକରେ ସେ ଟେଲିପଥୀ ବିଷୟରେ ଖୂବ ମହତ୍ତ୍ଵପୂର୍ଣ କଥା ସବୁ ପ୍ରକାଶ କରିଛନ୍ତି । ଦୁଇଜଣ ବ୍ୟକ୍ତି ମଧ୍ୟେ କେଉଁ ପରିସ୍ଥିତି ରେ ଦୂରାନୁଭୂତି ଘଟିତ ହୁଏ ଏ ବିଷୟରେ ସେ ଖାସ ଗବେଷେଣା କରିଥିଲେ । ବହୁ ଵର୍ଷ ପୂର୍ଵେ ଶରୀରଵିଜ୍ଞାନୀ ଵୋଲ୍ଟର ବୀ. କେନ ଦର୍ଶାଇଥିଲେ ଯେ ଯେତେବେଳେ ଅଚାନକ କୌଣସୀ ବଡ଼ ବିପଦ ଆସି ପହଁଚେ ଏବଂ ପ୍ରାଣୀ ନିଜ ମନରେ ଅତ୍ୟନ୍ତ ଭଯ ଅନୁଭଵ କରେ , ବିପଦ ର ସାମନା କରିବା କିମ୍ବା ସେଥିରୁ ନିଜକୁ ବିରତ ରହିବାକୁ ଚେଷ୍ଟାକରେ ସେତେବେଳେ ସେ ଅନୁକଂପୀ ଜ୍ଞାନତଂତ୍ର ବା ସିମ୍ପେଥେଟିକ ନର୍ଵସ ସୀସ୍ଟମ ର ପ୍ରଭାଵ ମଧ୍ୟ କୁ ଆସିଯାଏ । ଏହାର ବିପରୀତ ସ୍ଥିତି ପରାନୁକଂପୀ ଜ୍ଞାନତଂତ୍ର ର ପ୍ରଭାଵ ଅଟେ । ଏହି ସିମ୍ପେଥେଟିକ ନର୍ଵସ ସୀସ୍ଟମ ହୃଦୟର ସ୍ପନ୍ଦନ ବଢ଼ାଇ ଦିଏ, କିନ୍ତୁ ପେରାସିମ୍ପେଥୋଟିକ ନର୍ଵସ ସୀସ୍ଟମ ହୃଦୟର ସ୍ପନ୍ଦନ ଶାନ୍ତ କରି ଦେଇଥାଏ ।
ସିମ୍ପେଥେଟିକ ନର୍ଵସ ସୀସ୍ଟମ 'ଏଡ୍ରିନାଲିନ' ହୋରମୋନ କୁ କ୍ରିଯାନ୍ଵିତ କରିଥାଏ । ତେଣୁ ଯେତେବେଳେ ଏହି ସିସ୍ଟମ୍ କାର୍ଯକ୍ଷମ ଥାଏ ସେହୀ ସ୍ଥିତିକୁ 'ଏଡ୍ରିନର୍ଜିୟା' କୁହାଯାଏ । ପୁଣି ଯେତେବେଳେ ପେରାସିମ୍ପେଥେଟିକ ନର୍ଵସ ସୀସ୍ଟମ 'ଏସିଟାଇଲ କୋଲାଇନ' ର ସ୍ରାଵଦ୍ଵାରା କ୍ରିଯାନ୍ଵିତ ହେଉ ଥାଏ ,ଏହି ସୀସ୍ଟମ କାର୍ଯ କରୁଥିବା ସ୍ଥିତି କୁ 'କୋଲିନର୍ଜିୟା' କୁହାଯାଇଥାଏ । ଡା. ଏନ୍ଡ୍ରିଜା ପୁହାରିଚ ତାଙ୍କର ଗବେଷଣା ରେ ଦର୍ଶାଇ ଛନ୍ତି କି ବ୍ଯକ୍ତି ଯେତେବେଳେ 'ଏଡ୍ରିନର୍ଜିୟା'ର ସ୍ଥିତି ରେ ଥାଏ ସେତେବେଳେ ଟେଲିପାଥୀ ଦ୍ଵାରା ସନ୍ଦେଶ ପଠାଇବା ସହଜ ହୋଇଥାଏ ତେବେ 'କୋଲିନର୍ଜିୟା'ର ସ୍ଥିତି ଥିଲେ ଏହି ସ୍ଥିତି ରେ ଟେଲିପଥୀ ଦ୍ଵାରା ପଠାଯାଇଥିବା ସଂଦେଶ ସହଜରେ ଗ୍ରହଣ କରା ଯାଇପାରିବ । ସାଧାରଣ ଭାଷା ରେ କହିଲେ ଟେଲିପାଥୀ ଦ୍ଵାରା ସନ୍ଦେଶ ପଠାଉଥିବା ଲୋକ ବିପଦରେ ପଡ଼ିଥିଲେ ଏବଂ ମାନସିକ ସନ୍ଦେଶ ପଠାଯାଉଥିବା ଲୋକ ର ମନ ଶାନ୍ତ ଥିଲେ ଯାଇ ଏହି ପ୍ରୟୋଗ ସଫଳ ହୁଏ ।

------କରକଣ୍ଡୁ ଉପାଖ୍ୟାନ-------‪‬‪‬--- ‪

‪‬‪‬‪ଚମ୍ପା ନଗର ର ‬ ରାଜା ‪ ଦଧିବାହନ‬ ଏବଂ ରାଣୀ ‪ ଇନ୍ଦ୍ରାବତୀ‬ ‪ ପଶ୍ଚିମ ଓଡ଼ିଶାର‬ ଜଂଗଲ ରେ ବନବିହାର କରିବାକୁ ଆସି ପହଞ୍ଚିଲେ । ବଣ ରେ ବୁଲୁଥିବା ସମୟେ ହଟାତ୍ କେଉଁଠୁ ଏକ ମହାବଳ ଵାଘ ଆସି ସେମାନଙ୍କ ରାସ୍ତା ଓଗାଳିଲା...ଵାଘ କୁ ଦେଖି ରାଣୀ ଭୟଭୀତ ହେଲେ ଏବଂ ଜଂଗଲରେ ଇତଃସ୍ଥତଃ ଦଉଡିବାକୁ ଲାଗିଲେ !ଏପଟେ ରାଜା ବାଘ କୁ ମାରି ରାଣୀ ଙ୍କୁ ଖୋଜିଲେ ହେଲେ ସେତେବେଳକୁ ସେ ନିଘଞ୍ଚ ଜଂଗଲରେ ରାଣୀ କୁଆଡ଼େ ହଜିଯାଇଥିଲେ । ‪‬‪‬‪‬‪‬‪‬‪‬
* ସେକାଳେ ଏକବସ୍ତ୍ରଧାରୀ ଜୈନ ସାଧୁ ‪ ପାର୍ଶ୍ଵନାଥ‬ ଙ୍କର‪ ଓଡ଼ିଶା ‬ ରହଣୀ ହୋଇଥିଲା ! ତାଙ୍କ ପ୍ରଭାବ ରେ ଏଠାକାର ଜଙ୍ଗଲ ଗୁଡ଼ିକରେ ‪ ଜୈନଧର୍ମଗ୍ରହଣ କରିଥିବା‬ ସନ୍ୟାସୀ ସନ୍ୟାସୀନୀ ଜପ ତପ ରେ ନିମଗ୍ନ ରହୁଥିଲେ !ଘଞ୍ଚ ଜଙ୍ଗଲରେ ଇତଃସ୍ତତଃ ବୁଲୁଥିବା ବେଳେ ରାଣୀଙ୍କର ଭେଟ ଜଣେ ଜୈନ ସନ୍ୟାସୀନୀ ସହିତ ହୋଇଗଲା ! ଅତିଶୟ ଭୟଭୀତ ଚଂପାରାଜରାଣୀ ଙ୍କୁ ଜୈନ ସାଧ୍ଵୀ ମାନେ ମଠ ରେ ଆଶ୍ରୟ ଦେଲେ !କିଛିଦିନ ଉତ୍ତାରୁ ଜଣାଗଲା ରାଣୀ ଗର୍ଭବତୀ ଅଛନ୍ତି... ଅନକେ ବାଦବିବାଦ ପର ରାଣୀ ଙ୍କୁ କିଛି ଖାସ ଶର୍ତପାଳନ କରି ଆସ୍ରମ ରେ ରହିବାକୁ ଅନୁମତି ମିଳିଗଲା ! ଶର୍ତ ମୁତାବକ ରାଜପୁତ୍ର ଙ୍କ ଜନ୍ମ ହେଲା ମାତ୍ରେ ତାଙ୍କୁ ଏକ ଚାଣ୍ଡାଳ ଦଂପତ୍ତି କୁ ଦେଇଦିଆଗଲା !ଚମ୍ପାନଗର ରାଜପୁତ୍ର ଙ୍କର ‪ଚଂଣ୍ଡାଳଦମ୍ପତ୍ତି ଦ୍ଵାରା ‬ ପାଳନପୋଷଣ ହେଲୁ । ତେବେ ଯେହେତୁ ଚାଣ୍ଡାଳ ଦମ୍ପତି ଗରିବ ଥିଲେ ସେମାନେ ରାଜପୁତ୍ର କୁ ପୌଷ୍ଟିକ ଅହାର୍ଯ୍ୟ ଖାଦ୍ୟ ଯୋଗାଇ ପାରିଲେନୀ ଫଳରେ ରାଜପୁତ୍ର ‪କଣ୍ଡୁ‬ରୋଗ ରେ ପୀଡିତ ହେଲେ ଏବଂ ଏହିକାରଣରୁ ସେଇ ଅଞ୍ଚଳରେ ରହୁଥିବା ଜଙ୍ଗଲୀ ଅଧିବାସୀ ମାନେ ରାଜପୁତ୍ର ର ନାମ ‪ କରକଣ୍ଡୁ ଦେଇଥିଲେ‬ !‪‬‪‬‪‬‪‬‪‬‪‬
ଯୁଵାବସ୍ଥା କୁ ପ୍ରାପ୍ତ ହେଲାପରେ କରକଣ୍ଡୁ ସେ ଜଂଗଲ ପରେ ନିଜର ଏକାଧିପତ୍ୟ କରିବା ଆରମ୍ବକରଦେଇଥିଲା ! ଦିନେ ଚମ୍ପାନଗର ରାଜା ଙ୍କର କିଛି ଲୋକ ଜଙ୍ଗଲ ରେ କରକଣ୍ଡୁ ହାତରେ ବନ୍ଦୀ ହେଲେ .....ରାଜା ଯେତେବେଳେ ଜାଣିଲେ ଜଣେ କେହୀ ବିଦ୍ରୋହୀ ର ଜଙ୍ଗଲରେ ପାଦୁର୍ଭାବ ହେଲାଣି ସେ ସଦଳବଳ ନେଇ ବିଦ୍ରୋହୀ କୁ ଦଣ୍ଡିତ କରିବା ସକାଶେ କରକଣ୍ଡୁ ରହୁଥିବା ଜଙ୍ଗଲରେ ପ୍ରବେଶ କଲେ । କରକଣ୍ଡୁ ସହ ଚମ୍ପାନଗର ରାଜା ଙ୍କ ତୁମୁଳ ଯୁଦ୍ଧ ହେଲା । ପିତାପୁତ୍ର କେହି କାହାକୁ ଚିହ୍ନି ନ ପାରି ଭୀଷଣ ଯୁଦ୍ଧ ରେ ମାତିଥିଲେ ....ଯେତେବେଳେ ରାଣୀ ଇଂଦ୍ରାଵତୀ ଏ କଥା ଜାଣିଲେ ରାଜା ଙ୍କୁ ଆସି ନିଜର ଏବଂ କରକଣ୍ଡୁ ର ପରିଚୟ ଦେଲେ !ଚଂପାନଗର ରାଜା ଏତେଦିନ ପରେ ନିଜ ପରିବାର କୁ ପାଇ ଏକାବାରେ ନିର୍ବାକ ହେଇଗଲେ । ଖୁସି ରେ ତାଙ୍କ ଆଖିରୁ ଦୁଇଧାର ଲୁହ ବୋହିଗଲା । ପରେ ଦଧୀଵାହନ ତାଙ୍କ ପୁତ୍ର କରକଣ୍ଡୁ କୁ ଓଡ଼ିଶା ର ସେଭାଗ ର ରାଜା ଘୋଷଣା କଲେ ....ପରେ କରକଣ୍ଡୁ ଦ୍ଵାରା ଏଇ କ୍ଷେତ୍ର ରେ ଜୈନଧର୍ମ ର ପ୍ରଚାର ପସାର କରାଗଲା କାହିଁକି ନା ବିପତ୍ତି ସମୟ ରେ ଜୈନ ସାଧ୍ଵୀ ମାନେ ତାଙ୍କ ମାତାଙ୍କୁ ରକ୍ଷା କରିଥିଲେ । କରକଣ୍ଡୁ କୁ ମନେ ରଖିବା ପାଇଁ ‪ଜଗନ୍ନାଥ‬‪ ପୁରୀରେ‬‪ ରଥଯାତ୍ରା ସମୟ ରେ ପୁରୀ‬ ରାଜା ଦ୍ଵାରା‪ ଛେରା_ପହଁରା କରାଯାଇଥାଏ ‬। କରକଣ୍ଡୁ ଓଡ଼ିଶା ର ସେଇ ଚଣ୍ଡାଳ ରାଜା ଯାହାଙ୍କ ଦ୍ଵାରା ଏଠାରେ ‪‬ଜାତିଗତ ଉଦାରୀକରଣ , ସମନ୍ଵୟତା ଏବଂ ଏକତା ସମ୍ଭବ ହୋଇପାରିଛି ।‪‬‪‬‪‬‪‬‪‬

ସାର୍ଦ୍ଧକୋଟି-ସନ୍ତାନ-ପାଳିନୀ ମା !

ରାଗ = ଧନାଶ୍ରୀ (ଅଠତାଳି)
[ଗୋପାଳକୃଷ୍ଣ ଙ୍କ ମୋହନରୀତି ଚିହ୍ନା ପଡ଼ିଲା ମା ଵୃତ୍ତରେ]

ସାର୍ଦ୍ଧକୋଟି-ସନ୍ତାନ-ପାଳିନୀ ମା !
ସୁଜଳା ସୁଫଳା ମହୀ - ମୌଳି - ମାଳା
ଵେଶ ମଞ୍ଜୁଳା ଭୂଚି ଶାଳିନୀ ମା ।1।
ତଟିନୀ ମେଖଳା
ପୋତ ପୂତ ଵେଳାନ
ଭଶ୍ଚୁମ୍ଵୀ ମଂଦିର ମାଳିନୀ ମା । 2।
ମୁନି ଜନ ମନ କାରା ଵିମୋହନ
ମୋକ୍ଷ ପାଵଛ୍ଛ ମାଳ ଶୋଭିନୀ ମା । 3।
ଶଉର୍ୟ ଉଜ୍ଜ୍ଵଳା ଶୂର ଶିଶୁ ଦୋଳା
ଵିଜୟ ଵିଭାମୟୀ ହ୍ଳାଦିନୀ ମା ।4।
କଳା ପଦ୍ମାଳୟା ଉଷିତ ସୁଦେହା
ଦ୍ଯୁତିଅମଳା ଵିଧୂହାସିନୀ ମା ।5।
ବିଛ୍ଛନ୍ଦ ମଉଳି ଦତ୍ତ ପଦଧୂଳି
ଚିତ୍ତ କୁମୁଦାନନ୍ଦ ଚାନ୍ଦିନୀ ମା ।6।

ସାର୍ଦ୍ଧକୋଟି - ଦେଢ଼ କୋଟି
ମହୀମୌଳିମାଳା- ପୃଥିଵୀ ମୁଣ୍ଡର ଅଳଙ୍କାର
ଵେଶ ମଞ୍ଜୁଳା - ଵେଶ ଯୋଗୁଁ ସୁନ୍ଦର ବା ସୁନ୍ଦର ଵେଶାଭୂଚିଶାଳିନୀ ଵିଭଵମୟୀ ତଟିନୀ ମେଖଳା ନଦୀ - ମାନେ ଯାହାର ଅଣ୍ଟାସୂତା ପୋତପୁତ ଵେଳା ଯାହା ଉପକୂଳରେ ଜାହାଜ ରୁଣ୍ଡ ହୁଏ
ନଭଶ୍ଚୁମ୍ଵୀ - ଅତିଉଚ୍ଚ
ଵିମୋହନ- ସୁନ୍ଦର
ମୋକ୍ଷ ପାବଛ୍ଛମାଳ ଶୋଭିନୀ - ଯାହା ମୁକ୍ତି ର ପାହାଚରେ ମଣ୍ଡିତା ଅଟେ
ତୀର୍ଥମାଳିନୀବିଜୟ ବିଭାମୟୀ - ବିଜୟ ଆଲୋକରେ ଆଲୋକିତା
ହ୍ଳାଦିନୀ - ଆନନ୍ଦଦାୟିନୀ
କଳା ପଦ୍ମାଳୟା ଉଷିତ ସୁଦେହା - ଯାହାର ଦେହ କଳା ରୁପ ଲକ୍ଷ୍ମୀଙ୍କ ଆଵାସ
ଵିଧୁହାସିନୀ ଵିଧୁ - ଚନ୍ଦ୍ରପରି ଯାହାର ହସ ସ୍ଵଛ୍ଛ ଅଟେ
ମୌଳି - ମୁଣ୍ଡ
ଚାନ୍ଦିନୀ - ଚନ୍ଦ୍ର କିରଣ !

Saturday, September 19, 2015

ହିନ୍ଦୁ ମୁଁ !

ମନ କଥା କିଛି ଲେଖି ଦେବି କି ?

ମନେ ରାଗ ଦ୍ଵେଷ ସର୍ବେ ବାଁଟି ଦେବି କି?

ତା' ର ପୂର୍ବପୁରୁଷ ଙ୍କ ଦଣ୍ଡ ତାକୁ ଦେଇ
ପ୍ରଦିଶୋଧ ର ଅଗ୍ନି ଶାନ୍ତ କରନ୍ତି....

ବିଦେଶୀ ଙ୍କୁ ଭାଇ କହି ବଞ୍ଚି ଅଛି ଯାହା

ବସୁଧୈଵ କୁଟୁମ୍ବକମ୍ ର ନୀତି ଛାଡ଼ି ଦେବି କି ?

ଶାସ୍ତ୍ର ଛାଡ଼ି ଅଶ୍ତ୍ର ସୁସଜ୍ଜିତ ହୋଇ
ରାମ ଦେଶେ ମ୍ଲେଛ ନାଶ କରନ୍ତି

ମୋର ସଦା ଶୌମ୍ୟ ଶାନ୍ତ ରୁପ ଛାଡ଼ି ଦେବି କି ?

ଢ଼େର ସହିଲିଣି ତୋର ମିଥ୍ୟା ଅଭିମାନ...ରେ ଅହଂକାରୀ

ଶତାବ୍ଦୀ ର ପ୍ରତିଶୋଧ ଏବେ ତୋ ଠୁଁ ନେବି କି ?

ହିନ୍ଦୁ ମୁଁ ! ମୋ ଧର୍ମ ଵିରୋଧୀ ଙ୍କ ମୁଣ୍ଡ କାଟି ଦେବି କି ?

Wednesday, September 9, 2015

ପ୍ରତିଭା ର ଭଲଦିନ

ଝିଅ ଜନ୍ମ ହେଲାରୁ ବାପାମାଆ କେତେ ସରାଗ ରେ ନାଁ ଦେଇ ଥିଲେ ପ୍ରତିଭା....ମାଆବାପା ଙ୍କ ଆଦର ସ୍ନେହରେ ଝିଅଟିର ବାଳକାଳ ଗତ ହେଲା । କିଶୋରବସ୍ତା ମନକୁ ଛୁଉଁ ନ ଛୁଉଁଣୁ ପିତାମାତା ଙ୍କର ସ୍ଵର୍ଗଵାସ ହୋଈଯାଏ । ଦାଦା ଆପଣେଇ ନିଅନ୍ତି ମାଆ ବାପ ଛେଉଣ୍ଡ କିଶୋରୀ ପ୍ରତିଭା କୁ.....ଦଶମପାସ ପରେ ପ୍ରତିଭାର ବିବାହ ଦୂର ସଂପର୍କୀୟ ଙ୍କ ଗାଁ ପ୍ରତାପପୁର ରେ ଠିକ ହୋଇଯାଅଛି । ମଦୁଆ ମଧ୍ୟବୟସ୍କ ପତି ର ଆୟୁସ ଦିନେ ଶେଷ ହେଲା ସେ ପାପପୁଣ୍ୟ ଧରି ଆରପାରୀ କୁ ଚଳିଗଲା । ପଛରେ ଛାଡ଼ିଗଲା ଯୁବତି ପତ୍ନୀ !!! ଏପଟେ ଗାଁଆ ଜାକର ଲୋକ ନିଜ ନିଜ ଭିତରେ ଫୁସୁରୁ ଫାସର ହେଲେ....ପ୍ରତିଭା ର ପତି କୁ କାଳେ #AIDS ହୋଇଥିଲା..... ଦେଶ ରେ ନୂଆ ସରକାର ଆସିଲା । ସରକାର ବେସାହାରା ନାରୀ ମାନଙ୍କ ପାଇଁ ବିଶେଷ ସୁବିଧା ସୁଯୋଗ ହେତୁ ସଂସଦ ରେ ବିଲ ଟିଏ ପାସ କଲେ !!!! ବାବୁ ଦେବୀ ପ୍ରସାଦ ସରକାର ହୁକୁମ ପାଇ ପ୍ରତାପପୁର ଆସିଲେ.....ସେ ଘର ଘର ବୁଲି ଲୋକଙ୍କୁ ସରକାର ଙ୍କ ଏହି ଯୋଯନା ବିଷୟ ରେ ସଚେତନ କରାଇଲେ !!! ତେବେ ସେ ଯେତେ ଲୋକଙ୍କ ସହିତ ମିଶିଲେ ସମସ୍ତେ କଥା ଛଳରେ ପ୍ରତିଭା ଓ ତାର ଦୁଃଖ ଜଣାଇ ଥିଲେ । ଗାଁ ମଝିରେ ପ୍ରତିଭାର ଘର.....ବେଳ ଉଛୁର ହେଲା ବେଳକୁ ଦେଵୀ ପ୍ରସାଦ ବାବୁ ପ୍ରତିଭା ଦୁଆରେ ଆସି ଠିଆ ହେଲେ....ସେତେବେଳେ ବାରିପଟ ବାରଣ୍ଡା ରେ ବସି ପ୍ରତିଭା ସାଗ ପତର ରୁ ଘାସ ବାଛୁଥିଲା....ଦେଵୀ ବାବୁ ଙ୍କୁ ହଟାତ୍ ନିଜ ସମ୍ମୁଖରେ ଦେଖୀ ସାମାନ୍ୟ ଲାଜ ଏବଂ ସନ୍ଦର୍ପଣ ରେ ଓଢ଼ଣା ଟାଣିନେଲା ପ୍ରତିଭା !!! ଦେବୀ ବାବୁ ସରକାର ହୁକୁମ କଥା କହିଲେ । ଗାଁଆ ଲୋକଙ୍କ ତା ପ୍ରତି ମନ୍ତବ୍ୟ କହି ଶୁଣାଇଲେ...ପ୍ରତିଭା ସବୁ ଶୁଣି ନିର୍ବାକ ରହିଲା....ପଦୁଏ ବି ପ୍ରତ୍ୟୁତ୍ତର ଦେଲାନି କିନ୍ତୁ ଦେବୀ ବାବୁ ନଛୋଡ଼ବନ୍ଧା କେମିତି ବି ନିସହୟା ମହିଳାକୁ ସାହାଯ୍ୟ କରିବାକୁ ହେବ । ବେଳ ଗଡ଼ି ଯାଇଥିଲା ଦେବୀ ବାବୁଗୋଟାଏ ଫର୍ମ ରେ ପ୍ରତିଭା ର ସବୁ କଥା ଲେଖି ଫେରିଗଲେ.... ତେବେ ଯିବା ପୂର୍ବରୁ କହିଗଲେ ସକାଳେ ବ୍ଲ୉କ ସ୍ଥରୀୟ ଡାକ୍ତରଖାନା ଆସିବାକୁ । ସକାଳେ ପ୍ରତିଭା ଡାକ୍ତରଖାନା ରେ ହାଜିର ହେଲା ! ତା'ର ରକ୍ତ ପରିକ୍ଷା ରୁ ଜଣାଗଲା ଯେ ସେ ସଂପୂର୍ଣ ସୁସ୍ତ ତାକୁ Aids ରୋଗ ହୋଇ ନାହିଁ । ରିପୋର୍ଟ ପଢ଼ି ଦେବୀ ବାବୁ ପ୍ରତିଭା ଆଡ଼କୁ ବଲ ବଲ କରି ଚାହିଁଲେ !!! ପ୍ରତିଭା କହିଲା ବାବୁ ଏଇ ମିଛ ଅପଵାଦ ପାଇଁ ଏଇ ବେସାହାରା ମାଇପି ଟି ର ଇଜ୍ଜତ ଟା ବଚିଁରହି ପାରିଛି ନହେଲେ......ପ୍ରତିଭା ଆଉ କିଛି କହିପାରିଲାନି ସବୁବୁଝି ଦେବୀ ବାବୁ ପ୍ରତିଭାର ହାତ ଧରି ପଚାରିଲେ ପ୍ରତିଭା.....ତୁମର ମୁଁ ପସଂଦ ତ.... ?? ଏ କଥା ଶୁଣି ପ୍ରତିଭା ଅଳ୍ପ ଟିକେ ହସି ଦେଲା ....
ଦେବୀବାବୁ ପ୍ରତିଭାର ହସ କୁ ତାର ସମ୍ମତି ବୁଝିଲେ....ଡ଼ାକ୍ତର ଖାନା ରେ ଆଜି ଦୁଇ ମନ ଏକ ହୋଇଗଲା !!! ଚାରୋଟି ପାଦ ଚଲାପଥେ ସାଥୀ ହୋଇ ଚାଲିବାକୁ ସଂକଳ୍ପ ନେଲେ....ପ୍ରତିଭା ର ଭଲଦିନ ଆଜି ଠୁଁ ଆରମ୍ଭ ହେଲା !! !!

Tuesday, August 11, 2015

ପିଜୁଳି ବୃକ୍ଷ

ପିଜୁଳି ବର୍ତ୍ତମାନ ଭାରତରେ ଏକ ସାଧାରଣ ବୃକ୍ଷ । ଏହାର ଵୈଜ୍ଞାନିକ କୁଳ ମିର୍ଟେସୀ ଏବଂ ପ୍ରଜାତି ସାଇଡିୟମ !! ଏହି ପ୍ରଜାତିରେ ପ୍ରାୟ . ୧୦୦ ରୁ ଅଧିକ ଜାତି ର ବୃକ୍ଷ ମିଳିସାରିଛି । ପିଜୁଳି ପାଇଁ ନାତିଷିତୋଷ୍ଣ ଏବଂ ଭୂମଧ୍ୟସାଗରୀୟ ଜଳବାୟୁ ଅଧିକ ଉପଯୁକ୍ତ ତେବେ ଏହା ନିରକ୍ଷୀୟ ଅଁଚଳ ରେ ମଧ୍ୟ ଜୀଵିତ ରହିପାରେ । ପିଜୁଳି ମୂଳତଃ ମେକ୍ସିକୋ, ମଧ୍ୟ ଅମିରିକା ଏବଂ ଦକ୍ଷୀଣ ଅମେରିକାର ଉତ୍ତରଭାଗ ରୁ ସଂପୂର୍ଣ ପୃଥିଵୀ ରେ ଜନାଦୃତ ହୋଇଅଛି । 17ଶତାବ୍ଦୀ ରେ ଭାରତ କୁ ଏ ଫଳର ଆଗମନ ପର୍ତୁଗିଜ ମାନଙ୍କ ଦ୍ଵାରା ହୋଇଥିଲା ।ପିଜୁଳି ବର୍ତମାନ ପୃଥିଵୀର ପ୍ରସିଦ୍ଧ ଫଳମଧ୍ୟରୁ ଗୋଟିଏ । ଜାମାଇକା , ଦକ୍ଷୀଣପୂର୍ଵୀ ଏସିଆ, ହଵାଈ, କେରେବିୟନ, ଫ୍ଲୋରିଡା ଏବଂ ଆଫ୍ରିକା ରେ ଏହା ଏକ ସାଧାରଣ ବୃକ୍ଷ ଭଳି ସର୍ଵସ୍ଥଳେ ଦୃଷ୍ଟିଗୋଚର ହୁଏ । ଇଂରାଜୀ ରେ ପିଜୁଳି କୁ ଗ୍ଵାବା ଅଥଵା ଏପଲ ଗ୍ଵାବା କୁହାଯାଏ । କିଛି ଭାଷାଵିଦ୍ ମତ ଦିଅନ୍ତି କି ଏହି ଗ୍ଵାବା ଶବ୍ଦ ଟି ଅରଵୀକ୍ ଭାଷା ର ଗ୍ଵାୟାଵୋ ଶବ୍ଦ ରୁ ନିଆଯାଇଛି । ଅରଵୀ ଭାଷା ରେ ଗ୍ଵାୟାବୋ ଶବ୍ଦ ର ଅର୍ଥ ବୃକ୍ଷ ଶାଖାରୁ ଓଲ୍ହାଇ ଆସିବା ।ଗ୍ଵାୟାଵୋ ଶବ୍ଦ ସ୍ପେନିଶ ଭାଷାରେ ଯାଇ ଗାୟାବା ହେଲା ଏବଂ ରୋମନ ମୂଳର ଅଧିକାଁଶ ଇରୋପିଅନ ଭାଷା ରେ ଅଲଗା ଅଲଗା ଉଚ୍ଚାରଣ ସହିତ ସମ୍ମିଳିତ ହେଲା । ସ୍ପେନିଶ ରୁ ଯାଇ ଗ୍ଵାୟାବା ଶବ୍ଦ ରୋମନ ଡେନିଶ ଏବଂ ନୋର୍ଵେ ଭାଷାରେ ଗ୍ଵାଵା ରୁପେ ବ୍ୟବହୃତ ହେଲା । ଗ୍ରୀକ ରେ Γκουάβα !ରଶିଅନ ରେ Гуава ! ଡଚ ଏବଂ ଜର୍ମନ ରେ ଗ୍ଵାଵେ ! ତେବେ ଅରଵୀ ଭାଷାରେ ପିଜୁଳି କୁ ଜଵାଫା କେ ଗଵାଫା ( ﺟﻮﺍﻓﺔ) କୁହାଯାଏ ।ଜାପାନୀ ଭାଷାରେ ଗୁଆବା (グアバ), ତମିଲ ରେ କୋଈୟ (କୋୟୟା), । ପିଜୁଳି ର ଅନ୍ୟ ଏକ ନାମ ପେର ରୁ ଅଧିକାଁଶ ପଶ୍ଚିମ ଭାରତୀଯ ନାମକରଣ ହୋଇଅଛି ।.ପେର ଶବ୍ଦ ମୂଳତଃ ସ୍ପେନିଶ ଭାଷା ରୁ ଆସିଅଛି ପେର ନାମକ ସ୍ପେନ ର ଏକ ଫଳ ସ୍ପେନରେ ଖୁବ ଜନାଦୃତ ! ମଲଯାଲମ, ସିଂହାଲୀ ଏବଂ ସ୍ଵାହୀଲୀ ଭାଷାରେ ଏହି ଫଳକୁ ପେରା କୁହାଯାଏ . ମରାଠୀରେ ପେରୁ (ପେରୂ), ବଂଗାଳୀରେ ପେରାହ , କନ୍ନ୍ଡ ରେ ପୀରାଲେୟ ତଥା ସୀବୀ କାୟ ଏବଂ ଧୀଵେଦୀ ଭାଷାରେ ଫେୟୁରୁ କୁହାଯାଏ. ତେଲୁଗୁ ଭାଷାରେ ଏହାକୁ "ଜାମ କାୟ" କୁହାଯାଏ । ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଏହାର ଅପଭ୍ରଁସ ଶବ୍ଦ ଜାମୀ ପ୍ରଚଳିତ । ଭାରତ ର ଅନ୍ୟ ଭାଷା ଠାରୁ ଭିନ୍ନ ହିନ୍ଦୀରେ ପିଜୁଳି କୁ ଅମରୁଦ 'ଅମରୁଦ', କୁହନ୍ତି । ଅଧିକାଂଶ ଭାଷାଵିତ୍ତ ଙ୍କ ଅନୁଯାଇଓଡ଼ିଆ ର ପିଜୁଳି ଶବ୍ଦ ଟି ସଂଭଵତଃ ପେର ଶବ୍ଦ ର ଅପ୍ରଭଂସ !

Tuesday, July 28, 2015

[[<=ପ୍ରେମୀ ପାଇଁ ପଦେ=>]]

ସାଗର ନଦୀର ମିଳନ ମଧ୍ୟରେ
ଜୁଆର ଭଟ୍ଟା ର ଖେଳ ।
ମିଳୁ ବା ନ ମିଳୁ ଦୁଇଟି ହୃଦୟ
ଗଢ଼ନ୍ତି ସପନେ ଘର ।
ଦୀପଶିଖା ପରି ଜଳୁଥାନ୍ତି ସର୍ବେ
ଅନ୍ତ ତାର ହେବାଯାଏଁ ।
ଶେଷହୁଏ ନାହିଁ ପ୍ରେମର ସଳିତା
ଜୀବନଟା ସରିଯାଏ ।
ଦୁଃଖ ପୁଣି ଆସେ ହୋଇଣ ମରୁଡି
ଜୀବନର କୃଷିକ୍ଷେତ୍ରେ ।
ସୁଖର ଶସ୍ୟ ଜଳଇ କ୍ଷଣକେ
ତାର ଆଗମନ ମାତ୍ରେ ।
କେତେ ଯେ ପ୍ରେମିକ ହତାଶ ବିବ୍ରତ
ଦିଅନ୍ତି ଜଳରେ ଝାସ ।
ହରାନ୍ତି କାଳର ଶକତି ବଳରେ
କରନ୍ତି ଦୁଃଖ ପ୍ରକାଶ ।
ଶରୀର ଟା ମରେ ପ୍ରେମ ତ ମରେନା
ହୁଏ ନାହିଁ ତାର ଅନ୍ତ ।
ହାରିନାହିଁ ମୁହିଁ ମରିନାହିଁ ମହିଁ
ରଖ ଏ ଦୃଢ଼ଵିଶ୍ଵାସ ।
ଜୀବନ ଜଂଜାଳ ବଡ଼ ପରବଳ
ଯୁଗ ଦେଖେ ପୁଣ ସ୍ଵାର୍ଥ ।
ପ୍ରେମ ସଚ୍ଚା ଯଦି ଡରନା କା ପ୍ରତି
ଲଢ଼ି ଯା ଶେଷନିଶ୍ଵାସ ।

Monday, July 27, 2015

"ମାତା ଉତ୍କଳସୁହାସିନୀ" =କବି ବିଜୟ ମୋହନ ମିଶ୍ର=

ମହୋଦଧିଧୌତା ମହାନଦୀସ୍ନାତା
ଉତ୍କଳସୁହାସିନୀ ।
ସଙ୍ଗୀତନୃତ୍ୟ ସ୍ଥାପତ୍ୟକଳାମୟୀଉତ୍କର୍ଷନିବାସିନୀ ।।

ଶଙ୍ଖନାଭିଜାତା ବିଲଙ୍କାପ୍ରଶସ୍ତା ଉଜ୍ଵଳପ୍ରକାଶନୀ ।
ସ୍ତୁତବନକୁଞ୍ଜ ମାଳାର୍ଘ୍ୟଶୋଭିତାଶ୍ରୀଲକ୍ଷ୍ମୀସ୍ଵରୂପିଣୀ ।। 1 ।।

ବିରଜାସୁନ୍ଦରୀ ବିମଳାଭୈରବୀଶୀତଳାମହେଶ୍ଵରୀ ।
ତ୍ରିଶକ୍ତିସମ୍ଭୁତ ଯୋଗିନୀକ୍ରୀଡିତାରକ୍ତା ସମଲେଶ୍ଵରୀ ।।

ମଙ୍ଗଳାଶାରଳା ଚର୍ଚ୍ଚିକାଚଣ୍ଡିକାଶ୍ରୀଭଗବତୀଶ୍ଵରୀ ।ନୀଳାଚଳବନ୍ଦ୍ୟା ସତତ ଆରାଧ୍ୟାମାତାଭୁବନେଶ୍ଵରୀ ।।2।।

ଦୟାଚିତ୍ରାତ୍ପଳା ଭାର୍ଗବୀଉଜ୍ଵଳାପ୍ରଗଳ୍ଭୋଛ୍ଛ୍ଵାସିନୀ ।ମହେନ୍ଦ୍ରଗିରି ଦଣ୍ଡକାରଣ୍ୟତଟୀଶ୍ୟାମଳସୁମୋହିନୀ ।।

ଚିଲିକାସୁରୂପା ଅଂଶୁପାମଧୁରା ବିଶ୍ରାନ୍ତିପ୍ରଦାୟିନୀ ।
କନ୍ଧମାଳଘନ ଜଙ୍ଗଲପୂରିତାସୁଶ୍ରଣୀତରଙ୍ଗିଣୀ ।।3।।

ବାକ୍ ପରାୟଣୀ ସଙ୍ଗୀତଦର୍ଶନୀସୌକ୍ଷ୍ମ୍ୟସୁଖକାମିନୀ ।
ତ୍ରିତାଳମୃଦଙ୍ଗ ପ୍ରଚଣ୍ଡତରଙ୍ଗତାଳବାଦ୍ୟମୂର୍ଛ୍ଛନୀ ।।

ଅଭିନଵରଙ୍ଗ ଚତୁରବିରଙ୍ଗସୁସାହିତ୍ୟ ଶୋଭିନୀ ।
ଶ୍ରୀଶାରଳୋପେନ୍ଦ୍ର ଜଗବଳମଧୁ ସୁକାବ୍ୟପ୍ରମୋଦିନୀ ।।4।।

ଶୃଙ୍ଗାରଭାମିନୀ ସୌଖ୍ୟପ୍ରଦାଯିନୀଶ୍ରୀରାଧା ନାମ ଖ୍ୟାତା । ଜଯଦେବକୃତା ଚନ୍ଦନଚର୍ଚ୍ଚିତାଶ୍ରୀଚୈତନ୍ୟସୁସ୍ତିତା ।।

ପ୍ରଣୟବଲ୍ଲରୀ ସୁବର୍ଣଭାସ୍ଵରୀ ସୁଗୀତାସୁମୋହିତା ।
ସଗୁଣ ନିର୍ଗୁଣ ବିଗୁଣ ଅଗୁଣ ଶ୍ରୀନୀଳାଚଳସ୍ତିତା ।।5।।

ଶୀଘ୍ରଭୟଙ୍କରୀ ଶୁଭଶ୍ରେୟସ୍କରୀକ୍ଷୀରୋଦଧିଶାଯନୀ ।
ଦୟାବିଦ୍ୟାଶାନ୍ତି ।

କ୍ଷାନ୍ତିକାନ୍ତିଯୁକ୍ତାଶ୍ରୀଦେବୀକାତ୍ୟାୟନୀଅନ୍ନପୂର୍ଣାଲକ୍ଷ୍ମୀସଦାଗୃହ ଲକ୍ଷ୍ମୀ ସ୍ଵଭାବପ୍ରଦାୟିନୀ ।।6।।

ଭାସ୍କର୍ଯ୍ୟଶାଳିନୀ ମନ୍ଦିରମାଳିନୀକର୍ମକାଷ୍ଠାଧ୍ୟାୟିନୀ । ଅଚିଶୁଚିରୁଚି ବାଚି ଛନ୍ଦସୂଚୀପ୍ରସ୍ତରଗାୟନୀ ।।

ଧର୍ମପରାୟଣୀ ଶାସ୍ତ୍ରାର୍ଥବୋଧିନୀନିତ୍ୟାନନ୍ଦଦାୟିନୀ ।।
ପରମାର୍ଥପ୍ରିୟା ଜଗନ୍ନାଥଶ୍ରିୟାସର୍ବଦା ଆହ୍ଲାଦିନୀ ।।7।।

ମାତା ସୁହାସିନୀ ସୁଚାରୁଭାଷିଣୀବରଦା ସୁପ୍ରସନ୍ନା ।
ଆୟୀବଳାରୋଗ୍ୟ ସମୃଦ୍ଧିଦାୟିନୀସୁଧାସୁକ୍ଷମାପୂର୍ଣା ।।

ବହୁଜନମାନ୍ୟା ରତ୍ନାକରକନ୍ୟାମାତା କରୁଣାମୟୀ ।
ପଦଯୁଗ ବନ୍ଦେ ଜନନୀ ଅନିନ୍ଦ୍ୟେଶୁଭ୍ରେ ଅମୃତମୟୀ ।।8।।

Sunday, July 26, 2015

ବିଜୟ ଦିବସ ଉପଲକ୍ଷେ.....ମୋ କଲମ ରୁ କେଇପଦ ]

ମାଟି ର ତୃଷ୍ମା କୁ ରକ୍ତ ଦେଇ କରେ
ଶାନ୍ତ ସେ ସୈନିକ
ଲଢ଼ି ଲଢ଼ି ଦିଏ ଦେଶପାଈଁ ଆତ୍ମବଳୀ
ଅଭିନେତା ମଧ୍ୟେ ନାୟକ ଖୋଜୁଛି
ପ୍ରଗଳ୍ଭ ସମାଜ
ଅନ୍ଧ ଧୃତରାଷ୍ଟ୍ର ଭଳି
ତ୍ୟାଗ କରି ବୀର ମମତା ବନ୍ଧନ
ସୀମାନ୍ତେ ଲଢ଼ନ୍ତି
ନେତାଯାକ ସିନା ମିଛରେ କରନ୍ତି କଳି
ଦିନ ଗଡ଼େ ସିନା ଭାଳି ଭାଳି
କାହୁଁ ବଦଳିବ ଭ୍ରଷ୍ଟ ରାଜତନ୍ତ୍ର
ଜେହ୍ନେ ଦେଖ ତ ତେହ୍ନେ ଚାଲିଛି କଳି କନ୍ଦଳୀ
ଦେଶ ପାଇଁ ଲଢ଼, ଜାତୀ ପାଇଁ ଲଢ଼,
ଲଢ଼ ସ୍ଵାଭିମାନ ପାଇଁ
ଭାଇ ଭାଇ ମଧ୍ୟେ ବିବାଦ ହୋଇଲେ
ଗୃହ ର ଲାଭ ନ ହୋଏ ଏକ ମନ ଏକ ପ୍ରାଣ ହୋଇ ଚାଲ
କରିବା ସଂକଳ୍ପ ଆଜି
ବିଜୟ ଦିବସେ ଜାତି ନନ୍ଦିଘୋଷେ
ସର୍ବେ ସାରଥୀ ସାଜି
ଶତ୍ରୃ ର ବିନାଶ ରାଷ୍ଟ୍ର ର ବିକାଶ
ହେଉ ମହାମନ୍ତ୍ର
ଲୋଡ଼ା ତବ ରାଷ୍ଟ୍ରପ୍ରୀତି
ହୋଇଏକାକାର
ଧର୍ମ ବର୍ଣ ଜାତି
ବଞ୍ଚାଅ ଜନମ ମାଟି
ମିଳିଛି ସୁଯୋଗ
ବହାଇ ରକତ
ସିଦ୍ଧ କର ରାଷ୍ଟ୍ରଭକ୍ତି

[[ପ୍ରାଣର ଉଛ୍ଵାସ ]]

[[ପ୍ରାଣର ଉଛ୍ଵାସ ]]
[[ଅଞ୍ଜଳୀ କାଵ୍ୟ କବି ନୀଳକଣ୍ଠ ଦାସ ବିରଚିତ]]

ବିଚିତ୍ର ସୁନ୍ଦର ବଦନ ତୁମ୍ଭର
କହ କିଁପା ଦେଖାଯାଏ ନା
ରଖିବି ହେ ବନ୍ଧୋ ପରାଣେ ପରାଣେ
ସେହି ତ ସତତ ବାସନା ।

ସଜ ବିକଶିତ କୁସୁମ ମଞ୍ଜରୀ
ସୁରଭି ବସନ୍ତ ମଳୟ ସଞ୍ଚରୀ
ଆସେ ମଧୁକର ଗୁଞ୍ଜରି ଗୁଞ୍ଜରି
କେତେ ବ୍ୟଥା କହିଯାଏ ନା

ନିଶା ର ଶିଶିର ସିକ୍ତ ଦୁର୍ବାଦଲ
ତରୁଣ ଅରୁଣ କିରଣ ଉଜ୍ଵଳ
ଲହରୀ ଚଞ୍ଚଳ ନୀଳ ନିଭଜଳ
କେତେ ମନକଥା କହେ ନା ।

ବିରହେ କାତର ଭ୍ରମେ ଦିଶେ ଦିଶେ ।
ତବ ସ୍ଵର କାନେ ବାଜେ କି ନିମିଷେ
ବହଙ୍ଗ କାକଳି ଶୁଣିଯାଏ ଭୂଲିଧାଏଁ
କି ଆନନ୍ଦେ ଉନ୍ମନା ।

ସଖା କାହାର ଏ ବିପଞ୍ଚି ଝଙ୍କାର
ବିଶ୍ଵ ରନ୍ଦ୍ରେ ଶୁଣେ ନିରନ୍ତର
ଭୁଲାଈ ହୃଦୟ ଯାତନା
ପ୍ରାଣ ର ଈଛ୍ଵାସେ ଉନ୍ମାଦ ଉଲ୍ଲାସେ
ଖୋଜେ ଚଉପାଶେ ଅବନୀ ଆକାଶେ
ତଥାପି ଦେଖା ମୁଁ ପାଏ ନା

ଆହା କି ପାଇଁ ପ୍ରାଣେ ମୋ ଅସନା
କହ କି ପାଇଁ ପ୍ରାଣେ ମୋ ଅସନା , ?

Monday, July 13, 2015

ପ୍ରେମ ସ୍ଥୁତି

ଏତ ବର୍ଷାକାଳ କାମନା ପ୍ରବଳ
ମନରେ ଲାଗିଛି ନିଁଆ ❤
ତୋ ପ୍ରେମର ବାରୀ
ଦେ ପ୍ରୀୟା ଢ଼ାଳି
ଲୋଡ଼ୁଛି ମନ ଚଞ୍ଚଳ ❤
ମଦମତ୍ତ ଦେଖ ଏ କାଳେ ସର୍ବେ
ତୁ କିଁପା ହେଲୁ ନିଷ୍ଠୁର ❤
ମୋ ପ୍ରେମ ତୁଷ୍ମା ଦୂରକରି ପ୍ରୀୟେ
କଷଣ ଲାଘବ କର ❤
ମଧୁର ପରଷ ପାଇଲେ ସହସା
ପଥର ତରଳିଯାଏ ❤
କହି କହି ଏତେ ବୃଥା ଏ ପ୍ରଯାସ
ତୋ କୃପା ମିଳିବ କେବେ ❤
ପ୍ରେମ ବିନା ପ୍ରାଣୀ ଜୀବନ ବିଫଳ
ପ୍ରେମ ହିଁ ପ୍ରକୃତ ଧନ ❤
ଥାଇ କୋଟିନିଧି କ୍ଷମତା ପ୍ରସିଦ୍ଧି
ପ୍ରୀତି ବିନା ନ ଲାଗେ ମନ ❤
କେତେଦିନ ଅବା ସଂସାରେ ରହଣୀ
ଆଜି ଅଛେ କାଲି ଯିବା ❤
ଯେତେ ଦିନ ଥିବ ଦେହରେ ଜୀବନ
ପ୍ରେମ କରିବା ସିଖେଇଯିବା ❤
କରୁଛ କି ଲାଜ ମନେ ତୁମ ପ୍ରିୟା
ଏ ତ ନୂଆ ନୂଆ ପ୍ରୀତି ❤
ପ୍ରଥମ ପ୍ରେମ ର ମତୁଆଲା ନିଶା
ହୃଦୟେ ସଞ୍ଚରେ ଭୀତି ❤
ପ୍ରେମ କଲେ ଦୁଃଖ ସହିଥାଏ ମନ
ବିଛେଦ ଵିରହ ଯଥା ❤
କେହି ଜାଣିନାହି କେବେଠୁଁ ଚାଲୁଛି
ସଂସାରେ ଏଭଳି ପ୍ରଥା ❤
ଆସ ଆସ ଆଉ ନ କରି ବିଳମ୍ଭ
ଏ ତ ମଧୁମୟ କ୍ଷଣ ❤
ଚଳିଗଲେ ଦିନ ବିତିଗଲେ କ୍ଷଣ
ନ ମିଳଇ ସୁଖ ପୁଣ ❤

Monday, July 6, 2015

ହତଭାଗ୍ୟ ଏଇ ସୁସୁପ୍ତ ଓଡ଼ିଆଜାତି

ହତଭାଗ୍ୟ ଏଇ ସୁସୁପ୍ତ ଓଡ଼ିଆଜାତି
ସମୃଦ୍ଧ ଐତିହ ଥାଇମିଳିନାହିଁ ଖ୍ୟାତି

ପିତୃଗୃହେ ଯେହ୍ନେ ସାବତ ପୁତ୍ରର ସ୍ଥାନ
ଓଡ଼ିଆ ସହୁଛି ଏ ଦେଶେ ସେଇ କଷଣ

କାରୁକାର୍ୟେ ତଥା ସଂସ୍କୃତି ମହାନ ପୁଣ
ତଥାପି ମିଳୁନି ତୋ ଜାତି କୁ ଟିକେ ସମ୍ମାନ

କିଁପା ମିଳେନାହିଁ ବିଚାରିଛୁ କି କେବେ ବସି
ବଡ଼ପୁଅ ହୋଇ ଧନ ରେ ଗରିବ ତେଣୁ ଅନାଦର ତୋ ପ୍ରତି

ଥିଲେଥାଉ କେତେ କେତେ କିର୍ତ୍ତିରାଜୀଲୋକେ ତ ଦେଖିବେ ତୋର ବର୍ତ୍ତମାନ ସ୍ଥିତି

ଉଠ ତେଜ ଆରେ ଛାଡ଼ି ଶଯ୍ୟା ଏବେ କରି ଦେଜିଆନ ଜାତି

ପ୍ରଭୂ ଜଗନ୍ନାଥ ଛନ୍ତି ତୋର ସାଥେ କିଁପା କାହାପ୍ରତି ଭୀତି

Friday, July 3, 2015

ବୃଥା ଏ ନଵକଳେବର ବିବାଦ

ଚାନ୍ଦ ତଳେ ତଳେ ବାଦଲ ଚାଲିଲେ
ଚାନ୍ଦକୁ ଫରକ ପଡ଼େନି
ଜଗନ୍ନାଥ ନାମେ ରାଜନୀତି କଲେ
ଜାତି ର ଉନ୍ନତି ହେବନି

ପ୍ରତିବାଦ କର କରିବାର ଅଛି ଯଦି
ବିଷୟ ସାର୍ଥକ ହେଉ.....
ପାଣିଚିଆ କଥା କହି ଖାଲିଟାରେ
କିଁପା ହୁଅ ହାଉଜାଉ....
ସେ ତ ଜନାର୍ଦନ ଦେଖୁଛି ତୋ କର୍ମ
କର୍ମ ତୋର ଠିକେ ହେଉ
ସକଳ ସଂସାର ପାଇଂ ସେ ଆଧାର
ତା ପାଖେ ଭରସା ଥାଉ
ଦୋଷୀ ଦୋଷକାଲେ ଦଂଡ ବି ମିଳିବ
ବଁଚିନାହିଁ କେହି ଏଠୀ
କଳିଯୁଗେ ଜାଣ ଅଛି ଏ ନିୟମ
ପାପ ର ହିସାବ ଜଲ୍ଦୀ