କାହିଁକି ଆସ ଆଉ ତୁମ୍ଭେ ଫଗୁଣ
ମଣିଷ ଭୂଲିଛି ଯେତେକ ତୁମ୍ଭର ଗୁଣ ।
ନାହାଁନ୍ତି ତୁମ୍ଭର ବନ୍ଧୁ ମଧୁକ ଗଣ ।
କାଟନ୍ତି ମାନବେ ସକଳ ବୃକ୍ଷଙ୍କୁ ଜାଣ ।
କରନ୍ତି ରସାୟନ ମିଶ୍ରିତ ମଦ୍ଯପାନ ।
ଉନ୍ମତ୍ତେ ନାଚନ୍ତି ସେ ଭୂଲି ସମ୍ମାନ ।
କଟିଛି ଯେତେକ ଥିଲା ଘୋର ସଘନ ବଣ ।
ମଣିଷ ଭୂଲିଛି ସକଳ ତୁମ୍ଭ ସୁଗୁଣ ।
ନାହିଁ ଢୋଲକ ମଞ୍ଜୀରା ମୃଦଙ୍ଗ ତାନ
ଶୋଇଛନ୍ତି ଯେତେ ହେଁ ସୁରତାଳ ଫଗୁଣ ।
କାହିଁ ଗାଉନି କୋଇଲୀ କୁହୁ ତାନ ?
ଲେଉଟ ସ୍ବଦେଶେ ବରଂ ବନ୍ଧୁ ହେ ଫଗୁଣ !!!
No comments:
Post a Comment