Wednesday, March 8, 2017

----ମୋଦୀଙ୍କ ପ୍ରତି-----

ଓଡିଶାର ଅପମାନ
ଓଡିଆଙ୍କ ଅପମାନ

ସହିବୁ କାହିଁକି ଆମ୍ଭେ
ସ୍ବାଭିମାନୀ ପ୍ରାଣ

ତୁମ ରାଜ୍ଯେ ଯାଇ
କରିଛୁ ତୁମକୁ ଶିକ୍ଷିତ ଆମେ
ଆଜି କଣ ଧନୀ ହେଲ
କହୁଛ ଗରିବ ଆମେ ?

ଆରେ ଆରେ ଭୀରୁ ଜାତୀ
ତୁମ୍ଭ ଔକାତ କେତେ
ଧରୁ ଯଦି ଖଡ୍ଗ ପୁଣି ରହିବ ଟି
ତୁମ୍ଭେ ଏ ମରତେ ?

ସେଇ ରକ୍ତ ବୀରତ୍ବର
ଆଜି ବି ବହୁଛି
ସହି ସହି ଦୈବୀ ଦୂର୍ବିପାକ
ଏ ଜାତୀ ବଞ୍ଚିଛି ।

ପଡୋଶୀଙ୍କ ଷଡତନ୍ତ୍ର
ନିଜ ଭାଇ ମଧ୍ଯେ କିଛି
ଠକ ଖଣ୍ଟଙ୍କ ସକାଶେ

ହୋଇନାହିଁ ଧନେ ବିକଶିତ
ଉତ୍କଳ ଏ ବିଶ୍ବେ

ଆ ଅର୍ଥ ନୁହଁ ଆମ୍ଭ ରାଜ୍ଯ
ସବୁ କଥାରେ ଗରିବ !

କଳା ଐତିହ ସଂସ୍କୃତିରେ
କେ ଅଛି ଆମକୁ ଜିଣିବ

ପାଇ ନାହଁ ପାଉ ନାହିଁ
ଆମ୍ଭ ଭଳି ଦୁଃଖ ଏ ଜଗତେ

ତେଣୁକରି ସୁଖେ ତୁମ୍ଭ
ଧନ ବଢୁଛି କେତେ କେତେ

ହୁଅନ୍ତା ଟି ଆମ୍ଭ ଦେଶ
ଭଳି ତୁମ୍ଭ ଦେଶେ ଏସବୁ

କେତେ ତୁମ୍ଭେ ବିକଶିତ
ଦେଖନ୍ତି ମୋଦୀବାବୁ ।।

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...