Thursday, March 9, 2017

ଓଡିଶାରେ ଭାଷା ଏବଂ ସଂସ୍କୃତି କୁ ନେଇ ସ୍ବତନ୍ତ୍ର ରାଜ୍ ଗଠନ ଆନ୍ଦୋଳନ କଣ୍ ଠିକ ଥିଲା ?

1928 ରେ ସାଇମନ୍ କମିଶନ
ଭାରତ ଆସିଥିଲେ......

ସମସ୍ତ ଉତ୍ତର ଭାରତରେ
ତାଙ୍କ ବିରୋଧରେ
ବିଭିନ୍ନ ବିକ୍ଷୋଭ ସଭା ର ଆୟୋଜନ
ହୋଇଥିଲା । ଭାରତର ସମସ୍ତ ଜାତୀୟ ନେତା ମାନଙ୍କ ଦ୍ବାରା ଏହି କମିଶନ କୁ
ପ୍ରତ୍ଯାଖାନ କରାଯାଇଥିଲା ।

ମଧୁବାବୁ ଭାରତର ବହୁ ନେତାଙ୍କ ମନୋଭାବ ସହ ଭଲ ଭାବରେ ପରିଚିତ ଥିଲେ ।
ସେ ଜାଣିଥିଲେ ଯେ ସ୍ବାଧିନତା ପୂର୍ବରୁ
ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନ ହେଲେ
ସ୍ବାଧୀନତା ପରବର୍ତ୍ତୀ ଯୁଗରେ
ପଡୋଶୀ ରାଜ୍ଯର ନେତାଙ୍କ ଚକ୍ରାନ୍ତରେ
ଓଡିଶା ପ୍ରଦେଶ ଗଠନର ଦାବି ସୁଦୂର ପରାହତ ହେବ ।

ତେଣୁ
ମଧୁବାବୁ ଙ୍କ ନିର୍ଦ୍ଦେଶରେ
ଓଡିଆ ଭାଷୀ ଲୋକଙ୍କ ପ୍ରତିନିଧି ମଣ୍ଡଳ ପାଟନାରେ ସାଇମନ୍ କମିଶନଙ୍କୁ ସ୍ବାଗତ କରାଯାଇ ସ୍ବତନ୍ତ୍ର ଓଡିଶା ରାଜ୍ଯ ଗଠନ ପାଇଁ ଦାବୀ ଉପସ୍ଥାପନ କରାଯାଇଥିଲା ।

ପରବର୍ତ୍ତୀକାଳରେ ଏହି ସାଇମନ୍ କମିଶନର ସୁପାରିଶ କ୍ରମେ
ସ୍ବତନ୍ତ୍ର ଓଡିଶା ଗଠନ ସମ୍ଭବ ହୋଇପାରିଥିଲା ଏବଂ ଆମ୍ଭେ ଆମ୍ଭ ଭାଷା ଏବଂ ସଂସ୍କୃତିକୁ ପଡୋଶୀଙ୍କ ଷଡତନ୍ତ୍ର ଚକ୍ରବ୍ଯୁହରୁ କେତେକ ମାତ୍ରାରେ ବଞ୍ଚାଇ ପାରିଥିଲେ ।

ସ୍ବାଧିନତା ପରବର୍ତ୍ତୀକାଳରେ ଆମ୍ଭେ ଆମ୍ଭ ବାଚ୍ଛିନ୍ନାଞ୍ଚଳର ମିଶ୍ରଣ ଓଡିଶାରେ ଏଯାଏଁ
କରିପାରିନାହାଁନ୍ତି ।
ବିଶେଷ କରି ସିଂହଭୂମ ଖରସୁଁଆ ଷଢୈକଳା ର ପୁନଃ ମିଶ୍ରଣ ଓଡିଶାରେ ହେବା ଉଚିତ
କିନ୍ତୁ ଉତ୍ତର ଭାରତୀୟ ରାଜନେତା ମାନେ
ଏହା ସହଜରେ କରେଇ ଦେବେ ନାହିଁ ।
ଯଦି ଭବିଷ୍ଯତରେ ଆମେ ଅଖଣ୍ଡ ଓଡିଶା ଗଠନ ସକାଶେ ଆନ୍ଦୋଳନ କରନ୍ତି
ସେମାନେ ତାହାକୁ କ୍ଷେତ୍ରବାଦ ଆଖ୍ଯା ଦେଇ
ଆମ୍ଭ ମାନଙ୍କୁ ହିଁ ଦେଶଦ୍ରୋହୀ ପ୍ରମାଣିତ କରିବାରେ ଲାଗିଯିବେ ।
କିଛିଦିନ ତଳେ ମୋର ଅନ୍ଯ ଏକ ଫେସବୁକ IDରେ ଅଖଣ୍ଡ ଓଡିଶା ରାଜ୍ଯ ଗଠନକୁ ନେଇ କେତୋଟି ପୋଷ୍ଟ କରିଥିଲି । ସେଠାରେ
ଅନେକ ହିନ୍ଦୀଭାଷୀ ଭାଇ ମୋ ଉଦ୍ଦେଶ୍ଯ ନବୁଝି ମୋତେ ହିଁ ବିଚ୍ଛିନ୍ନତାବାଦୀ ପ୍ରମାଣ କରିବାକୁ ଚେଷ୍ଟାରମ୍ଭ କରିଦେଲେ । ମାନବର
"ନିଜେ ନ ବୁଝି ଅନ୍ଯ କୁ ବୁଝେଇବା"
ପ୍ରୟାସ କରିବାକୁ କଣ୍ କୁହାଗଲେ ଠିକ ହେବ ?
ପ୍ରଗଳ୍ଭତା ନା ମୂର୍ଖତା ?

ଓଡିଆ ବ୍ୟକ୍ତି ବିଶେଷ
ଓଡିଆରେ କଥା କହିବେ ନାହିଁ,
ଓଡିଶାର କଥା କହିବେ ନାହିଁ
ତ କଣ୍ ଆରବ ଦେଶ ଗାଥା ଗାଇବେ ?

ଅଷ୍ଟାଦଶ ଶତାବ୍ଦୀ ତଥା ଊନବିଂଶ ଶତାବ୍ଦୀରେ
ଓଡିଆ ମାନେ ଯେତେବେଳେ
ନିଜ ଭାଷା ସଂସ୍କୃତି ରକ୍ଷା ନିମନ୍ତେ
ହାତରେ ହାତ ମିଶାଇ
ଚାଲିବାକୁ ଚେଷ୍ଟା କରିଥିଲେ
ତଥାକଥିତ ଉତ୍ତର ଭାରତୀୟ
ଏହାକୁ ଆଞ୍ଚଳିକବାଦର ସଂଜ୍ଞା ଦେଇ ବିଦୃପ କରିବାକୁ ମଧ୍ଯ ପଛେଇ ନାହାନ୍ତି ।

୧୯୦୫ ବଙ୍ଗଭଙ୍ଗ ପରର ଏକ ଘଟଣା
୧୯୦୭ ଡିସେମ୍ବର ତେର ତାରିଖରେ
ବନ୍ଦେ ମାତରମ୍ ପତ୍ରିକାରେ ଶ୍ରୀ ଅରବିନ୍ଦ
ଓଡିଶା ସ୍ବତନ୍ତ୍ର ରାଜ୍ଯ ଗଠନ ପ୍ରସଙ୍ଗ ଉଠାଇଥିଲେ

"ଓଡିଶାରେ ବର୍ତ୍ତମାନ ଏକ ନବଚେତନା ଓ ନବଜାଗରଣର ସୂତ୍ରପାତ ହୋଇଅଛି । ଓଡିଶାର ଅସ୍ତିତ୍ବ ରକ୍ଷା ଲାଗି
ମଧୁସୂଦନ ଙ୍କ ଭଳି ଜଣେ ସୁଦକ୍ଷ ଶକ୍ତିଶାଳୀ ନେତାଙ୍କ ଅଧିନାୟିକତ୍ବରେ ସେଠିକା ଲୋକେ
ଉଦ୍ଯମରତ୍ କିନ୍ତୁ ଏହା ଭାରତ ବିଭାଜନ ଏବଂ ଆଞ୍ଚଳିକବାଦକୁ ଜନ୍ମ ଦେଇପାରେ
ବୋଲି ମୁଁ ଅନୁମାନ/ସଂଦେହ କରୁଅଛି ।"

ସେତେବେଳେ ଏହି ସଂପାଦକୀୟ ଲେଖାଟିର ଜବାବରେ
ମଧୁବାବୁ ଲେଖିଥିଲେ

"ଯଦି ବିଖଣ୍ଡିତ ବଙ୍ଗଳା ର ମିଶ୍ରଣ ହେତୁ ଆହୂତ ଜନଜାଗରଣକୁ ଜାତୀୟ ଆନ୍ଦୋଳନର ଆଖ୍ଯା ପ୍ରଦାନ କରାଯାଏ,
ତାହେଲେ ଚାରିଖଣ୍ଡ ହୋଇ ଚାରୋଟି ରାଜ୍ଯରେ ବଣ୍ଟାଯାଇଥିବା ଓଡିଆଭାଷୀ ଅଞ୍ଚଳର ଏକତ୍ରୀକରଣକୁ
କାହିଁକି ଆଞ୍ଚଳିକତାର ନାମ ଦିଆ ଯାଉଅଛି । ବଙ୍ଗଦେଶ ଏକତ୍ରୀକରଣ ଯେଉଁ ଉଦ୍ଦେଶ୍ଯ ନେଇ କରାଯାଉଅଛି
ଠିକ ସେଇ ଲକ୍ଷ ନେଇ ଓଡିଆ ଭାଷୀ ଅଞ୍ଚଳର ମିଶ୍ରଣ ଲାଗି ପ୍ରଚେଷ୍ଟା ଜାରି ରହିଛି । ତେଣୁ ବଙ୍ଗ ଭଙ୍ଗ ଆନ୍ଦୋଳନରେ ସଂଶ୍ଲିଷ୍ଟ ସମସ୍ତ ବ୍ଯକ୍ତି ବିଶେଷ ଙ୍କ ଦ୍ବାରା
ଓଡିଆ ମାନଙ୍କର ଏ ଦାବୀ ସବୁର ଆକୁଣ୍ଠ ସମର୍ଥନ କରାଯିବା ପରମ ବିଧେୟ ।"

ଏ କଥା ଏକ କଟୁ ସତ୍ୟ ଯେ ସେ ସମୟର ବହୁତ କମ ଜାତୀୟ ସ୍ଥରର ନେତା
ଆମ୍ଭ ଭାଷା ସଂସ୍କୃତି ରକ୍ଷା ଅଭିଯାନକୁ ସମର୍ଥନ କରୁଥିଲେ ।
ଗାନ୍ଧୀଜୀ ସ୍ବୟଂ ଏଭଳି କୌଣସି ଆନ୍ଦୋଳନ ନକରି ଜାତୀୟ ସ୍ଥରର ଆନ୍ଦୋଳନରେ ଅଧିକ ଭାଗ ନେବାକୁ ଓଡିଆ ଲୋକଙ୍କୁ ପବର୍ତ୍ତାଇଥିଲେ ।

ପ୍ରକୃତରେ ଯଦି ସେ ଯୁଗରେ ଭାଷା ସଂସ୍କୃତି କୁ ନେଇ ଆମ୍ଭ ପୂର୍ବପୁରୁଷ ସ୍ବର ଉତ୍ତୋଳନ କରି ନ ଥାନ୍ତେ ଆଜି ଓଡିଆ ଭାଷାର ଦୁର୍ଦଶା ମୈଥିଳୀ ସମ ହୋଇଥାନ୍ତା ।

No comments:

Post a Comment

କାଚକେନ୍ଦୁ : ଏକ ନିଆରା ମୌଳିକ ଓଡ଼ିଆ ଶବ୍ଦ

ପ୍ରତ୍ୟେକ ଭାଷା ଓ ଶୈଳୀରେ ଏମିତି କିଛି ଶବ୍ଦ ଥାଏ ଯହିଁର ଅନ୍ୟ ଭାଷାରେ ସମାର୍ଥକ,ସମ ଶବ୍ଦରୂପାର୍ଥକ ପ୍ରତିଶବ୍ଦ ଉଣ୍ଡିଲେ ମିଳିଵା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଭାଷାପ...