Thursday, January 25, 2018

●●●ମାନଦଣ୍ଡ●●●


ଵହୁତ ଦିନ ଯାଏଁ ହୁଙ୍କା ରେ ପଡି଼ ପଡି଼ ସାପକୁ
ଅଣଆତିଆ ଲାଗିଲାରୁ ସେ ଦିନଟେ ପଦାକୁ ବୁଲି ଵାହାରିଲା ।  ଲୋକେ ଯେମିତି ସାପକୁ ଦେଖିଛନ୍ତି ଟେକା ପଥର ଠେଙ୍ଗା ଧରି ତାକୁ ମାରିଦେବାକୁ ଗୋଡା଼ଇଲେ । ସାପ କି ଆଉ ରହୁଛି ଜୀବନ ବିକଳରେ ଆସି ହୁଙ୍କାରେ ପସିଗଲା ।

ହୁଙ୍କା ରେ ସାପଟା ସର୍ପିଣୀକୁ ପଚାରିଲା...
“ଏ ମଣିଷମାନେ ମୋତେ ଏତେ ଘୃଣା କାହିଁକି କରନ୍ତି ଯେଵେକି ଏଇମାନେ ହିଁ
ବେକରେ ମୋ ଭଳିଆ ଏକ ଜୀଵକୁ ଗୁଡାଇ
ହୋଇଥିବା ଦେଵତାଙ୍କୁ ପୂଜା କରନ୍ତି ଆଉ ସେଠାକୁ ମୁଁ ଯଦି ଯାଏ ମୋତେ ସେମାନେ କ୍ଷୀର ଦିଅନ୍ତି ଆଉ ମୋର ପୂଜା କରନ୍ତି
ଏତେ ଭେଦଭାଵ କାହିଁକି ହୁଏ ।”

-“ଆରେ ଏଇ ତ ଅସଲ କଥା । ଆଜିର ଦୁନିଆରେ କାହାକୁ ଘୃଣା ଵା ପୂଜା କରିବାର
ମାନଦଣ୍ଡ ଏଇଆ ନୁହେଁ ଯେ ଅମକ ଲୋକ ଭଲ ଵା ସମକ ଲୋକ ଖରାପ
ଵରଂ ଲୋକେ ଦେଖନ୍ତି ଯେ ଲୋକ ଟି ସଡ଼କରେ ଅଛି ନା ଉଚ୍ଚ ସ୍ଥାନରେ ବସିଛି ।”
ସର୍ପିଣୀଟି ସାପକୁ ବୁଝେଇଲା ....

No comments:

Post a Comment

କୁକର୍ମର ଫଳ: ଇତିହାସର ବୁମେରାଂ

ବଙ୍ଗାଳୀଙ୍କ ଗୁଣ ହେଲା ସେମାନେ ମଙ୍ଗଳଗ୍ରହରେ ଯାଇ ହଜାରେ ଵର୍ଷ ରହିଲେ ବି ନିଜକୁ ବଙ୍ଗାଳୀ ହିଁ ପରିଚୟ ଦେବେ । ଓଡ଼ିଆଙ୍କ ଗୁଣ ହେଲା ସେମାନେ ଯୋଉଠିକୁ ଯିବେ ସେଠାକାର ...