Thursday, January 18, 2018

●ବିଧିବିଧାନ●(ଭାଗବତ ବୃତ୍ତେ-ମଧୂସୁଦନ ରାଓ)

ବିଧିବିଧାନ ପୂଣ୍ୟମୟ ,

ଗାଅ ହେ ସେହି ବିଧି ଜୟ ।

ମଙ୍ଗଳମୟ ସେ ବିଧାନ,

ମହିମା ତା’ର କର ଧ୍ଯାନ ।

କୋଟି ଭୂବନ ପାଦେ ଯା’ର,

ଆନନ୍ଦେ କରେ ହେ ଜୁହାର ।

ସେ ମହାବିଧି ବଳୀୟାର

ହେଜ ହେ ନରେ ବାରମ୍ବାର ।

ସେହି ତ ଧର୍ମ ସନାତନ,

ଧରି ରଖିଛି ଏ ଭୂବନ ।

ସେ ଧର୍ମପଥ ମଧୁମୟ,

ତାହାକୁ କର ହେ ଆଶ୍ରୟ ।

ଅଧର୍ମ ପଥ ପରିହରି

ଦୃଢ ବିଶ୍ଵାସ ହୃଦେ ଧରି,

ସମ୍ପଦେ ଅବା ବିପଦରେ

ଧର୍ମେ ନ ହୁଡ଼ କେବେ ନରେ ।

ଯେ ଜନ ଧର୍ମ ଆଚରଇ,

ଧନ୍ୟ ଧନ୍ୟ ସେ ପାପଜୟୀ ।

ଧନ୍ୟ ବିଧାନ ବିଧାତାର,

ତା ପାଦେ କୋଟି ନମସ୍କାର ।

@ଭକ୍ତ କବି ମଧୁସୂଦନ ରାଓ

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...