Thursday, January 18, 2018

●ବିଧିବିଧାନ●(ଭାଗବତ ବୃତ୍ତେ-ମଧୂସୁଦନ ରାଓ)

ବିଧିବିଧାନ ପୂଣ୍ୟମୟ ,

ଗାଅ ହେ ସେହି ବିଧି ଜୟ ।

ମଙ୍ଗଳମୟ ସେ ବିଧାନ,

ମହିମା ତା’ର କର ଧ୍ଯାନ ।

କୋଟି ଭୂବନ ପାଦେ ଯା’ର,

ଆନନ୍ଦେ କରେ ହେ ଜୁହାର ।

ସେ ମହାବିଧି ବଳୀୟାର

ହେଜ ହେ ନରେ ବାରମ୍ବାର ।

ସେହି ତ ଧର୍ମ ସନାତନ,

ଧରି ରଖିଛି ଏ ଭୂବନ ।

ସେ ଧର୍ମପଥ ମଧୁମୟ,

ତାହାକୁ କର ହେ ଆଶ୍ରୟ ।

ଅଧର୍ମ ପଥ ପରିହରି

ଦୃଢ ବିଶ୍ଵାସ ହୃଦେ ଧରି,

ସମ୍ପଦେ ଅବା ବିପଦରେ

ଧର୍ମେ ନ ହୁଡ଼ କେବେ ନରେ ।

ଯେ ଜନ ଧର୍ମ ଆଚରଇ,

ଧନ୍ୟ ଧନ୍ୟ ସେ ପାପଜୟୀ ।

ଧନ୍ୟ ବିଧାନ ବିଧାତାର,

ତା ପାଦେ କୋଟି ନମସ୍କାର ।

@ଭକ୍ତ କବି ମଧୁସୂଦନ ରାଓ

No comments:

Post a Comment

ମୂର୍ଖର ଲକ୍ଷଣ ଓ ପରିଣାମ : ଏକ ମନୋଵୈଜ୍ଞାନିକ ଵିଶ୍ଳେଷଣ

ଗୋଟିଏ ଦେଶିଆ ଢଗ ଅଛି : “ଗିଆନି କେ ଗିଆନ୍ ଗାଲା ଭେଦି ମୁରୁକ୍ କେ ଠେଙ୍ଗା ଗାଲା ଖେଦି” ଅର୍ଥାତ୍ ଜ୍ଞାନୀକୁ ଜ୍ଞାନ କଥା କହିଲେ ବୁଝିଯାଏ,ଜ୍ଞାନୀକୁ ଜ୍ଞାନ ଦ୍ଵାରା ଵଶ...