Monday, January 22, 2018

●●●●ଗୋଟିଏ ପ୍ରାଥନା●●●●


【ମଙ୍ଗଳ】

ମହାପ୍ରଭୋ ! ବେଳେମାତ୍ର ଦେଉନ୍ତୁ ଦର୍ଶନ,

ଅନ୍ଧକାରେ ହେଉଛି ତ ବ୍ୟାକୁଳ ମୋ ମନ

ଯେ ରୂପ ଦେଖିଲେ ତ ପ୍ରଭୂ ! ଲଭିବି ସାନ୍ତ୍ଵନା,

ଦେଖାଅ ଅଭୟ ରୂପ,ନ କର ବଞ୍ଛନା ।

ପାଇ ତୁମ୍ଭଙ୍କୁ ଚିତ୍ତ ହେଉଛି ଚଞ୍ଚଳ,

ଜାଣତ ହେ ପ୍ରଭୋ ! ମନ ନିତାନ୍ତ ଦୂର୍ବଳ

ତୁମ୍ଭର ମହିମା ଛାୟା ପଡୁ଼ ମୋ ହୃଦୟେ,

ସୁଖେ ଦୁଃଖେ ନିରିଖିବି ସକଳ ସମୟେ ।

ଦର୍ଶନ କରିବି ସୁଖେ ହେ ଜଗତସାଇଁ,

ଦ୍ଵିତୀୟ ପ୍ରାଥନା ମୋର ଆଉ କିଛି ନାହିଁ ।

ଲଭେଁ ସ୍ଵର୍ଗବାସ ଅବା ଭୀଷଣ ଦୁର୍ଗତି,

ଯାହା ଇଛା ଦିଅ ପ୍ରଭୋ ! ନାହିଁ ମୋ ଆପତ୍ତି ।

ଏତିକି ପ୍ରାଥନା ମୋର ଆହେ ଭଗବାନ !

ଆପଣା ସାକ୍ଷାତେ ତାହା କରିବେ ବିଧାନ

○●●●●●●●●●●●●●●○
@ବ୍ୟାସକବି ଫକୀରମୋହନ ସେନାପତି
○●●●●●●●●●●●●●●○



No comments:

Post a Comment

କାଚକେନ୍ଦୁ : ଏକ ନିଆରା ମୌଳିକ ଓଡ଼ିଆ ଶବ୍ଦ

ପ୍ରତ୍ୟେକ ଭାଷା ଓ ଶୈଳୀରେ ଏମିତି କିଛି ଶବ୍ଦ ଥାଏ ଯହିଁର ଅନ୍ୟ ଭାଷାରେ ସମାର୍ଥକ,ସମ ଶବ୍ଦରୂପାର୍ଥକ ପ୍ରତିଶବ୍ଦ ଉଣ୍ଡିଲେ ମିଳିଵା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଭାଷାପ...