Friday, January 19, 2018

★ଉତ୍କଳ ସଂଗୀତ~ଭକ୍ତକବି ମଧୁସୂଦନ ରାଓ★


             (ତୋଡି଼ପରଜ-ଆଠତାଳୀ)

ପ୍ରାଣସୋଦର ହେ ଆସ ଆସ ସର୍ବେ ଭାଇ ।
ଡାକୁଛନ୍ତି ମାତା ଉତ୍କଳ ଜନନୀ
ଶ୍ରୀପଦେ ମିଳିବା ପାଇଁ ।

ସେ ଶ୍ରୀମୁଖବାଣୀ ଶୁଣ କର୍ଣ୍ଣ ଡେରି,
ଆସ ଆସ ସର୍ବେ ଧାଇଁ;
ଭାଇ ପାଶେ ଭାଇ ଉଭା ହୁଅ ଆସି
ମାତୃପାଦପଦ୍ମ ଧ୍ଯାଇ ।

କୋଟି ଶିର ଟେକି ମା ମା ବୋଲି ଡାକ
କୋଟି କଣ୍ଠକୁ ମିଳାଇ;
କଳହ ଜଞ୍ଜାଳ ଲାଜ ଭୟ ଦୁଃଖ
ଯାଉ ଯାଉ ହେ ପଳାଇ ।

ପ୍ରାଣର ବନ୍ଧନେ ଏକ ହୋଇ ସର୍ବେ
ଉତ୍କଳ କଲ୍ୟାଣ ପାଇଁ ;
ଏ ଶୁଭ ଲଗନେ ପୂଜ ଭକ୍ତି ଭରେ
ଶୁଭଦାତା ବିଶ୍ଵସାଇଁ ।

--------------------*---------------------
@ଭକ୍ତ କବି ମଧୁସୂଦନ ରାଓ

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...