Thursday, January 18, 2018

ଉତ୍କଳ ବନ୍ଦନା-ଭକ୍ତ କବି ମଧୁସୂଦନ ରାଓ

ଆସ ବ୍ରହ୍ମବାଣୀ ରାଣୀ ଏ ଉତ୍କଳ ଭୂବନେ,

ଧୋଇ  ପ୍ରାଣ ରାଜ ଦେବି ପ୍ରାଣବେଦୀ ଆସନେ ।
ମୋହେ ଅନ୍ଧ ଉତ୍କଳ-ଚିତ୍ତ ଅକ୍ଷମ ତବ ଦର୍ଶନେ,

ମାର୍ଜିତ କର ଧ୍ଯାନ ନେତ୍ର ମନ୍ତ୍ରପୂତ ଅଞ୍ଜନେ ।

ଦେଖାଅ ଜନନୀ ଉତ୍ସବମୟୀ ତୁମ୍ଭ ପ୍ରେମ ଆନନେ,

ସେ ପ୍ରେମେ ଲାଗୁ ମା ମହାମହୋତ୍ସବ ଉତ୍କଳର ପ୍ରାଙ୍ଗଣେ ।

ଜାଗରଣୀ ବୀଣା ବାଜି ଉଠୁ ତୋର ଉତ୍କଳ କୁଞ୍ଜ କାନନେ,

ଜଗାଇ କୋବିଦ ଋଷି କବିପ୍ରାଣ ଦିବ୍ୟଗାଥା ପ୍ରେରଣେ ।

ପୂରାଅ ଆଶା ସ୍ଫୁରାଅ ଭାଷା ନବପ୍ରାଣ ସ୍ଫନ୍ଦନେ,

କର ମା  ଦୀକ୍ଷିତ ନରନାରୀବୃନ୍ଦେ ସତ୍ୟମନ୍ତ୍ର ସାଧନେ ।

@ଭକ୍ତ କବି ମଧୁସୂଦନ ରାଓ

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...