Friday, January 19, 2018

ଭାରତୀ ବନ୍ଦନା (ଭକ୍ତକବି ମଧୁସୂଦନ ରାଓ)


ଭଗବତୀ ଭାରତୀ ! ତବ ଚରଣ ତଳେ
ବିକଶିତ ମାନସ-କମଳ ଦଳେ
ମଧୁମୟ ଉତ୍ସବ-ଦୀପ ଜଳେ
ଜୟ ଜୟ ଭାରତୀ ଦେବୀ !

ଋଷିଗଣ ସୂରିଗଣ କବିଗଣ ପ୍ରାଣସମାଜେ
ଜନନୀ ବାଣୀ ! ତବ ଆସନ ରାଜେ,
ବିଶ୍ଵମୋହିନୀ ତୁମ ବୀଣା ବାଜେ,
ଜୟ ଜୟ ଭାରତୀ ଦେବୀ !

ଶ୍ରୁତି ଇତିହାସ ନାଟକ କାବ୍ୟକଳା
ଦର୍ଶନ ବିଜ୍ଞାନ ତବ କୀରତି ଅମଳା,
ଗୌରବେ ପୁଣ୍ୟ ସୌରରେ ସଦା ବିମଳା,
ଜୟ ଜୟ ଭାରତୀ ଦେବୀ !

ଭାରତ ଅନ୍ତର ଦୀପିତ କର ତବ କିରଣେ,
ଅମୃତ ସମ୍ପଦ  ତବ ବର ଚରଣେ,
ନିଅ ଭାରତେ ତବ ଧ୍ରୁବ ସତ୍ୟ ଗଗନେ
ଜୟ ଜୟ ଭାରତୀ ଦେବୀ !

@ଭକ୍ତ କବି ମଧୁସୂଦନ ରାଓ

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...